ସିସିଟିଭି ଫୁଟେଜ୍ ଛାନଭିନ୍ ପୋଲିସ ସନ୍ଦେହ ରେ ଏକ ଦାମୀ ଗାଡ଼ି ।

Spread the love

ବ୍ରହ୍ମପୁର:(ଜେଏମଜେ ବ୍ୟୁରୋ):  କିଏ କଲା ଗୁଳି ? ପୀତବାସଙ୍କ ପଛେ ପଛେ କିଏ କରୁଥିଲା ଫଲୋ ? ଗୁଳିମାଡ଼ ପୂର୍ବରୁ କାହିଁକି ସେଠି ଅଟକି ରହିଥିଲେ ଦୁର୍ବୃତ୍ତ । ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା ଘଟଣାରେ ପୋଲିସକୁ ମିଳିଛି କ୍ଲୁ । ସିସିଟିଭି ଫୁଟେଜ୍‌ରୁ ପୋଲିସକୁ ବଡ଼ କ୍ଲୁ ମିଳିଥିବା ବେଳେ ତଦନ୍ତ ଆଗେଇଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ୍‌ପି ଶ୍ରବଣା ବିବେକ ଏମ୍ ।


ପୀତବାସଙ୍କ ହତ୍ୟା ମାମଲାରେ ବ୍ରହ୍ମପୁର ଏସ୍‌ପି କହିଛନ୍ତି, “ମୃତଦେହରୁ ମିଳିଥିବା ଗୁଳି ଖୋକାକୁ ବାଲିଷ୍ଟିକ ବିଶେଷଜ୍ଞଙ୍କ ନିକଟକୁ ପଠାଇଛି । ରିପୋର୍ଟ ଆସିବା ପରେ ଜଣା ପଡ଼ିବ କେଉଁ ବନ୍ଧୁକରୁ ଗୁଳି କରିଛନ୍ତି ଦୁର୍ବୃତ୍ତ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ କେଉଁ ଦିଗରୁ ଗୁଳିମାଡ଼ ହୋଇଥିଲା ଆଉ କ୍ଷତ କେତେ ଗଭୀର ଥିଲା । ଘଟଣାସ୍ଥଳକୁ ଯାଇ ସାଇଣ୍ଟିଫିକ୍ ଟିମ୍ ତଦନ୍ତ କରିଥିବା ବେଳେ ତଥ୍ୟ ପ୍ରଦାନ କରିଛି ।”

ମାମଲାରେ ବ୍ରହ୍ମପୁର ପୋଲିସ ୫୦ରୁ ଅଧିକ ସିସିଟିଭି ଫୁଟେଜ୍ ଏବେ ସୁଦ୍ଧା ଦେଖି ସାରିଛି । ଯେଉଁଥିରୁ ପୋଲିସକୁ ଅନେକ କ୍ଲୁ ମିଳିଛି । ଯାହାକୁ ନେଇ ବ୍ରହ୍ମପୁର ଏସ୍‌ପି କହିଛନ୍ତି, “ପୀତବାସ କେଉଁଠୁ କେତେବେଳେ ବାହାରିଲେ, କେଉଁ ରାସ୍ତାରେ ଗଲେ । ପୀତବାସ ଯେଉଁଠି ଅଟକିଲେ, ସେଠି କିଛି ସନ୍ଦିଗ୍ଧ ପୂର୍ବରୁ ବୁଲୁଥିଲେ, ଅଟକି ରହିଥିଲେ । ସେ ନେଇ ସନ୍ଦିଗ୍ଧଙ୍କୁ ପଚରାଉଚରା କରାଯାଉଛି ।”


