ଏସ୍‌ଆଇ ପରୀକ୍ଷା ଦୁର୍ନୀତିକୁ ମାମଲା : ଏବେ ବି ଫେରାର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି

Spread the love

ଜେଏମଜେ ବ୍ୟୁରୋ : ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ଖୋଲୁଛି ଗୁମର । ମାମଲାରେ ଦୁଇ ପ୍ରମୁଖ ସହଯୋଗୀଙ୍କ ସହ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ, କିନ୍ତୁ ଏବେବି ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି ଫୋରର ଅଛି । ଶଙ୍କରର ଦୁଇ ପ୍ରମୁଖ ସହଯୋଗୀ ମୁନା ମହାନ୍ତି ଏବଂ ଅରବିନ୍ଦ ଦାସ ଗିରଫ ହୋଇଛନ୍ତି । ଏଥିସହ କେଳେଙ୍କାରୀ ଧରାପଡିବା ପରେ ଆଇନଗତ ଏବଂ ଅନ୍ୟ ସହାୟତା କରିଥିବା, ଶ୍ରୀକାନ୍ତ ମହାରଣା, ସୌମ୍ୟା ପ୍ରୀୟଦ୍ରଶିନି ସାହୁ, ଅଭିମନ୍ୟୁ ଦୋରାଙ୍କ ମଧ୍ୟ ଗିରଫ କରାଯାଇଛି ।

ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଅପରାଧିକ ପୃଷ୍ଠା ଭୂମି ରହିଚି । ସେ ଦିଲ୍ଲୀରେ ରହି ରିମୋଟ କଂଟ୍ରୋଲ କରୁଥିଲେ । ପରୀକ୍ଷା ଦୁର୍ନୀତି ଧରାପଡିବା ପରେ ସେ ଫେରାର ହୋଇଯାଇଛି । ତାକୁ ଧରିବାକୁ ଉଦ୍ୟମ ଚଳାଇଥିବା ଆଜି କ୍ରାଇମବ୍ରାଞ୍ଚ ଡିଜି ସୁଚନା ଦେଇଛନ୍ତି । ଶଙ୍କର ଧରାପଡିବା ପରେ ଏଥିରେ ଅନ୍ୟ ରାଜୈନତିକ ବ୍ୟକ୍ତି ଅବା ଏହା ପଛରେ କିଏ ତାହା ଜଣାପଡିବ ବୋଲି କୁହାଯାଇଛି । କ୍ରାଇମବ୍ରାଞ୍ଜ ଡିଜିଙ୍କ ସୂଚନା ମୁତାବକ ପରୀକ୍ଷାର୍ଥୀ ନେଇ ଦୁଇଟି ମୋଡୂଲ୍ କରାଯାଇଥିଲା । ମୁନା ମହାନ୍ତି ବିଜୟନଗରମ ଦାୟିତ୍ଵରେ ଥିଲା, ଯେଉଁଥିରେ ୧୧୪ ଜଣ ପିଲାଙ୍କୁ ଟ୍ରେନିଂ ଦିଆଯାଇଥାନ୍ତା ।

ସେହିପରି ଦୀଘା ମୋଡୁଲ ଦାୟିତ୍ଵ ନେଇଥିଲା ଆରିବିବ୍ଦ ଦାସ । ଯିଏ ପୂର୍ବରୁ ଗିରଫ ହୋଇସାରିଛନ୍ତି । ସେ ୧୧୦ ଜଣ ପିଲାକୁ ଦିଘାକୁ ନେଇ ସେଠାରେ ଟ୍ରେନିଂ ଦେଇଥାନ୍ତେ। ସେଠାରେ ପିଲାଙ୍କ ରହିବାକୁ ୩୫ ହଜାର ଟଙ୍କାରେ ରହିବା ଲାଗି ବ୍ୟବସ୍ଥା ହୋଇଥିଲା ।

ଅଭିଯୁକ୍ତ ମୁନ୍ନାର ଦୁଇଟି ଟ୍ରକ ଏବଂ ଗୋଟିଏ କାରକୁ ଜବତ କରିଛି ପୁଲିସ । ମାମଲାରେ ଏପର୍ଯ୍ୟନ୍ତ ୧୧୦ ମୋବାଇଲ ଜବତ କରାଯାଇଛି । ଆହୁରୀ ୧୫ ଜଣ ଅଭିଯୁକ୍ତ କ୍ରାଇମବ୍ରାଞ୍ଚ ସ୍କାନରରେ ଅଛନ୍ତି । ଏପର୍ଯ୍ୟନ୍ତ ୧୨ ଲକ୍ଷ ଟଙ୍କା ଫ୍ରିଜ୍ କରାଯାଇଛି । ସେଥିରୁ ଶଙ୍କର ପୃଷ୍ଟିର ୯ ଲକ୍ଷ ଟଙ୍କା ଫ୍ରିଜ୍ କରାଯାଇଛି ।

