ପାଣ୍ଡିଆନ ଙ୍କୁ ନେଇ ବିଜେଡିରେ ବଢୁଛି ବିଶୃଙ୍ଖଳା.

Spread the love

ଜେଏମଜେ ବ୍ୟୁରୋ : ବିଜେଡି କ୍ଷମତାରେ ଥିବା ବେଳେ ବରିଷ୍ଠ କି କନିଷ୍ଠ କେହି ଦଳର ନେତୃତ୍ବ ବା ଅଘୋଷିତ ସର୍ବେସର୍ବାଙ୍କ ବିରୋଧରେ ମୁହଁ ଖୋଲୁନଥିଲେ। ତୁଣ୍ଡରୁ ପଦଟିଏ କଥା ବାହାରିବା କଥା ବି କଷ୍ଟକର ଥିଲା। ସବୁ ଦେଖୁଥିଲେ, ଜାଣୁଥିଲେ ବି ସମସ୍ତେ ଚୁପ୍ ରହୁଥିଲେ। କ୍ଷମତା ଲୋଭ, ପୁଲିସର ଚାପ ବା ନିଲମ୍ବନ ଭୟ ହେଉ ବି ରହୁଥିଲା। ଯେମିତିକି ବର୍ତ୍ତମାନର ବ୍ରହ୍ମପୁର ସାଂସଦ  ଡକ୍ଟର ପ୍ରଦୀପ ପାଣିଗ୍ରାହୀଙ୍କ କ୍ଷେତ୍ରରେ ଘଟିଥିଲା। ସବୁ କିଛି ବରଦାସ୍ତ କରୁଥିଲେ। ସେତେବେଳେ କେବଳ ଉପରୋକ୍ତ କାରଣରୁ ଯୋଗୁ ବିଜେଡି ଏକ ଶୃଙ୍ଖଳିତ ଦଳ ଭଳି ବାହାରୁ ଜଣାପଡ଼ୁଥିଲା। ହେଲେ କ୍ଷମତା ଯିବା ପରେ ଆଉ ସେହି ଅବସ୍ଥା ନାହିଁ। ଏବେ ଖାଲି ବରିଷ୍ଠ ନୁହନ୍ତି, ବରଂ କନିଷ୍ଠମାନେ ବି ମୁହଁ ଖୋଲିଲେଣି। ଏବେ ଆଉ ସେଭଳି ଭୟ ନାହିଁ କି ଚାପ ନଥିବା ଭଳି ମନେହେଉଛି। ଏହି କାରଣରୁ ବିଜେଡିରେ ଆଉ ପୂର୍ବ ଶୃଙ୍ଖଳା ନାହିଁ।

ଯିଏ ଯାହା ପାରୁଛନ୍ତି କହି ଦେଉଛନ୍ତି। ଗତକାଲି ତ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଦଳର ମୁଖ୍ୟ ନବୀନ ପଟ୍ଟନାୟକ ବି ନିର୍ବାଚନ ହାରିଛନ୍ତି। ସିଧାସଳଖ ଦଳ ସଭାପତିଙ୍କ ଉପରେ ଏଭଳି ଟିପ୍ପଣୀ କରିବାର କୌଣସି ବିଜେଡି ନେତାଙ୍କର ସାହସ ନଥିଲା। ତାପୂର୍ବରୁ ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ ବି ସେଭଳି କହି ଦଳରୁ ବିଦା ହୋଇଛନ୍ତି ଅଳ୍ପ କିଛି ଦିନ ତଳେ। ସବୁଠାରୁ ବଡ଼ କଥା ହେଲା ଯେ ଦେବାଶିଷ ସାମନ୍ତରାୟଙ୍କ ପ୍ରତିକ୍ରିୟା ଉପରେ ଶୃଙ୍ଖଳା କମିଟି ସବୁ ଦେଖୁଛି ବୋଲି କହି ବରିଷ୍ଠ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ପ୍ରତ୍ୟକ୍ଷ ଭାବେ ଦେବାଶିଷଙ୍କୁ ଚେତାବନୀ ଦେଇଛନ୍ତି। ଏହାପୂର୍ବରୁ ବରିଷ୍ଠ ନେତ୍ରୀ ଶ୍ରୀମୟୀ ମିଶ୍ର ବି ଧୃତରାଷ୍ଟ୍ର ଓ ସନ୍ନ୍ୟାସୀ ପ୍ରସଙ୍ଗ ଉଠାଇ ଦଳୀୟ ବିଶୃଙ୍ଖଳାକୁ ପଦାରେ ପକାଇଥିଲେ। କ୍ଷମତାରୁ ଯିବା ପରେ ପରାଜୟର କାରଣ ନେଇ ବି ବଦ୍ରି ପାତ୍ର, ଶଶୀଭୂଷଣ ବେହେରାଙ୍କ ସମେତ କେତେକ ତୁଣ୍ଡ ଖୋଲିଥିଲେ। ବିଜେଡିରେ ଏବେ ଜଣେ ଯାହା କହିଲା କେତେକ ତାଙ୍କ ସପକ୍ଷରେ ବାହାରୁଥିବା ବେଳେ ଆଉ କେତେକ ତାଙ୍କ ବିପକ୍ଷରେ ବାହାରି ଗଣମାଧ୍ୟମ ସାମ୍ନାକୁ ଆସୁଛନ୍ତି। ଏହା ଦଳର ଭାବମୂର୍ତ୍ତି ନଷ୍ଟ କରୁଛି। ସାଧାରଣରେ ଏହାକୁ ନେଇ ଚର୍ଚ୍ଚା ତ ଲାଗିଛି ଯେ ବିଜେଡି ଏବେ କାହାରି ନିୟନ୍ତ୍ରଣରେ ନାହିଁ। ଏବେ ଦେବାଶିଷ ଯେଉଁ ନିଆଁ ଲଗେଇଛନ୍ତି, ତାହା ପ୍ରଶମିତ ହେବ କି ନା, ଓ ଦଳରେ ଯେଉଁଭଳି ବିଶୃଙ୍ଖଳା ପରିଲକ୍ଷିତ ହେଲାଣି ତାର କି ପରିଣତି ହେଉଛି, ତାହା ଦେଖିବାକୁ ବାକି ରହିଲା।

