ନୂଆପଡ଼ା ଉପନିର୍ବାଚନ : କିଏ ହେବ ବିଜେଡି ପ୍ରାର୍ଥୀ ?

Spread the love


ଜେଏମଜେ ବ୍ୟୁରୋ : ଉପନିର୍ବାଚନ ପୂର୍ବରୁ ନୂଆପଡ଼ା ରାଜନୀତିରେ ବଡ଼ ଓଲଟପାଲଟ ହୋଇଛି । ବିଜେଡିକୁ ଲାଗିଛି ଶକ୍ତ ଝଟକା । ଅପ୍ରତ୍ୟାଶିତ ଭାବେ ବିଜେପିରେ ସାମିଲ ହୋଇଛନ୍ତି ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ । ବିଜେଡି ତାଙ୍କୁ ପ୍ରାର୍ଥୀ ଘୋଷଣା କରିବାରେ ବିଳମ୍ବ କରିବାରୁ ସେ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି ।
ଏବେ ବିଜେଡି କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ପ୍ରଶ୍ନ ଉଠିଛି ।

କଂଗ୍ରେସରୁ ଘାଷିରାମ ମାଝି ଟିକେଟ ପାଇଥିବା ବେଳେ ଜୟ ଢୋଲକିଆ ବିଜେପି ପ୍ରାର୍ଥୀ ହେବା ଏକପ୍ରକାରର ନିଶ୍ଚିତ ହୋଇସାରିଛି । ବିଜେଡି କାହାକୁ ପ୍ରାର୍ଥୀ କରିବ ସେନେଇ ଚର୍ଚ୍ଚା ଆଲୋଚନା ଜାରି ରହିଛି । ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡିର ମାନସ ମନ୍ଥନ ଚଳାଇଛି । ଗତକାଲି ସନ୍ଧ୍ୟାରେ ବିଜେଡି ରାଜନୈତିକ ବ୍ୟାପାର କମିଟି ବୈଠକ ହୋଇଛି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସହ କମିଟି ସଦସ୍ୟମାନେ ନୂଆପଡ଼ା ନିର୍ବାଚନ ସମ୍ପର୍କରେ ଆଲୋଚନା କରିଛନ୍ତି । ବୈଠକ ସରିବା ପରେ ଗଣମାଧ୍ୟମକୁ କମିଟି ପକ୍ଷରୁ ସୂଚନା ଦେଇ ପୂର୍ବତନ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି । ନବୀନଙ୍କ ଉପରେ ଲୋକଙ୍କ ଭରସା ଅଛି । ସେ ଯାହାକୁ ପ୍ରାର୍ଥୀ କରିବେ ସେ ବହୁତ୍ ଭୋଟ ବ୍ୟବଧାନରେ ବିଜୟୀ ହେବେ । ଖୁବ୍‌ଶୀଘ୍ର ନୂଆପଡ଼ା ବିଜେଡି ପ୍ରାର୍ଥୀ ଘୋଷଣା କରିବେ ନବୀନ । ବିଜେଡି ପକ୍ଷରୁ କେବେ ବି ଜୟ ଢୋଲକିଆଙ୍କ ନାମ କୁହାଯାଇନାହିଁ ।

ସେପଟେ ଜୟ ଢୋଲକିଆ ବିଜେପିରେ ମିଶିବା ପରେ ବସନ୍ତ ପଣ୍ଡା କହିଛନ୍ତି, ସେ ଅସନ୍ତୁଷ୍ଟ ନୁହନ୍ତି । ତାଙ୍କୁ କେହି ବି ବୁଝାଇନାହାନ୍ତି । ମନରେ କୋହ ନାହିଁ, କିନ୍ତୁ ନୈତିକତାକୁ ଜଳାଞ୍ଜଳି ଦେବି ନାହିଁ । ଜୟ ଢୋଲକିଆ ପ୍ରାର୍ଥୀ ହୋଇନାହାନ୍ତି । ବିଜେପି ଯାହାକୁ ପ୍ରାର୍ଥୀ କରିବ ମୁଁ ସମର୍ଥନ କରିବି । ମୁଁ ଦଳ ପାଇଁ ପ୍ରଚାର କରିବି । ମୋ ପୁଅ ବି ପଦ ପଦବୀ ଆଶାରେ କାମ କରୁନାହିଁ । ମାଟିର ସେବା ପାଇଁ ରାଜନୀତିକୁ ଆସିଛି ବୋଲି କହିଛନ୍ତି ବସନ୍ତ ପଣ୍ଡା ।

