ଦିନକ ଆଗରୁ ସରିଲା ବିଧାନସଭା

Spread the love


ଜେଏମଜେ ବ୍ୟୁରୋ : ବିଧାନସଭା ମୌସୁମୀ ଅଧିବେଶନକୁ ବୁଧବାର ଅନିର୍ଦ୍ଦିିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି। ଗତ ୧୮ ତାରିଖରୁ ଆରମ୍ଭ ହୋଇଥିବା ଅଧିବେଶନ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବାର ଥିଲା। ହେଲେ ଗୃହର ଆଉ କୌଣସି ବିଜ୍‌ନେସ୍‌ ନ ଥିବା ଯୋଗୁ ଏହାକୁ ଅନିର୍ଦ୍ଦିିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିବା ଲାଗି ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ଏକ ମୋଶନ ଆଣିଥିଲେ।
ପାର୍ବଣ ପାଇଁ ଗୃହକୁ ଦିନକ ପୂର୍ବରୁ ବନ୍ଦ କରାଇବା ଲାଗି ପ୍ରସ୍ତାବ ଦିଆଯାଇଥିଲା। ମୋଶନ ପାସ୍‌ କରାଇବାରେ ଅଧିକ ସଦସ୍ୟଙ୍କ ସମର୍ଥନ ରହିବା ଯୋଗୁ ଗୃହ କାର୍ଯ୍ୟକୁ ମୁଲତବୀ ଘୋଷଣା କରାଯାଇଛି।

ଏହି ଅଧିବେଶନରେ ମୋଟ୍‌ ୭ଟି କାର୍ଯ୍ୟଦିବସ ରହିଥିଲା। ୫ ଦିନ ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ସ୍ବାଭାବିକ ସ୍ଥିତିକୁ ଫେରିପାରି ନ ଥିଲା। ପ୍ରଥମ ୩ ଦିନ ଯାଏ ଗୃହ ଚଲାଇବା ସମ୍ଭବପର ହୋଇପାରି ନ ଥିଲା। ୪ର୍ଥ ଦିନର ପୂର୍ବାହ୍ନରେ ଗୃହ ସ୍ବାଭାବିକ ହୋଇପାରି ନ ଥିବା ବେଳେ ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ପରେ ଦୁଇଟି ବିଲ୍‌ ଏବଂ ଗୋଟିଏ ସଂକଳ୍ପ ଆଗତ କରାଯାଇଥିଲା। ଏହି ଅବସରରେ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ବିଲ୍‌ ୨୦୨୫ ଏବଂ ଓଡ଼ିଶା ଦ୍ରବ୍ୟ ଓ ସେବା କର ସଂଶୋଧନ ବିଲ୍‌ ୨୦୨୫ ଆଗତ କରାଯାଇଥିଲା। ଏହାସହ ଜିଏସ୍‌ଟିରେ ସଂସ୍କାର ନେଇ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେବା ସମ୍ପର୍କିତ ସଂକଳ୍ପ ମଧ୍ୟ ଆଗତ କରାଯାଇଥିଲା। ୫ମ ଦିନ ପୂର୍ବାହ୍ନରେ ବିରୋଧୀ ଗୃହ କାର୍ଯ୍ୟ ଚଳାଇଦେଇ ନ ଥିଲେ। ଅପରାହ୍ନରେ ଓଡ଼ିଶା ବିଶ୍ୱବିଦ୍ୟାଳୟ(ସଂଶୋଧନ) ବିଲ୍‌ ୨୦୨୫ ପାରିତ ହୋଇଥିଲା। ଏହାସହ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେବା ସମ୍ପର୍କିତ ସଂକଳ୍ପ ମଧ୍ୟ ପାରିତ ହୋଇଥିଲା। ଏହି ସମୟରେ ବିରୋଧୀ ବିଜେଡି ଏବଂ କଂଗ୍ରେସ ସଦସ୍ୟମାନେ ଗୃହରେ ନ ଥିବା ସତ୍ତ୍ୱେ ସରକାରୀ ଦଳ ପକ୍ଷରୁ ଏହାକୁ ପାରିତ କରାଯାଇଥିଲା। ସେହିପରି ଷଷ୍ଠ ଦିନ କିନ୍ତୁ କିଛି ସମୟ କଂଗ୍ରେସ ସଦସ୍ୟଙ୍କ ନାରାବାଜିରେ ଗୃହ ଅଚଳ ହୋଇଥିବାବେଳେ ବାକି ସମ୍ପୂର୍ଣ୍ଣ ସମୟ ଗୃହ କାର୍ଯ୍ୟ ବିନା ବିରୋଧ ଭିତରେ ଚାଲିଥିଲା। ପୂର୍ବାହ୍ନରେ ପ୍ରଶ୍ନକାଳ, ଶୂନ୍ୟକାଳ ଆଦି ସବୁ ଠିକ୍‌ଠାକ୍‌ ଚାଲିଥିଲା। ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବାପରେ ଓଡ଼ିଶା ଦ୍ରବ୍ୟ ଓ ସେବା କର ସଂଶୋଧନ ବିଲ୍‌ ୨୦୨୫ ଉପରେ ଗୃହରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହାପରେ ଏହି ବିଲ୍‌ ଗୃହରେ ପାରିତ ହେବାସହ ରାତି ୯.୧୯ ମିନିଟ୍‌ରେ ଗୃହ କାର୍ଯ୍ୟ ଅନିର୍ଦ୍ଦିିଷ୍ଟ କାଳ ଯାଏ ମୁଲତବି ଘୋଷଣା ହୋଇଥିଲା। ଏହି ୭ ଦିନିଆ କାର୍ଯ୍ୟଦିବସ ଭିତରେ ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଛି।

  • jmjnewso

    Related Posts

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    Spread the love

    Spread the love ଜେଏମଜେ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତଦନ୍ତ କମିସନ ଫାଇଲ୍ ଗାଏବ ହେବା ଘଟଣାରେ ରାଜ୍ୟ ବିଜେପି ପକ୍ଷରୁ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ସମ୍ବେଦନଶୀଳ ମାମଲାରେ ଯେଉଁମାନେ ଦୋଷୀ ସେମାନେ ଜେଲ୍ ଯିବେ…

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    Spread the love

    Spread the loveଜେଏମଜେ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଗୁରୁତ୍ୱପୂର୍ଣ୍ଣ ତଦନ୍ତ କମିସନ ଫାଇଲ ହଜିବା ମାମଲାରେ ଏବେ ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ସମ୍ବେଦନଶୀଳ ଘଟଣାରେ ଆଜି ଏକ ବଡ଼ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ…

    Leave a Reply

    Your email address will not be published. Required fields are marked *

    You Missed

    ଜନତା ମାଗେ ଜବାବ 30 ଜୁଲାଇ 2026

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…