  • jmjnewso

    Related Posts

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ପୁଣି ବିଜେଡିର ଆଭିମୁଖ୍ୟ ନେଇ ବଢିଲା ଚର୍ଚ୍ଚାସଂସଦରେ ବିଜେଡିର ଆଭିମୁଖ୍ୟ ନେଇ ଏବେ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା । ଯେଉଁ ବିଜେଡି ଦିନେ କଂଗ୍ରେସ ଓ ବିଜେପିଠାରୁ ସମଦୂରତା ରକ୍ଷା…

    ମୋକିମଙ୍କ ନୂଆ ଦଳ ଲୋକାର୍ପିତ

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ ଓଡ଼ିଶା ରାଜନୀତିରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି । ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଗଠନ ହୋଇଛି ନୂଆ ଆଞ୍ଚଳିକ ଦଳ ‘ଓଡ଼ିଶା ଜନତା କଂଗ୍ରେସ’। ଆଜି ବିଧିବଦ୍ଧ ଭାବେ…

    Leave a Reply

    Your email address will not be published. Required fields are marked *

    You Missed

    ବାଚସ୍ପତି କମିଟି ସମ୍ମିଳନୀ: ଦଳ ବଦଳ ଆଇନ ଉପରେ ତର୍ଜମା

    ବାଚସ୍ପତି କମିଟି ସମ୍ମିଳନୀ: ଦଳ ବଦଳ ଆଇନ ଉପରେ ତର୍ଜମା

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!

    ରାଜ୍ୟ ଯୋଜନା ବୋର୍ଡ ଗଭର୍ଣ୍ଣିଂ କାଉନ୍‌ସିଲ୍‌ର ଅଧ୍ୟକ୍ଷ ରହିବେ ମୁଖ୍ୟମନ୍ତ୍ରୀ

    ରାଜ୍ୟ ଯୋଜନା ବୋର୍ଡ ଗଭର୍ଣ୍ଣିଂ କାଉନ୍‌ସିଲ୍‌ର ଅଧ୍ୟକ୍ଷ ରହିବେ ମୁଖ୍ୟମନ୍ତ୍ରୀ

    ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ରାଜସ୍ଵ ବିଭାଗ ପକ୍ଷରୁ ଜାରି ହୋଇଛି ନୂଆ ଏସ୍‌ଓପି ।

    ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ରାଜସ୍ଵ ବିଭାଗ ପକ୍ଷରୁ ଜାରି ହୋଇଛି ନୂଆ ଏସ୍‌ଓପି ।

    ମୋକିମଙ୍କ ନୂଆ ଦଳ ଲୋକାର୍ପିତ

    ମୋକିମଙ୍କ ନୂଆ ଦଳ ଲୋକାର୍ପିତ

    ରାଜ୍ୟର ସବୁ ସାଂସଦଙ୍କୁ ଚିଠି ଲେଖିଲେ ନବୀନ

    ରାଜ୍ୟର ସବୁ ସାଂସଦଙ୍କୁ ଚିଠି ଲେଖିଲେ ନବୀନ