ଦେବାଶିଷ ସାମନ୍ତରାୟଙ୍କ ବିସ୍ଫୋରକ ବୟାନକୁ ନେଇ ମୁହଁମୁହିଁ ହୋଇଛନ୍ତି ବିଜେପି-ବିଜେଡି ଓ କଂଗ୍ରେସ

Spread the love

ଜେଏମଜେ ବ୍ୟୁରୋ : ଓଡ଼ିଶାରେ ଖୁବ ଶୀଘ୍ର ଉପନିର୍ବାଚନ ହେବ ।କଂଗ୍ରେସ ସହ ହାତ ମିଶାଇବ ବିଜେଡି ।ଜଗତସିଂହପୁର କୁଜଙ୍ଗ ସମାବେଶରେ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟଙ୍କ ବିସ୍ଫୋରକ ବୟାନକୁ ନେଇ ଆରମ୍ଭ ହୋଇଯାଇଛି ବୟାନବାଜି ।ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି ଓ କଂଗ୍ରେସ । ଦେବାଶିଷଙ୍କ ମନ୍ତବ୍ୟକୁ ସମାଲୋଚନା କରି ବିଜେପି କହିଛି ଦେବାଶିଷ ଦିନରେ ଶୋଇ ସ୍ବପ୍ନ ଦେଖୁଛନ୍ତି ।୨୪ ବର୍ଷରେ ବିଜେଡି ଯାହା କରି ନଥିଲା ୧୦୦ ଦିନରେ ବିଜେପି ସରକାର ତାହା କରି ଦେଖାଇଛନ୍ତି ।
ବିଜେଡିର ଘର ଖାଲି ହୋଇଗଲାଣି, ତେଣୁ ଏଭଳି ମନ୍ତବ୍ୟ ଦେଇ କର୍ମୀଙ୍କୁ ବଳ ଦେବାକୁ ଚେଷ୍ଟା କରୁଛନ୍ତି ଯେଉଁଥିରେ ସଫଳ ହେବେ ନାହିଁ ବୋଲି ବୋଲି ବିଜେପି କହିଛି ।

ଦେବାଶିଷଙ୍କ ମନ୍ତବ୍ୟକୁ ନେଇ ସଫେଇ ଦେଇଛି ବିଜେଡି । ଦଳର ଉପ ସଭାପତି ଦେବୀ ମିଶ୍ର କହିଛନ୍ତି, ଦେବାଶିଷ ବାବୁ କୋଉ ପରିପ୍ରେକ୍ଷୀରେ କହିଛନ୍ତି ସେ ଜାଣିଥିବେ l ଦଳୀୟ ସ୍ତରରେ କଂଗ୍ରେସ ସହିତ ମେଣ୍ଟ ହେବା ନେଇ ସେଭଳି କିଛି ଆଲୋଚନା କି ନିଷ୍ପତ୍ତି ହୋଇନି। ଦଳ ପକ୍ଷରୁ ଯଦି ସେଭଳି ନିଷ୍ପତ୍ତି ହୁଏ ତେବେ ଜଣାଇଦେବୁ ।

କଂଗ୍ରେସ ସହ ମେଣ୍ଟ ଆଦୌ ସମ୍ଭବ ନୁହେଁ । ବିଜେଡି କଂଗ୍ରେସ ସହ ମିଶି ସରକାର କରିବା କଥା ହାସ୍ୟାସ୍ପଦ । ଏହା ଦେବାଶିଷଙ୍କ ମୁଙ୍ଗେରୀଲାଲ୍ କି ହସିନ୍ ସପନେ ଭଳି କହିଛନ୍ତି କଂଗ୍ରେସ ନେତା ମହମ୍ମଦ ମୋକିମ ।

  • Related Posts

    ଆଜି ଅପରାହ୍ନ ୪ଟାରେ ମମତାଙ୍କ ସାମ୍ବାଦିକ ସମ୍ମିଳନୀ

    Spread the love

    Spread the loveଜେଏମଜେ ବ୍ୟୁରୋ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କ କାଲିଘାଟ ବାସଭବନ ଏବଂ ରାଜ୍ୟ ସଚିବାଳୟ, ନବାନ୍ନାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ତାଙ୍କ ବାସଭବନ ନିକଟରେ କିଛି ଲୋକ ‘ଜୟ ଶ୍ରୀ…

    ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ୨୦୨୬: ଟିଏମସିକୁ ପଛରେ ପକାଇ ଆଗରେ ବିଜେପି

    Spread the love

    Spread the loveଜେଏମଜେ ବ୍ୟୁରୋ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ର ହାଇ-ଭୋଲଟେଜ୍ ଲଢ଼େଇ ପରେ ଆଜି ସମସ୍ତଙ୍କ ନଜର ଭୋଟ୍ ଗଣତି ଉପରେ ରହିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (TMC) ଏବଂ ଭାରତୀୟ ଜନତା…

    Leave a Reply

    Your email address will not be published. Required fields are marked *

    You Missed

    ମନଇଚ୍ଛା ବଦଳି ନେଇପାରିବେନି ସରକାରୀ ଅଧିକାରୀ

    ମନଇଚ୍ଛା ବଦଳି ନେଇପାରିବେନି ସରକାରୀ ଅଧିକାରୀ

    ଆଜି ଅପରାହ୍ନ ୪ଟାରେ ମମତାଙ୍କ ସାମ୍ବାଦିକ ସମ୍ମିଳନୀ

    ଆଜି ଅପରାହ୍ନ ୪ଟାରେ ମମତାଙ୍କ ସାମ୍ବାଦିକ ସମ୍ମିଳନୀ

    ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ୨୦୨୬: ଟିଏମସିକୁ ପଛରେ ପକାଇ ଆଗରେ ବିଜେପି

    ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ୨୦୨୬: ଟିଏମସିକୁ ପଛରେ ପକାଇ ଆଗରେ ବିଜେପି

    ବାହାଘର ପ୍ରୋଶେସନ ବେଳେ ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ: ପ୍ରବଳ ଉତ୍ତେଜନା. ପୋଲିସ ମୁତୟନ।

    ବାହାଘର ପ୍ରୋଶେସନ ବେଳେ ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ: ପ୍ରବଳ ଉତ୍ତେଜନା. ପୋଲିସ ମୁତୟନ।

    ବାଚସ୍ପତି କମିଟି ସମ୍ମିଳନୀ: ଦଳ ବଦଳ ଆଇନ ଉପରେ ତର୍ଜମା

    ବାଚସ୍ପତି କମିଟି ସମ୍ମିଳନୀ: ଦଳ ବଦଳ ଆଇନ ଉପରେ ତର୍ଜମା

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!