ସରିଲା ନାମାଙ୍କନ: ଲଢେଇ ପାଇଁ ସରଗରମ ନୂଆପଡ଼ା

Spread the love

ଜେଏମଜେ ବ୍ୟୁରୋ : ସରିଲା ନାମାଙ୍କନ। ଏଥର ଆରମ୍ଭ ହେବ ମୁକାବିଲା । ତିନି ପ୍ରମୁଖ ଦଳର ପ୍ରାର୍ଥୀ ପ୍ରସ୍ତୁତ। ଲଢେଇ ପାଇଁ ସରଗରମ ନୂଆପଡ଼ା। ଆଜି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସହ ଆଉ କିଛି ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ଆସନ୍ତା ୨୨ ରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ଆଉ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ହେଉଛି ୨୪ ତାରିଖ। ସେପଟେ ନାମାଙ୍କନ ପ୍ରକ୍ରିୟା ସରୁ ସରୁ ନିର୍ବାଚନ ମଇଦାନରେ ପ୍ରଚାରକୁ ଜୋରଦାର୍ କଲେଣି ବିଜେପି, ବିଜେଡ଼ି ଓ କଂଗ୍ରେସ । ଏଥିପାଇଁ ତିନି ଦଳ ପକ୍ଷରୁ ସ୍ବତନ୍ତ୍ର ପ୍ରଚାର ରଣନୀତି ପ୍ରସ୍ତୁତ କରାଯାଇଛି। ଫୋକସର ଭୋଟରଙ୍କ ମୁଡ୍। ବିଜେଡି ସିଟକୁ ନିଜ ଦଖଲକୁ ନେବା ଲାଗି ଶାସକ ବିଜେପି ସବୁ କୌଶଳ ଆପଣାଇବା ସହିତ ବିକାଶ କୁ ମୁଖ୍ୟ ମୁଦ୍ଦା କରିବ।

ଜୟ ଢୋଲକିଆ ବିଜେପିରେ ଯୋଗ ଦେଇ ପ୍ରାର୍ଥୀ ହେବା ପରେ ବିଜେଡି ପାଇଁ ବଢିଛି ଟେନସନ୍ ବଢିଛି। ସ୍ନେହାଙ୍ଗିନୀ ଜିଲ୍ଲା ବାହାର ନେତ୍ରୀ ହୋଇଥିବାରୁ ତାଙ୍କୁ ଜିତାଇବାକୁ ଦଳର ତୁଙ୍ଗ ନେତୃବୃନ୍ଦ ନୂଆପଡ଼ାରେ ପୁରା ଦମ ଲଗାଇଦେଇ ଛନ୍ତି। ସେପଟେ ଉଭୟ ବିଜେପି ଓ ବିଜେଡ଼ି ଏକ ହୋଇ ଲଢୁଥିବା କଥାକୁ ରାଜନୈତିକ ପ୍ରସଙ୍ଗ କରିଛି କଂଗ୍ରେସ। ତିନି ଦଳର ବଳ କଷାକଷି ଏକ ପ୍ରକାର ଆରମ୍ଭ ହୋଇଯାଇଛି। 

ନୂଆପଡ଼ାରେ କଂଗ୍ରେସ ଆଦିବାସୀ କାର୍ଡ ଖେଳିଥିବା ବେଳେ ବିଜେଡି ମହିଳା ଚେହେରା ନେଇ ମୈଦାନକୁ ଓହ୍ଲାଇଛି। ବିଜେପି କିନ୍ତୁ ଦିବଂଗତ ବିଧାୟକଙ୍କ ଲିଗାସୀକୁ ଆଧାର କରି ନିର୍ବାଚନ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଛି। ନୂଆପଡ଼ାରେ  ୨ ଲକ୍ଷ ୫୪ ହଜାର ଭୋଟର ଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ହେଲା ପ୍ରାୟ ଲକ୍ଷେ ୨୬ ହଜାର ୧୩୨ । ସେହିପରି ପୁରୁଷ ଭୋଟର ହେଲେ ୧ ଲକ୍ଷ ୨୨ ହଜାର ୧୦୩। ନିର୍ବାଚନମଣ୍ଡଳୀରେ ୩୩ ପ୍ରତିଶତ ହେଉଛନ୍ତି ଆଦିବାସୀ। ଏଣୁ ଭୋଟରଙ୍କ ମନ ଜିଣିବା ପାଇଁ ତିନି ଦଳ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି।

