ରାଜ୍ୟରେ ୯୮୭୭ ଶିଶୁ ପୁଷ୍ଟିହୀନତାର ଶିକାର

Spread the love

ଜେଏମଜେ ବ୍ୟୁରୋ : ରାଜ୍ୟରେ ୯୮୭୭ ଶିଶୁ ପୁଷ୍ଟିହୀନତାର ଶିକାର। ମୟୂରଭଞ୍ଜ ଜିଲ୍ଲାରେ ଉତ୍କଟ ସ୍ଥିତି। ଜିଲ୍ଲାରେ ସର୍ବାଧିକ ୧୦୭୫ ଶିଶୁ  ପୁଷ୍ଟିହୀନତାର ଶିକାର ହୋଇଛନ୍ତି। ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉତ୍ତର ରଖିଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରତି ଜିଲ୍ଲାରେ ଶିଶୁ ପୁଷ୍ଟିହୀନତାର ଶିକାର ହେଉଛନ୍ତି। ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୧୦୭୫ ଶିଶୁ  ପୁଷ୍ଟିହୀନତାର ଶିକାର ହୋଇଛନ୍ତି। ସେହିପରି ଅନୁଗୁଳରେ ୧୮୩, ବଲାଙ୍ଗୀରରେ ୧୯୨, ବାଲେଶ୍ଵରରେ ୫୭୯, ବରଗଡ଼ରେ ୨୮୧, ଭଦ୍ରକରେ ୨୨୧, ବୌଦ୍ଧରେ ୪୮, କଟକରେ ୨୦୮, ଦେବଗଡ଼ରେ ୯୧, ଢେଙ୍କାନାଳରେ ୧୫୦, ଗଜପତିରେ ୩୧୭, ଗଞ୍ଜାମରେ ୫୯୫, ଜଗତସିଂହପୁରରେ ୬୯, ଯାଜପୁରରେ ୩୨୫, ଝାରସୁଗୁଡ଼ାରେ ୨୦୪, କଳାହାଣ୍ଡିରେ ୫୦୯, କନ୍ଧମାଳରେ ୨୭୧, କେନ୍ଦ୍ରାପଡ଼ାରେ ୧୫୧, କେନ୍ଦୁଝରରେ ୮୫୮, ଖୋର୍ଦ୍ଧାରେ ୨୦୦, କୋରାପୁଟରେ ୩୦୭, ମାଲକାନଗିରିରେ ୬୪୭, ନବରଙ୍ଗପୁରରେ ୪୯୦, ନୟାଗଡ଼ରେ ୨୦୪, ନୂଆପଡ଼ାରେ ୧୦୭, ପୁରୀରେ ୭୪, ରାୟଗଡ଼ାରେ ୪୪୦, ସମ୍ବଲପୁରରେ ୪୭୩, ସୁବର୍ଣ୍ଣପୁରରେ ୨୨୮, ସୁନ୍ଦରଗଡ଼ରେ ୩୮୦ ଜଣ ଶିଶୁ ପୁଷ୍ଟିହୀନତାର ଶିକାର ଅଛନ୍ତି। ରାଜ୍ୟରେ ୬ ମାସରୁ ୫ ବର୍ଷର ଶିଶୁଙ୍କ ପୁଷ୍ଟି ଓ ସ୍ଵାସ୍ଥ୍ୟଗତ ଉନ୍ନତି ପାଇଁ ପରିପୂରକ ପୁଷ୍ଟି ଯୋଜନା ମାଧ୍ୟମରେ ଅଙ୍ଗନବାଡି କେନ୍ଦ୍ରରେ ପଞ୍ଜିକୃତ ସମସ୍ତ ଶିଶୁଙ୍କୁ ପ୍ରତି ମାସରେ ୨୫ ଦିନ ହିସାବରେ ୩୦୦ ଦିନ ପାଇଁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଛି। ଏହି ଯୋଜନା ମାଧ୍ୟମରେ ଶିଶୁଙ୍କୁ ଛତୁଆ, ଅଣ୍ଡା, ଲଡୁ, ଶୁଖିଲା ରାସନ ଯୋଗାଇ ଦିଆଯାଉଛି। ଯେଉଁମାନେ ଅଣ୍ଡା ଖାଇବେ ନାହିଁ ସେମାନଙ୍କୁ ଅତିରିକ୍ତ ଲଡୁ ଦେବାର ବ୍ୟବସ୍ଥା ରହିଛି। ୩ ବର୍ଷରୁ ୬ ବର୍ଷର ଶିଶୁଙ୍କୁ ଅଙ୍ଗନବାଡି କେନ୍ଦ୍ରରେ ସକାଳ ଜଳଖିଆ ସହିତ ଗରମ ରନ୍ଧା ଖାଦ୍ୟରେ ୨୦ଟି ଅଣ୍ଡା ଦିଆଯାଉଛି। ଏହା ସହିତ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାରେ ପୂର୍ଣ୍ଣ ଆହାର କାର୍ଯ୍ୟକ୍ରମ ଅଧୀନରେ କୌଣସି ସ୍ଵାସ୍ଥ୍ୟଗତ ଜଟିଳତା ନଥିବା ଅତିଶୟ ପୁଷ୍ଟିହୀନ ଶିଶୁଙ୍କୁ ପୁଷ୍ଟିବର୍ଦ୍ଧିତ ଛତୁଆ ଯୋଗାଇ ଦିଆଯାଉଛି। ସ୍ଵାସ୍ଥ୍ୟଗତ ଜଟିଳତା ଥିବା ପିଲାମାନଙ୍କୁ ପୁଷ୍ଟି ପୁନର୍ବାସ କେନ୍ଦ୍ରକୁ ପଠାଯାଉଛି। ସେହିପରି ବେସନ ଅଟା ମିଶ୍ରଣ, କଦଳୀ, ଓ ଅ କ୍ରମାଗତ ଭାବେ ୭୫ ଦିନ ପାଇଁ ଯୋଗାଇ ଦିଆଯାଉଛି। ଦୂରାଗମ୍ୟ ଗାଁରେ ରହୁଥିବା ପିଲାମାନେ ଯେଉଁମାନେ ଅଙ୍ଗନବାଡି କେନ୍ଦ୍ରକୁ ଆସିପାରୁ ନାହାନ୍ତି ସେମାନଙ୍କୁ ଗାଁରେ ନେଇ ସକାଳ ଜଳଖିଆ ସହ ଗରମ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। 

