ମନ୍ତ୍ରୀଙ୍କ ନାଁ ହଟାଇବା ପାଇଁ ବିକ୍ରମ ପଣ୍ଡାଙ୍କୁ ଫସାଇଛି ପୁଲିସ: ବିଜେଡ଼ି ପ୍ରେସମିଟ

Spread the love

ଭୁବନେଶ୍ବର:(ଜେଏମଜେ ବ୍ୟୁରୋ): ଗତ ୧୬ ମାସର ବିଜେପି ସରକାର ରାଜ୍ୟରେ ଅପରାଧ ରୋକିବାରେ ବିଫଳ ହୋଇଛି। ଖାସ କରି ଗଞ୍ଜାମରେ ପୁଲିସ କିଛି ପଦକ୍ଷେପ ନେଉନି। ପୁଲିସ ଅପରାଧୀଙ୍କ ହାତବାରିସୀ ସାଜି ପ୍ରୋତ୍ସାହନ ଯୋଗାଉଛନ୍ତି ଅପରାଧ କରିବାକୁ। ପୀତବାସ ପଣ୍ଡା ହତ୍ୟାକାଣ୍ଡ ପରେ ବିଜେପିର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କହିଛନ୍ତି ତୁରନ୍ତ ମନ୍ତ୍ରୀ ବିଭୂତି ଜେନାଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରାଯାଉ।

କାରଣ ସେ ନିଜେ ଅପରାଧୀ। ବିଭୁତି ଜେନା ଖଣି ମନ୍ତ୍ରୀ। ଗଞ୍ଜାମରେ ବାଲି ଚୋରା ଚାଲାଣ ହେଉଛି। ସେ ଏହାକୁ ରୋକି ପାରୁ ନାହାନ୍ତି। ସରକାର ଅଡୁଆରେ ପଡିବେ ବୋଲି ଚକ୍ରାନ୍ତ ହେଲା।

ଆଜି SP କହିଲେ ଯେପରି ସରକାର ତାଙ୍କୁ କହିଥିଲେ ବିଜେପି ଓ ବିଭୂତି ଜେନାଙ୍କୁ ବଞ୍ଚାଇବାକୁ। ମନ୍ତ୍ରୀଙ୍କୁ ବିଦା କଲେ ବିଜେପିର ଅସଲ ମୁଖା ଖୋଲିଯିବ। SP କହୁଥିଲେ ଏକ ରଚନା। ସିଧାସଳଖ ଭାବେ ବିକ୍ରମ ପଣ୍ଡାଙ୍କ ଏହି ମାମଲାରେ ସମ୍ପୃକ୍ତି ନାହିଁ। ତାଙ୍କୁ ଫସାଇ ବିଜେଡିକୁ ବଦନାମ କରିବାକୁ ଏପରି ଚକ୍ରାନ୍ତ କରାଯାଇଛି। କାରଣ ନୂଆପଡାରେ ବିଜେପି ହାରିବ ବୋଲି ଜାଣିଛନ୍ତି।

ବିକ୍ରମ ପଣ୍ଡାଙ୍କୁ ପୁଲିସ ବଳି ପକାଇଲେ ବିଜେପିକୁ ବଞ୍ଚାଇବାକୁ। ବିକ୍ରମଙ୍କ ସମ୍ପୃକ୍ତି କଣ ପୁଲିସ କହି ପାରୁନି। ବିଜେଡି ଜିତିବ ବୋଲି ଜାଣି ବିଜେପି ଭୟଭୀତ। ଭୋଟର ଜାଣି ସାରିଲେଣି କିପରି ବିଭୂତି ଜେନାଙ୍କୁ ବଞ୍ଚାଇ ବିକ୍ରମ ପଣ୍ଡାଙ୍କ ରାଜନୈତିକ କ୍ୟାରିଆର ସାରିବାକୁ ଏହା କରାଯାଇଛି। ଏହା ନିନ୍ଦନୀୟ ଓ ଗଣତନ୍ତ୍ର ପାଇଁ ବିପଦ। ପ୍ରକୃତ ଦୋଷୀ ଗିରଫ ହୁଅନ୍ତୁ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି।

