”ପ୍ରଭୁ ମଞ୍ଜୁଳ ମିଳନ ସ୍ତମ୍ଭ” ଉଦଘାଟିତ

Spread the love


ବ୍ରହ୍ମପୁର: (ଜେଏମଜେ ନ୍ୟୁଜ): ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ, ଶାନ୍ତିକୁଣ୍ଡ ତରଫରୁ ରାଜଯୋଗିନୀ ବ୍ରହ୍ମାକୁମାରୀ ମଞ୍ଜୁ ଦିଦିଙ୍କ ପ୍ରଥମ ପୁଣ୍ୟତିଥି ପାଳନ ଉପଲକ୍ଷେ ତ୍ରିଦିବସିୟ ଶ୍ରୀମଦ୍ ଭଗବତ୍ ଗୀତା ପ୍ରବଚନ ମାଳାର ଉଦଯାପନୀ ସମାରୋହ ତଥା ପ୍ରଭୁ ମଞ୍ଜୁଳ ମିଳନ ସ୍ତମ୍ଭର ଅନାବରଣ ଓ ଲୋକାର୍ପଣ ସମାରୋହ ଅନୁଷ୍ଠିତ ହୋଇଯାଇଅଛି ।

ବ୍ରହ୍ମପୁର ବିଧାୟକ ଭ୍ରାତା କେ. ଅନିଲ କୁମାର ଉକ୍ତ ସ୍ତମ୍ଭର ଲୋକାର୍ପଣ ଉତ୍ସବରେ ନିଜ ବକ୍ତବ୍ୟ କହିଥିଲେ ଯେ, ରାଜଯୋଗିନୀ ବ୍ରହ୍ମାକୁମାରୀ ଭଗିନୀ ମଞ୍ଜୁ ସଦା ମାତୃସ୍ନେହୀ, ଗମ୍ଭୀର ଏବଂ ଶକ୍ତିମୂର୍ତ୍ତ ଥିଲେ । ତେଣୁ ତାଙ୍କର ବ୍ରହ୍ମପୁରରେ ଦୀର୍ଘ 40 ବର୍ଷର ଉତ୍ସର୍ଗୀକୃତ ସେବାଦ୍ବାରା ଅନୁପ୍ରାଣିତ ହୋଇ ତାଙ୍କରି ପ୍ରଦତ୍ତ ଶିକ୍ଷା, ଆଦର୍ଶ, ଶୃଙ୍ଖଳିତ ନିରଳସ ଜୀବନରୁ ପ୍ରେରଣା ପ୍ରାପ୍ତ କରି ସେ ସବୁ ଗୁଣ ସମୂହର ଅନୁଭବ ତଥା ଧାରଣ କରିବା ହିଁ ଆଜିର ଦିବସରେ ତାଙ୍କ ପ୍ରତି ବାସ୍ତବ ଭାବାଞ୍ଜଳି, ସ୍ନେହାଞ୍ଜଳି, ପୁଷ୍ପାଞ୍ଜଳି ତଥା ଶ୍ରଦ୍ଧାଞ୍ଜଳି ହେବ । ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଭଗିନୀ ଗୀତାଞ୍ଜଳି ଦାଶ ମଞ୍ଜୁ ଭଉଣୀଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ ନିଜ ବକ୍ତବ୍ୟରେ କହିଥିଲେ ଯେ, ମଞ୍ଜୁ ଭଉଣୀଙ୍କ ଗୁଣ ଓ ଶକ୍ତି ତାଙ୍କ ଜୀବନରେ ସଦା ପ୍ରତିଫଳିତ ହେଉଥିଲା । ସେ ପରମାତ୍ମାଙ୍କ ପ୍ରତି ନିଶ୍ଚୟ ବୁଦ୍ଧି, ତ୍ୟାଗ, ତପସ୍ୟା ଓ ସେବାମୟ ଜୀବନ, ସମାଜ କଲ୍ୟାଣ ଏବଂ କର୍ତ୍ତବ୍ୟ ପରାୟଣତା …. ଆଦିର ବାର୍ତ୍ତା ଦେଇ ମାନବ ମାତ୍ରକୁ ପରମାତ୍ମାଙ୍କ ନିକଟବର୍ତ୍ତୀ କରାଇପାରିଥିଲେ ।

