ଜୟପୁର ବ୍ୟବସାୟୀଙ୍କୁ ଉଠାଇନେଲା ବ୍ରହ୍ମପୁର ପୁଲିସ

Spread the love

ଜେଏମଜେ ବ୍ୟୁରୋ : ପୀତବାସ ହତ୍ୟା ମାମଲାର ଅଭିଯୁକ୍ତଙ୍କୁ ପ୍ରଶ୍ରୟ ଦେବା ଅଭିଯୋଗରେ ଜୟପୁରର ବ୍ୟବସାୟୀ ସୁନୀଲ ହୋତାଙ୍କୁ ଉଠାଇ ନେଇଛି ବ୍ରହ୍ମପୁର ପୁଲିସ। ଜୟପୁର ଶ୍ରୀରାମନଗରସ୍ଥିତ ବାସଭବନରୁ ମଙ୍ଗଳବାର ବିଳମ୍ବିତ ରାତିରେ ସୁନୀଲଙ୍କୁ ପୁଲିସର ଏକ ଟିମ୍ ଉଠାଇ ନେଇଥିବା ଜଣାପଡ଼ିଛି। ଜୟପୁର ପୁଲିସ ଏ ସମ୍ପର୍କରେ ମୁହଁ ଖୋଲୁନଥିବା ବେଳେ କୋରାପୁଟ ଏସ୍ପି ରୋହିତ ବର୍ମା କହିଛନ୍ତି, କେବଳ ବ୍ରହ୍ମପୁର ପୁଲିସକୁ ଆମେ ସହାୟତା କରିଛୁ।

ମାମଲାରେ ସୁନୀଲଙ୍କ ସମ୍ପୃକ୍ତି ରହିଛି କି ନାହିଁ ତାହା ତଦନ୍ତ ପରେ ବ୍ରହ୍ମପୁର ପୁଲିସ ସ୍ପଷ୍ଟ କରିବ।

ସୂଚନା ଅନୁଯାୟୀ, ଜୟପୁର ବ୍ଲକ୍ କାଳିଆଗାଁରେ ରହିଛି ସୁନୀଲଙ୍କ ଇଟା ଫ୍ୟାକ୍ଟ୍ରି ଓ ଫାର୍ମ ହାଉସ୍। ପୀତବାସ ହତ୍ୟାକାଣ୍ଡ ଘଟଣା ପରେ ଅଭିଯୁକ୍ତ କୁରୁପତି ଭୂୟାଁ ଓ ଉମା ବିଷୋୟୀ ଜୟପୁର ଅଭିମୁଖେ ପଳାଇ ଆସି ସୁନୀଲଙ୍କ ଫାର୍ମ ହାଉସ୍ରେ ରହିଥିଲେ। ବ୍ୟବସାୟୀ ସୁନୀଲ ହେଉଛନ୍ତି ପୀତବାସ ହତ୍ୟାକାଣ୍ଡ ମାମଲାର
ଅନ୍ୟତମ ଅଭିଯୁକ୍ତ ତଥା ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ଘନିଷ୍ଠ ସହଯୋଗୀ। ସବୁ ଜାଣି ମଧ୍ୟ ସୁନୀଲ ଦୁଇ ଅଭିଯୁକ୍ତ କୁରୁପତି ଓ ଉମାଙ୍କୁ ତାଙ୍କ ଫାର୍ମ ହାଉସରେ ୪ ଦିନ ଧରି ଆଶ୍ରୟ ଦେଇଥିଲେ ବୋଲି ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସ୍ପି ଡା. ଶର୍ବଣା ବିବେକ ଏମ୍ ସ୍ପଷ୍ଟ କରିଛନ୍ତି।

ଏପରିକି ୪ ଦିନ ପର୍ଯ୍ୟନ୍ତ ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ମଳୟ ବିଷୋୟୀ ଓ ମଦନ ଦଳେଇ, ସୁନୀଲଙ୍କୁ ଫୋନ୍ କରି କୁରୁପତି ଏବଂ ଉମାଙ୍କ ଭଲମନ୍ଦ ସମ୍ପର୍କରେ ପଚାରି ବୁଝୁଥିଲେ। ମଙ୍ଗଳବାର ରାତିରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ପୁଲିସ ଉଠାଇବା ପରେ ଏହି ସୂଚନା ପାଇ ପୁଲିସ ଜୟପୁରରେ ଚଢ଼ଉ କରିଥିଲା। ସୁନୀଲଙ୍କ ସମ୍ପୃକ୍ତି ନେଇ ପୁଲିସ ସୂଚନା ଦେବା ପରେ ଗଣମାଧ୍ୟମ ପ୍ରତିନିଧି ସୁନୀଲଙ୍କ ଫାର୍ମ ହାଉସ୍ ତଥା ଇଟା ଫ୍ୟାକ୍ଟ୍ରି ସମ୍ମୁଖରେ ପହଞ୍ଚିଥିଲେ। ତେବେ ସୁରକ୍ଷାକର୍ମୀ ଫାର୍ମ ହାଉସ ଗେଟ୍ ତାଲା ପକାଇ ଦେବା ସହିତ କୁକୁରକୁ ଖୋଲା ଛାଡ଼ି ଦେଇଥିଲେ।

