ହିନ୍ଦୋଳ: (ଜେଏମଜେ ନ୍ୟୁଜ ): ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟ ଠାରେ ୨୭/୯/୨୦୨୫ ତାରିଖ ଦିନ ଭାରତ ସରକାରଙ୍କ ତରଫରୁ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଉପଖଣ୍ଡ ଚିକିତ୍ସାଳୟର ଅଧିକ୍ଷକ ଡାକ୍ତର ସୁଧାଂଶୁ ଶେଖର ମିଶ୍ର ଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ଦ୍ବାରା ନାରୀ ମାନେ କିପରି ରୋଗ ବ୍ୟାଧି ରୁ ମୁକ୍ତ ହୋଇପାରିବେ ଓ ସମାଜରେ ନାରୀମାନେ ସୁସ୍ଥ ଜୀବନ ଯାପନ କରିପାରିବେ ସେଥି ପାଇଁ କେନ୍ଦ୍ର ସରକାର ଙ୍କ ତରଫରୁ ରାଜ୍ୟରେ ଥିବା ସମସ୍ତ ନାରୀମାନେ କିପରି ଏହାର ସୁବିଧା ପାଇ ପାରିବେ ସେଥି ପାଇଁ ସଚେତନେତା ପାଇଁ ଆଜି ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟ ଠାରେ ସବୁ ବିଭାଗର ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ଵାରା ଚିକିତ୍ସା କରାଯାଇ ମାଗଣା ଔଷଧ ପ୍ରଦାନ କରାଯାଇଥିଲା ଓ ହିନ୍ଦୋଳ ଉପଖଣ୍ଡ ରୁ ସହ ସହ ସଂଖ୍ୟାରେ ମହିଳାମାନେ ପଂଜିକରଣ କରି ଥିଲେ l ଏହି କାର୍ଯ୍ୟକ୍ରମରେ ଡାକ୍ତର ଶ୍ରୀୟାଂଶୁ ରାଉତ ଡାକ୍ତର ଅଲୋକିତା ସାହୁ , ଆଦ୍ୟାଶା ପ୍ରଧାନ,ଶିଶୁ ରୋଗ ବିଶେଷଜ୍ଞ ଶ୍ବେତା ନାୟକ, ଦନ୍ତ ବିଭାଗ ଡାକ୍ତର ଶାନ୍ତି ସ୍ଵେଧl ଓ ଫାର୍ମାସିଷ୍ଟ ବିଶ୍ଵ ରଞ୍ଜନ ପାଳ,କାଳିଦାସ ମାରାଣ୍ଡି ଓ ଚିକିତ୍ସାଳୟର ସମସ୍ତ କର୍ମଚାରୀ ଓ ସିକ୍ୟୁରିଟି ଗାର୍ଡ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ଓ ଏହି କାର୍ଯ୍ୟକ୍ରମ ବିଷୟରେ ଉପଖଣ୍ଡ ଚିକିତ୍ସା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର ଓ ଲାବରଟରୀ ଟେକ୍ନିସିଆନ ସୁଚିତ୍ରା ସାହୁ କଣ କହିଛନ୍ତି
ଢେଙ୍କାନାଳ ଜିଲ୍ଲା ପ୍ରତିନିଧି ସନ୍ତୋଷ କୁମାର ମହାପାତ୍ରଙ୍କ ରିପୋର୍ଟ








