ସମ୍ଭାବ୍ୟ ବାତ୍ୟା ପାଇଁ ରାଜସ୍ବ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ: ସବୁ ବିଭାଗ ପ୍ରସ୍ତୁତ: ସ୍କୁଲ ଛୁଟି ନିଷ୍ପତି ଆସନ୍ତା କାଲି.

Spread the love

ଜେଏମଜେ ବ୍ୟୁରୋ : ସମ୍ଭାବ୍ୟ ବାତ୍ୟା ପାଇଁ ରାଜସ୍ବ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ | ବାତ୍ୟା ପାଇଁ ସ୍କୁଲ ଛୁଟି ନେଇ ଆସନ୍ତାକାଲି ନିଷ୍ପତ୍ତିି ହେବ | ଆଜି ସମସ୍ତ ସରକାରୀ କର୍ମଚାରୀ ଅଫିସରେ ରହିବେ| ଅଧିକାରୀଙ୍କ ଛୁଟି ବାତିଲ ନେଇ କାଲି ନିଷ୍ପତ୍ତି | ଛୁଟି ହେବ କି ନାହିଁ କାଲି ନିଷ୍ପତ୍ତି | ଆଜି ଏଭଳି ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।ଆସନ୍ତାକାଲି ପୁଣି ଜିଲ୍ଲାପାଳଙ୍କ ସହ ବୈଠକ | କାଲି ସନ୍ଧ୍ୟା ସୁଦ୍ଧା ସ୍ପଟ ହେବ ବାତ୍ୟାର ଚିତ୍ର | ଲଘୁଚାପ ସୃଷ୍ଟି ଆଗରୁ ଅନୁମାନ ହୋଇଥିଲା| ଅବପାତରେ ପରିଣତ ହୋଇଛି | ଗୋପାଳପୁର ଠାରୁ ବାତ୍ୟା ୧ ହଜାର କିମି ଦୂରରେ ଅଛି | ଧୀରେ ଧୀରେ ପଶ୍ଚିମ, ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି | ଅବପାତ ଆଗକୁ ବାତ୍ୟାରେ ପରିଣତ ହେବ | ତୀବ୍ରତା ବଢ଼ିବାରେ ଲାଗିଛି | ପୂର୍ବ ପ୍ରସ୍ତୁତି ଆଗରୁ କରିସାରିଛୁ |

୨୮ ଓ ୨୯ ଦୁଇ ଦିନ ଅବପାତ ଜନିତ ବାତ୍ୟା ଓଡ଼ିଶାକୁ ପ୍ରଭାବିତ କରିବ | ଦକ୍ଷିଣାଞ୍ଚଳ ଜିଲ୍ଲା ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, ଏବଂ ପୁରୀ, ଖୋର୍ଦ୍ଧା ,କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଭାବିତ ହେବ | ଲଘୁଚାପ ଜନିତ ବାତ୍ୟା ଦିଗ ପରିବର୍ତ୍ତନ କରେ ତେଣୁ ଆଏମଡିର ପୂର୍ବ ଅନୁମାନ ଅନୁଯାୟୀ ଆମେ ପ୍ରସ୍ତୁତ | ଦିଗ ପରିବର୍ତ୍ତନ ହେଲେ ୩୦ ଜିଲ୍ଲା ପାଇଁ ଆମେ ପ୍ରସ୍ତୁତ | ୧୫ ଜିଲ୍ଲା ପ୍ରଭାବିତ ହେବ। ଜିଲ୍ଲାପାଳଙ୍କ ସହ ପ୍ରସ୍ତୁତି ସରିଛି | ବିଭାଗମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ପ୍ରସ୍ତୁତି ପାଇଁ | ସ୍ୱାସ୍ଥ୍ୟ, କୃଷି, ଶକ୍ତି, ସମବାୟ ବିଭାଗକୁ ଆଗୁଆ ପ୍ରସ୍ତୁତ ପାଇଁ କୁହାଯାଇଛି | ବିପର୍ଯ୍ୟୟ ପ୍ରକୋପ ଯାହା ଵି ହେଉ ସରକାର ପ୍ରସ୍ତୁତ | ଅତୀତର ପ୍ରସ୍ତୁତି କୁ ଆଖି ଆଗରେ ରଖୁ ନିଖୁଣ ପ୍ରସ୍ତୁତି କରାଯାଇଛି | ଲୋକେ ବିଚଳିତ ହୁଅନ୍ତୁ ନାହିଁ | ସମୁଦ୍ର ଭିତରେ ଥିବା ମତ୍ସ୍ୟଜୀବୀଙ୍କୁ ଫେରିବା ପାଇଁ କୁହାଯାଇଛି |ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର, ବାତ୍ୟା ଆଶ୍ରୟ ସ୍ଥଳୀ, ରିଲିଫ ସେଣ୍ଟର, ପଲିଥିନ, ସ୍ୱାସ୍ଥ୍ୟ ବିଭାଗ ସବୁକୁ ପ୍ରସ୍ତୁତ କରାଯାଇଛି | ଯେତେଦିନ ପାଣି ରହିବ ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯିବ | ମୂଳ ଲକ୍ଷ୍ୟ ଜୀବନ ରକ୍ଷା | ଲୋକଙ୍କ ରକ୍ଷା କବଚ ହେବେ ସରକାର | ଭୁସ୍ଖଳନ ପାଇଁ ଜିଲ୍ଲାପାଳଙ୍କୁ କୁହାଯାଇଛି, ସେହି ଜାଗାରେ ପ୍ରତିଷେଧକ ବ୍ୟବସ୍ଥା କରନ୍ତୁ | ରାସ୍ତା ଉପରେ ପାଣି ଗଲେ ଉଭୟ ପଟ ରାସ୍ତା ବନ୍ଦ କରାଯିବ ଏବଂ ସେହିଠାରେ ଯାତ୍ରୀମାନଙ୍କୁ ଖାଦ୍ୟର ବ୍ୟବସ୍ତା କରାଯିବ | ଦକ୍ଷିଣ ଆନ୍ଧ୍ରରେ ସ୍ଥଳ ଭାଗ ଛୁଇଁବା ନେଇ ଆକଳନ ହୋଇଛି। ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ବୋଲି ମନ୍ତ୍ରୀ କହିଛନ୍ତି.
ବ୍ୟୁରୋ ରିପୋର୍ଟ jmj ନ୍ୟୁଜ

