ତେଜିଲାଣି ବିଜେଡି କନ୍ଦଳ; ଶ୍ରୀମୟୀଙ୍କ ଅଡ଼ୁଆ ପ୍ରଶ୍ନ ପରେ ଦୋହଲିଲାଣି ବିଜେଡି ଶିବିର

Spread the love


ଜେଏମଜେ ବ୍ୟୁରୋ : ବିଜେଡିରେ ଶ୍ରୀମୟୀ ଝଡ଼ । ନିଲମ୍ବିତ ହେବା ପରେ ବିଜେଡିକୁ ସୋସିଆଲ ମିଡିଆରେ ଘାଇଲା କରିଛନ୍ତି ଶ୍ରୀମୟୀ ମିଶ୍ର । ପ୍ରଶ୍ନ ପରେ ପ୍ରଶ୍ନ ପଚାରିଚାଲିଛନ୍ତି । ଆଜି ଶ୍ରୀମୟୀଙ୍କୁ କାଉଣ୍ଟର କରି ବିଜେଡି ସାମ୍ବାଦିକ ସମ୍ମିଳନୀ କରିଛି । ଯଦି ସେ ଦଳର ସଦସ୍ୟ ନଥିଲେ କିଭଳି ବିଭିନ୍ନ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଲେ ଓ ପଦପଦବୀ ଗ୍ରହଣ କଲେ ବୋଲି ପ୍ରଶ୍ନ କରିଛି ଦଳ ।
ବିଜେଡିରୁ ଶ୍ରୀମୟୀ ମିଶ୍ର ନିଲମ୍ବିତ ହେବା ପରେ ଉଠୁଛି ପଡ଼ୁଛି ବିଜେଡି ରାଜନୀତି । ମାରାଥନ ପୋଷ୍ଟକରି ବିଜେଡିକୁ ଶ୍ରୀମୟୀ ଜବାବ ମାଗିଥିବା ବେଳେ ପ୍ରେସମିଟ କରି ଶ୍ରୀମୟୀଙ୍କ ଉପରେ ବର୍ଷିଛି ବିଜେଡି । ଗତକାଲିର ସୋସିଆଲ ମିଡିଆ ପୋଷ୍ଟ ପରେ ଆଜି ବି ସୋସିଆଲ ମିଡିଆରେ ପୋଷ୍ଟକରି ସଦସ୍ୟତାକୁ ନେଇ ଅଡ଼ୁଆ ପ୍ରଶ୍ନ କରିଛନ୍ତି । ସାମ୍ବାଦିକ ସମ୍ମିଳନୀ କରି ବିଜେଡି କହିଛି, ଦଳର ନୀତି ଆଦର୍ଶ, ଶୃଙ୍ଖଳା ମାନି ଚାଲିବାକୁ ପଡ଼େ । ଯେଉଁମାନେ ମାନନ୍ତିନି ତାଙ୍କୁ ଦଳରୁ ବିଦା କରିବା ଦାୟିତ୍ୱ ବି ନବୀନ ପଟ୍ଟନାୟକଙ୍କର। ଯଦି ସେ ଦଳର ସଦସ୍ୟ ନଥିଲେ କିଭଳି ବିଭିନ୍ନ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଲେ ଓ ପଦପଦବୀ ଗ୍ରହଣ କଲେ ?
ପରେ ଶ୍ରୀମୟୀ ଲେଖିଛନ୍ତି, କ୍ଷମତା ପାଇଁ ନୁହେଁ ସ୍ବାଭିମାନ ଓ ଆତ୍ମସମ୍ମାନ ପାଇଁ ପ୍ରଶ୍ନ ଉଠାଇ ନିରାଶା ହୋଇଛି । ମୋତେ ପ୍ରଶ୍ନ ନକରି ନବୀନଙ୍କ ପ୍ରଶ୍ନ କଲେ ଉତ୍ତର ମିଳିବ। ଏହାସହ ବିଜେଡି ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଓ ପ୍ରମିଳା ମଲ୍ଲିକଙ୍କୁ ଟାର୍ଗେଟ କରିଛନ୍ତି ।