  • jmjnewso

    Related Posts

    ବୁଗୁଡ଼ା ପୋଲିସକୁ ବଡ଼ ସଫଳତା;ଅନ୍ତଃଜିଲ୍ଲା ଚୋରି ଗ୍ୟାଙ୍ଗର ୩ ଗିରଫ

    Spread the love

    Spread the loveବୁଗୁଡା,୨୨/୦୯ ଜେଏମଜେ ନ୍ୟୁଜ(ସୋରେନ କୁମାର ପ୍ରଧାନ): ବୁଗୁଡା ପୋଲିସ ଥାନା ଅଧୀନସ୍ଥ ବାଲିପଦର ଫାଣ୍ଡି ପୋଲିସକୁ ମିଳିଛି ଏକ ବଡ ସଫଳତା। ଏକ ଆନ୍ତଃଜିଲ୍ଲା ଚୋରି ଗ୍ୟାଙ୍ଗର ତିନି ଜଣଙ୍କୁ ଗିରଫ କରିଛି ବାଲିପଦର ଫାଣ୍ଡି ପୋଲିସ। ଭଞ୍ଜନଗର…

    ସ୍କୁଟି ସହ ୮ କେଜି ଗଞ୍ଜେଇ ଜବତ,ଜଣେ ଗିରଫ

    Spread the love

    Spread the love ବୁଗୁଡ଼ା,୨୧/୦୯ ଜେଏମଜେ ନ୍ୟୁଜ(ସୋରେନ କୁମାର ପ୍ରଧାନ): ସ୍ଥାନୀୟ ଅବକାରୀ ଥାନା ପକ୍ଷରୁ ଅଚାନକ ଚଢାଉ କରାଯାଇ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଚଢିଆପଲ୍ଲୀଠାରେ ଏକ ସ୍କୁଟି ସହ ୮ କେଜି ଗଞ୍ଜେଇ ଜବତ କରି ଜଣେ ଆସାମୀଙ୍କୁ ଗିରଫ…

    Leave a Reply

    Your email address will not be published. Required fields are marked *

    You Missed

    ପ୍ରବଳ ବର୍ଷିବ ଆଲର୍ଟ, ବଢ଼ିଲା ଭୂସ୍ଖଳନ ଭୟ : ଦୁଇ ଦିନ କଳିଙ୍ଗା ଘାଟିରେ ଯାତାୟାତ ବନ୍ଦ

    • By jmjnewso
    • September 22, 2026
    • 29 views
    ପ୍ରବଳ ବର୍ଷିବ ଆଲର୍ଟ, ବଢ଼ିଲା ଭୂସ୍ଖଳନ ଭୟ : ଦୁଇ ଦିନ କଳିଙ୍ଗା ଘାଟିରେ ଯାତାୟାତ ବନ୍ଦ

    ଓଡ଼ିଶା କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ : ଏକାଠି ହୋଇ ପଞ୍ଚାୟତ ନିର୍ବାଚନ ଲଢିବାକୁ ଆହ୍ବାନ

    • By jmjnewso
    • September 22, 2026
    • 16 views
    ଓଡ଼ିଶା କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ : ଏକାଠି ହୋଇ ପଞ୍ଚାୟତ ନିର୍ବାଚନ ଲଢିବାକୁ ଆହ୍ବାନ

    SIRକୁ ନେଇ ଗଜପତି ରେ ଅସନ୍ତୋଷ, ଭୋଟର ତାଲିକାରୁ ବାଦ୍ ପଡ଼ିଲେ ତିବ୍ବତୀୟ, ପୁନଃବିଚାର ପାଇଁ ଦାବି

    • By jmjnewso
    • September 22, 2026
    • 21 views
    SIRକୁ ନେଇ  ଗଜପତି ରେ ଅସନ୍ତୋଷ, ଭୋଟର ତାଲିକାରୁ ବାଦ୍ ପଡ଼ିଲେ ତିବ୍ବତୀୟ, ପୁନଃବିଚାର ପାଇଁ ଦାବି

    ଆଗକୁ ପଞ୍ଚାୟତ ନିର୍ବାଚନ ପୂର୍ବରୁ SIR ଝଟକା : ଗଞ୍ଜାମ ଜିଲ୍ଲାରେ ବାଦ ପଡ଼ିଲେ ୨ ଲକ୍ଷ ଭୋଟର

    • By jmjnewso
    • September 22, 2026
    • 29 views
    ଆଗକୁ ପଞ୍ଚାୟତ ନିର୍ବାଚନ ପୂର୍ବରୁ SIR ଝଟକା : ଗଞ୍ଜାମ ଜିଲ୍ଲାରେ ବାଦ ପଡ଼ିଲେ ୨ ଲକ୍ଷ ଭୋଟର

    ଟାଟା ପାୱାରର ଯୋଜନା, ଓଡ଼ିଶାରେ ନିବେଶ କରିବ ୯୧୯୩ କୋଟି: ଉପଭୋକ୍ତା ମହାସଂଘ ର ଜୋରଦାର ବିରୋଧ

    • By jmjnewso
    • September 22, 2026
    • 26 views
    ଟାଟା ପାୱାରର ଯୋଜନା, ଓଡ଼ିଶାରେ ନିବେଶ କରିବ ୯୧୯୩ କୋଟି: ଉପଭୋକ୍ତା ମହାସଂଘ ର ଜୋରଦାର ବିରୋଧ

    ବିଜେଡିର ଡେଡଲାଇନ : ଆଜି ରାତି ସୁଦ୍ଧା ଇସ୍ତଫା ଦିଅ, ନହେଲେ ବିଧାନସଭା ଘେରାଉ

    • By jmjnewso
    • September 22, 2026
    • 19 views
    ବିଜେଡିର ଡେଡଲାଇନ : ଆଜି ରାତି ସୁଦ୍ଧା ଇସ୍ତଫା ଦିଅ, ନହେଲେ ବିଧାନସଭା ଘେରାଉ