  • jmjnewso

    Related Posts

    MMDR ବିଲ୍ ବିରୋଧରେ ରାୟଗଡ଼ାରେ ଗର୍ଜିଲା କଂଗ୍ରେସ।

    Spread the love

    Spread the loveରାୟଗଡା :ଜେଏମଜେ ନ୍ୟୁଜ : କେନ୍ଦ୍ର ସରକାରଙ୍କ MMDR ବିଲ୍ ବିରୋଧରେ ରାୟଗଡ଼ାରେ ଗର୍ଜିଲା କଂଗ୍ରେସ। ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ ବିଶାଳ ପଦଯାତ୍ରା ଓ ସ୍ଥାନୀୟ ତେଜସ୍ଵୀନି ହୋଟେଲ ପଡ଼ିଆ ଠାରେ ପ୍ରତିବାଦ ସଭା। ୧୧…

    ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଆଜି ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂହ…

    Leave a Reply

    Your email address will not be published. Required fields are marked *

    You Missed

    ଆଜି ଠାରୁ ଖୋର୍ଦ୍ଧା ଜିଲ୍ଲାର ସବୁ ସ୍କୁଲ ତିନିଦିନ ଛୁଟି, ବନ୍ଦ ରହିବ ଅଙ୍ଗନବାଡ଼ି

    • By jmjnewso
    • September 22, 2026
    • 34 views
    ଆଜି ଠାରୁ ଖୋର୍ଦ୍ଧା ଜିଲ୍ଲାର ସବୁ ସ୍କୁଲ ତିନିଦିନ ଛୁଟି, ବନ୍ଦ ରହିବ ଅଙ୍ଗନବାଡ଼ି

    ଗଞ୍ଜାମ ଜିଲ୍ଲାରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା

    • By jmjnewso
    • September 21, 2026
    • 34 views
    ଗଞ୍ଜାମ ଜିଲ୍ଲାରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା

    ରାଜ୍ୟରେ ସରିଲା ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ : ବାଦ ପଡିଲେ ୨୦ ଲକ୍ଷ ୫୬ ହଜାର ଭୋଟର

    • By jmjnewso
    • September 21, 2026
    • 35 views
    ରାଜ୍ୟରେ ସରିଲା ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ : ବାଦ ପଡିଲେ ୨୦ ଲକ୍ଷ ୫୬ ହଜାର ଭୋଟର

    ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌

    • By jmjnewso
    • September 21, 2026
    • 44 views
    ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌

    ସ୍କୁଟି ସହ ୮ କେଜି ଗଞ୍ଜେଇ ଜବତ,ଜଣେ ଗିରଫ

    • By jmjnewso
    • September 21, 2026
    • 37 views
    ସ୍କୁଟି ସହ ୮ କେଜି ଗଞ୍ଜେଇ ଜବତ,ଜଣେ ଗିରଫ

    ସାବିତ୍ରୀ ବାଇ ମହିଳା ମହା ସଙ୍ଘର ବିକ୍ଷୋଭ

    • By jmjnewso
    • September 21, 2026
    • 47 views
    ସାବିତ୍ରୀ ବାଇ ମହିଳା ମହା ସଙ୍ଘର ବିକ୍ଷୋଭ