ବିଜେପି, ବିଜେଡି ଲଢେଇରେ ଫାଇଦା ନେଇପାରେ କଂଗ୍ରେସ

Spread the love

ଭୁବନେଶ୍ୱର: (ଜେଏମଜେ ବ୍ୟୁରୋ ):ନଭେମ୍ବର ୧୧ରେ ହେବ ନୂଆପଡା ଉପନିର୍ବାଚନ । ସେଥିପାଇଁ ଏବେଠାରୁ ରାଜନୀତି ସରଗରମ ହୋଇଛି । ବିଜେଡି, ବିଜେପି ନିଜ ପ୍ରାର୍ଥୀ ଘୋଷଣା କରିନଥିଲେ ମଧ୍ୟ ଭୋଟରେ ଜିତିବା ପାଇଁ ରଣକୌଶଳ ଆରମ୍ଭ କରିଦେଇଛନ୍ତି । ବିଜେପି ତରଫରୁ ଜୟ ଢୋଲକିଆ ପ୍ରାର୍ଥୀ ହେବା ଏକପ୍ରକାର ନିଶ୍ଚିତ ଥିବା ବେଳେ ବିଜେଡି ପ୍ରାର୍ଥୀ ଘୋଷଣା କରିନାହିଁ । ବିଜେଡି ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିବ ବୋଲି ମନସ୍ଥ କରିଥିଲା । ହେଲେ ଜୟ ଢୋଲକିଆ ବିଜେପିରେ ମିଶିବା ପରେ ନୂଆ ପ୍ରାର୍ଥୀ ସନ୍ଧାନରେ ବିଜେଡି ରହିଛି । ବିଜେପି, ବିଜେଡି ଭୋଟ ଜିତିବା ପାଇଁ ଲଢେଇ ଆରମ୍ଭ କରିଥିବା ବେଳେ କଂଗ୍ରେସ ଭିନ୍ନ ରଣନୀତିରେ ରହିଛି । କଂଗ୍ରେସ ତରଫରୁ ଘାସିରାମ ମାଝୀ ଏଥର ମଇଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତି କରିଛନ୍ତି

୨୦୨୪ ନିର୍ବାଚନରେ ବିଜେଡି ପ୍ରାର୍ଥୀଭାବେ ରାଜେନ୍ଦ୍ର ଡୋଲକିଆ ସର୍ବାଧିକ ୬୧ ହଜାର ୮୨୨ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ସ୍ୱାଧୀନ ପ୍ରାର୍ଥୀଭାବେ ଘାସିରାମ ମାଝୀ ୫୦ ହଜାର ୯୪୧ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ବିଜେପିର ଅଭିନନ୍ଦନ ପଣ୍ଡା ୪୪ ହଜାର ୮୧୪ ଖଣ୍ଡ ଭୋଟ ପାଇଥିଲେ । ଏହି ତିନିଜଣଙ୍କ ବ୍ୟତୀତ କଂଗ୍ରେସର ଶରତ ପଟ୍ଟନାୟକ ୧୫ ହଜାର ୫୦୧ ଖଣ୍ଡ ଭୋଟ ପାଇଥିଲେ । ଗତ ନିର୍ବାଚନରେ ୧ ଲକ୍ଷ ୮୩ ହଜାର ୭୦୩ ଜଣ ଭୋଟର ନିଜର ମତ ଦେଇଥିଲେ । ସେଥିରୁ ୧୦ ହଜାର ୮୮୧ ଜଣ ଭୋଟର ନୋଟାରେ ଭୋଟ ଦେଇଥିଲେ ।

