କୁକୁର ଗଣତି ପାଇଁ ପ୍ରାୟ ସାଢ଼େ ୪ଲକ୍ଷ ଟଙ୍କା ଖର୍ଚ୍ଚ ହେଲେ ଫଳ ଶୂନ୍ୟ

Spread the love

ଜେଏମଜେ ବ୍ୟୁରୋ : ରାଜ୍ୟରେ ପ୍ରଥମ ଥର ପାଇଁ ରାଜଧାନୀ ଭୁବନେଶ୍ବରରେ କୁକୁର ଗଣତି କରୁଛୁ ବୋଲି ଡିଣ୍ଡିମ ପିଟିଲେ। ଏ ବାବଦରେ ପ୍ରାୟ ସାଢ଼େ ୪ଲକ୍ଷ ଟଙ୍କା ଖର୍ଚ୍ଚ ହେଲା । କିନ୍ତୁ ଫଳ ଶୂନ । ସ୍ଥିତି ଏପରି ଯେ ତଥ୍ୟ ଦେବାକୁ ବି ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି)କୁ ଲାଜ ମାଡ଼ୁଛି । କାରଣ ଯେଉଁମାନେ ଗଣତିରେ ନିୟୋଜିତ ଥିଲେ, ସେମାନେ କୁକୁର ଗଣତି ଠିକ୍‌ରେ କରି ପାରିଲେନି ।
କହୁଥିଲେ, ପ୍ରାୟ ୭୦ହଜାର ବୁଲା କୁକୁର ରାଜଧାନୀରେ ଅଛନ୍ତି। କିନ୍ତୁ ଗଣିଲା ବେଳକୁ କୁକୁର ସଂଖ୍ୟା ଏହାର ଅଧାକୁ ଖସି ଆସିଲା । ଏଣୁ ଗଣତି ଠିକ୍‌ରେ ହୋଇ ନଥିବା ଜାଣିବା ପରେ ଭୁବନେଶ୍ବର ମହାନଗର ନିଗମ ତଥ୍ୟ ଲୁଚାଇବା ଆରମ୍ଭ କରିଛି । ଅଧିକାରୀଙ୍କୁ ପଚାରିଲେ, ଗଣନା ଶେଷ ପରେ ସଂଖ୍ୟାର ମେଳକ ଚାଲିଛି, ସରିଲେ ତଥ୍ୟ ଦେବୁ କହୁଛନ୍ତି। ଏଭଳି ସ୍ଥିତିରେ କୁକୁର ଗଣତି ନେଇ ଭୁବନେଶ୍ବର ମହାନଗର ନିଗମ କର୍ତ୍ତୃପକ୍ଷ କ’ଣ ଫାଙ୍କିବାକୁ ଚେଷ୍ଟା କରୁଛି, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗତ ସେପ୍ଟେମ୍ବରରେ ୬୭ଟି ୱାର୍ଡରେ ଦୁଇଟି ପର୍ଯ୍ୟାୟରେ କୁକୁର ଗଣତି କରିଥିଲା ବିଏମ୍‌ସି ।

ପ୍ରଥମ ପର୍ଯ୍ୟାୟରେ ସେପ୍ଟେମ୍ବର ୧୮ରୁ ୨୧ ତାରିଖ ଓ ଦ୍ବିତୀୟ ପର୍ଯ୍ୟାୟରେ ସେପ୍ଟେମ୍ବର ୨୨ ରୁ ୨୫ ତାରିଖ ପର୍ଯ୍ୟନ୍ତ ବୁଲାକୁକୁର ଗଣତି କରାଯାଇଥିଲା । ଏଥିପାଇଁ ଜୋନ୍, ଵାର୍ଡ ଓ ଵାର୍ଡରେ ଥିବା ପ୍ରତ୍ୟେକ ଗଳି ପାଇଁ ୪୧୦ଜଣିଆ ଟିମ୍‌ଗଠନ କରାଯାଇଥିଲା । ପ୍ରାଣୀ ଚିକିତ୍ସକଙ୍କ ତତ୍ତ୍ୱାବଧାନରେ ସ୍ୱଚ୍ଛସାଥୀ, ସ୍ୱଚ୍ଛ ସୁପରଭାଇଜର, ସାନିଟାରି ଇନ୍ସପେକ୍ଟର, ଏସ୍ଏମ୍‌ଟିଏ, ଡିଇଓ, ସିଓ, ଵାର୍ଡ ଅଫିସରମାନେ ବୁଲାକୁକୁର ଗଣତିରେ ନିୟୋଜିତ ହୋଇଥିଲେ। ଏହା ପୂର୍ବରୁ ତିନିଦିନ ଧରି ସମସ୍ତଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା ।

