ପୁରୁଷୋତ୍ତମପୁର ଖଣ୍ଡ ରାଷ୍ଟ୍ରୟ ସ୍ୱୟଂ ସେବକ ସଂଘ ର ସତ ବାର୍ଷିକୀ ପାଳନ

Spread the love


ପୁରୁଷୋତ୍ତମପୁର : (ଜେଏମଜେନ୍ୟୂଜ ): ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପୁରୁଷୋତ୍ତମପୁର ଖଣ୍ଡ ତରଫରୁ ମହା ଆଡମ୍ବରରେ ବିଜୟା ଦଶମୀ ଓ ସତବlର୍ଷିକୀ
ଉତ୍ସବ ପାଳନ ହୋଇ ଯାଇଛି l ଉକ୍ତ ଉତ୍ସବ ରେ ବ୍ରlହ୍ମଣ ଶାସନ, ଆଙ୍ଗୁ, ବାଘଳା, ଷୋଳଘର, ଜାମୁନି, ଗାଗନା ପୁର, ପାଣ୍ଡିଆ ଭୀମପୁର, କୋଳାସିଙ୍ଗି, ଚାଟମୁଣ୍ଡଲି, ରାଣୀ ଗାଁ ପ୍ରତାପୁର, ଜଳେଶ୍ୱର ଖଣ୍ଡି ପ୍ରଭୁତି ଗ୍ରାମରୁ ଶତାଧିକ ସ୍ୱୟଂ ସେବକ ଦିନକ ପୂର୍ବରୁ ଉପସ୍ଥିତ ରହି ଉତ୍ସବ ପାଇଁ ପ୍ରସ୍ତୁତି କରିଥିଲେ. ପୂର୍ଣ୍ଣ ଗଣବେଶ ରେ ସ୍ଥାନୀୟ କାଳୀମନ୍ଦିର ଛକ ଠାରୁ ସଞ୍ଚଳନ ଆରମ୍ଭ କରି ଘୋଷ ବାଦ୍ୟ ସହ ନଗର ଭ୍ରମଣ ଆରମ୍ଭ କରିଥିଲେ l ସ୍ୱୟଂ ସେବକ ମାନଙ୍କ ସହ ଭାରତୀୟ ଜନତା ପାର୍ଟି ର ଅନ୍ୟତମ ରାଜ୍ୟ କାର୍ଯ୍ୟ କlରି ସଭାପତି ଅରୁଣ ପଣ୍ଡା ଓ ସାଥି ମାନେ ସଞ୍ଚଳନ ରେ ବାହାରିଥିଲେ l ଓ ଯୁବ ନେତା ସୀତାରାମ ପାଣିଗ୍ରାହୀ ନିଜର ଦୁଇଶହ ଅନୁଗାମୀ ମାନଙ୍କ ସହ ମୋଟର ସାଇକେଲ ଧରି ସ୍ୱୟଂ ସେବକ ମାନଙ୍କୁ ଅନୁସରଣ କରି ନଗର ପରିକ୍ରମା କରିଥିଲେ. ଏବଂ ସ୍ଥାନୀୟ ସରସ୍ବତୀ ଶିଶୁ ମନ୍ଦିର ନିକଟରେ ବୌଦ୍ଧିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

ମୁଖ୍ୟ ଶିକ୍ଷକ ଭାବେ ଶିବରାମ ଭାଇ ସଂଘ ପ୍ରାର୍ଥନା କରିଥିବା ବେଳେ ନିବାସ ଭାଇ ଧ୍ବଜାରୋପଣ କରିଥିଲେ। ଉକ୍ତ ଉତ୍ସବ ରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ର ଗଞ୍ଜାମ ବିଭାଗ ସଂଘ ଚାଳକ ଭଗବାନ ତ୍ରିପାଠୀ ମୁଖ୍ୟ ବକ୍ତା ଭାବରେ ଉପସ୍ଥିତ ରହିଥିଲେ। ସ୍ୱୟଂ ସେବକ ମାନେ ମୁଖ୍ୟ ବକ୍ତଙ୍କ ସମ୍ମୁଖରେ ନିଜ ନିଜର ଆସନ, ଯୋଗ, ନିୟୁଦ୍ଧ ଇତ୍ୟାଦି ପରାକାଷ୍ଠା ପ୍ରତିପାଦନ କରିଥିଲେ। ଦୀନବନ୍ଧୁ ଭାଇ ସଭାପତି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ମୁଖ୍ୟ ବକ୍ତା ଭାବେ ଭଗବାନ ଭାଇ ସଂଘର ସଂସ୍ଥାପକ ଡ. କେଶବ ବଳିରାମ ହେଡ଼ଗାୱାର ଜୀ ଙ୍କର ରାଷ୍ଟ୍ର ଭକ୍ତି, ହିନ୍ଦୁ ସମାଜ କୁ ସଂଗଠିତ କରିବାରେ ତାଙ୍କର ଭୂମିକା ଓ ଆଜି ଭଳି ୧୯୨୫ ମସିହା ବିଜୟା ଦଶମୀ ଅବସରରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ର ଗଠନ ସମ୍ବନ୍ଧରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ।

  • jmjnewso

    Related Posts

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟରେ ଭିତ୍ତିଭୂମି ବିକାଶ କାର୍ଯ୍ୟର ମନ୍ଥର ଗତିକୁ ନେଇ ବ୍ୟାପକ ଅସନ୍ତୋଷ ମଧ୍ୟରେ, ବର୍ତ୍ତମାନ ଖୋଦ ଶାସକ ଦଳର ତିନିଜଣ ପ୍ରଭାବଶାଳୀ ସାଂସଦ ସରକାରଙ୍କ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ବଲାଙ୍ଗୀର…

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    Spread the love

    Spread the loveଜେଏମଜେ ବ୍ୟୁରୋ : ସରକାରୀ କାମରେ ବଡ଼ ଗଡ଼ବଡ଼ର ଅଭିଯୋଗ । ଚିଠି ଲେଖି ଅସନ୍ତୋଷ ଝାଡ଼ିଲେ ତିନି ସାଂସଦ । ସଙ୍ଗୀତା ସିଂଦେଓ, ବଳଭଦ୍ର ମାଝୀ,ଓ ପାଣିଗ୍ରାହୀଙ୍କ ଚିଠି । ତେବେ ଚିଠିରେ କେଉଁ ସାଂସଦ କଣ…

    Leave a Reply

    Your email address will not be published. Required fields are marked *

    You Missed

    କବିସୂର୍ଯ୍ୟନଗର ରେ ସେବା ସଂକଳ୍ପ ଅଭିଯାନ

    • By jmjnewso
    • September 17, 2026
    • 27 views
    କବିସୂର୍ଯ୍ୟନଗର ରେ ସେବା ସଂକଳ୍ପ ଅଭିଯାନ

    ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କଲେ କେନ୍ଦ୍ର ସରକାର

    • By jmjnewso
    • September 17, 2026
    • 31 views
    ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କଲେ କେନ୍ଦ୍ର ସରକାର

    ଦାନା ବାନ୍ଧିଲାଣି ଲଘୁଚାପ :ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବା ସମ୍ଭାବନା

    • By jmjnewso
    • September 17, 2026
    • 23 views
    ଦାନା ବାନ୍ଧିଲାଣି ଲଘୁଚାପ :ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବା ସମ୍ଭାବନା

    ପୁଣି 22 କୁ ଘୁଞ୍ଚିଲା DGP ମାମଲାର ସୁପ୍ରିମକୋର୍ଟରେ ଶୁଣାଣି

    • By jmjnewso
    • September 17, 2026
    • 19 views
    ପୁଣି 22 କୁ ଘୁଞ୍ଚିଲା DGP ମାମଲାର ସୁପ୍ରିମକୋର୍ଟରେ ଶୁଣାଣି

    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    • By jmjnewso
    • September 16, 2026
    • 41 views
    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    • By jmjnewso
    • September 16, 2026
    • 34 views
    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