ବିଜେପି ପାଇଁ ଓଡ଼ିଶା ଓ ଛତିଶଗଡର ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ମନ୍ତ୍ରୀ ପୁଞ୍ଜି ହୋଇଥିବା ବେଳେ ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ ବାଜିରେ ଲଗାଇଛି। ଏହାରି ଭିତରେ ରାଜନୈତିକ ବୟାନବାଜି ବି ତେଜିଛି। ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ବଡ ପ୍ରତିକ୍ରିୟା ଦେଇ କହିଛନ୍ତି, ନୂଆପଡ଼ାରେ ଆମେ ଜିତିବୁ। କଂଗ୍ରେସକୁ ଚେକ୍ ଦେବାକୁ ବିଜେଡିକୁ ରାଜ୍ୟର ବଞ୍ଚାଇ ରଖିଛି ବିଜେପି। ନଚେତ୍ ବିଜେଡ଼ି ଲୋପ ପାଇ ଯିବ। ବିଜେଡି କହିଛି ବିଜେପିର ବାହାସ୍ପୋଟ ରହିବନି। ନବୀନ ବାବୁଙ୍କ ଲୋକପ୍ରିୟତାରେ ହାରିଯିବ ଶାସକ ଦଳ । 

  • jmjnewso

    Related Posts

    ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେପି ସାଂସଦ ଦିନେଶ ଶର୍ମା

    Spread the love

    Spread the loveଜେଏମଜେ ବ୍ୟୁରୋ : ବିଜେପିର ରାଜ୍ୟସଭା ସାଂସଦ ତଥା ଉତ୍ତରପ୍ରଦେଶର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଡା. ଦିନେଶ ଶର୍ମା ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ରାଜ୍ୟସଭାର ଚେୟାରମ୍ୟାନ୍ ସି.ପି. ରାଧାକୃଷ୍ଣନ ତାଙ୍କ ଇସ୍ତଫାକୁ ଗ୍ରହଣ କରିବା ସହ ତାଙ୍କ ଆସନକୁ…

    MMDR ଆକ୍ଟକୁ ଜୋରଦାର ବିରୋଧ, ଇଣ୍ଡିଆ ବ୍ଲକର ବିଶାଳ ସମାବେଶ, ଆସନ୍ତାକାଲି ବିକ୍ଷୋଭ କରିବ ବିଜେଡି

    Spread the love

    Spread the loveଭୁବନେଶ୍ଵର, ୮/୯ : ଜେଏମଜେ ନ୍ୟୁଜ : ଏମଏମଡିଆର ବିଲ ବିରୋଧ କରି ଭୁବନେଶ୍ୱର ଲୋୟର ପିଏମଜିରେ ଇଣ୍ଡିଆ ବ୍ଲକ ପକ୍ଷରୁ ବିଶାଳ ସମାବେଶ ଅନୁଷ୍ଠିତ ହୋଇଛି । ଆସନ୍ତା ୨୯ ତାରିଖରେ ବିଧାନସଭା ଘେରାଉ କରିବାକୁ ଇଣ୍ଡିଆ…

    Leave a Reply

    Your email address will not be published. Required fields are marked *

    You Missed

    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ

    • By jmjnewso
    • September 15, 2026
    • 27 views
    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ

    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    • By jmjnewso
    • September 15, 2026
    • 36 views
    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    • By jmjnewso
    • September 15, 2026
    • 28 views
    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    • By jmjnewso
    • September 15, 2026
    • 33 views
    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    • By jmjnewso
    • September 14, 2026
    • 40 views
    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    • By jmjnewso
    • September 14, 2026
    • 42 views
    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର