ଯିଏ ଅଣ୍ଡା ନଖାଉଛନ୍ତି, ତାଙ୍କୁ ଫଳଦିଅ।

Spread the love

ଜେଏମଜେ ବ୍ୟୁରୋ : ଗଣଶିକ୍ଷା ବିଭାଗର ତାଗିଦ୍, ଏଥିରେ ଯେମିତି ଖରାପ ପ୍ରଚାର ନହୁଏ ! ଯିଏ ଅଣ୍ଡା ନଖାଉଛନ୍ତି, ତାଙ୍କୁ ଫଳ ଦିଅ । ଏମିତି କିଛି କହି ତାଗିଦ କରିଛି ଗଣ ଶିକ୍ଷା ବିଭାଗ । ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଏଭଳି ଚିଠି ଲେଖି ତାଗିଦ କରିଛି ଗଣଶିକ୍ଷା ବିଭାଗ । PM ପୋଷଣ ଓ MMPY ସ୍କିମ୍‌ରେ, ପିଲାମାନେ ଅଣ୍ଡା ଖାଉ ନଥିଲେ, ଫଳ ଦେବାକୁ ନିର୍ଦ୍ଦେଶ ରହିଛି । ତେଣୁ ଏହାକୁ ଯଥା ସମ୍ଭବ ପାଳନ କରାଯାଉ ବୋଲି ଗଣଶିକ୍ଷା ବିଭାଗ କହିଛି ।

ଯେଉଁ ଦିନ ଅଣ୍ଡା ଦିଆଯାଉଛି, ସେଇଦିନ ଯଦି କେହି ଅଣ୍ଡା ଖାଏ ନାହିଁ କିମ୍ବା କୌଣସି ପିଲା ଯଦି ଅମିଷ ଖାଉନଥାଏ, ତେବେ ତାଙ୍କୁ ଅଣ୍ଡା ବଦଳରେ ଫଳ ଦିଆଯାଉ । ଏଥିରେ ଯେମିତି କିଛି ବ୍ୟତିକ୍ରମ ନହୁଏ ସେଥିପ୍ରତି ମଧ୍ୟ ଧ୍ୟାନ ଦେବାକୁ କୁହାଯାଇଛି । ଏହାସହ ଏନେଇ କୌଣସି ସମସ୍ୟା କିମ୍ବା ଅପପ୍ରଚାର ହେବାକୁ ନଦେବା ପାଇଁ ମଧ୍ୟ ପରାମର୍ଶ ରହିଛି ।

ଗତ ଅଗଷ୍ଟ ମାସରେ ସ୍କୁଲରେ ନିରାମିଷ ପିଲାଙ୍କୁ ଅଣ୍ଡା ବଦଳରେ ଫଳ ଦିଆଯିବ ବୋଲି କୁହାଯାଇଥିଲା । ତେଣୁ ଏହି କଥା ପ୍ରଚାର ହେବା ପରେ ସମସ୍ତଙ୍କ ମନରେ ଖୁସିର ଲହରି ଖେଳିଥିଲା । ଶିଶୁ ବାଟିକାରୁ ଦଶମ ଯାଏଁ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟରେ ଫଳ ମିଳିବ ବୋଲି କୁହାଯାଇଥିଲା ।

ଏନେଇ ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ ନିଷତ୍ତି ନିଆଯାଇଥିଲା । ଶିଶୁ ବାଟିକାରୁ ଦଶମ ଶ୍ରେଣୀ ଯାଏଁ ପିଲାଙ୍କୁ ମିଡ୍ ଡେ ମିଲରେ ଅଣ୍ଡା ବଦଳରେ ସେମାନଙ୍କୁ ଅଣ୍ଡା ମୂଲ୍ୟର ଫଳ ଦିଆଯିବ। ସପ୍ତାହକୁ ୩ ଥର ସୋମବାର, ବୁଧବାର, ଶୁକ୍ରବାର ଏହି ୩ ଦିନ ପିଲାଙ୍କୁ ଫଳ ଦିଆଯିବ ବୋଲି କୁହାଯାଇଥିଲା ।

ରାଜ୍ୟରେ କୁପୋଷଣ ଦୂରେଇବା ସହ ପିଲାଙ୍କୁ ସ୍କୁଲ ପ୍ରତି ଆକୃଷ୍ଟ କରିବାକୁ ଆରମ୍ଭ ହୋଇଥିବା ମଧ୍ୟାହ୍ନ ଭୋଜନରେ ରହିଛି ବିଭିନ୍ନ ଖାଦ୍ୟ ସାରଣୀ। ଏହା ମଧ୍ୟରେ ଅଣ୍ଡା ଦିଆଯିବାର ମଧ୍ୟ ବ୍ୟବସ୍ଥା ରହିଛି । କିନ୍ତୁ କିଛି ପିଲା ଆମିଷ ଖାଉନଥିବାରୁ ସେମାନଙ୍କ ପାଇଁ ନୂଆ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର । ଏଣିକି ଯେଉଁ ଛାତ୍ରଛାତ୍ରୀ ଆମିଷ ଖାଉନଥିବେ ସେମାନଙ୍କୁ ଅଣ୍ଡା ବଦଳରେ ଫଳ ଦିଆଯିବ ।

  • jmjnewso

    Related Posts

    ରାଜ୍ୟର ସମସ୍ତ ବିଦ୍ୟାଳୟରେ ଗୁରୁ ଦିବସ ଏଵଂ ଶିଶୁ ଦିବସରେ ହେବ ପାଠପଢା

    Spread the love

    Spread the loveଜେଏମଜେ ନ୍ୟୁଜ : ରାଜ୍ୟର ସମସ୍ତ ବିଦ୍ୟାଳୟରେ ଏଣିକି ଗୁରୁ ଦିବସ ଏବଂ ଶିଶୁ ଦିବସ ଅବସରରେ ପାଠପଢ଼ା ବନ୍ଦ ରହିବ ନାହିଁ। ଏହି ବିଶେଷ ଦିନଗୁଡ଼ିକରେ ସ୍କୁଲରେ ଉତ୍ସବ ପାଳନ ହେବା ସହିତ ନିୟମିତ ଭାବେ ଶିକ୍ଷାଦାନ…

    ନେତ୍ରୋତ୍ସବ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଦିବସ ପାଳିତ

    Spread the love

    Spread the loveପୁରୁଷୋତ୍ତମପୁର :ଜେଏମଜେ ନ୍ୟୁଜ : ବିଶ୍ବର ପ୍ରାଚୀନତମ ଭାଷା ସଂସ୍କୃତ ଭାଷା। ବେଦଠାରୂ ଆରମ୍ଭ କରି ପୁରାଣ ଓ ଉପନିଷଦ ଆଦି ସଂସ୍କୃତ ଭାଷାରେ ରଚିତ। ଯୁଗେ ଯୁଗେ ସଂସ୍କୃତ ଭାଷାର ମହତ୍ତ୍ଵ ରହିଆସିଛି।ପାଠ୍ୟ ବିଷୟ ବସ୍ତୁ ଭାବେ…

    Leave a Reply

    Your email address will not be published. Required fields are marked *

    You Missed

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    • By jmjnewso
    • September 13, 2026
    • 37 views
    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    • By jmjnewso
    • September 13, 2026
    • 47 views
    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    • By jmjnewso
    • September 13, 2026
    • 30 views
    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    • By jmjnewso
    • September 13, 2026
    • 69 views
    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    • By jmjnewso
    • September 13, 2026
    • 43 views
    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

    • By jmjnewso
    • September 13, 2026
    • 61 views
    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