RTI ତଥ୍ୟ ପ୍ରଦାନରେ ଅବ‌ହେଳା 50 ହଜାର ତଣ୍ଡ ଗଣିବେ ତହସିଲଦାର :ହାଇକୋର୍ଟଙ୍କ ନିର୍ଦ୍ଦେଶ

Spread the love

ଜେଏମଜେ ବ୍ୟୁରୋ : ସୂଚନା ଅଧିକାର ଆଇନ ଅନୁଯାୟୀ ଲୋଡ଼ା ଯାଇଥିବା ତଥ୍ୟ ପ୍ରଦାନରେ ଅବହେଳା ଓ ଏ ସଂପର୍କିତ ମାମଲାରେ ରାଜ୍ୟ ସୂଚନା କମିସନ ପ୍ରଦାନ କରିଥିବା ଆଦେଶକୁ ଚାଲେଞ୍ଜ କରି ଦାୟର ମାମଲାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ସୂଚନା କମିସନଙ୍କ ଆଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଏଥି ସହିତ ମାମଲାର ସାନି ଶୁଣାଣି କରି ୪୫ ଦିନ ଭିତ‌ରେ ରାୟ ପ୍ରକାଶ ପାଇଁ ସୂଚନା କମିସନଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସମସ୍ତ ପକ୍ଷଙ୍କୁ ଶୁଣାଣି ପାଇଁ ସୂଚନା କମିସନ ସୁଯୋଗ ପ୍ରଦାନ କରିବେ ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ ସୂଚନା ପ୍ରଦାନ କ୍ଷେତ୍ରରେ ହଇରାଣ କରାଯାଇଥିବା ଅଭିଯୋଗକୁ ହାଇକୋର୍ଟ ବିଚାରକୁ ନେଇ ଭଦ୍ରକ ତହସିଲଦାରଙ୍କୁ ୫୦ ହଜାର ଟଙ୍କା ଡିସେମ୍ବର ୯ ସୁଦ୍ଧା ଆବେଦନକାରୀଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କୁ ଏହି ଅର୍ଥ ଭଦ୍ରକ ତହସିଲଦାର ପ୍ରଦାନ କରିବା ସଂପର୍କିତ ପ୍ରମାଣ ହାଇକୋର୍ଟ ରେଜିଷ୍ଟ୍ରିରେ ଦାଖଲ କରାଯିବ। ଏହି ଅର୍ଥ ସଂପୃକ୍ତ ଅଧିକାରୀଙ୍କ ନିକଟରୁ ଭରଣା କରିବା ପାଇଁ ସରକାର ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରି ପାରି‌ବେ ବୋଲି ହାଇକୋର୍ଟ କହିଛନ୍ତି। ଜଷ୍ଟିସ ଭି.ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ‌ହେମନ୍ତ ନାୟକଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। 

ମାମଲାର ବିବରଣୀରୁ ପ୍ରକାଶ ଯେ ଭଦ୍ରକ ତହସିଲ ଅନ୍ତର୍ଗତ ଏକ ସରକାରୀ ଜମିରେ ଥିବା ଜଳାଶୟରୁ ଜବରଦଖଲ ଉଚ୍ଛେଦ ପାଇଁ ଆବେଦନକାରୀ ୨୦୧୭,ଡିସେମ୍ବର ୨୬ରେ ରାଜ୍ୟ ମୁଖ୍ୟ ସଚିବଙ୍କୁ ପତ୍ର ‌ଲେଖିଥିଲେ। ଏପରି ଲଖିତ ଅଭିଯୋଗ ଓ ଏ ସଂପର୍କିତ ନଥିପତ୍ରର କପି ରାଜସ୍ବ ବିଭାଗ ସଚିବ, କେନ୍ଦ୍ରାଞ୍ଚଳ ଆରଡିସି, ରାଜସ୍ବ ପର୍ଷଦ ସଭ୍ୟ ଓ ଭଦ୍ରକ ଜିଲ୍ଲାପାଳଙ୍କୁ ଆବେଦନକାରୀ ପ୍ରେରଣ କରିଥିଲେ। ଏହାପରେ ଆବେଦନକାରୀଙ୍କ ଅଭିଯୋଗର ତଦନ୍ତ କରି ରିପୋର୍ଟ ଦାଖଲ ପାଇଁ ଭଦ୍ରକ ଜିଲ୍ଲାପାଳ, ଉପଜିଲ୍ଲାପାଳ  ଓ  ତହସିଲଦାରଙ୍କୁ ଉପରୋକ୍ତ କର୍ତ୍ତୃପକ୍ଷ ପୃଥକ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପରବର୍ତ୍ତୀ ପଦକ୍ଷେପ ସଂକ୍ରାନ୍ତରେ ଆବେଦନକାରୀଙ୍କୁ କୌଣସି ତଥ୍ୟ ଓ ସୂଚନା ମିଳି ନଥିଲା। ଏପରି ସ୍ଥିତିରେ ଏହି ପ୍ରସଂଗରେ ଗ୍ରହଣ କରାଯାଇଥିବା ପଦକ୍ଷେପ ଓ ସାନି ସ୍ଥିତି  ସଂକ୍ରାନ୍ତରେ ଜାଣିବା ପାଇଁ ଆବେଦନକାରୀ ଭଦ୍ରକ ତହସିଲଦାରଙ୍କ କାର୍ଯ୍ୟାଳୟରେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ଲାଗି ଦରଖାସ୍ତ କରିଥିଲେ।