ପୋଲିସ ସନ୍ଦେହରେ ଅନେକ ଲୋକଙ୍କୁ ଗୁପ୍ତ ବାବେ ଜେରା କରୁଥିବା କହିଛନ୍ତି ବ୍ରହ୍ମପୁର ଏସ୍‌ପି । ଗୁଳିମାଡ଼ କରିଥିବା ଦୁଇ ଦୁର୍ବୃତ୍ତଙ୍କୁ କିଏ ପୀତବାସଙ୍କ ସବୁ ସୂଚନା ସେ ଦିନ ରାତିରେ ଦେଉଥିଲା ସେ ଦିଗରେ ବି ପୋଲିସ ତଦନ୍ତ କରୁଛି । ସିସିଟିଭି ଫୁଟେଜ୍ ଛାନଭିନ୍ ବେଳେ ପୋଲିସ ସନ୍ଦେହକୁ ଏକ ଦାମୀ ଗାଡ଼ି ଆସିଛି । ଦାମୀ ଗାଡ଼ିରେ ଥିବା ଲୋକଙ୍କୁ ପୋଲିସ ପଚରାଉଚରା କରୁଛି । ଏବେ ସୁଦ୍ଧା ପୋଲିସ ୫୦ରୁ ୬୦ ଜଣଙ୍କୁ ପଚରାଉଚରା କରିଥିବା କହିଛନ୍ତି ବ୍ରହ୍ମପୁର ଏସ୍‌ପି । ତେବେ ସନ୍ଦିଗ୍ଧଙ୍କୁ ଜେରା, ସବୁ ଦିଗକୁ ଅନୁଧ୍ୟାନ ପରେ ପୋଲିସ ଶତ ପ୍ରତିଶତ ନିଶ୍ଚିତ ହେଲେ ଯାହା ନିଷ୍ପତ୍ତି ନେବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି

ପୀତବାସ ଅଫିସ୍ କରିଥିବା ସ୍ଥାନ ସହ ତାଙ୍କ ସହ ପ୍ରତିଦିନ ମିଶୁଥିବା ଲୋକଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିଛି । ତେବେ ଗୁଳିମାଡ଼ ପୂର୍ବରୁ ଦୁର୍ବୃତ୍ତ ସେହି ସ୍ଥାନରେ ଆଗରୁ ଛିଡ଼ା ହୋଇଥିବାରୁ ବଢ଼ୁଛି ପୋଲିସର ସନ୍ଦେହ । ଏସ୍‌ପି କହିଛନ୍ତି, “ଲାଗୁଛି କେହି ପୀତବାସଙ୍କୁ ପଛରୁ ଫଲୋ କରି ଦୁର୍ବୃତ୍ତ ତଥ୍ୟ ଦେଉଛନ୍ତି । ସବୁ ଦିଗକୁ ନେଇ ତଦନ୍ତ ଚାଲିଛି, ଖୁବଶୀଘ୍ର ସଫଳତା ମିଳିବ ।

ହତ୍ୟାକାଣ୍ଡ ମାମଲାରେ ପୋଲିସ ଜଣେ CISF ଯବାନ ସହ ୩ ଜଣଙ୍କୁ ଅଟକ ରଖିଛି । ରାଜ୍ୟ ବାହାରକୁ ଗୋଟିଏ ଟିମ୍ ଯାଇଥିବା ସୂଚନା ମିଳିଛି । କଲ୍‌ ଡିଟେଲସରୁ ବଡ଼ ପ୍ରମାଣ ମିଳୁଛି ବୋଲି ସୂଚନା ମିଳିଛି । ତେବେ ଏ ସମ୍ବେଦନଶୀଳ ମର୍ଡର ମିଷ୍ଟ୍ରି ପଛରେ କ’ଣ ଥାଇପାରେ ମୂଳ କାରଣ ? ଦୋଷୀ କିଏ ? କିଏ ଦେଇଥିଲେ ସୁପାରୀ ? କାହା ପ୍ରରୋଚନାରେ ହୋଇଥିଲା ହତ୍ୟାକାଣ୍ଡ ? ଧଳା ସାର୍ଟ ହେଲମେଟ୍ ପିନ୍ଧି ଆସିଥିବା ଦୁଇ ହତ୍ୟାକାରୀ କିଏ ? ଦେଶୀ ବନ୍ଧୁକରେ ପଏଣ୍ଟ ଜିରୋରୁ କିଏ ମାରିଲା ଗୁଳି ? ହତ୍ୟା ପଛରେ ରାଜନୈତିକ, ବ୍ୟକ୍ତିଗତ ନା ରହିଛି ବୃତ୍ତିଗତ କାରଣ ? କ’ଣ ହୋଇପାରେ ମର୍ଡର ପଛର ମୋଟିଭ୍ ? ଏମିତି ଅନେକ ପ୍ରଶ୍ନ ସମସ୍ତଙ୍କୁ ଆନ୍ଦୋଳିତ କରୁଛି ।

