ନୂଆପଡାରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ।

Spread the love


ଜେଏମଜେ ବ୍ୟୁରୋ : ଆଜି ନୂଆପଡା ରାଜନୈତିକ ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡି ହେବାକୁ ଯାଉଛି । କେବଳ ନୂଆପଡା ନିର୍ବାଚନମଣ୍ଡଳୀ ନୁହେଁ, ସମଗ୍ର ନୂଆପଡା ଜିଲ୍ଲାର ଜଣେ ଲୋକପ୍ରିୟ ଜନପ୍ରତିନିଧିଙ୍କ ସୁଯୋଗ୍ୟ ଦାୟାଦ ଆଜି ତାଙ୍କ ପିତାଙ୍କ ଅଧୁରା ସ୍ୱପ୍ନକୁ ପୁରଣ କରିବା ପାଇଁ ଭାରତୀୟ ଜନତା ପାର୍ଟୀର ପରିବାରରେ ସାମିଲ ହୋଇଛନ୍ତି ବୋଲି ନୂଆପଡାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।


ଏବେ ନୂଆପଡା ଦେଖିବ ଡବଲ ଇଂଜିନ ସରକାରର ବିକାଶର ଗତି । ବିଭିନ୍ନ ଦଳରୁ ହଜାର ହଜାର କର୍ମୀଙ୍କ ସହିତ ଅନେକ ଦଳୀୟ ନେତା ନିଜ ନିଜ ଦଳ ତ୍ୟାଗ କରି ଯଶସ୍ୱୀ ପ୍ରଧାନମନ୍ତ୍ରୀ ମାନନୀୟ ନରେନ୍ଦ୍ର ମୋଦିଜିଙ୍କ ବିଚାର ଓ ବିକାଶ କାର୍ଯ୍ୟରେ ପ୍ରଭାବିତ ହୋଇ ବିଜେପିରେ ଯୋଗଦାନ କରିଛନ୍ତି । ଏତେ ସଂଖ୍ୟକ କର୍ମୀ ଗୋଟିଏ ଦଳ ଛାଡି ବିଜପେିରେ ମିଶିବା ହୁଏତ ପୂର୍ବରୁ କେବେ ହୋଇନଥିଲା । ଏହା ମୋତେ ଅଭିଭୁତ କରିଛି । ଆପଣମାନଙ୍କ ପରିଶ୍ରମ ଓ ତ୍ୟାଗ କେବଳ ବିଜେପି ନୁହେଁ, ବରଂ ରାଷ୍ଟ୍ର ଗଠନ ଦିଗରେ ଏକ ବଳିଷ୍ଠ ପଦକ୍ଷେପ ହେବ । ସମସ୍ତ ନୂତନ ସଦସ୍ୟଙ୍କୁ ସ୍ୱାଗତ ଜଣାଇବା ଅବସରରେ ନୂଆପଡା ଉପନିର୍ବାଚନ ଫଳାଫଳ ବିଜେପି ସପକ୍ଷରେ ଯିବ ଏବଂ ଏହାକୁ ନେଇ କାହା ମନରେ ଦ୍ୱନ୍ଦ କି ସନ୍ଦେହ ରହିବା କଥା ନୁହେଁ ବୋଲି ଶ୍ରୀ ମାଝୀ କହିଛନ୍ତି ।

ନୂଆପଡାର ବିକାଶର ଦାୟୀତ୍ୱ ମୁଁ ନେଇଛି, ଏହି ଜିଲ୍ଲାକୁ ରାଜ୍ୟର ବିକଶିତ ଓ ଶ୍ରେଷ୍ଠ ଜିଲ୍ଲା ବର୍ଗକୁ ନେବାର ଦାୟୀତ୍ୱ ମୁଁ ନେଇଛି । ଏହି ପରିପ୍ରେକ୍ଷୀରେ ଗତ ୬ ତାରିଖ ଦିନ ଜିଲ୍ଲା ଗସ୍ତ ଅବସରରେ ୧୧୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପଗୁଡିକର ଶିଳାନ୍ୟାସ ହୋଇଛି । ଗୋଟିଏ ଦିନରେ ଗୋଟିଏ ଜିଲ୍ଲାରେ ଏତେ ଟଙ୍କାର ପ୍ରକଳ୍ପ ଆଗରୁ କେବେ ହୋଇନଥିଲା । ଏହା ହେଉଛି ଆମ ସରକାରଙ୍କ ପ୍ରତିବଦ୍ଧତା ଓ ବ୍ୟକ୍ତିଗତ ଭାବେ ମୋର ଉତରଦାୟୀତ୍ୱ ବୋଲି ଶ୍ରୀ ମାଝୀ କହିଛନ୍ତି ।

ଅତୀତରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବାଲେଶ୍ୱର, ଧାମନଗର, ପଦ୍ମପୁର, ବିଜେପୁର ଆଦି ଉପନିର୍ବାଚନରେ ବିକାଶର ଦାୟୀତ୍ୱ ମୋର ବୋଲି ଘୋଷା ପାଠ କରିଥାନ୍ତି, ଏବଂ ପରବର୍ତୀ ସମୟରେ ଉପନିର୍ବାଚନ ପରେ, ସବୁ କଥା ଭୁଲି ଯାଇ ଦାୟୀତ୍ୱ ବି ସାରି ଦେବାର କଥାକୁ ସମସ୍ତେ ମନେ ରଖିଛନ୍ତି । କିନ୍ତୁ ଆମ ସରକାରର ମନ୍ତ୍ର ହେଉଛି କଥା ଦେବୁ, କଥା ରଖିବୁ । କଥା ଦେଇ କଥା କେମିତି ରଖାଯାଏ, ତାହା ଗତ ପନ୍ଦର ମାସ ହେବ ଆମ ସରକାର ରାଜ୍ୟରେ କରୁଛନ୍ତି ଏବଂ ଗତ ୧୧ ବର୍ଷ ଧରି କେନ୍ଦ୍ରରେ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ କେନ୍ଦ୍ରରେ କରିଆସୁଛନ୍ତି । ଆଜି ଯେତେବେଳେ ସମଗ୍ର ବିଶ୍ୱ ଏକ ଆର୍ଥିକ ସଂକଟ ଦେଇ ଗତି କରୁଛି, ଭାରତର ଅର୍ଥନୀତି ବିଶ୍ୱର ଚତୁର୍ଥ ବୃହତ ଅର୍ଥନୀତିରେ ପରିଣତ ହୋଇଛି ବୋଲି ଶ୍ରୀ ମାଝୀ କହିଛନ୍ତି ।

