ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା: ଆଉ ୮ଜଣଙ୍କୁ ଉଠାଇଲା ପୁଲିସ

Spread the love

ବ୍ରହ୍ମପୁର:(ଜେଏମଜେ ବ୍ୟୁରୋ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ପୁଲିସ ଆଉ ୮ଜଣଙ୍କୁ ଉଠାଇଥିବା ଜଣାଯାଇଛି। ବିହାରରୁ ୪ଜଣଙ୍କୁ ଧରିଥିବା ସୂଚନା ରହିଛି।ଦିଲ୍ଲୀ ଓ ପଶ୍ଚିମବଙ୍ଗରୁ ୪ଜଣଙ୍କୁ କାବୁ କରିଛି ପୁଲିସ। ଏକ ୟୁପିଆଇ କାରବାରୁ ବିହାର ଲିଙ୍କ ମିଳିଛି। ଅପରାଧୀଙ୍କୁ ଜେରା ପରେ ସତ ବାହାରିବ ବୋଲି କୁହାଯାଉଛି।

ଗତ ୬ ତାରିଖ ରାତିରେ ପୀତବାସଙ୍କୁ ହତ୍ୟା ପରେ ଅଭିଯୁକ୍ତମାନେ ସହର ଛାଡ଼ି ପଳାଇଥିଲେ। ସେମାନେ ବାହାର ରାଜ୍ୟରେ ଡେରା ପକାଇଥିଲେ। ବାରମ୍ବାର ସ୍ଥାନ ବଦଳାଉଥିଲେ। ଆନ୍ଧ୍ରପ୍ରଦେଶ, ଦିଲ୍ଲୀ ଓ ବିହାରରେ ଏକାସାଙ୍ଗେ ଚଢ଼ଉ କରି ବ୍ରହ୍ମପୁର ପୁଲିସ ୨ଜଣଙ୍କୁ ଟେକି ଆଣିଛି। ସାର୍ପସୁଟର ଓ ରେକି ଟିମ୍‌ ସଦସ୍ୟ ଏବେ ପୁଲିସ ପଞ୍ଝାରେ। ଏଥିସହ ଜଣେ ମଧ୍ୟସ୍ଥିକୁ ବି ପୁଲିସ ଉଠାଇ ନେଇଛି। ୩ ଜଣଙ୍କୁ ଏକାସାଙ୍ଗେ ମୁହାଁମୁହିଁ ଜେରା କରାଯାଇଛି। ଅଜ୍ଞାତ ସ୍ଥାନରେ ଏସ୍‌ପିଙ୍କ ନେତୃତ୍ବରେ ୮ଜଣିଆ ପୁଲିସ ଦଳ ସେମାନଙ୍କୁ ଘନ ଘନ ଜେରା କରୁଛନ୍ତି। ବାରମ୍ବାର ବୟାନ ବଦଳାଉଥିଲାବେଳେ କିଛି ନିର୍ଦ୍ଦିଷ୍ଟ ପ୍ରଶ୍ନରେ ତିନିହେଁ ଚୁପ୍‌ ରହିଥିବା କୁହାଯାଉଛି। 

ଏବେ ବି ପୁଲିସର ୫ଟି ଟିମ୍‌ ଓଡ଼ିଶା ବାହାରେ ଛାପା ମାରୁଥିବା ଜଣାପଡ଼ିଛି। ଖାସ୍‌କରି ବିହାର-ନେପାଳ ସୀମା କିଶାନଗଞ୍ଜ, ବାଂଲାଦେଶ-ପଶ୍ଚିମବଙ୍ଗ ସୀମାନ୍ତ ମୁର୍ଶିଦାବାଦ, ଗୁଜୁରାଟ ଓ ତାମିଲନାଡ଼ୁ ଉପରେ ପୁଲିସ ଟିମ୍‌ ନଜର ରଖିଛି। ବିହାରରୁ ବନ୍ଧୁକ କେତେ ଟଙ୍କାରେ କିଣାଯାଇଥିଲା ଓ ଏହାକୁ କିଏ କିଣିଥିଲା ସେନେଇ ବି ତଦନ୍ତ ହେଉଛି। ଏଥିପାଇଁ ଗତ ଅଗଷ୍ଟ ମାସରେ ରାଉରକେଲାରେ ଧରାପଡ଼ିଥିବା ବନ୍ଧୁକ ବେପାରୀକୁ ବି ପଚରାଉଚରା କରାଯାଇଥିବା କୁହାଯାଉଛି। ଅନ୍ୟପଟେ ଏସ୍‌ପି କିମ୍ବା ଆଇଜି ଘଟଣା ସମ୍ପର୍କରେ କୌଣସି ସୂଚନା ଦେଉନାହାନ୍ତି। ତଦନ୍ତରେ ବାଧା ଉପୁଜିବା ଆଶଙ୍କାରେ ପୁଲିସ ନିରବତା ଅବଲମ୍ବନ କରୁଛି।


  • jmjnewso

    Related Posts

    ଭଞ୍ଜନଗର ଥାନାରେ ତୃତୀୟ ମୋବାଇଲ ମେଳା

    Spread the love

    Spread the loveଭଞ୍ଜନଗର : ଜେଏମଜେ ନ୍ୟୁଜ (ପୁରୁଷୋତ୍ତମ ମହାପାତ୍ର ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନାରେ ଚଳିତ ବର୍ଷର ତୃତୀୟ ମୋବାଇଲ ମେଳା ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ଚୋରି ଓ ହଜିଯାଇଥିବା ମୋବାଇଲ୍ ଫୋନ୍‌ ମଧ୍ୟରୁ ମୋଟ ୩୫ଟି…

    କୁଶପଡା ରେ ନିଆରା ବାହୁଡା଼ ଯାତ୍ରା

    Spread the love

    Spread the love ଦିଗପହଣ୍ଡି : ଜେଏମଜେ ନ୍ୟୁଜ (ଗଜାନନ ତ୍ରିପାଠୀ ): ଓଡ଼ିଶା ରାଜ୍ୟ ଗଂଜାମ ଜିଲ୍ଲା ଦିଗପହଣ୍ଡିର କୁଶପଡ଼ାରେ ଗ୍ରାମରେ କବିରୀଜ ଡ଼କ୍ଟର ଗଜାନନ ତ୍ରିପାଠୀ ଆଇନଜୀବୀ ଏବଂ ସାମ୍ବାଦିକ ଙ୍କ ଦ୍ବାରା ପ୍ରତିଷ୍ଠିତ ଚତୁର୍ଦ୍ଧା ଦୁରୁ ଦିଅଁ…

    Leave a Reply

    Your email address will not be published. Required fields are marked *

    You Missed

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    “ଜନତା ମାଗେ ଜବାବ “28 ଜୁଲାଇ 2026