ଟ୍ରାଫିକ ନିୟମ ଉଲ୍ଲଂଘନକାରୀ ଜରିମାନା ନଦେଲେ ବାତିଲହେବ RC

Spread the love

ଜେଏମଜେ ବ୍ୟୁରୋ : ଟ୍ରାଫିକ ନିୟମ ଭାଙ୍ଗିଲେ ନିସ୍ତାର ନାହିଁ । ଜରିମାନା ନଦେଇ ବର୍ତ୍ତିପାରିବେନି ଅମାନିଆ । ଆଗ ଆରସି ବାତିଲ ହେବ । ବାରମ୍ବାର ଟ୍ରାଫିକ ନିୟମ ଭାଙ୍ଗିଲେ ଗାଡିକୁ ଅଧରାସ୍ତାରେ ଉଠାଇନେବେ ଟ୍ରାଫିକ ପୁଲିସ । ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କୁ ସାବାଡ କରିବାକୁ କଠୋର ହେଉଛି କେନ୍ଦ୍ର ।ଟ୍ରାଫିକ ନିୟମ ଭାଙ୍ଗି ବେଫିକର ବୁଲୁଛନ୍ତି ଉଲ୍ଲଂଘନକାରୀ।

ଜରିମାନା କଟିଲେ ବି ଖାତିର ନଥିଲା। କିନ୍ତୁ ଏବେ ଆଉ ନିସ୍ତାର ମିଳିବନି। ଜରିମାନା ନଦେଲେ ଆଗକୁ ଆରସି ହେବ ବାତିଲ। କିଛି ଏଭଳି କଠୋର ଆଭିମୁଖ୍ୟ ଆପଣାଇବାକୁ ଯାଉଛନ୍ତି କେନ୍ଦ୍ର ସରକାର। ପୂର୍ବ ମୋଟରଯାନ ଆଇନରେ ସଂଶୋଧନ ଆଣି ଚିଠା ପ୍ରସ୍ତାବ ବିଜ୍ଞପ୍ତି ଜାରି କରାଯାଇଛି। ଏନେଇ ମତାମତ ମିଳିବା ପରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିବ କେନ୍ଦ୍ର ସଡ଼କ ପରିବହନ ବିଭାଗ। ଚାଲାଣ କଟିବାର ୪୫ ଦିନ ମଧ୍ୟରେ ଅପିଲ କରିପାରିବେ ଗାଡିଚାଳକ। ଏଥିପାଇଁ ଗାଡି ମାଲିକଙ୍କୁ ଅପିଲେଟ୍ ଅଥରିଟିକୁ ଯିବାକୁ ପଡିବ। ଅପିଲେଟ୍ ଅଥରିଟି ଅଭିଯୋଗ ଉପରେ ରାୟ ଦେଲେ କୋର୍ଟରେ ଆବେଦନ କରିବାକୁ ୭ ଦିନର ସମୟ ଉଲ୍ଲଘଂନକାରୀଙ୍କୁ ଦିଆଯିବ। ହେଲେ ଜରିମାନା ନଦେଲେ କିମ୍ବା ଅପିଲେଟ୍ ଅଥରିଟିକୁ ନଗଲେ ଗାଡି ଆରସି ବାତିଲ ହେବ।

ଅପିଲେଟ୍ ଅଥରିଟି ଦାୟିତ୍ବରେ ଜଣେ ଡେପୁଟି କମିସନର ରାଙ୍କର ଅଧିକାରୀ ରହିବେ। ଯିଏ ଇ-ଚାଲାଣ ସଂକ୍ରାନ୍ତ ଅଭିଯୋଗର ଶୁଣାଣି କରିବେ। ଏହାବାଦ୍ ୫ ଥରରୁ ଅଧିକ ଚାଲାଣ କଟିଥିବା ଗାଡିକୁ ରାସ୍ତାରୁ ଜବତ କରାଯାଇପାରିବ। ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ କଟିଥିବା ଚାଲାଣ ମଧ୍ୟ ଦେବାକୁ ପଡ଼ିବ। କେବଳ ରାସ୍ତାରେ ଲାଗିଥିବା କ୍ୟାମେରା ନୁହେଁ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଫଟୋ ଯେ କେହି ବି ଦେଲେ କଟିବ ଚାଲାଣ। ଯାହାଦ୍ବାରା ଟ୍ରାଫିକ ନିୟମକୁ କେବଳ କଡାକଡି କରାଯିବନି ବରଂ ଅମାନିଆ ଚାଳକ ମଧ୍ୟ ସାବାଡ ହେବେ।

ଦିନକୁ ଦିନ ବଢୁଛି ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ପ୍ରାର୍ଦୁଭାବ । ଯେଉଁଥିପାଇଁ ଦୁର୍ଘଟଣା ସଂଖ୍ୟା ବଢି ଚାଲିଛି । ଏବେ ଏଥିରେ ବ୍ରେକ ଦେବାକୁ କଠୋର ହୋଇଛନ୍ତି କେନ୍ଦ୍ର ସରକାର ।

  • jmjnewso

    Related Posts

    ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ ନେଇଛି। ଫଳରେ ବାତ୍ୟା ଆଶଙ୍କ…

    ପଞ୍ଚାୟତରୁ ପୁରୀ: ଆରମ୍ଭ ହେଲା ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’

    Spread the love

    Spread the loveଭୁବନେଶ୍ୱରଜେଏମଜେ : ରାଜ୍ୟର ଅର୍ଥନୈତିକ ଦୃଷ୍ଟିରୁ ପଛୁଆ ବର୍ଗର ଲୋକଙ୍କୁ ମାଗଣାରେ ଶ୍ରୀକ୍ଷେତ୍ର ଦର୍ଶନ କରାଇବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’ର ଶୁଭାରମ୍ଭ କରିଛନ୍ତି । ରବିବାର ଦିନ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା ମହିଳା…

    Leave a Reply

    Your email address will not be published. Required fields are marked *

    You Missed

    ଆଜି ଠାରୁ ଖୋର୍ଦ୍ଧା ଜିଲ୍ଲାର ସବୁ ସ୍କୁଲ ତିନିଦିନ ଛୁଟି, ବନ୍ଦ ରହିବ ଅଙ୍ଗନବାଡ଼ି

    • By jmjnewso
    • September 22, 2026
    • 26 views
    ଆଜି ଠାରୁ ଖୋର୍ଦ୍ଧା ଜିଲ୍ଲାର ସବୁ ସ୍କୁଲ ତିନିଦିନ ଛୁଟି, ବନ୍ଦ ରହିବ ଅଙ୍ଗନବାଡ଼ି

    ଗଞ୍ଜାମ ଜିଲ୍ଲାରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା

    • By jmjnewso
    • September 21, 2026
    • 33 views
    ଗଞ୍ଜାମ ଜିଲ୍ଲାରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା

    ରାଜ୍ୟରେ ସରିଲା ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ : ବାଦ ପଡିଲେ ୨୦ ଲକ୍ଷ ୫୬ ହଜାର ଭୋଟର

    • By jmjnewso
    • September 21, 2026
    • 33 views
    ରାଜ୍ୟରେ ସରିଲା ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ : ବାଦ ପଡିଲେ ୨୦ ଲକ୍ଷ ୫୬ ହଜାର ଭୋଟର

    ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌

    • By jmjnewso
    • September 21, 2026
    • 38 views
    ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌

    ସ୍କୁଟି ସହ ୮ କେଜି ଗଞ୍ଜେଇ ଜବତ,ଜଣେ ଗିରଫ

    • By jmjnewso
    • September 21, 2026
    • 37 views
    ସ୍କୁଟି ସହ ୮ କେଜି ଗଞ୍ଜେଇ ଜବତ,ଜଣେ ଗିରଫ

    ସାବିତ୍ରୀ ବାଇ ମହିଳା ମହା ସଙ୍ଘର ବିକ୍ଷୋଭ

    • By jmjnewso
    • September 21, 2026
    • 37 views
    ସାବିତ୍ରୀ ବାଇ ମହିଳା ମହା ସଙ୍ଘର ବିକ୍ଷୋଭ