ଭୁବନେଶ୍ବର(ଜେଏମଜେ ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହିତ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ ବଙ୍ଗୋପସାଗର କେନ୍ଦ୍ରୀୟ ଅଂଶ ଓ ନିକଟବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରୀଙ୍କ ଅବପାତର ରୂପ ନେବାର ସମ୍ଭାବନା ରହିଛି, ଯାହାଫଳରେ ରାଜ୍ୟରେ ଆଗାମୀ ୫-୭ ଦିନ ରହିବ ବର୍ଷା। ହାଲୁକାରୁ ମଧ୍ୟମଧରଣର ବର୍ଷା ହେବ। ବିଜୁଳି, ଘଡ଼ଘଡ଼ି ଓ ଝଟକା ପବନ ପାଇଁ ଚାଷୀଙ୍କୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି, ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି ଲଘୁଚାପ କ୍ଷେତ୍ର। ଏପର୍ଯ୍ୟନ୍ତ ରାଜ୍ୟରେ ବାତ୍ୟାର କୌଣସି ସୂଚନା ଆଇଏମ୍ଡି ପକ୍ଷରୁ ଦିଆଯାଇନାହିଁ। ବାତ୍ୟା ଯଦି ହେବାକୁ ଥାଏ ୧୦-୧୨ ଦିନ ପୂର୍ବରୁ ଆଇଏମ୍ଡି ସୂଚନା ଦିଏ। ଏଥିପାଇଁ ଭୟଭୀତ ହେବାର କୌଣସି କାରଣ ନାହିଁ।