ଘାସିରାମ କଂଗ୍ରେସରେ ମିଶିବାରୁ କଂଗ୍ରେସ ନିଜ ଭୋଟ ୬୫,୦୦୦ରୁ ଅଧିକ ହେବ ବୋଲି ଗଣିତ କରୁଛି । ଅପରପକ୍ଷରେ ବିଜେଡି ବ୍ୟାକଫୁଟରେ ଥିବାବେଳେ ଜୟ ଢୋଲକିଆଙ୍କୁ ସାମିଲ କରିବା ପରେ ବିଜେପିର କିଛି ଗୋଷ୍ଠୀ ଅସନ୍ତୁଷ୍ଟ ହୋଇପଡିଛନ୍ତି । ଉଭୟ ଦଳ ଗୋଳିଆ ପାଣିରେ ଥିବାରୁ କଂଗ୍ରେସ ଫାଇଦା ନେବାକୁ ଚେଷ୍ଟା କରୁଛି । ଜୟ ଢୋଲକିଆଙ୍କ ସହ ବିଜେଡିର କିଛି ନେତା ଓ କର୍ମୀ ବିଜେପି ଆଡକୁ ମୁହାଁଇବାରୁ ବିଜେପି କର୍ମୀ ମଧ୍ୟ ଅସନ୍ତୋଷରେ ରହିଛନ୍ତି । ଆଉ ଏହି ଭୋଟ ଯଦି କଂଗ୍ରେସ ଆଡକୁ ଆସେ ତେବେ କଂଗ୍ରେସ ଫାଇଦାରେ ରହିବା ଅନୁମାନ କରାଯାଉଛି ।

  • jmjnewso

    Related Posts

    MMDR ବିଲ୍ ବିରୋଧରେ ରାୟଗଡ଼ାରେ ଗର୍ଜିଲା କଂଗ୍ରେସ।

    Spread the love

    Spread the loveରାୟଗଡା :ଜେଏମଜେ ନ୍ୟୁଜ : କେନ୍ଦ୍ର ସରକାରଙ୍କ MMDR ବିଲ୍ ବିରୋଧରେ ରାୟଗଡ଼ାରେ ଗର୍ଜିଲା କଂଗ୍ରେସ। ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ ବିଶାଳ ପଦଯାତ୍ରା ଓ ସ୍ଥାନୀୟ ତେଜସ୍ଵୀନି ହୋଟେଲ ପଡ଼ିଆ ଠାରେ ପ୍ରତିବାଦ ସଭା। ୧୧…

    ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଆଜି ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂହ…

    Leave a Reply

    Your email address will not be published. Required fields are marked *

    You Missed

    ଆଜି ଠାରୁ ଖୋର୍ଦ୍ଧା ଜିଲ୍ଲାର ସବୁ ସ୍କୁଲ ତିନିଦିନ ଛୁଟି, ବନ୍ଦ ରହିବ ଅଙ୍ଗନବାଡ଼ି

    • By jmjnewso
    • September 22, 2026
    • 34 views
    ଆଜି ଠାରୁ ଖୋର୍ଦ୍ଧା ଜିଲ୍ଲାର ସବୁ ସ୍କୁଲ ତିନିଦିନ ଛୁଟି, ବନ୍ଦ ରହିବ ଅଙ୍ଗନବାଡ଼ି

    ଗଞ୍ଜାମ ଜିଲ୍ଲାରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା

    • By jmjnewso
    • September 21, 2026
    • 34 views
    ଗଞ୍ଜାମ ଜିଲ୍ଲାରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା

    ରାଜ୍ୟରେ ସରିଲା ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ : ବାଦ ପଡିଲେ ୨୦ ଲକ୍ଷ ୫୬ ହଜାର ଭୋଟର

    • By jmjnewso
    • September 21, 2026
    • 35 views
    ରାଜ୍ୟରେ ସରିଲା ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ : ବାଦ ପଡିଲେ ୨୦ ଲକ୍ଷ ୫୬ ହଜାର ଭୋଟର

    ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌

    • By jmjnewso
    • September 21, 2026
    • 44 views
    ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌

    ସ୍କୁଟି ସହ ୮ କେଜି ଗଞ୍ଜେଇ ଜବତ,ଜଣେ ଗିରଫ

    • By jmjnewso
    • September 21, 2026
    • 37 views
    ସ୍କୁଟି ସହ ୮ କେଜି ଗଞ୍ଜେଇ ଜବତ,ଜଣେ ଗିରଫ

    ସାବିତ୍ରୀ ବାଇ ମହିଳା ମହା ସଙ୍ଘର ବିକ୍ଷୋଭ

    • By jmjnewso
    • September 21, 2026
    • 47 views
    ସାବିତ୍ରୀ ବାଇ ମହିଳା ମହା ସଙ୍ଘର ବିକ୍ଷୋଭ