ରାଜ୍ୟରେ ବିଜେପି ଶାସନକୁ ଆସିବା ପରେ ଧାନ କୁଇଂଟାଲ ପିଛା ୮୦୦ ଟଙ୍କା ପ୍ରଦାନ ଏବଂ ସୁଭଦ୍ରା ଯୋଜନା ପାଇଁ ପାଂଚ ବର୍ଷକୁ ୫୦ ହଜାର ଟଙ୍କା ପ୍ରଦାନ କରାଯାଇ ଏହାର ସୁଫଳ ୨୦ ଲକ୍ଷ ଅନ୍ନଦାତା ଏବଂ ଏକ କୋଟିରୁ ଉଦ୍ଦ୍ୱର୍ ସୁଭଦ୍ରା ବି ପାଇଥିଲେ । ନୁଆପଡା ଜିଲ୍ଲାରୁ ଦୁଇ ଲକ୍ଷ ଚାହୀ ଏବଂ ୧ ଲକ୍ଷ ୫୫ ହଜାର ମା’ ସୁଭଦ୍ରା ଯୋଜନାରୁ ଉପକୃତ ହୋଇଛନ୍ତି । ନିକଟ ଅତୀତରେ କେନ୍ଦ୍ର ସରକାର ଓଡିଶା ପାଇଁ ୩୦ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପ ମଂଜୁର କରିଛନ୍ତି, ଯେଉଁଥିରେ ନୂଆପଡା ଜିଲ୍ଲାକୁ ଗୁରୁତ୍ୱ ମିଳିଛି । ବରଗଡ ରୋଡ – ନୂଆପଡା ରେଳ ଲାଇନ, ନୂଆପଡା – ଗୁଣପୁର – ଥେରୁବାଲି ରେଳ ଲାଇନ ପ୍ରକଳ୍ପ ସ୍ଥାନ ପାଇଛି ବୋଲି ଶ୍ରୀ ମାଝୀ କହିଛନ୍ତି ।
ଜଣେ ସମାଜସେବକ ଭାବେ ନିଜ ଅଂଚଳ ଓ ଅଂଚଳବାସିଙ୍କ ପାଇଁ କାର୍ଯ୍ୟ କରିବା ଓ ତାଙ୍କ ସୁଃଖ ଦୁଃଖରେ ଛିଡା ହେବା ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ସ୍ୱଭାବ ଥିଲା । ଆଜି ତାଙ୍କ ଅବର୍ତମାନରେ ତାଙ୍କର ସୁଯୋଗ୍ୟ ଦାୟାଦ ଜୟ ଢୋଲକିଆ ନିଜ ପିତାଙ୍କ ପଦାକୁ ଅନୁସରଣ କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ବିଚାରଧାରା ଓ ବିକାଶର ଧାରାରେ ପ୍ରଭାବିତ ହୋଇ ବିଜେପିରେ ଯୋଗ ଦେଇଛନ୍ତି । ନୂଆପଡାର ସର୍ବାଙ୍ଗୀନ ଉନ୍ନତି ପାଇଁ ନିଜ ପିତାଙ୍କ ସ୍ୱପ୍ନ, ଆଶା ଓ ଆକାଂକ୍ଷା ସଂପର୍କରେ ଭଲ ଭାବେ ଅବଗତ ଥିବା ଜୟ ଢୋଲକିଆ ଯେଉଁ ନିଷ୍ପତି ନେଇଛନ୍ତି, ତାହା ଏହି ଅଂଚଳର ବିକାଶ ପାଇଁ ନିର୍ଣ୍ଣାୟକ ମୁହୁର୍ତ ହେବାକୁ ଯାଉଛି ବୋଲି ଶ୍ରୀ ମାଝୀ କହିଛନ୍ତି ।

ଜୟ ଢୋଲକିଆ ବିଜେପିରେ ସାମିଲ ହେବା ପରେ ବିଜେଡି ତରଫରୁ ଯେଉଁ ବ୍ୟକ୍ତିଗତ ଆଶାଳୀନ ମନ୍ତବ୍ୟ ଦିଆଯାଇଛି, ତାହା ଅତ୍ୟନ୍ତ ନିନ୍ଦନୀୟ । ମାତ୍ର ଶାଳୀନତା ପାଇଁ ଜଣାଶୁଣା ନବୀନ ପଟ୍ଟନାୟକ ଏଭଳି ଘୃଣ୍ୟ ଟିପ୍ପଣୀକୁ ନିନ୍ଦା ନକରିବା ଅତ୍ୟନ୍ତ ମର୍ମାହତ କରିଛି ।

ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡାଙ୍କ ଜିଲ୍ଲାରେ ସୁଦୃଢ ସଂଗଠନ ଅଛି । ଡୋଲକିଆ ପରିବାରର ଜନପ୍ରିୟତା ଓ ନିଜ ବ୍ୟକ୍ତିଗତ ସଂଗଠନ ଅଛି । ଏବେ ଏହି ଡବଲ ଇଂଜିନ ତୃଣମୁଳ ସ୍ତରରେ କାନ୍ଧକୁ କାନ୍ଧ ମିଶାଇ କାର୍ଯ୍ୟ କରିବେ । ଏହି ନିର୍ବାଚନ ଏକପାଖିଆ ହେବ ଏବଂ ବିଜେପି ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆ ବିପୁଳ ସଂଖ୍ୟାରେ ଭୋଟ ହାସଲ କରି ନିର୍ବାଚିତ ହେବେ । ଏହି ବିଶ୍ୱାସ କେବଳ ମୋର ନୁହେଁ, ବିଜେପିର ପ୍ରତ୍ୟେକ କାର୍ଯ୍ୟକର୍ତାଙ୍‌କ ଅଛି ବୋଲି ଶ୍ରୀ ମାଝୀ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଓଡିଶା ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ, ସାଂସଦ ମାଳବିକା ଦେବୀ, ରାଜ୍ୟସଭା ସାଂସଦ ସୁଜିତ କୁମାର, ମନ୍ତ୍ରୀ ସୁରେଶ ପୂଜାରୀ, ମନ୍ତ୍ରୀ ରବି ନାଏକ, ମନ୍ତ୍ରୀ ମୁକେଶ ମହାଲିଙ୍ଗ, ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମନ୍ତ୍ରୀ ଗଣେଷରାମ ସିଂ ଖୁଂଟିଆ, ମନ୍ତ୍ରୀ ବିଭୂତି ଜେନା, ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ବିଧାୟକ ଜୟନାରାୟଣ ମିଶ୍ର, ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ, ସମସ୍ତ ବିଧାୟକ ଗଣ, ସମସ୍ତ ପୂର୍ବତନ ବିଧାୟକ ଓ ସାଂସଦ ଗଣ, ଯଦୁମଣି ପାଣିଗ୍ରାହୀ, ପ୍ରସନ୍ନ ପାଢୀ, ହୋମସିଂ ମାଝୀ, ଅଭିନନ୍ଦନ ପଣ୍ଡା, ଖରିଆର ରୋଡ ଏନଏସି ଅଧ୍ୟକ୍ଷା ଡା.ସୋନିଆ ଜୈନ, ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ଧର୍ମପତ୍ନୀ ଶ୍ରୀମତୀ କଳ୍ପନା ଢୋଲକିଆ ପ୍ରମୁଖ ଉପସ୍ଥିତ ଥିଲେ ।

  • jmjnewso

    Related Posts

    ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେପି ସାଂସଦ ଦିନେଶ ଶର୍ମା

    Spread the love

    Spread the loveଜେଏମଜେ ବ୍ୟୁରୋ : ବିଜେପିର ରାଜ୍ୟସଭା ସାଂସଦ ତଥା ଉତ୍ତରପ୍ରଦେଶର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଡା. ଦିନେଶ ଶର୍ମା ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ରାଜ୍ୟସଭାର ଚେୟାରମ୍ୟାନ୍ ସି.ପି. ରାଧାକୃଷ୍ଣନ ତାଙ୍କ ଇସ୍ତଫାକୁ ଗ୍ରହଣ କରିବା ସହ ତାଙ୍କ ଆସନକୁ…

    MMDR ଆକ୍ଟକୁ ଜୋରଦାର ବିରୋଧ, ଇଣ୍ଡିଆ ବ୍ଲକର ବିଶାଳ ସମାବେଶ, ଆସନ୍ତାକାଲି ବିକ୍ଷୋଭ କରିବ ବିଜେଡି

    Spread the love

    Spread the loveଭୁବନେଶ୍ଵର, ୮/୯ : ଜେଏମଜେ ନ୍ୟୁଜ : ଏମଏମଡିଆର ବିଲ ବିରୋଧ କରି ଭୁବନେଶ୍ୱର ଲୋୟର ପିଏମଜିରେ ଇଣ୍ଡିଆ ବ୍ଲକ ପକ୍ଷରୁ ବିଶାଳ ସମାବେଶ ଅନୁଷ୍ଠିତ ହୋଇଛି । ଆସନ୍ତା ୨୯ ତାରିଖରେ ବିଧାନସଭା ଘେରାଉ କରିବାକୁ ଇଣ୍ଡିଆ…

    Leave a Reply

    Your email address will not be published. Required fields are marked *

    You Missed

    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    • By jmjnewso
    • September 15, 2026
    • 25 views
    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    • By jmjnewso
    • September 15, 2026
    • 21 views
    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    • By jmjnewso
    • September 15, 2026
    • 30 views
    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    • By jmjnewso
    • September 14, 2026
    • 36 views
    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    • By jmjnewso
    • September 14, 2026
    • 41 views
    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ

    • By jmjnewso
    • September 14, 2026
    • 41 views
    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