ବିଜେଡି ଶିବିରରେ କିଛି ଦିନ ହେଲା ବିଶୃଙ୍ଖଳା ଚରମ ସମୀରେ ପହଞ୍ଚିଲାଣି । ଦଳର ନୀତି ଆଦର୍ଶ କଥା ଉଠାଇ ବର୍ଷୁଛନ୍ତି ନେତା । ଏନ ଭାସ୍କର ରାଓ, ଲାଲବିହାରୀ ହିମିରିକା, ପ୍ରଫୁଲ୍ଲ ମଲ୍ଲିକଙ୍କ ପରେ ଏବେ ଶ୍ରୀମୟୀ ମିଶ୍ର ଦଳରୁ ଆଉଟ ହୋଇସାରିଲେଣି । ଆଗକୁ ଆଉ କାହାର ପାଳି ? ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସୋସିଆଲ ମିଡିଆରେ ବାରମ୍ବାର ପୋଷ୍ଟ କରି ବିଜେଡିକୁ ଘାଇଲା କରିଛନ୍ତି ଶ୍ରୀମୟୀ । କିନ୍ତୁ ମିଡିଆ ସାମ୍ନାକୁ ଆସୁନାହାନ୍ତି ।

  • jmjnewso

    Related Posts

    MMDR ବିଲ୍ ବିରୋଧରେ ରାୟଗଡ଼ାରେ ଗର୍ଜିଲା କଂଗ୍ରେସ।

    Spread the love

    Spread the loveରାୟଗଡା :ଜେଏମଜେ ନ୍ୟୁଜ : କେନ୍ଦ୍ର ସରକାରଙ୍କ MMDR ବିଲ୍ ବିରୋଧରେ ରାୟଗଡ଼ାରେ ଗର୍ଜିଲା କଂଗ୍ରେସ। ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ ବିଶାଳ ପଦଯାତ୍ରା ଓ ସ୍ଥାନୀୟ ତେଜସ୍ଵୀନି ହୋଟେଲ ପଡ଼ିଆ ଠାରେ ପ୍ରତିବାଦ ସଭା। ୧୧…

    ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଆଜି ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂହ…

    Leave a Reply

    Your email address will not be published. Required fields are marked *

    You Missed

    ଗଞ୍ଜାମ ଜିଲ୍ଲାରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା

    • By jmjnewso
    • September 21, 2026
    • 25 views
    ଗଞ୍ଜାମ ଜିଲ୍ଲାରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା

    ରାଜ୍ୟରେ ସରିଲା ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ : ବାଦ ପଡିଲେ ୨୦ ଲକ୍ଷ ୫୬ ହଜାର ଭୋଟର

    • By jmjnewso
    • September 21, 2026
    • 32 views
    ରାଜ୍ୟରେ ସରିଲା ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ : ବାଦ ପଡିଲେ ୨୦ ଲକ୍ଷ ୫୬ ହଜାର ଭୋଟର

    ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌

    • By jmjnewso
    • September 21, 2026
    • 34 views
    ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌

    ସ୍କୁଟି ସହ ୮ କେଜି ଗଞ୍ଜେଇ ଜବତ,ଜଣେ ଗିରଫ

    • By jmjnewso
    • September 21, 2026
    • 37 views
    ସ୍କୁଟି ସହ ୮ କେଜି ଗଞ୍ଜେଇ ଜବତ,ଜଣେ ଗିରଫ

    ସାବିତ୍ରୀ ବାଇ ମହିଳା ମହା ସଙ୍ଘର ବିକ୍ଷୋଭ

    • By jmjnewso
    • September 21, 2026
    • 37 views
    ସାବିତ୍ରୀ ବାଇ ମହିଳା ମହା ସଙ୍ଘର ବିକ୍ଷୋଭ

    MMDR ବିଲ୍ ବିରୋଧରେ ରାୟଗଡ଼ାରେ ଗର୍ଜିଲା କଂଗ୍ରେସ।

    • By jmjnewso
    • September 21, 2026
    • 39 views
    MMDR ବିଲ୍ ବିରୋଧରେ ରାୟଗଡ଼ାରେ ଗର୍ଜିଲା କଂଗ୍ରେସ।