ବ୍ରହ୍ମପୁର SP ଙ୍କ ପ୍ରେସ ମିଟ ବିଗତ ୬ ତାରିଖରୁ ଆଜି ଯାଏଁ ଥିଲା। ଯାହା କହି ନାହାନ୍ତି, ତାହା ହେଉଛି ଯେ SP ଯେଉଁ ତଥ୍ୟ ରଖିବାକୁ ଚେଷ୍ଟା କରିଛନ୍ତି, ଲାଗୁଛି ପୀତବାସ ପଣ୍ଡାଙ୍କୁ ମାରିବାକୁ ଯେତେ ବଡ଼ ପ୍ଲଟ ହୋଇ ନ ଥିଲା, ବିଭୂତି ଜେନାଙ୍କୁ ବଞ୍ଚାଇବାକୁ ବଡ଼ ପ୍ଲଟ ହେଲା। ମୂଳ ଆସାମୀକୁ ବଞ୍ଚାଇବାକୁ SP ଯୋଜନା କଲେ। ପୂର୍ବତନ ମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ରମେଶ ଚ୍ୟାୟୁ ପଟ୍ଟନାୟକ ଓ ବିଜେଡି ନେତା SP ଙ୍କୁ ଭେଟି ପଚାରିଲେ କେଉଁ ତଥ୍ୟରୁ ବିକ୍ରମ ପଣ୍ଡା ଗିରଫ ହେଲେ। ହେଲେ ଅଧ ଘଣ୍ଟା ଯାଏଁ SP କିଛି କହି ପାରିଲେ ନାହିଁ। ତଥ୍ୟ ଠିକ ଭାବେ ବାହାର କରିବାକୁ ବିଜେଡି କହିଲେ। ହେଲେ ବିନା ତଥ୍ୟରେ ଅଧ ରାତିରେ କେମିତି ଅନୈତିକ ଭାବେ ଗିରଫ ଠିକ ହେଲାନି।

ଏଠି କଥା ହେଲେ, ସେପଟେ SP ଗିରଫ କଲେ। SP ଙ୍କୁ ପ୍ରେସ ମିଟରେ ଗୋଟେ ପଦ ବି ବିକ୍ରମ ପଣ୍ଡାଙ୍କ ସମ୍ପୃକି ନେଇ ତଥ୍ୟ ରଖି ପାରିଲେ ନାହିଁ। ପୁଲିସ ମିଛକୁ ସତ କରିବାକୁ ଯାଇ ଭୁଲ କହି ଦେଲେ। ସବୁଠାରୁ କୌତୁହଳ କଥା ଯେ ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାରଙ୍କ ହାଇକୋର୍ଟ ପିଟିସନ ଦାଖଲ ହୋଇଛିମ ଆଜି SP ରାଜନୈତିକ ଢଙ୍ଗରେ କହିଲେ ଅନିଲ କେଶ ହାରି ପାରନ୍ତି। ଯେଉଁଥି ପାଇଁ ସବୁ ଖର୍ଚ୍ଚ ବିକ୍ରମ ପଣ୍ଡା ଓ ପୂର୍ବତନ ମେୟର ବହନ କରିଥାନ୍ତେ ବିକ୍ରମ ପୁଣି ବିଧାୟକ ହୋଇଥାନ୍ତେ। ଏହାର ଏହି କେଶ ସହ କଣ ଲିଙ୍କ ବୋଲି ବିଜେଡ଼ିର ବରିଷ୍ଠ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି।

ଦୁଇ ଜଣ ବ୍ୟକ୍ତିଙ୍କ ରାଜନୈତିକ ଆକାଙ୍ଖ୍ୟା ଭିତରେ SP ଙ୍କ ଅସୁବିଧା କଣ ? ପୀତବାସ ପଣ୍ଡାଙ୍କୁ ଖଣି ମନ୍ତ୍ରୀ ବିଭୂତି ଜେନାଙ୍କ ସମ୍ପୃକ୍ତି ଥିବାବେଳେ SP ତାଙ୍କୁ ଖସିବାକୁ ଉଦ୍ୟମ କରିଛନ୍ତି। ଦୁଇ ଦିନ ତଳେ ଚିକିଟିରେ ଜଣେ ଲୋକ ହସିଲେ ବୋଲି ଗିରଫ ହେଲେ। ଆଉ ଜଣେ ବିଧାୟକଙ୍କ ଲୋକ ନୁହେଁ ବୋଲି ଗିରଫ ହେଲେ। ଏ ହେଉଛି ବିଜେପି ସରକାରର ପୋଲିସ। SP କହିଲେ ହତ୍ୟାକାଣ୍ଡରେ 50 ଲକ୍ଷ ଟଙ୍କା ଡ଼ିଲ ହୋଇଥିଲା ଯାହା ବିକ୍ରମ ଓ ପୂର୍ବତନ ମେୟର ଦେଇଥାନ୍ତେ। ଯାହାର କୌଣସି ପ୍ରମାଣ ନାହଁ। ମନ୍ତ୍ରୀଙ୍କୁ ସିନରୁ ହଟାଇବାକୁ ଏପରି କରାଯାଇଛି। ଆଇନ ତା ବାଟରେ ଯିବ। ହେଲେ ପୋଲିସ ଯାହା ସବୁ କରୁଛି ଓ ତିଳେ ମାତ୍ର ଭୟ କରିନି ଜଣେ ରାଜନୈତିକ ବ୍ୟକ୍ତିଙ୍କ ଇମେଜ ନଷ୍ଟ କରିବାକୁ, ତାହା ନିନ୍ଦନୀୟ। ୧୮ ଦିନ ହେଲାଣି ହତ୍ୟାକାଣ୍ଡକୁ।

