ଆସନ୍ତାକାଲି କଟକ ବନ୍ଦ: ଡାକରା ଦେଇଛି ବିଶ୍ୱ ହିନ୍ଦୁ ପରିଷଦ: ବନ୍ଦ ପୂର୍ବରୁ ପୁଲିସର ଫ୍ଲାଗମାର୍ଚ୍ଚ

Spread the love

ଜେଏମଜେ ବ୍ୟୁରୋ : କଟକରେ ଦୁର୍ଗାପୂଜା ଭସାଣ ବେଳେ ଗଣ୍ଡଗୋଳ ମାମଲାରେ ଫେରୁଛି ଶାନ୍ତି । ତଥାପି ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି ପୁଲିସ । ଗଣ୍ଡଗୋଳ ହୋଇଥିବା ସ୍ଥାନରେ ଆଜି ପୁଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି । ସେପଟେ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବିରେ କାଲି କଟକ ବନ୍ଦ ଡାକରା ଦେଇଛି ବିଶ୍ୱ ହିନ୍ଦୁ ପରିଷଦ ।

କଟକରେ ଦୁର୍ଗାପୂଜା ଭସାଣ ବେଳେ ଗୋଷ୍ଠୀ ସଂଘର୍ଷ ପରେ ଫେରୁଛି ଶାନ୍ତି । ପରିସ୍ଥିତି ଶାନ୍ତ ରହିଥିଲେ ବି ତୀକ୍ଷ୍ଣ ନଜର ରଖିଛି ପୁଲିସ । ଗଣ୍ଡଗୋଳ ହୋଇଥିବା ସ୍ଥାନ ହାତୀପୋଖରୀ ଓ ଦରଘା ବଜାରରେ ପୁଲିସ, ବିଏସ୍‌ଏଫ୍ ଏବଂ ସିଆରପିଏଫ୍ ଯବାନ ମିଳିତ ଭାବେ ଫ୍ଲାଗମାର୍ଚ କରିଛନ୍ତି । ଏପରିକି ସାହି ଗଳିରେ କ୍ୟାମ୍ପ୍‌ ଲଗାଇ ଡେରା ପକାଇଛି ପୁଲିସ । ଏପଟେ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବିରେ କାଲି କଟକ ବନ୍ଦ ଡାକରା ଦେଇଛି ବିଶ୍ୱ ହିନ୍ଦୁ ପରିଷଦ । ବନ୍ଦ ଡାକରା ପୂର୍ବରୁ ଭିଏଚ୍‌ପି ପକ୍ଷରୁ ବିଦ୍ୟାଧରପୁରରୁ ଏକ ବାଇକ୍ ଶୋଭାଯାତ୍ରା ବାହାରିଛି ।

ଗଣ୍ଡଗୋଳ ଘଟଣାକୁ କଟକ କଦମ ରସୁଲ ସାହି ମୁରବୀ ମାନେ ନିନ୍ଦା କରିଛନ୍ତି । ଯେଉଁମାନେ ଏ କାଣ୍ଡରେ ସଂପୃକ୍ତ, ସେମାନଙ୍କୁ ତୁରନ୍ତ ଗିରଫ କରାଯାଉ । କିନ୍ତୁ ଅପପ୍ରଚାର କରି କଟକର ଭାଇଚାରାକୁ ନଷ୍ଟ କରାନଯାଉ ବୋଲି ସାହି ମୁରବୀ କହିଛନ୍ତି । କଟକ ଜିଲ୍ଲା ବିଜେପି ମଧ୍ୟ ଘଟଣାକୁ ନିନ୍ଦା କରିବା ସହ ଗିରଫ ୬ ଜଣଙ୍କ ବିରୋଧରେ ଏନ୍‌ଏସ୍‌ଏ ଲଗାଇବାକୁ ଦାବି କରିଛି । କିଛି ଗୋଷ୍ଠୀ କଟକର ଭାଇ ଚାରାକୁ ନଷ୍ଟ କରିବାକୁ ଉଦ୍ୟମ କରୁଛନ୍ତି । ସହରରୁ ରୋହିଙ୍ଗ୍ୟାଙ୍କୁ ତଡ଼ିବା ସହ ଜବରଦଖଲ ଉଚ୍ଛେଦ କରିବାକୁ ବିଜେପି ଦାବି କରିଛି । ଭସାଣ ଦିନ କଟକ ହାତୀପୋଖରୀ ଓ ଦରଘା ବଜାର ଅଞ୍ଚଳରେ ହିଂସାକାଣ୍ଡ ହୋଇଥିଲା । ଏଥିରେ ୬ ଜଣଙ୍କ ସହ କଟକ ଡିସିପି ମଧ୍ୟ ଆହତ ହୋଇଥିଲେ ।

  • jmjnewso

    Related Posts

    ଆଜି ଠାରୁ ଖୋର୍ଦ୍ଧା ଜିଲ୍ଲାର ସବୁ ସ୍କୁଲ ତିନିଦିନ ଛୁଟି, ବନ୍ଦ ରହିବ ଅଙ୍ଗନବାଡ଼ି

    Spread the love

    Spread the loveଜେଏମଜେ ବ୍ୟୁରୋ : ଆଜି ଠାରୁ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ବିଦ୍ୟାଳୟ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ବନ୍ଦ ରହିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି।…

    ଗଞ୍ଜାମ ଜିଲ୍ଲାରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା

    Spread the love

    Spread the loveଛତ୍ରପୁର :ଜେଏମଜେ ନ୍ୟୁଜ :ଗଞ୍ଜାମ ଜିଲ୍ଲାରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଜିଲ୍ଲାର ୧୩ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ମୋଟ ୨୮,୧୦,୯୫୧ ଜଣ ଭୋଟର ସ୍ଥାନ ପାଇଥିବାବେଳେ ୧୮-୧୯ ବର୍ଷ ବୟସର ୧୯,୮୪୯ ଜଣ ଯୁବ ଭୋଟର ନାମ…

    Leave a Reply

    Your email address will not be published. Required fields are marked *

    You Missed

    ଆଜି ଠାରୁ ଖୋର୍ଦ୍ଧା ଜିଲ୍ଲାର ସବୁ ସ୍କୁଲ ତିନିଦିନ ଛୁଟି, ବନ୍ଦ ରହିବ ଅଙ୍ଗନବାଡ଼ି

    • By jmjnewso
    • September 22, 2026
    • 26 views
    ଆଜି ଠାରୁ ଖୋର୍ଦ୍ଧା ଜିଲ୍ଲାର ସବୁ ସ୍କୁଲ ତିନିଦିନ ଛୁଟି, ବନ୍ଦ ରହିବ ଅଙ୍ଗନବାଡ଼ି

    ଗଞ୍ଜାମ ଜିଲ୍ଲାରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା

    • By jmjnewso
    • September 21, 2026
    • 33 views
    ଗଞ୍ଜାମ ଜିଲ୍ଲାରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା

    ରାଜ୍ୟରେ ସରିଲା ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ : ବାଦ ପଡିଲେ ୨୦ ଲକ୍ଷ ୫୬ ହଜାର ଭୋଟର

    • By jmjnewso
    • September 21, 2026
    • 35 views
    ରାଜ୍ୟରେ ସରିଲା ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ : ବାଦ ପଡିଲେ ୨୦ ଲକ୍ଷ ୫୬ ହଜାର ଭୋଟର

    ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌

    • By jmjnewso
    • September 21, 2026
    • 41 views
    ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌

    ସ୍କୁଟି ସହ ୮ କେଜି ଗଞ୍ଜେଇ ଜବତ,ଜଣେ ଗିରଫ

    • By jmjnewso
    • September 21, 2026
    • 37 views
    ସ୍କୁଟି ସହ ୮ କେଜି ଗଞ୍ଜେଇ ଜବତ,ଜଣେ ଗିରଫ

    ସାବିତ୍ରୀ ବାଇ ମହିଳା ମହା ସଙ୍ଘର ବିକ୍ଷୋଭ

    • By jmjnewso
    • September 21, 2026
    • 39 views
    ସାବିତ୍ରୀ ବାଇ ମହିଳା ମହା ସଙ୍ଘର ବିକ୍ଷୋଭ