  • jmjnewso

    Related Posts

    ସ୍କୁଟି ସହ ୮ କେଜି ଗଞ୍ଜେଇ ଜବତ,ଜଣେ ଗିରଫ

    Spread the love

    Spread the love ବୁଗୁଡ଼ା,୨୧/୦୯ ଜେଏମଜେ ନ୍ୟୁଜ(ସୋରେନ କୁମାର ପ୍ରଧାନ): ସ୍ଥାନୀୟ ଅବକାରୀ ଥାନା ପକ୍ଷରୁ ଅଚାନକ ଚଢାଉ କରାଯାଇ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଚଢିଆପଲ୍ଲୀଠାରେ ଏକ ସ୍କୁଟି ସହ ୮ କେଜି ଗଞ୍ଜେଇ ଜବତ କରି ଜଣେ ଆସାମୀଙ୍କୁ ଗିରଫ…

    ମହଙ୍ଗା ପଡିଲା ମହିଳା ସହକର୍ମୀ ଙ୍କୁ ଅସଦାଚରଣ, ବନ୍ଧା ହେଲେ ଅତିରିକ୍ତ ସଚିବ

    Spread the love

    Spread the love ଭୁବନେଶ୍ୱର :ଜେଏମଜେ ନ୍ୟୁଜ : ରାତି ଅଧରେ ମହିଳା ସହକର୍ମୀଙ୍କ ଘରେ ପଶି ହଙ୍ଗାମା ଓ ଅସଦାଚରଣ କରିବା ମହଙ୍ଗା ପଡ଼ିଲା। ଗିରଫ ହେଲେ ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ ବିଶ୍ୱାଳ। ତାଙ୍କୁ ଗିରଫ କରିଛି…

    Leave a Reply

    Your email address will not be published. Required fields are marked *

    You Missed

    ଆଜି ଠାରୁ ଖୋର୍ଦ୍ଧା ଜିଲ୍ଲାର ସବୁ ସ୍କୁଲ ତିନିଦିନ ଛୁଟି, ବନ୍ଦ ରହିବ ଅଙ୍ଗନବାଡ଼ି

    • By jmjnewso
    • September 22, 2026
    • 34 views
    ଆଜି ଠାରୁ ଖୋର୍ଦ୍ଧା ଜିଲ୍ଲାର ସବୁ ସ୍କୁଲ ତିନିଦିନ ଛୁଟି, ବନ୍ଦ ରହିବ ଅଙ୍ଗନବାଡ଼ି

    ଗଞ୍ଜାମ ଜିଲ୍ଲାରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା

    • By jmjnewso
    • September 21, 2026
    • 34 views
    ଗଞ୍ଜାମ ଜିଲ୍ଲାରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା

    ରାଜ୍ୟରେ ସରିଲା ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ : ବାଦ ପଡିଲେ ୨୦ ଲକ୍ଷ ୫୬ ହଜାର ଭୋଟର

    • By jmjnewso
    • September 21, 2026
    • 35 views
    ରାଜ୍ୟରେ ସରିଲା ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ : ବାଦ ପଡିଲେ ୨୦ ଲକ୍ଷ ୫୬ ହଜାର ଭୋଟର

    ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌

    • By jmjnewso
    • September 21, 2026
    • 44 views
    ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌

    ସ୍କୁଟି ସହ ୮ କେଜି ଗଞ୍ଜେଇ ଜବତ,ଜଣେ ଗିରଫ

    • By jmjnewso
    • September 21, 2026
    • 37 views
    ସ୍କୁଟି ସହ ୮ କେଜି ଗଞ୍ଜେଇ ଜବତ,ଜଣେ ଗିରଫ

    ସାବିତ୍ରୀ ବାଇ ମହିଳା ମହା ସଙ୍ଘର ବିକ୍ଷୋଭ

    • By jmjnewso
    • September 21, 2026
    • 47 views
    ସାବିତ୍ରୀ ବାଇ ମହିଳା ମହା ସଙ୍ଘର ବିକ୍ଷୋଭ