୨ ବିହାରୀ କଏଦୀ ଖସିଯିବା ଘଟଣା, ଚୌଦ୍ଵାର ଜେଲର ଙ୍କୁ କଣ୍ଟାବାଞ୍ଜି ବଦଳି

Spread the love

ଜେଏମଜେ ବ୍ୟୁରୋ : ଚୌଦ୍ଵାର ମଣ୍ଡଳ କାରାଗାରର ଜେଲର୍ ସନ୍ତୋଷିନୀ ଦାସଙ୍କୁ କଣ୍ଟାବାଞ୍ଜି ବଦଳି କରାଯାଇଛି । ସନ୍ତୋଷିନୀଙ୍କୁ କଣ୍ଟାବାଞ୍ଜି ଉପ କାରାଗାର ପ୍ରଶାସନିକ ଦାୟିତ୍ଵ ଦିଆଯାଇଛି । ଏନେଇ ଜେଲ୍ ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ନିର୍ଦ୍ଦେଶନାମା ତତ୍‌କ୍ଷଣାତ ଲାଗୁ ପାଇଁ କୁହାଯାଇଛି ।

ଚୌଦ୍ଵାର ମଣ୍ଡଳ କାରାଗାରର ଜେଲ୍‌ରଙ୍କୁ ବଦଳି କରାଯାଇଛି । ଚୌଦ୍ଵାର ଜେଲ୍‌ର ନୂଆ ଜେଲର୍ ଭାବେ ରଘୁରାଜ ମାଝୀଙ୍କୁ ନିଯୁକ୍ତ କରାଯାଇଛି । ରଘୁରାଜ କଣ୍ଟାବାଞ୍ଜି ଉପ କାରାଗାର ଜେଲ୍‌ରେ ଥିଲେ, ତାଙ୍କୁ ଚୌଦ୍ଵାର ମଣ୍ଡଳ କାରାଗାରର ଜେଲର୍ କରାଯାଇଛି ।

ଚୌଦ୍ଵାର ଜେଲ୍‌ର ଦୁଇଟି ଅଲଗା ଅଲଗା ସେଲ୍‌ରେ ରହୁଥିବା ଦୁଇ କଏଦୀ ଦଶହରା ରାତିରେ ସେଲ୍ କାଟି ଚମ୍ପଟ ମାରିଥିଲେ । ଦୁଇଟି ସେଲ୍‌ର ରଡ୍ କାଟିବା ପରେ ଦଶହରା ରାତିରେ ପଛପଟ ପାଚେରୀ ଦେଇ ଖସି ଯାଇଥିଲେ କଏଦୀ ।ଜେଲ୍‌ରେ ଘୋଡ଼ି ହେଉଥିବା କମ୍ବଳକୁ କାଟି ଦୌଡ଼ି ଭଳି ଭିଡ଼ିବା ପରେ ପାଚେରୀ ଡେଇଁ ଚମ୍ପଟ ମାରିଥିବା ସୂଚନା ଦେଇଛନ୍ତି ଜେଲ୍ ଡିଜି । ୨ ଫେରାର୍ କଏଦୀ ବିହାରର । ୭ ମାସ ତଳେ ପାଣିକୋଇଲି ଅଞ୍ଚଳର ଏକ ସୁନା ଦୋକାନର ଦୋକାନୀକୁ ହତ୍ୟା କରି ଲୁଟ୍‌ ଘଟଣାରେ ଗିରଫ ହୋଇ ସଜା କାଟୁଥିଲେ ।

ଜେଲ୍‌ର କଡ଼ା ସୁରକ୍ଷା ଭେଦି କେମିତି ଖସିଗଲେ କଏଦୀ ? ଅଭିଯୁକ୍ତ ଫେରାର୍ ପଛରେ କିଏ ଅଛି ? ଚୌଦ୍ଵାର ମଣ୍ଡଳ କାରାଗାର ସ୍ପେଶାଲ୍ ସେଲ୍‌ରୁ ଦୁଇ କଏଦୀ ଚମ୍ପଟ ହେବା ପରେ ୩ ତାରିଖରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ ଜେଲ୍ ଡିଜି । କାର୍ଯ୍ୟରେ ଅବହେଳା ପାଇଁ ଜେଲ୍‌ର ଜଣେ ୱାର୍ଡରଙ୍କ ସହ ଚିଫ୍ ୱାର୍ଡରଙ୍କୁ ନିଲମ୍ବିତ କରିଥିଲେ ।
ଫେରାର୍ କଏଦୀଙ୍କୁ ଚିହ୍ନଟ କରି ଧରାଇ ଦେଲେ ପୁରସ୍କାର ଘୋଷଣା ଦେବାକୁ ଘୋଷଣା କରିଥିଲା କମିଶନରେଟ୍ ପୋଲିସ ।

