ଜେଏମଜେ ବ୍ୟୁରୋ : ଗଂଜାମ ଜିଲ୍ଲା ଖଲ୍ଲିକୋଟରେ ବଡ଼ ଘାଟିରେ ଓଲଟିଲା ଆମ୍ବୁଲାନ୍ସ । ସେଥିରେ ଥିବା ୪ଜଣ ଗୁରୁତର ହୋଇଛନ୍ତି । ତାମିଲନାଡରୁ ଆସିଥିବା ଆମ୍ବୁଲାନ୍ସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ୪ ଗୁରୁତରଙ୍କୁ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି । ଆମ୍ବୁଲାନ୍ସଟି ଚେନ୍ନାଇରୁ ମୃତଦେହ ନେଇ ପଶ୍ଚିମବଙ୍ଗ ଯାଉଥିବା ବେଳେ ଅଘଟଣ ଘଟିଛି ।ତେବେ ଆମ୍ବୁଲାନ୍ସଟି ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରୁ ମୃତଦେହ ନେଇ ପଶ୍ଚିମବଙ୍ଗ ଯାଉଥିବା ସୂଚନା ମିଳିଛି ।