ଯେହେତୁ ସକାଳେ କୁକୁର ନିଜ ନିଜ ଜାଗାରେ ଶୋଇଥାନ୍ତି, ଏଣୁ ଭୋର ୫ଟାରୁ ୭ଟା ପର୍ଯ୍ୟନ୍ତ କୁକୁର ଗଣନା ହୋଇଥିଲା । କୁକୁର କାମୁଡ଼ା କମାଇବା ସହ ରାବିସ, ଲେପ୍ଟୋସ୍ପାଇରୋସିସ୍ ଆଦି ସଂକ୍ରମିତ ରୋଗ, ସଡ଼କ ଦୁର୍ଘଟଣା ଓ ପରିବେଶ ପ୍ରଦୂଷଣ ରୋକିବା ଉଦ୍ଦେଶ୍ୟରେ କୁକୁର ଗଣନା କରାଯାଇଥିଲା । ଗଣତି ଦ୍ବାରା ବିଏମ୍‌ସି ଅଞ୍ଚଳରେ କେତେ ବୁଲା କୁକୁର ଅଛନ୍ତି, ତାର ଏକ ଡାଟାବେସ୍ ତିଆରି ହୋଇପାରିଥାନ୍ତା । ଯଦ୍ୱାରା ଏକ ସ୍ଥାୟୀ କୁକୁର ସଂଖ୍ୟା ପରିଚାଳନା କାର୍ଯ୍ୟକ୍ରମ ବିକଶିତ କରି ହେବ ଓ କୁକୁର ବନ୍ଧ୍ୟାକରଣ କାର୍ଯ୍ୟକ୍ରମର ସଫଳ ରୂପାୟନ କରିହେବ ବୋଲି ମେୟର ଓ କମିସନର୍ କହିଥିଲେ। ଏଥିରୁ କେଉଁମାନେ ଆଣ୍ଟିରାବିସ୍ ଟିକା ନେଇଛନ୍ତି ଓ କେଉଁମାନେ ନେଇନାହାନ୍ତି, ଜାଣିହେବ ବୋଲି କହିଥିଲେ ।

ଇତିମଧ୍ୟରେ ବୁଲାକୁକୁର ଗଣତି ସରିବାର ୧୫ ଦିନ ବିତିଗଲାଣି, କିନ୍ତୁ ତଥ୍ୟ ଦେବାକୁ ଅଧିକାରୀ ପଛଘୁଞ୍ଚା ଦେଉଛନ୍ତି। ପଚାରିଲେ, ଭିନ୍ନ ଭିନ୍ନ ଅଧିକାରୀଙ୍କ କଥା କହି ଭୁତାଉଛନ୍ତି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ତଥ୍ୟ ମୁତାବକ, ପ୍ରଥମ ପର୍ଯ୍ୟାୟରେ ଯେବେ ଭୁବନେଶ୍ବର ମହାନଗର ନିଗମ ବୁଲାକୁକୁର ଗଣତି କଲା, ସେତେବେ‌ଳେ ବୁଲାକୁକୁର ସଂଖ୍ୟା ପ୍ରାୟ ୩୯ ହଜାର ଥିଲା। କିନ୍ତୁ ଦ୍ବିତୀୟ ପର୍ଯ୍ୟାୟ ଗଣତିରେ ଏହି ସଂଖ୍ୟା ବହୁ ତଳକୁ ଖସି ଆସିଥିଲା । ଠିକ୍ ତଥ୍ୟ ମିଳି ନଥିଲେ ବି କୁହାଯାଉଛି, ପ୍ରାୟ ୨୫ହଜାରକୁ ସଂଖ୍ୟା ଖସି ଆସିଥିଲା। ଏଣୁ ଭୁବନେଶ୍ବର ମହାନଗର ନିଗମ କର୍ତ୍ତୃପକ୍ଷ ଜାଣିଶୁଣି ଏହି ତଥ୍ୟ ଦେବାକୁ ମନ ବଳାଉନାହାନ୍ତି । ସେପଟେ ଏହି ତଥ୍ୟ ଗଣମାଧ୍ୟମକୁ ନ ଦେବାକୁ ଏକ ଅଲିଖିତ ନିର୍ଦ୍ଦେଶନାମା କୁଆଡ଼େ ବଡ଼ବାବୁଙ୍କ ତରଫରୁ ରହିଛି। ଏଣୁ କେହି ବି ଏହି ତଥ୍ୟ ଦେଉନାହାନ୍ତି ।

