ବିହାର: ଚୂଡ଼ାନ୍ତ ଭୋଟର ତାଲିକାରେ ବାଦ୍‌ ପଡିଲେ ୬୮.୬୬ ଲକ୍ଷ ଭୋଟର

Spread the love

ଜେଏମଜେ ବ୍ୟୁରୋ : ନିର୍ବାଚନ କମିସନ୍‌ ଆଜି ବିହାରର ବହୁ ପ୍ରତୀକ୍ଷିତ ଓ ଚର୍ଚ୍ଚିତ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରିଛନ୍ତି। ସ୍ବତନ୍ତ୍ର  ଭୋଟର ତାଲିକା ସଂଶୋଧନ (ଏସ୍‌ଆଇଆର୍‌) ପରେ ପ୍ରକାଶିତ ଚୂଡ଼ାନ୍ତ ତାଲିକାରେ ନିର୍ବାଚନ କମିସନ୍‌ ୬୮.୬୬ ଲକ୍ଷ ଭୋଟରଙ୍କୁ ବାଦ୍‌ ଦେଇଛନ୍ତି। ବର୍ତ୍ତମାନ ବିହାରର ମୋଟ୍‌ ଭୋଟରଙ୍କ ସଂଖ୍ୟା ୭.୪୨ କୋଟିରେ ରହିଛି। ଏସ୍‌ଆଇଆର୍‌ ପୂର୍ବରୁ ଜୁନ୍‌ ୨୪ରେ ବିହାରରେ ଭୋଟରଙ୍କ ସଂଖ୍ୟା ୭.୮୯ କୋଟି ଥିଲା। ଅର୍ଥାତ୍‌ ଭୋଟରଙ୍କ ସଂଖ୍ୟା ପୂର୍ବା‌ପେକ୍ଷା ୬ ପ୍ରତିଶତ ହ୍ରାସ ପାଇଛି। ଚୂଡ଼ାନ୍ତ ଭୋଟର ତାଲିକା ଆଜି ପ୍ରକାଶ ପାଇବା ପରେ ବିହାର ବିଧାନସଭା ନିର୍ବାଚନ ପାଇଁ ଖୁବ୍‌ଶୀଘ୍ର ତାରିଖ ଘୋଷଣା ହେବ ବୋଲି ଆଶା କରାଯାଉଛି। 

ଉଲ୍ଲେଖଯୋଗ୍ୟ ଏସ୍ଆଇଆର୍‌ ଆରମ୍ଭ ହେବା ପୂର୍ବରୁ ଜୁନ୍‌ ୨୪ରେ ବିହାରରେ ଭୋଟରଙ୍କ ସଂଖ୍ୟା ୭.୮୯ କୋଟି ଥିଲା। ତେବେ ‌ସ୍ବତନ୍ତ୍ର ଭୋଟର ତାଲିକା ସଂ‌ଶୋଧନ ଅଭିଯାନରେ ୬୫ ଲକ୍ଷ ଭୋଟର ଏହି ତାଲିକାରୁ ବାଦ୍‌ ପଡ଼ିଥିଲେ। ମୃତ୍ୟୁ, ବାସସ୍ଥାନ ବଦଳାଇବା ଏବଂ ନକଲି ଭୋଟର କାରଣ ପାଇଁ ଏହା ହୋଇଥିଲା। ଅଗଷ୍ଟ ୧ରେ ଚିଠା ଏସ୍‌ଆଇଆର ତାଲିକା ଜାରି ହେବା ସମୟରେ ଭୋଟରଙ୍କ ସଂଖ୍ୟା ୭.୨୪ କୋଟି ଥିଲା। କିନ୍ତୁ ଏହାପରେ ଆରମ୍ଭ ହୋଇଥିବା ଆପତ୍ତି ଅଭିଯୋଗ ଏବଂ ଯାଞ୍ଚ ପ୍ରକ୍ରିୟାରେ ୩.୬୬ ଲକ୍ଷ ଭୋଟର ଅଯୋଗ୍ୟ ବିବେଚିତ ହେବାରୁ ସେମାନଙ୍କୁ ତାଲିକାରୁ ବାଦ୍‌ ଦିଆଯାଇଛି।  ଅନ୍ୟପକ୍ଷରେ ଏହି ପ୍ରକ୍ରିୟା‌ରେ ୨୧.୫୩ ଲକ୍ଷ ଭୋଟର ‌ଯୋଗ୍ୟ ବିବେଚିତ ହୋଇ ତାଲିକାରେ ଯୋଡ଼ି ହୋଇଛନ୍ତି। ପରିଶେଷରେ ତାଲିକାରୁ ୬୮.୬୬ ଲକ୍ଷ (୬୫ ଲକ୍ଷ ଓ ୩.୬୬ ଲକ୍ଷ) ଭୋଟର ବାଦ୍‌ ପଡ଼ିବା ଏବଂ ୨୧.୫୩ ଲକ୍ଷ ଭୋଟର ଯୋଡ଼ିହେବା ପରେ ରାଜ୍ୟରେ ଚୂଡ଼ାନ୍ତ ଭୋଟର ତାଲିକାରେ ମୋଟ୍‌ ଭୋଟରଙ୍କ ସଂଖ୍ୟା ୭.୪୨ କୋଟି ରହିଛି। ଜୁନ ୨୪ ସଂଖ୍ୟା ଓ  ସେପ୍ଟେମ୍ବର ୩୦ର ସଂଖ୍ୟାକୁ ଦେଖିଲେ ପ୍ରାୟ ୪୭ ଲକ୍ଷ ଭୋଟର ତାଲିକାରୁ ବାଦ୍‌ ପଡ଼ିଛନ୍ତି।