ଫେରାର୍ ଦୁର୍ଦ୍ଦାନ୍ତ ଅପରାଧୀ ରାଜା ସାହାଣୀ ଏବଂ ମଧୁକାନ୍ତ କୁମାରଙ୍କୁ ଧରାଇ ଦେଲେ ପୋଲିସ ୫୦ ହଜାର ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରିଥିଲା । ଏଥିପାଇଁ ପୋଲିସ ଏକ ମୋବାଇଲ୍ ନମ୍ବର ଜାରି କରିବା ସହ ସୂଚନାଦାତାଙ୍କ ପରିଚୟ ଗୁପ୍ତ ରଖାଯିବ ବୋଲି କହିଥିଲା । ୨ ବିହାରୀ କଏଦୀ ଫେରାର୍‌କୁ ୧୧ ଦିନରୁ ଅଧିକ ବିତିଥିବା ବେଳେ ପୋଲିସକୁ ଏଯାଏଁ କୌଣସି ସଫଳତା ମିଳିନାହିଁ

  • jmjnewso

    Related Posts

    ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ ନେଇଛି। ଫଳରେ ବାତ୍ୟା ଆଶଙ୍କ…

    ପଞ୍ଚାୟତରୁ ପୁରୀ: ଆରମ୍ଭ ହେଲା ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’

    Spread the love

    Spread the loveଭୁବନେଶ୍ୱରଜେଏମଜେ : ରାଜ୍ୟର ଅର୍ଥନୈତିକ ଦୃଷ୍ଟିରୁ ପଛୁଆ ବର୍ଗର ଲୋକଙ୍କୁ ମାଗଣାରେ ଶ୍ରୀକ୍ଷେତ୍ର ଦର୍ଶନ କରାଇବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’ର ଶୁଭାରମ୍ଭ କରିଛନ୍ତି । ରବିବାର ଦିନ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା ମହିଳା…

    Leave a Reply

    Your email address will not be published. Required fields are marked *

    You Missed

    ଆଜି ଠାରୁ ଖୋର୍ଦ୍ଧା ଜିଲ୍ଲାର ସବୁ ସ୍କୁଲ ତିନିଦିନ ଛୁଟି, ବନ୍ଦ ରହିବ ଅଙ୍ଗନବାଡ଼ି

    • By jmjnewso
    • September 22, 2026
    • 34 views
    ଆଜି ଠାରୁ ଖୋର୍ଦ୍ଧା ଜିଲ୍ଲାର ସବୁ ସ୍କୁଲ ତିନିଦିନ ଛୁଟି, ବନ୍ଦ ରହିବ ଅଙ୍ଗନବାଡ଼ି

    ଗଞ୍ଜାମ ଜିଲ୍ଲାରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା

    • By jmjnewso
    • September 21, 2026
    • 34 views
    ଗଞ୍ଜାମ ଜିଲ୍ଲାରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା

    ରାଜ୍ୟରେ ସରିଲା ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ : ବାଦ ପଡିଲେ ୨୦ ଲକ୍ଷ ୫୬ ହଜାର ଭୋଟର

    • By jmjnewso
    • September 21, 2026
    • 35 views
    ରାଜ୍ୟରେ ସରିଲା ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ : ବାଦ ପଡିଲେ ୨୦ ଲକ୍ଷ ୫୬ ହଜାର ଭୋଟର

    ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌

    • By jmjnewso
    • September 21, 2026
    • 44 views
    ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌

    ସ୍କୁଟି ସହ ୮ କେଜି ଗଞ୍ଜେଇ ଜବତ,ଜଣେ ଗିରଫ

    • By jmjnewso
    • September 21, 2026
    • 37 views
    ସ୍କୁଟି ସହ ୮ କେଜି ଗଞ୍ଜେଇ ଜବତ,ଜଣେ ଗିରଫ

    ସାବିତ୍ରୀ ବାଇ ମହିଳା ମହା ସଙ୍ଘର ବିକ୍ଷୋଭ

    • By jmjnewso
    • September 21, 2026
    • 47 views
    ସାବିତ୍ରୀ ବାଇ ମହିଳା ମହା ସଙ୍ଘର ବିକ୍ଷୋଭ