ବିଭିନ୍ନ ଜିଲ୍ଲା କମିଟିର ସଭାପତି ନାମ ଘୋଷଣା କଲେ କଂଗ୍ରେସ

Spread the love

ଭୁବନେଶ୍ବର : କଂଗ୍ରେସର ସଂଗଠନ ସୃଜନ ଅଭିଯାନ ଅନ୍ତର୍ଗତ ଓଡ଼ିଶାର ବିଭିନ୍ନ ଜିଲ୍ଲା କଂଗ୍ରେସ କମିଟିର ସଭାପତି ମାନଙ୍କୁ ନିଯୁକ୍ତ କରାଯାଇଛି । ପ୍ରତି ଜିଲ୍ଲା ପାଇଁ ଥିବା ଏଆଇସିସି ପର୍ଯ୍ୟବେକ୍ଷକମାନଙ୍କ ଦ୍ବାରା କରାଯାଇଥିବା ସମୀକ୍ଷା, ବିଭିନ୍ନ ପଦାଧିକାରୀ ଓ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା ପରେ ମିଳିଥିବା ରିପୋର୍ଟ ଆଧାରରେ ଏବଂ ପ୍ରତି ପର୍ଯ୍ୟବେକ୍ଷକଙ୍କ ସହ ହୋଇଥିବା ବୈଠକ ପରେ କଂଗ୍ରେସ ସଭାପତି ଏସବୁ ନାମଗୁଡ଼ିକୁ ମଂଜୁରୀ ଦେଇଛନ୍ତି । 

ଅନୁଗୁଳ ପାଇଁ ସୁନୀଲ ପ୍ରଧାନ ଜିଲ୍ଲା ସଭାପତି ନିଯୁକ୍ତ ହୋଇଛନ୍ତି । ବାଲେଶ୍ୱର ପାଇଁ ସତ୍ୟଶିବ ଦାସ ଓ ବରଗଡ଼ ପାଇଁ ହରଦୀପ ସିଂ ଜିଲ୍ଲା ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି । ଭଦ୍ରକ ପାଇଁ ନଳିନୀକାନ୍ତ ମହାନ୍ତି, ଭୁବନେଶ୍ୱର ପାଇଁ ପ୍ରକାଶ ଚନ୍ଦ୍ର ଜେନା, ବଲାଙ୍ଗିର ପାଇଁ ଅନିଲ ମେହେର ଓ ବୌଦ୍ଧ ପାଇଁ ବିନ୍ଧ୍ୟା ବିନୀ ସାହୁ ଜିଲ୍ଲା ସଭାପତି ହୋଇଛନ୍ତି । କଟକ ପାଇଁ ପ୍ରଦୀପ୍ତ କୁମାର ଦାସ ଓ କଟକ ସହର ପାଇଁ ଗିରିବଳା ବେହେରା ଜିଲ୍ଲା ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦେବଗଡ଼ ପାଇଁ ସେମ ହେମରାମ, ଧେନକାନାଳ ପାଇଁ ଛବିରାଜ ବିଶ୍ୱାଳ, ଗଜପତି ପାଇଁ ଦାଶରଥି ଗୋମାଙ୍ଗୋ, ଗଞ୍ଜାମ ପୂର୍ବ ପାଇଁ ରଶ୍ମିରଞ୍ଜନ ପଟ୍ଟନାୟକ ଓ ଗଞ୍ଜାମ ପଶ୍ଚିମ ପାଇଁ ରମେଶ ଚନ୍ଦ୍ର ଜେନା ଜିଲ୍ଲା ସଭାପତି ହୋଇଛନ୍ତି । ଜଗତସିଂହପୁର ପାଇଁ ଦେବପ୍ରସାଦ ନାୟକ, ଯାଜପୁର ପାଇଁ ମଗୁଣି ବଟକୃଷ୍ଣ ଜେନା, ଝାରସୁଗୁଡ଼ା ପାଇଁ ଜୀବନ ସାର୍ଥକ ଦାସ ଓ କଳାହାଣ୍ଡି ପାଇଁ ଜଲନ୍ଧର ନାୟକ ଜିଲ୍ଲା ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି । କନ୍ଧମାଳ ପାଇଁ ଚନ୍ଦ୍ରଶେଖର ପରିଡ଼ା, କେନ୍ଦ୍ରାପଡ଼ା ପାଇଁ ଡା. ଦେବସ୍ମୃତା ଶର୍ମା, କେନ୍ଦୁଝର ପାଇଁ ମନୋଜ କୁମାର ଜେନା ଓ ଖୋର୍ଦ୍ଧା ପାଇଁ ରଜୀବ କୁମାର ପଟ୍ଟନାୟକ ଜିଲ୍ଲା ସଭାପତି ହୋଇଛନ୍ତି । କୋରାପୁଟ ପାଇଁ ରୂପକ ତୁରୁକ, ମଳକାନଗିରି ପାଇଁ ଜି. ଶ୍ରୀନିବାସ ରାଓ, ମୟୁରଭଞ୍ଜ ପୂର୍ବ ପାଇଁ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ ଓ ମୟୁରଭଞ୍ଜ ପଶ୍ଚିମ ପାଇଁ ଭୂଷଣ ବିହାରୀ ସାହୁ ଜିଲ୍ଲା ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି । ନବରଙ୍ଗପୁର ପାଇଁ ଡା. ଲିପିକା ମାଝି, ନୟାଗଡ଼ ପାଇଁ ରଞ୍ଜିତ ଦାସ, ନୂଆପଡ଼ା ପାଇଁ ଘାସୀ ରାମ ମାଝି ଓ ପୁରୀ ପାଇଁ ରାଜେଶ କୁମାର ମିଶ୍ର ଜିଲ୍ଲା ସଭାପତି ହୋଇଛନ୍ତି । ରାୟଗଡ଼ା ପାଇଁ ଅପ୍ପଲା ସ୍ୱାମୀ କାଦ୍ରକା, ରାଉରକେଲା ପାଇଁ ସବିର ହୁସେନ, ସମ୍ବଲପୁର ପାଇଁ ଅମିତ କୁମାର ଗୁରୁ, ସୁବର୍ଣ୍ଣପୁର ପାଇଁ ବିନୋଦ ପତ୍ର ଓ ସୁନ୍ଦରଗଡ଼ ପାଇଁ ନିର୍ମଳ ଚନ୍ଦ୍ର ନାଇକ ଜିଲ୍ଲା ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି ।