ନିର୍ଦ୍ଧାରିତ ସମୟସୀମା ଭିତରେ ତଥ୍ୟ ପ୍ରଦାନ କରା ନଯିବାରୁ ଆବେଦନକାରୀ ସୂଚନା ଅଧିକାର ଆଇନ ଅନୁସାରେ ଅପିଲ ଦାୟର କରିଥିଲେ। ତଥ୍ୟ ଉପଲବ୍ଧ ନଥିବା ନେଇ ୨୦୧୮, ଡିସେମ୍ବର ୧୨ରେ ଆବେଦନକାରୀଙ୍କୁ ଅବଗତ କରାଯାଇଥିଲା। ଏହାପରେ ଆବେଦନକାରୀ ରାଜ୍ୟ ସୂଚନା କମିସନଙ୍କ ନିକଟରେ ଦ୍ବିତୀୟ ଅପିଲ ଦାୟର କରିଥିଲେ। ଭଦ୍ରକ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଦାଖଲ ତଥ୍ୟ ଓ ସତ୍ୟପାଠ ଆଧାରରେ ଆବେଦନକାରୀଙ୍କ ଅପିଲ ଶୁଣାଣିରେ ସୂଚନା କମିସନ ପୂର୍ଣ୍ଣଚ୍ଛେଦ ପକାଇଥିଲେ। ସୂଚନା କମିସନଙ୍କ ୨୦୨୪, ଫେବ୍ରୁଆରି ୨୬ର ଏହି ଆଦେଶକୁ ଚାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଇଥିଲେ।

  • jmjnewso

    Related Posts

    ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ ନେଇଛି। ଫଳରେ ବାତ୍ୟା ଆଶଙ୍କ…

    ପଞ୍ଚାୟତରୁ ପୁରୀ: ଆରମ୍ଭ ହେଲା ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’

    Spread the love

    Spread the loveଭୁବନେଶ୍ୱରଜେଏମଜେ : ରାଜ୍ୟର ଅର୍ଥନୈତିକ ଦୃଷ୍ଟିରୁ ପଛୁଆ ବର୍ଗର ଲୋକଙ୍କୁ ମାଗଣାରେ ଶ୍ରୀକ୍ଷେତ୍ର ଦର୍ଶନ କରାଇବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’ର ଶୁଭାରମ୍ଭ କରିଛନ୍ତି । ରବିବାର ଦିନ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା ମହିଳା…

    Leave a Reply

    Your email address will not be published. Required fields are marked *

    You Missed

    ଆଜି ଠାରୁ ଖୋର୍ଦ୍ଧା ଜିଲ୍ଲାର ସବୁ ସ୍କୁଲ ତିନିଦିନ ଛୁଟି, ବନ୍ଦ ରହିବ ଅଙ୍ଗନବାଡ଼ି

    • By jmjnewso
    • September 22, 2026
    • 34 views
    ଆଜି ଠାରୁ ଖୋର୍ଦ୍ଧା ଜିଲ୍ଲାର ସବୁ ସ୍କୁଲ ତିନିଦିନ ଛୁଟି, ବନ୍ଦ ରହିବ ଅଙ୍ଗନବାଡ଼ି

    ଗଞ୍ଜାମ ଜିଲ୍ଲାରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା

    • By jmjnewso
    • September 21, 2026
    • 34 views
    ଗଞ୍ଜାମ ଜିଲ୍ଲାରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା

    ରାଜ୍ୟରେ ସରିଲା ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ : ବାଦ ପଡିଲେ ୨୦ ଲକ୍ଷ ୫୬ ହଜାର ଭୋଟର

    • By jmjnewso
    • September 21, 2026
    • 35 views
    ରାଜ୍ୟରେ ସରିଲା ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ : ବାଦ ପଡିଲେ ୨୦ ଲକ୍ଷ ୫୬ ହଜାର ଭୋଟର

    ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌

    • By jmjnewso
    • September 21, 2026
    • 44 views
    ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌

    ସ୍କୁଟି ସହ ୮ କେଜି ଗଞ୍ଜେଇ ଜବତ,ଜଣେ ଗିରଫ

    • By jmjnewso
    • September 21, 2026
    • 37 views
    ସ୍କୁଟି ସହ ୮ କେଜି ଗଞ୍ଜେଇ ଜବତ,ଜଣେ ଗିରଫ

    ସାବିତ୍ରୀ ବାଇ ମହିଳା ମହା ସଙ୍ଘର ବିକ୍ଷୋଭ

    • By jmjnewso
    • September 21, 2026
    • 47 views
    ସାବିତ୍ରୀ ବାଇ ମହିଳା ମହା ସଙ୍ଘର ବିକ୍ଷୋଭ