ସେହିପରି ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ବାଣିଜ୍ୟ ବିଭାଗର ପ୍ରଫେସର ଭ୍ରାତା ପ୍ରକାଶ ଚନ୍ଦ୍ର ମିଶ୍ର ଭଗିନୀ ମଞ୍ଜୁଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ ପୂର୍ବକ ନିଜ ବକ୍ତବ୍ୟରେ କହିଥିଲେ ଯେ, ବିଶ୍ବ ବନ୍ଦନୀୟା, ଜ୍ଞାନର ଗନ୍ତାଘର, ସାହିତ୍ୟ, ଇତିହାସରୁ ଆରମ୍ଭ କରି ସର୍ବଧର୍ମ ପର୍ଯ୍ୟନ୍ତ ଅଗାଧ ପାଣ୍ଡିତ୍ୟର ଅଧତ୍କାରିଣୀ ତଥା ସମାଜର ଆଧ୍ୟାତ୍ମିକ ଉତ୍ଥାନରେ ଅଗ୍ରଜା ସମସ୍ତଙ୍କ ପ୍ରିୟ ଭାଜନ ହୋଇପାରିଥିଲେ । ବ୍ରହ୍ମପୁର ସବଜୋନ ସଞ୍ଚାଳିକା ବ୍ରହ୍ମାକୁମାରୀ ଭଗିନୀ ମାଳା ନିଜ ଶ୍ରଦ୍ଧାଞ୍ଜଳି ବକ୍ତବ୍ୟରେ କହିଥିଲେ ଯେ ଭଗିନୀ ମଞ୍ଜୁ ନିଜ ମଧୁର ବାଣୀ ଏବଂ ସମସ୍ତଙ୍କ ପ୍ରତି ସ୍ନେହ ସମ୍ମାନ ପ୍ରଦର୍ଶନ ଦ୍ଵାରା ସେମାନଙ୍କ ହୃଦୟକୁ ଜିତି ପାରୁଥିଲେ । ସେ 1969 ମସିହାରୁ ସଂସ୍ଥାର ମୁଖ୍ୟାଳୟ ମାଉଣ୍ଟ ଆବୁ, ଭାରତର ଅନେକାନେକ ସହର ତଥା ଓଡ଼ିଶାର ବିଭିନ୍ନ ସ୍ଥାନରେ ଆଧ୍ୟାତ୍ମିକ ସେବା ପ୍ରଦାନ କରି ଅନେକ ଆତ୍ମା କୁ ଦୁଃଖଦାୟୀ କଣ୍ଟାରୁ ପ୍ରସ୍ଫୁଟିତ ଫୁଲରେ ପରିବର୍ତ୍ତନ କରି ପାରିଥିଲେ। ଯାହାର ସୁଗନ୍ଧ ଆଜି ସାରା ବିଶ୍ବରେ ବ୍ୟାପ୍ତ । ବରିଷ୍ଠ ରାଜଯୋଗ ଶିକ୍ଷିକା, ବିଶ୍ବବିଖ୍ୟାତ ଲୋକପ୍ରିୟ ଆଧ୍ୟାତ୍ମିକ ବକ୍ତା ତଥା ପ୍ରବନ୍ଧନ ପ୍ରଶିକ୍ଷିକା ରାଜଯୋଗିନୀ ବ୍ରହ୍ମାକୁମାରୀ ଡା. ଉଷା ଦିଦିଜୀ ଶ୍ରୀମଦ୍ ଭଗବତ ଗୀତା ପ୍ରବଚନ ମାଳାର ତୃତୀୟ ସୋପାନ ତଥା ଉଦଯାପନୀ ସମାରୋହରେ ଭଗବାନ ଅର୍ଜୁନଙ୍କୁ ଧର୍ମଯୁକ୍ତ ଯୁଦ୍ଧ କରିବା ସମ୍ପର୍କରେ ହୃଦୟଙ୍ଗମ କରାଇ ନିଜ ବକ୍ତବ୍ୟରେ କହିଥିଲେ ଯେ, ଆତ୍ମିକ ସମ୍ପତ୍ତି ହିଁ ସ୍ଥିର ସମ୍ପତ୍ତି ଅଟେ । ଏହି ପରିପ୍ରେକ୍ଷୀରେ ଆତ୍ମାର ପରିବର୍ତ୍ତିତ ଗୁଣଧର୍ମ ହେଉଛି ଆତ୍ମାର ସ୍ବଧର୍ମ । କାରଣ ପ୍ରତ୍ୟେକ ଆତ୍ମାକୁ ଜୀବନ ଧାରଣ ସକାଶେ 7 ଗୁଣ ସମୂହ ଯେପରିକି ଜ୍ଞାନ, ପବିତ୍ରତା, ପ୍ରେମ, ଶାନ୍ତି, ସୁଖ ଆନନ୍ଦ ଏବଂ ଶକ୍ତିର ଆବଶ୍ୟକତା ରହିଛି । ଏଣୁ ଏସବୁ ଗୁଣ ସମୂହକୁ ଧାରଣ କରି ମାନବ ସମାଜକୁ ବିତରଣ କରିବା ଦ୍ବାରା ସେମାନଙ୍କ ଭାବନା, ଦୃଷ୍ଟିକୋଣ, ବ୍ୟବହାର, ବାଣୀ ଏବଂ କର୍ମ ଶୃଙ୍ଖଳିତ, ବ୍ୟବସ୍ଥିତ ତଥା ସଂଗଠିତ ହେବ । ତତସହ କାହାର ଦୁଖଦାୟୀ ବ୍ୟବହାରକୁ ମନରେ ଧାରଣ ନ କରି ସେ ସବୁକୁ ଭୁଲିଯିବା ଦ୍ବାରା ଜୀବନ ସୁଖମୟ ହୋଇପାରିବ । ଏହି ଅବସରରେ ଗ୍ରାସିମ କେମିକାଲ ଲିମିଟେଡ ଅଧତ୍କାରୀ ଭ୍ରାତା ନିରଜ ପଟ୍ଟନାୟକ, ଆସିଷ୍ଟାଣ୍ଟ ଡିଷ୍ଟ୍ରିକ ଜଜ୍ ବଲାଙ୍ଗୀର ଭଗିନୀ ସରୋଜିନୀ ସାହୁ, ଭାରତୀୟ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ପରିଚାଳକ ଜନ୍ମେଜୟ ମହାପାତ୍ର, ବ୍ରହ୍ମାକୁମାରୀ ଭଗିନୀ ଲଳିତା, ବରିଷ୍ଠ ଭେଷଜ ଏବଂ ମଧୁମେହ ବିଶେଷଜ୍ଞ ଭ୍ରାତା ପ୍ରକାଶ ଚନ୍ଦ୍ର ପାତ୍ର, କଟକ ଝାଞ୍ଜିର ମଙ୍ଗଳା ସେବାକେନ୍ଦ୍ରର ରାଜଯୋଗୀ ଭ୍ରାତା ନଥମଲ, ଅବସରପ୍ରାପ୍ତ ଲୋକାୟୁକ୍ତ ଭ୍ରାତା ଦେବବ୍ରତ ସ୍ବାଇଁ ଆଦି ପ୍ରଭୁ ଉପହାର ଅଡିଟୋରିୟମରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଭଗିନୀ ମଞ୍ଜୁଙ୍କ ପ୍ରତି ତାଙ୍କରି ସମର୍ପିତ ଜୀବନର ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ଜାମସେଦପୁର ଟାଟା ସେବାକେନ୍ଦ୍ର ସଞ୍ଚାଳିକା ଭଗିନୀ ଅଞ୍ଜୁ, ଗୌହାଟୀ ସେବାକେନ୍ଦ୍ର ସଞ୍ଚାଳିକା ଭିଗିନୀ ଜୁନାଲୀ, ତିନିସୁକିଆ ସବଜୋନ ଇନଚାର୍ଜ ଭଗିନୀ ରଜନୀ, ଭୁବନେଶ୍ବର ସବଜୋନ୍ ଇନଚାର୍ଜ ଭଗିନୀ ଲୀନା, ନବରଙ୍ଗପୁର ସବଜୋନ ସଞ୍ଚାଳିକା ଭଗିନୀ ନମିତା, କଟକ ସବଜୋନ ସହସଞ୍ଚାଳିକା ଭଗିନୀ ସୁଲୋଚନା, ରାଉରକେଲା ସବଜୋନ ସଞ୍ଚାଳିକା ଭଗିନୀ ବିମଳା, ସମ୍ବଲପୁର ସେବାକେନ୍ଦ୍ର ସହସଞ୍ଚାଳିକା ଭଗିନୀ ଜ୍ୟୋତି, ଭୁବନେଶ୍ବର ୟୁନିଟ-9 ସେବାକେନ୍ଦ୍ର ସଞ୍ଚାଳିକା ଭଗିନୀ ଗୀତା, ବି.ଏସ୍.ଇ.ଟିର ଚେୟାରମ୍ୟାନ ଭ୍ରାତା ଏ. ଦୀପକ ରାଓ, ମଧୁବନ ମୁଖ୍ୟାଳୟର ଭ୍ରାତା ବ୍ରହ୍ମାକୁମାର ଅର୍ଜୁନ, ଦୀପକ, କ୍ଷୀରାବ୍ଧି, ମହେନ୍ଦ୍ର ଆଦି ଉପସ୍ଥିତ ଥିଲେ । ଏତଦବ୍ୟତୀତ ମାଉଣ୍ଟଆବୁସ୍ଥ ପରିବହନ ବିଭାଗୀୟ ମୁଖ୍ୟ ଭ୍ରାତା ମୋହନ ମଧ୍ୟ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ । ମୁଖ୍ୟାଳୟ, ମାଉଣ୍ଟଆବୁରୁ ଆସିଥିବା ଭ୍ରାତା ସୁଧୀର ମଞ୍ଚ ସଂଚାଳନ କରିଥିଲେ । ଏହି ଅବସରରେ ମଞ୍ଜୁ ଭଉଣୀଙ୍କ ଜୀବନୀ ସମ୍ପର୍କରେ ଏକ ନୃତ୍ୟନାଟିକା ପ୍ରସ୍ତୁତ କରାଯାଇଥଲା । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଓଡ଼ିଶା ସମେତ ଭାରତବର୍ଷର 5ହଜାରରୁ ଅଧିକ ବ୍ରହ୍ମାକୁମାର ଓ କୁମାରୀ ଅଂଶଗ୍ରହଣ କରିଥିଲେ । 