ହତ୍ୟାର ପ୍ରଥମ 7 ଦିନ DG ଓ IG କହିଲେ ବିହାରରୁ ସାର୍ପ ସୁଟର ଆସିଥିଲେ। ଆଜି କହିଲେ ଲୋକାଲ ସୁଟର ବେଙ୍ଗାଳୁରୁରୁ ଆସିଲେ। ପ୍ରତି ପାଞ୍ଚ ଦିନ ନୂଆ ଗପ କଲା ପୋଲିସ। ବିକ୍ରମଙ୍କ ନାଁରେ ମିଛ ମାମଲା କରି ଜିତିଛି ବୋଲି ପୋଲିସ ଭାବୁଛି। ବିକ୍ରମ ପଣ୍ଡାଙ୍କ ଯିଏ ବି ସାଙ୍ଗ ସମ୍ପୃକ୍ତ ଅଛନ୍ତି, ତାହାଲେ କଣ ବିକ୍ରମ ପଣ୍ଡା ଗିରଫ ହେବେ? ରାଜନୀତିରେ ସମସ୍ତେ ସାଙ୍ଗ। ବିଭୂତି ଜେନା ବି ଆମ ସାଙ୍ଗ. ସବୁ ଗିରଫ ହେବେ ତ? ଛୋଟ ପିଲା ପରି ଗପୁଛନ୍ତି SP। କିଏ ଅଧିକାର ଦେଲା SP ଙ୍କୁ ମନ୍ତ୍ରୀଙ୍କ ବଞ୍ଚାଇ ଜଣେ ପୂର୍ବତନ ବିଧାୟକଙ୍କୁ ଗିରଫ କରିବାକୁ। ବିକ୍ରମ ବାବୁ କୁଆଡେ ୫୦ ଲକ୍ଷ ଟଙ୍କା ଦେଇଥାନ୍ତେ। କାହିଁକି ଦେଇଥାନ୍ତେ ? ରାଜନୈତିକ ଶତ୍ରୁତା ବୋଲି କଣ ଅପରାଧୀ ସଜାଇ ଦେବେ। ରାଜନୈତିକ ପ୍ରତିଦ୍ବନ୍ଦୀ ରାଜନୈତିକ ହତ୍ୟାକାରୀ ନୁହେଁ ବୋଲି SP ଜାଣିବା କଥା। ବିଜେଡି ଚୁପ ବସିବନି। ଗତ ଏକ ବର୍ଷରେ ୧୩୮ ହତ୍ୟା ହେଲାଣି ଗଞ୍ଜାମରେ। ପୁଲିସ କିଛି କରୁନି। ବିକ୍ରମଙ୍କ ଗିରଫଦାରି ସ୍ପଷ୍ଟ କରୁଛି ଯେ ପୁଲିସ ସବୁଠାରୁ ବଡ଼ ଗୁଣ୍ଡା। ଆମେ ହାରିବୁ ବୋଲି କଣ ଆଉ ଲଢ଼ିବୁନି। ହାଇକୋର୍ଟ ଯିବୁ ବୋଲି ହତ୍ୟାକାରୀ କରି ଦେବେ। ଏହାକୁ କଠୋର ଭାବେ ବିଜେଡି ନିନ୍ଦା କରୁଛି। ଆଗାମୀ ଦିନରେ ଆନ୍ଦୋଳନ ଆହୁରି ବଢିବ। ଆନ୍ଦୋଳନ ସରକାର ସହ ପୋଲିସ ବିରୋଧରେ ହେବ ବୋଲି ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି।

  • jmjnewso

    Related Posts

    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    Spread the love

    Spread the loveଆଉ ୩ ଦିନ ପରେ ମଞ୍ଚରେ ମଞ୍ଚସ୍ଥ ହୋଇଥାନ୍ତା ନାଟକ । ଗଣେଜ ପୂଜା ଉପଲକ୍ଷେ ନାଟକ ମଞ୍ଚସ୍ଥ ପାଇଁ ରିହର୍ସଲ ଚାଲିଥିବା ବେଳେ ଅଭାବନୀୟ ଘଟଣା ଘଟିଛି । ଦୁଇ ଯୁବକଙ୍କ ଛୁରାମାଡ଼ରେ ଜଣେ ଯାତ୍ରା କଳାକାରଙ୍କ…

    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    Spread the love

    Spread the loveଜେଏମଜେ ବ୍ୟୁରୋ : ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଖାଇ ପାଇଁ ସାରା ଅଞ୍ଚଳ ଉତ୍ସବମୁଖର । ଗାଁଠୁ ସହର, ସବୁଠି ଦେଖିବାକୁ ମିଳୁଛି ଆନନ୍ଦ ଓ ଉତ୍ସାହର ମାହୋଲ।ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ…

    Leave a Reply

    Your email address will not be published. Required fields are marked *

    You Missed

    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    • By jmjnewso
    • September 15, 2026
    • 22 views
    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    • By jmjnewso
    • September 15, 2026
    • 18 views
    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    • By jmjnewso
    • September 15, 2026
    • 27 views
    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    • By jmjnewso
    • September 14, 2026
    • 35 views
    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    • By jmjnewso
    • September 14, 2026
    • 40 views
    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ

    • By jmjnewso
    • September 14, 2026
    • 36 views
    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