  • jmjnewso

    Related Posts

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    Spread the love

    Spread the loveପୁରୀ : ଜେଏମଜେ ନ୍ୟୁଜ : ସ୍ୱର୍ଗଦ୍ୱାରରେ ସରିଗଲା କାଠ । ଦୀର୍ଘ ସାଢ଼େ ୩ ଘଣ୍ଟା ଶବ ଅପେକ୍ଷା କରିବା ପରେ ଆସିଲା କାଠ । ଶବ ପୋଡ଼ା ଆରମ୍ଭ ହେଲା । ରାତି ୧୦ଟା ବେଳକୁ…

    ଦୁଇ ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ

    Spread the love

    Spread the love ଜେଏମଜେ ବ୍ୟୁରୋ : ତାମିଲନାଡୁର ତେନକାସୀ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୮ ଜଣ ଆହତ ହୋଇଛନ୍ତି…

    Leave a Reply

    Your email address will not be published. Required fields are marked *

    You Missed

    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ

    • By jmjnewso
    • September 15, 2026
    • 28 views
    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ

    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    • By jmjnewso
    • September 15, 2026
    • 36 views
    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    • By jmjnewso
    • September 15, 2026
    • 28 views
    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    • By jmjnewso
    • September 15, 2026
    • 33 views
    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    • By jmjnewso
    • September 14, 2026
    • 40 views
    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    • By jmjnewso
    • September 14, 2026
    • 42 views
    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର