କଟକରେ ଆରମ୍ଭ ହେଲା ଇଣ୍ଟରନେଟ ସେବା, ଫେରୁଛି ସ୍ୱାଭାବିକ ସ୍ଥିତି

Spread the love

କଟକ:(ଜେଏମଜେ ନ୍ୟୁଜ): କଟକରେ ଆରମ୍ଭ ହେଲା ଇଣ୍ଟରନେଟ ସେବା । ୪୮ ଘଣ୍ଟା ଧରି ବନ୍ଦ ଥିଲା ଇଣ୍ଟରନେଟ। ସନ୍ଧ୍ୟା ୭ଟା ରୁ ପୁଣି ଇଣ୍ଟରନେଟ ସେବା ଆରମ୍ଭ ହୋଇଛି କଟକ ସହରରେ। କଟକରେ ଲାଗି ରହିଥିବା ଉତ୍ତେଜନା ପାଇଁ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଥିଲା। କର୍ଫ୍ୟୁ ଆଜି ଦିନ ୧୦ଟାରୁ ହଟି ସାରିଥିବା ବେଳେ ଆଜି ସନ୍ଧ୍ୟା ୭ରୁ ଇଣ୍ଟରନେଟ ସେବା ମଧ୍ୟ ଆରମ୍ଭ ହୋଇଛି। ଇଣ୍ଟରନେଟ୍‌ ଉପରେ କଟକଣା ଉଠିବା ନେଇ ପ୍ରଶାସନ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।

ଧୀରେ ଧୀରେ ସ୍ୱାଭାବିକ ସ୍ଥିତିକୁ ଫେରୁଛି କଟକ। ତେବେ ଇଣ୍ଟରନେଟ ଚାଲିବା ପରେ କଟକରେ ଖୁସି ଖେଳି ଯାଇଛି। କାରଣ ଦୈନନ୍ଦିନ ଜୀବନରେ ବେଶ ଆବଶ୍ୟକ ଇଣ୍ଟର୍ନେଟ। ସକାଳୁ ଉଠିବା ଠୁ ଆରମ୍ଭ କରି ଶୋଇବା ପର୍ଯ୍ୟନ୍ତ ନେଟର ଆବଶ୍ୟକତା ପ୍ରତ୍ୟକ ଜୀବନରେ ଯେପରି ଏକ ଅଙ୍ଗ ପାଲଟି ଯାଇଛି। ତେଣୁ ୪୮ ଘଣ୍ଟା ନେଟ ବନ୍ଦ ରହିବା ଅନ୍ଧକାରରେ ରହିବା ସମାନ ବୋଲି କହିଛନ୍ତି କଟକ ବାସୀ।

ଗୋଷ୍ଠୀ ବିବାଦ ଘଟଣା ନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ଗତ ୫ ତାରିଖ ସନ୍ଧ୍ୟାରେ ବଡ଼ ପଦକ୍ଷେପ ନେଇଥିଲା। ପୁଲିସ ୩୬ ଘଣ୍ଟା ପାଇଁ କଟକର ୧୩ଟି ଥାନା ଅଞ୍ଚଳର କିଛି ସ୍ଥାନରେ କର୍ଫ୍ୟୁ ଜାରି କରିଥିଲା। କର୍ଫ୍ୟୁ ଜାରି କରାଯାଇଥିବା ଅଞ୍ଚଳଗୁଡ଼ିକ ହେଲା ଦରଘାବଜାର, ମଙ୍ଗଳବାଗ, କ୍ୟାଣ୍ଟନମେଣ୍ଟ, ଲାଲବାଗ, ସିଡିଏ-୨, ପୁରୀଘାଟ, ଜଗତପୁର, ମର୍କତନଗର, ବାଦାମବାଡ଼ି, ବୟ‌ାଳିସମୌଜା, ସଦର, ବିଡ଼ାନାସୀ, ମାଲଗୋଦାମ ଥାନା ଅଧୀନରେ ଥିବା କିଛି ଅଞ୍ଚଳ। ଆଜି ସକାଳୁ କର୍ଫ୍ୟୁ ଉଚ୍ଛେଦ କରାଯାଇଥିଲା। କର୍ଫ୍ୟୁ ଜାରି ସମୟରେ ଜରୁରୀକାଳୀନ ସେବାକୁ କୋହଳ କରାଯାଇଥିଲା। କିନ୍ତୁ ପ୍ରଦର୍ଶନ, ଶୋଭାଯାତ୍ରା ତଥା ଲୋକ ଗହଳିକୁ ବାରଣ କରାଯାଇଥିଲା।

  • jmjnewso

    Related Posts

    UPI କାରବାର ନେଇ ଆସିଲା ନୂଆ ନିୟମ

    Spread the love

    Spread the loveନୂଆଦିଲ୍ଲୀ:ଜେଏମଜେ ନ୍ୟୁଜ : ଡିଜିଟାଲ୍ ଇଣ୍ଡିଆ ଯୁଗରେ ୟୁନିଫାଏଡ୍ ପେମେଣ୍ଟ୍ସ ଇଣ୍ଟରଫେସ୍ ବା ୟୁପିଆଇ ଏବେ ପ୍ରତ୍ୟେକ ବ୍ୟକ୍ତିଙ୍କ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି। ୟୁପିଆଇ କାରବାର ଉପରେ ଚାର୍ଜ ଲାଗିବା ନେଇ ଲୋକଙ୍କ ମନରେ…

    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    Spread the love

    Spread the loveଆଉ ୩ ଦିନ ପରେ ମଞ୍ଚରେ ମଞ୍ଚସ୍ଥ ହୋଇଥାନ୍ତା ନାଟକ । ଗଣେଜ ପୂଜା ଉପଲକ୍ଷେ ନାଟକ ମଞ୍ଚସ୍ଥ ପାଇଁ ରିହର୍ସଲ ଚାଲିଥିବା ବେଳେ ଅଭାବନୀୟ ଘଟଣା ଘଟିଛି । ଦୁଇ ଯୁବକଙ୍କ ଛୁରାମାଡ଼ରେ ଜଣେ ଯାତ୍ରା କଳାକାରଙ୍କ…

    Leave a Reply

    Your email address will not be published. Required fields are marked *

    You Missed

    ଆଇଏଏସ ସ୍ତରରେ ପୁଣି ଅଦଳବଦଳ

    • By jmjnewso
    • September 18, 2026
    • 16 views
    ଆଇଏଏସ ସ୍ତରରେ ପୁଣି ଅଦଳବଦଳ

    “ନଶାମୁକ୍ତ ଭାରତ ଅଭିଯାନ” ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

    • By jmjnewso
    • September 18, 2026
    • 30 views
    “ନଶାମୁକ୍ତ ଭାରତ ଅଭିଯାନ” ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

    ସୋମବାରେ ସର୍ବଦଳୀୟ ବୈଠକ, ୨୨ ତାରିଖରୁ ମୌସୁମୀ ଅଧିବେଶନ.।

    • By jmjnewso
    • September 18, 2026
    • 33 views
    ସୋମବାରେ ସର୍ବଦଳୀୟ ବୈଠକ, ୨୨ ତାରିଖରୁ ମୌସୁମୀ ଅଧିବେଶନ.।

    ଉତ୍ତର ଆଣ୍ଡାମାନ ସାଗରକୁ ଘୂର୍ଣ୍ଣିବଳୟ, ୧୯ ବେଳକୁ ଲଘୁଚାପ, ବାତ୍ୟା ସମ୍ଭାବନା !

    • By jmjnewso
    • September 18, 2026
    • 32 views
    ଉତ୍ତର ଆଣ୍ଡାମାନ ସାଗରକୁ ଘୂର୍ଣ୍ଣିବଳୟ, ୧୯ ବେଳକୁ ଲଘୁଚାପ, ବାତ୍ୟା ସମ୍ଭାବନା !

    ଜାରି ହେଲା ପୌର ନିର୍ବାଚନ ସଂଶୋଧିତ ସମୟସୂଚୀ

    • By jmjnewso
    • September 18, 2026
    • 61 views
    ଜାରି ହେଲା ପୌର ନିର୍ବାଚନ ସଂଶୋଧିତ ସମୟସୂଚୀ

    ମହଙ୍ଗା ପଡିଲା ମହିଳା ସହକର୍ମୀ ଙ୍କୁ ଅସଦାଚରଣ, ବନ୍ଧା ହେଲେ ଅତିରିକ୍ତ ସଚିବ

    • By jmjnewso
    • September 18, 2026
    • 34 views
    ମହଙ୍ଗା ପଡିଲା ମହିଳା ସହକର୍ମୀ ଙ୍କୁ ଅସଦାଚରଣ, ବନ୍ଧା ହେଲେ ଅତିରିକ୍ତ ସଚିବ