  • jmjnewso

    Related Posts

    ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ମୁକାବିଲା ପାଇଁ ସଜାଗ ହୋଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ।

    Spread the love

    Spread the loveଛତ୍ରପୁର : ଜେଏମଜେ ନ୍ୟୁଜ : ସମ୍ଭାବ୍ୟ ବାତ୍ୟା ଓ ଏହାର ପ୍ରଭାବରେ ହେବାକୁ ଥିବା ପ୍ରବଳ ବର୍ଷାକୁ ମୁକାବିଲା କରିବାକୁ ସଜାଗ ହୋଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ଆସନ୍ତାକାଲିଠାରୁ ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ହେବାର…

    ଶିକ୍ଷକ ପଦୋନ୍ନତି ଘଟଣା…ନିଯୁକ୍ତି ତାଲିକାରେ ଅନିୟମିତତା ନେଇ ଚର୍ଚ୍ଚାରେ ଡିଇଓ।

    Spread the love

    Spread the loveଜେଏମଜେ ବ୍ୟୁରୋ : ଗଞ୍ଜାମ ଜିଲ୍ଲାରେ ଶିକ୍ଷକ ପଦୋନ୍ନତିରେ ଅନିୟମିତତା ଆସିଲା ନେଇ ଅଭିଯୋଗ.. ଜିଲ୍ଲା ଶିକ୍ଷା ଧିକାରୀ ଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ବିଭିନ୍ନ ବିଦ୍ୟାଳୟ ରେ ଅଶାନ୍ତି ଆଶଙ୍କା ଦେଖାଦେଲାଣି..ଗଞ୍ଜାମ ଜିଲ୍ଲାର ପ୍ରାଥମିକ ଶିକ୍ଷକମାନଙ୍କର ପଦୋନ୍ନତି…

    Leave a Reply

    Your email address will not be published. Required fields are marked *

    You Missed

    ପଞ୍ଚାୟତରୁ ପୁରୀ: ଆରମ୍ଭ ହେଲା ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’

    • By jmjnewso
    • September 20, 2026
    • 27 views
    ପଞ୍ଚାୟତରୁ ପୁରୀ:   ଆରମ୍ଭ ହେଲା ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’

    ଗଞ୍ଜାମ ଜିଲ୍ଲା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

    • By jmjnewso
    • September 20, 2026
    • 28 views
    ଗଞ୍ଜାମ ଜିଲ୍ଲା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

    ଓଡିଶା ମୁହାଁ ହେଉଛି ସମ୍ଭାବ୍ୟ ବାତ୍ୟା।

    • By jmjnewso
    • September 20, 2026
    • 19 views
    ଓଡିଶା ମୁହାଁ ହେଉଛି ସମ୍ଭାବ୍ୟ ବାତ୍ୟା।

    ବିଧାନସଭା ମୌସୁମୀ ଅଧିବେଶନ ପାଇଁ କମିଶନରେଟ୍ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା: ମୁତୟନ ହେବେ ୩୦ ପ୍ଲାଟୁନ୍ ଫୋର୍ସ

    • By jmjnewso
    • September 20, 2026
    • 24 views
    ବିଧାନସଭା ମୌସୁମୀ ଅଧିବେଶନ ପାଇଁ କମିଶନରେଟ୍ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା: ମୁତୟନ ହେବେ ୩୦ ପ୍ଲାଟୁନ୍ ଫୋର୍ସ

    ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ମୁକାବିଲା ପାଇଁ ସଜାଗ ହୋଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ।

    • By jmjnewso
    • September 20, 2026
    • 21 views
    ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ମୁକାବିଲା ପାଇଁ ସଜାଗ ହୋଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ।

    ଶିକ୍ଷକ ପଦୋନ୍ନତି ଘଟଣା…ନିଯୁକ୍ତି ତାଲିକାରେ ଅନିୟମିତତା ନେଇ ଚର୍ଚ୍ଚାରେ ଡିଇଓ।

    • By jmjnewso
    • September 20, 2026
    • 53 views
    ଶିକ୍ଷକ ପଦୋନ୍ନତି ଘଟଣା…ନିଯୁକ୍ତି ତାଲିକାରେ ଅନିୟମିତତା ନେଇ ଚର୍ଚ୍ଚାରେ ଡିଇଓ।