ବ୍ରହ୍ମପୁର ରୁ ତାପେନ୍ଦ୍ର ଡାକୁଆ ଙ୍କ ରିପୋର୍ଟ

  • jmjnewso

    Related Posts

    ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ମୁକାବିଲା ପାଇଁ ସଜାଗ ହୋଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ।

    Spread the love

    Spread the loveଛତ୍ରପୁର : ଜେଏମଜେ ନ୍ୟୁଜ : ସମ୍ଭାବ୍ୟ ବାତ୍ୟା ଓ ଏହାର ପ୍ରଭାବରେ ହେବାକୁ ଥିବା ପ୍ରବଳ ବର୍ଷାକୁ ମୁକାବିଲା କରିବାକୁ ସଜାଗ ହୋଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ଆସନ୍ତାକାଲିଠାରୁ ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ହେବାର…

    ଶିକ୍ଷକ ପଦୋନ୍ନତି ଘଟଣା…ନିଯୁକ୍ତି ତାଲିକାରେ ଅନିୟମିତତା ନେଇ ଚର୍ଚ୍ଚାରେ ଡିଇଓ।

    Spread the love

    Spread the loveଜେଏମଜେ ବ୍ୟୁରୋ : ଗଞ୍ଜାମ ଜିଲ୍ଲାରେ ଶିକ୍ଷକ ପଦୋନ୍ନତିରେ ଅନିୟମିତତା ଆସିଲା ନେଇ ଅଭିଯୋଗ.. ଜିଲ୍ଲା ଶିକ୍ଷା ଧିକାରୀ ଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ବିଭିନ୍ନ ବିଦ୍ୟାଳୟ ରେ ଅଶାନ୍ତି ଆଶଙ୍କା ଦେଖାଦେଲାଣି..ଗଞ୍ଜାମ ଜିଲ୍ଲାର ପ୍ରାଥମିକ ଶିକ୍ଷକମାନଙ୍କର ପଦୋନ୍ନତି…

    Leave a Reply

    Your email address will not be published. Required fields are marked *

    You Missed

    ପଞ୍ଚାୟତରୁ ପୁରୀ: ଆରମ୍ଭ ହେଲା ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’

    • By jmjnewso
    • September 20, 2026
    • 28 views
    ପଞ୍ଚାୟତରୁ ପୁରୀ:   ଆରମ୍ଭ ହେଲା ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’

    ଗଞ୍ଜାମ ଜିଲ୍ଲା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

    • By jmjnewso
    • September 20, 2026
    • 29 views
    ଗଞ୍ଜାମ ଜିଲ୍ଲା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

    ଓଡିଶା ମୁହାଁ ହେଉଛି ସମ୍ଭାବ୍ୟ ବାତ୍ୟା।

    • By jmjnewso
    • September 20, 2026
    • 19 views
    ଓଡିଶା ମୁହାଁ ହେଉଛି ସମ୍ଭାବ୍ୟ ବାତ୍ୟା।

    ବିଧାନସଭା ମୌସୁମୀ ଅଧିବେଶନ ପାଇଁ କମିଶନରେଟ୍ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା: ମୁତୟନ ହେବେ ୩୦ ପ୍ଲାଟୁନ୍ ଫୋର୍ସ

    • By jmjnewso
    • September 20, 2026
    • 24 views
    ବିଧାନସଭା ମୌସୁମୀ ଅଧିବେଶନ ପାଇଁ କମିଶନରେଟ୍ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା: ମୁତୟନ ହେବେ ୩୦ ପ୍ଲାଟୁନ୍ ଫୋର୍ସ

    ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ମୁକାବିଲା ପାଇଁ ସଜାଗ ହୋଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ।

    • By jmjnewso
    • September 20, 2026
    • 21 views
    ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ମୁକାବିଲା ପାଇଁ ସଜାଗ ହୋଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ।

    ଶିକ୍ଷକ ପଦୋନ୍ନତି ଘଟଣା…ନିଯୁକ୍ତି ତାଲିକାରେ ଅନିୟମିତତା ନେଇ ଚର୍ଚ୍ଚାରେ ଡିଇଓ।

    • By jmjnewso
    • September 20, 2026
    • 54 views
    ଶିକ୍ଷକ ପଦୋନ୍ନତି ଘଟଣା…ନିଯୁକ୍ତି ତାଲିକାରେ ଅନିୟମିତତା ନେଇ ଚର୍ଚ୍ଚାରେ ଡିଇଓ।