  • jmjnewso

    Related Posts

    UPI କାରବାର ନେଇ ଆସିଲା ନୂଆ ନିୟମ

    Spread the love

    Spread the loveନୂଆଦିଲ୍ଲୀ:ଜେଏମଜେ ନ୍ୟୁଜ : ଡିଜିଟାଲ୍ ଇଣ୍ଡିଆ ଯୁଗରେ ୟୁନିଫାଏଡ୍ ପେମେଣ୍ଟ୍ସ ଇଣ୍ଟରଫେସ୍ ବା ୟୁପିଆଇ ଏବେ ପ୍ରତ୍ୟେକ ବ୍ୟକ୍ତିଙ୍କ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି। ୟୁପିଆଇ କାରବାର ଉପରେ ଚାର୍ଜ ଲାଗିବା ନେଇ ଲୋକଙ୍କ ମନରେ…

    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    Spread the love

    Spread the loveଆଉ ୩ ଦିନ ପରେ ମଞ୍ଚରେ ମଞ୍ଚସ୍ଥ ହୋଇଥାନ୍ତା ନାଟକ । ଗଣେଜ ପୂଜା ଉପଲକ୍ଷେ ନାଟକ ମଞ୍ଚସ୍ଥ ପାଇଁ ରିହର୍ସଲ ଚାଲିଥିବା ବେଳେ ଅଭାବନୀୟ ଘଟଣା ଘଟିଛି । ଦୁଇ ଯୁବକଙ୍କ ଛୁରାମାଡ଼ରେ ଜଣେ ଯାତ୍ରା କଳାକାରଙ୍କ…

    Leave a Reply

    Your email address will not be published. Required fields are marked *

    You Missed

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 14 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    UPI କାରବାର ନେଇ ଆସିଲା ନୂଆ ନିୟମ

    • By jmjnewso
    • September 15, 2026
    • 26 views
    UPI କାରବାର ନେଇ ଆସିଲା ନୂଆ ନିୟମ

    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    • By jmjnewso
    • September 15, 2026
    • 48 views
    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    • By jmjnewso
    • September 15, 2026
    • 34 views
    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ

    • By jmjnewso
    • September 15, 2026
    • 44 views
    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ

    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    • By jmjnewso
    • September 15, 2026
    • 42 views
    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