  • jmjnewso

    Related Posts

    ରାଜ୍ୟ ଯୋଜନା ବୋର୍ଡ ଗଭର୍ଣ୍ଣିଂ କାଉନ୍‌ସିଲ୍‌ର ଅଧ୍ୟକ୍ଷ ରହିବେ ମୁଖ୍ୟମନ୍ତ୍ରୀ

    Spread the love

    Spread the loveଭୁବନେଶ୍ୱର: ଜେଏମଜେ ନ୍ୟୁଜ : ରାଜ୍ୟ ସରକାର ଖୁବ୍ ଶୀଘ୍ର ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଫର ଟ୍ରାନ୍ସଫର୍ମେଟିଭ୍ ଇନିସିଏଟିଭ୍ସ ବା SITI ଓଡିଶା ପ୍ରତିଷ୍ଠା କରିବେ । ଏହା ରାଜ୍ୟ ସରକାରଙ୍କ ଏକ ଥିଙ୍କ ଟ୍ୟାଙ୍କ ବା ଏକ ଶୀର୍ଷସ୍ତରୀୟ…

    ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ରାଜସ୍ଵ ବିଭାଗ ପକ୍ଷରୁ ଜାରି ହୋଇଛି ନୂଆ ଏସ୍‌ଓପି ।

    Spread the love

    Spread the loveଭୁବନେଶ୍ୱର: ଜେଏମଜେ ନ୍ୟୁଜ (ସମୀର ରଞ୍ଜନ ନାୟକ ): ହିଟ୍ଓ୍ୱେଭ୍ ନେଇ ରାଜସ୍ୱ ବିଭାଗର ପ୍ରସ୍ତୁତି ବୈଠକ । ଜିଲ୍ଲାପାଳ ମାନଙ୍କ ସହ ବସିଥିବା ପ୍ରସ୍ତୁତି ବୈଠକରେ ହିଟ୍ଓ୍ୱେଭ୍ ନେଇ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ…

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!

    ରାଜ୍ୟ ଯୋଜନା ବୋର୍ଡ ଗଭର୍ଣ୍ଣିଂ କାଉନ୍‌ସିଲ୍‌ର ଅଧ୍ୟକ୍ଷ ରହିବେ ମୁଖ୍ୟମନ୍ତ୍ରୀ

    ରାଜ୍ୟ ଯୋଜନା ବୋର୍ଡ ଗଭର୍ଣ୍ଣିଂ କାଉନ୍‌ସିଲ୍‌ର ଅଧ୍ୟକ୍ଷ ରହିବେ ମୁଖ୍ୟମନ୍ତ୍ରୀ

    ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ରାଜସ୍ଵ ବିଭାଗ ପକ୍ଷରୁ ଜାରି ହୋଇଛି ନୂଆ ଏସ୍‌ଓପି ।

    ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ରାଜସ୍ଵ ବିଭାଗ ପକ୍ଷରୁ ଜାରି ହୋଇଛି ନୂଆ ଏସ୍‌ଓପି ।

    ମୋକିମଙ୍କ ନୂଆ ଦଳ ଲୋକାର୍ପିତ

    ମୋକିମଙ୍କ ନୂଆ ଦଳ ଲୋକାର୍ପିତ

    ରାଜ୍ୟର ସବୁ ସାଂସଦଙ୍କୁ ଚିଠି ଲେଖିଲେ ନବୀନ

    ରାଜ୍ୟର ସବୁ ସାଂସଦଙ୍କୁ ଚିଠି ଲେଖିଲେ ନବୀନ

    ଗଞ୍ଜେଇ ସହ ଆଇ ଟେନ କାର ଜବତ, ଡ୍ରାଇଭର ଫେରାର

    ଗଞ୍ଜେଇ ସହ ଆଇ ଟେନ କାର ଜବତ, ଡ୍ରାଇଭର ଫେରାର