ପ୍ରବଳ ବର୍ଷା ରେ ଦକ୍ଷିଣ ଓଡିଶାର ବିଭିନ୍ନ ଜଗାରେ ସ୍ଥିତି ବେହାଲ

Spread the love

ଜେଏମଜେ ବ୍ୟୁରୋ : ବଙ୍ଗୋପସାଗରରେ ସକ୍ରିୟ ଗଭୀର ଅବପାତ ପ୍ରଭାବରେ ଲାଗି ରହିଛି ପ୍ରବଳ ବର୍ଷା । ଗତ ରାତିରୁ ଭୀଷଣ ବର୍ଷା ହେଉଥିବା ବେଳେ ଦକ୍ଷିଣ ଓଡ଼ିଶାର ସ୍ଥିତି ବେହାଲ୍ ହୋଇ ପଡ଼ିଛି । କେଉଁଠି ଟ୍ରେନ୍‌ ଟ୍ରାକ୍‌କୁ ପଥର ଖଣ୍ଡ ଖସି ପଡ଼ିଛି ତ ଆଉ କେଉଁଠି ଜାତୀୟ ରାଜପଥ ପୋଲ ଉପରେ ପାଣି ଚାଲୁଛି ।

ରାତିରୁ ରାୟଗଡ଼ା ସହ କୋରାପୁଟ ଜିଲ୍ଲାରେ ଭୀଷଣ ବର୍ଷା ସହ ପବନ ଲାଗି ରହିଛି । ଲଗାଣ ବର୍ଷା ହେଉଥିବା ବେଳେ ଟ୍ରେନ୍‌ ଟ୍ରାକ୍‌ ଉପରକୁ ବଡ଼ ବଡ଼ ପଥର ଖଣ୍ଡ ଖସିଛି । କୋରାପୁଟ ଷ୍ଟେସନ ଏବଂ ନାଲକୋ ଦାମନଯୋଡି ଷ୍ଟେସନ ମଝିରେ ଥିବା ଡୁମୁରିପୁଟ ଷ୍ଟେସନ ନିକଟ ପାହାଡ଼ରୁ ପଥର ଖଣ୍ଡ ଧସିବା ଫଳରେ କୋରାପୁଟ-ରାୟଗଡ଼ା ମଧ୍ୟରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ସେପଟେ କୋରାପୁଟର ଚାବେରୀ ନଦୀ ଅସ୍ଥାୟୀ ପୋଲ ଉପରେ ୫ ଫୁଟ୍‌ର ପାଣି ପ୍ରବାହିତ ହେଉଛି । କୋରାପୁଟ ରାୟଗଡ଼ାକୁ ସଂଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜପଥର ବଙ୍ଗଳାଗୁଡ଼ା ନିକଟ ଅସ୍ଥାୟୀ ପୋଲ ଉପରେ ପାଣି ଚାଲୁଛି । ଫଳରେ କୋରାପୁଟ-ରାୟଗଡ଼ା ମଧ୍ୟରେ ବନ୍ଦ ରହିଛି ଗାଡ଼ି ଚଳାଚଳ ।

ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ଵରେ ଅଟକି ରହିଛି ଅନେକ ଗାଡ଼ି । ପୋଲ ଉପରେ ପାଣି ଚାଲିଥିବାରୁ ସୀମାନ୍ତ ଛତିଶଗଡ଼, ଆନ୍ଧ୍ର ସହ ଗଞ୍ଜାମ, ଗଜପତି, ମାଲକାନାଗିରି , ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାବାସୀ ପ୍ରଭାବିତ ହୋଇଛନ୍ତି । ଅସ୍ଥାୟୀ ପୋଲ ଉପରେ ପାଣି ପ୍ରବାହିତ ଯୋଗୁଁ ପ୍ରାୟ ୨୫ କିମି ଅଧିକ ଯାତ୍ରା କରିବାକୁ ପଡୁଛି ।ସେହିଭଳି ଗଜପତି ଜିଲ୍ଲା ମୋହନାରେ ପ୍ରବଳ ବର୍ଷାରେ ଗଛ ଭାଙ୍ଗି ଜାତୀୟ ରାଜପଥ ଅବରୋଧ ହୋଇଛି । ରା.ଉଦୟଗିରି ବ୍ଲକ ପରିସଲ ପଞ୍ଚାୟତ ନିକଟରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି । ଫଳରେ ଉଭୟ ପାର୍ଶ୍ଵରେ ଅନେକ ଗାଡ଼ି ମଟର ଅଟକି ରହିଛି ।

ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ତୁହାକୁ ତୁହା ବର୍ଷା ସହ ପବନ ଲାଗି ରହିଛି । ଖଲ୍ଲିକୋଟ ବ୍ଲକ କହ୍ନେଇଁପୁର ନିକଟରେ ବିରାଟ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିଲା । ଦିଗପହଣ୍ଡି ବ୍ଲକ ଘୋଡ଼ାହାଡ଼ ଡ୍ୟାମରେ ଜଳସ୍ତର ବଢ଼ିବାରେ ଲାଗିଛି । ସକାଳ ୬ଟାରୁ ସାଢେ ୧୧ଟା ମଧ୍ୟରେ ଡ୍ୟାମ ଅଞ୍ଚଳରେ ୩୮ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।ବର୍ଷାକୁ ଦୃଷ୍ଟିରେ ରଖି ଦିଗପହଣ୍ଡି ବ୍ଲକ ଘୋଡାହାଡ଼ ଡ୍ୟାମରୁ ସ୍ପିଲ୍ ୱେ ମୁଖ୍ୟ ଫାଟକ ଦେଇ ନଦୀ ମଧ୍ୟକୁ ପାଣି ଛଡ଼ା ଯାଇପାରେ ବୋଲି ଘୋଡାହାଡ଼ ଜଳସେଚନ ଉପବିଭାଜନ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ଡ୍ୟାମ ଜଳଧାରଣ କ୍ଷମତା ୧୧୭.୮୦ ମିଟର ରହିଥିବା ବେଳେ ବର୍ତ୍ତମାନ ଜଳଭଣ୍ଡାରରେ ୭୬ ପ୍ରତିଶତ ଅର୍ଥାତ୍ ୧୧୫.୪୨ ମିଟର ପାଣି ଗଚ୍ଛିତ ରହିଛି ।

  • jmjnewso

    Related Posts

    ଅକ୍ଟୋବରରୁ ବଢ଼ିପାରେ ବାତ୍ୟା ବିପଦ, ୩ ମାସରେ ୩ ବାତ୍ୟା ସମ୍ଭାବନା

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଅକ୍ଟୋବରରୁ ବଢ଼ିପାରେ ବାତ୍ୟା ବିପଦ । ଆସନ୍ତା ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୩ ବାତ୍ୟା ସମ୍ଭାବନା । ଇସ୍ରୋର ସ୍ପେସ୍ ଆପ୍ଲିକେସନ୍ସ ସେଣ୍ଟରର ଆକଳନ ଅନୁସାରେ, ଏହି ତିନି ମାସ ମଧ୍ୟରେ…

    ଇସ୍ରୋର ଭୟଙ୍କର ଚେତାବନୀ, ଓଡ଼ିଶାକୁ ମାଡ଼ିଆସୁଛି ୩ଟି ସୁପର ସାଇକ୍ଲୋନ

    Spread the love

    Spread the loveଜେଏମଜେ ବ୍ୟୁରୋ : ମାଡ଼ି ଆସିବ ମହାବାତ୍ୟା ! ୧୯୯୯ ଠୁ ବି ହେବ ଭୟଙ୍କର। ନିମିଷକେ ସବୁ ହୋଇଯିବ ଛାରଖାର। ମାଡ଼ିଆସିବ ସମୁଦ୍ର ଜୁଆର। କିଛି ଏମିତି ଘଟିପାରେ ଭାରତର ପୂର୍ୱ ଉପକୂଳରେ । କାରଣ ବର୍ଷ…

    Leave a Reply

    Your email address will not be published. Required fields are marked *

    You Missed

    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    • By jmjnewso
    • September 15, 2026
    • 24 views
    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    • By jmjnewso
    • September 15, 2026
    • 20 views
    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    • By jmjnewso
    • September 15, 2026
    • 30 views
    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    • By jmjnewso
    • September 14, 2026
    • 36 views
    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    • By jmjnewso
    • September 14, 2026
    • 41 views
    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ

    • By jmjnewso
    • September 14, 2026
    • 41 views
    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