  • jmjnewso

    Related Posts

    ବୁଗୁଡ଼ା ପୋଲିସକୁ ବଡ଼ ସଫଳତା;ଅନ୍ତଃଜିଲ୍ଲା ଚୋରି ଗ୍ୟାଙ୍ଗର ୩ ଗିରଫ

    Spread the love

    Spread the loveବୁଗୁଡା,୨୨/୦୯ ଜେଏମଜେ ନ୍ୟୁଜ(ସୋରେନ କୁମାର ପ୍ରଧାନ): ବୁଗୁଡା ପୋଲିସ ଥାନା ଅଧୀନସ୍ଥ ବାଲିପଦର ଫାଣ୍ଡି ପୋଲିସକୁ ମିଳିଛି ଏକ ବଡ ସଫଳତା। ଏକ ଆନ୍ତଃଜିଲ୍ଲା ଚୋରି ଗ୍ୟାଙ୍ଗର ତିନି ଜଣଙ୍କୁ ଗିରଫ କରିଛି ବାଲିପଦର ଫାଣ୍ଡି ପୋଲିସ। ଭଞ୍ଜନଗର…

    ସ୍କୁଟି ସହ ୮ କେଜି ଗଞ୍ଜେଇ ଜବତ,ଜଣେ ଗିରଫ

    Spread the love

    Spread the love ବୁଗୁଡ଼ା,୨୧/୦୯ ଜେଏମଜେ ନ୍ୟୁଜ(ସୋରେନ କୁମାର ପ୍ରଧାନ): ସ୍ଥାନୀୟ ଅବକାରୀ ଥାନା ପକ୍ଷରୁ ଅଚାନକ ଚଢାଉ କରାଯାଇ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଚଢିଆପଲ୍ଲୀଠାରେ ଏକ ସ୍କୁଟି ସହ ୮ କେଜି ଗଞ୍ଜେଇ ଜବତ କରି ଜଣେ ଆସାମୀଙ୍କୁ ଗିରଫ…

    Leave a Reply

    Your email address will not be published. Required fields are marked *

    You Missed

    ଟାଟା ପାୱାରର ଯୋଜନା, ଓଡ଼ିଶାରେ ନିବେଶ କରିବ ୯୧୯୩ କୋଟି: ଉପଭୋକ୍ତା ମହାସଂଘ ର ଜୋରଦାର ବିରୋଧ

    • By jmjnewso
    • September 22, 2026
    • 17 views
    ଟାଟା ପାୱାରର ଯୋଜନା, ଓଡ଼ିଶାରେ ନିବେଶ କରିବ ୯୧୯୩ କୋଟି: ଉପଭୋକ୍ତା ମହାସଂଘ ର ଜୋରଦାର ବିରୋଧ

    ବିଜେଡିର ଡେଡଲାଇନ : ଆଜି ରାତି ସୁଦ୍ଧା ଇସ୍ତଫା ଦିଅ, ନହେଲେ ବିଧାନସଭା ଘେରାଉ

    • By jmjnewso
    • September 22, 2026
    • 13 views
    ବିଜେଡିର ଡେଡଲାଇନ : ଆଜି ରାତି ସୁଦ୍ଧା ଇସ୍ତଫା ଦିଅ, ନହେଲେ ବିଧାନସଭା ଘେରାଉ

    ଡକ୍ଟର ସରବଣା ବିବେକ ଏମ ହେଲେ ଭୁବନେଶ୍ୱର ଡିସିପି। 4 IPS ଙ୍କୁ ନୂଆ ଦାୟିତ୍ୱ।

    • By jmjnewso
    • September 22, 2026
    • 28 views
    ଡକ୍ଟର ସରବଣା ବିବେକ ଏମ ହେଲେ ଭୁବନେଶ୍ୱର ଡିସିପି। 4 IPS ଙ୍କୁ ନୂଆ ଦାୟିତ୍ୱ।

    ଆସିକା ସମବାୟ ଚିନିଶିଳ୍ପକୁ ଜାତୀୟ ଦକ୍ଷତା ପୁରସ୍କାର

    • By jmjnewso
    • September 22, 2026
    • 15 views
    ଆସିକା ସମବାୟ ଚିନିଶିଳ୍ପକୁ ଜାତୀୟ ଦକ୍ଷତା ପୁରସ୍କାର

    ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ:5 ଦିନ ବନ୍ଦ ରହିବ ବ୍ୟାଙ୍କ

    • By jmjnewso
    • September 22, 2026
    • 17 views
    ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ:5 ଦିନ ବନ୍ଦ ରହିବ ବ୍ୟାଙ୍କ

    ବୁଗୁଡ଼ା ପୋଲିସକୁ ବଡ଼ ସଫଳତା;ଅନ୍ତଃଜିଲ୍ଲା ଚୋରି ଗ୍ୟାଙ୍ଗର ୩ ଗିରଫ

    • By jmjnewso
    • September 22, 2026
    • 11 views
    ବୁଗୁଡ଼ା ପୋଲିସକୁ ବଡ଼ ସଫଳତା;ଅନ୍ତଃଜିଲ୍ଲା ଚୋରି ଗ୍ୟାଙ୍ଗର ୩ ଗିରଫ