ନିର୍ବାଚନ କମିସନ କହିଛନ୍ତି ଯେ ଯଦି କୌଣସି ଯୋଗ୍ୟ ବ୍ୟକ୍ତି ଭୋଟର ତାଲିକାରେ ନିଜ ନାମ ସାମିଲ କରିବା ପାଇଁ ଆବେଦନ କରିବାକୁ ଚାହାନ୍ତି, ତେବେ ସେମାନେ ଆଗାମୀ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଶେଷ ତାରିଖର ୧୦ ଦିନ ପୂର୍ବରୁ ଏଥିପାଇଁ ଆବେଦନ କରିପାରିବେ। ନିର୍ବାଚନ ପ୍ରକ୍ରିୟା ଅକ୍ଟୋବର ମଧ୍ୟଭାଗରେ ଆରମ୍ଭ ହେବାର ସମ୍ଭାବନା ଅଛି ଏବଂ ପ୍ରଥମ ପର୍ଯ୍ୟାୟ ମତଦାନ ଅକ୍ଟୋବର ଶେଷ କିମ୍ବା ନଭେମ୍ବର ପ୍ରାରମ୍ଭ ଭାଗରେ ହୋଇପାରେ। ଏହା ବ୍ୟତୀତ, ଯଦି କୌଣସି ବ୍ୟକ୍ତି ଚୂଡ଼ାନ୍ତ ଭୋଟର ତାଲିକା ନିଷ୍ପତ୍ତିରେ ସନ୍ତୁଷ୍ଟ ନହୁଅନ୍ତି, ତେବେ ସେମାନେ ଜନ ପ୍ରତିନିଧିତ୍ୱ ଆଇନ ୧୯୫୦ର ଧାରା ୨୪ ଅନୁଯାୟୀ, ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିକଟରେ ପ୍ରଥମ ଆବେଦନ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦ୍ୱିତୀୟ ଆବେଦନ କରିପାରିବେ।

  • jmjnewso

    Related Posts

    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    Spread the love

    Spread the loveଆଉ ୩ ଦିନ ପରେ ମଞ୍ଚରେ ମଞ୍ଚସ୍ଥ ହୋଇଥାନ୍ତା ନାଟକ । ଗଣେଜ ପୂଜା ଉପଲକ୍ଷେ ନାଟକ ମଞ୍ଚସ୍ଥ ପାଇଁ ରିହର୍ସଲ ଚାଲିଥିବା ବେଳେ ଅଭାବନୀୟ ଘଟଣା ଘଟିଛି । ଦୁଇ ଯୁବକଙ୍କ ଛୁରାମାଡ଼ରେ ଜଣେ ଯାତ୍ରା କଳାକାରଙ୍କ…

    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    Spread the love

    Spread the loveଜେଏମଜେ ବ୍ୟୁରୋ : ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଖାଇ ପାଇଁ ସାରା ଅଞ୍ଚଳ ଉତ୍ସବମୁଖର । ଗାଁଠୁ ସହର, ସବୁଠି ଦେଖିବାକୁ ମିଳୁଛି ଆନନ୍ଦ ଓ ଉତ୍ସାହର ମାହୋଲ।ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ…

    Leave a Reply

    Your email address will not be published. Required fields are marked *

    You Missed

    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    • By jmjnewso
    • September 15, 2026
    • 22 views
    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    • By jmjnewso
    • September 15, 2026
    • 18 views
    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    • By jmjnewso
    • September 15, 2026
    • 27 views
    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    • By jmjnewso
    • September 14, 2026
    • 35 views
    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    • By jmjnewso
    • September 14, 2026
    • 40 views
    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ

    • By jmjnewso
    • September 14, 2026
    • 36 views
    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