ଅକ୍ଟୋବର ୨୫ ତାରିଖରୁ ୩୦ ତାରିଖ ଯାଏ ହେଡ୍‌କ୍ବାର୍ଟର ଛାଡି ନଯିବାକୁ କୁହାଯାଇଛି । ସବୁ ଛୁଟି ବାତିଲ କଲେ ସରକାର

Spread the love

ଜେଏମଜେ ବ୍ୟୁରୋ : ଛୁଟି ବାତିଲ କଲେ ରାଜ୍ୟ ସରକାର । ପ୍ରଥମେ ବାଲେଶ୍ବର ଜିଲ୍ଲାପାଳ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଥିବା ବେଳେ ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ମଧ୍ୟ ଛୁଟି ବାତିଲ କରିଛନ୍ତି ।ଗଞ୍ଜାମ ଜିଲ୍ଲାର ସମସ୍ତ କର୍ମଚାରୀଙ୍କୁ ଜିଲ୍ଲା ମୁଖ୍ୟାଳୟ ଛାଡି ନଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅକ୍ଟୋବର ୨୫ ତାରିଖରୁ ୩୦ ତାରିଖ ଯାଏ ହେଡ୍‌କ୍ବାର୍ଟର ଛାଡି ନଯିବାକୁ କୁହାଯାଇଛି ।

ସମ୍ଭାବ୍ୟ ବାତ୍ୟା ମୋନ୍ଥା ଅକ୍ଟୋବର ୨୮ ତାରିଖ ସନ୍ଧ୍ୟାରୁ ରାତି ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ । ଏ ନେଇ ବଡ଼ ଅପଡେଟ୍‌ ଦେଇଛି ପାଣିପାଗ ବିଭାଗ । ଲ୍ୟାଣ୍ଡଫଲ୍‌ ସମୟରେ ପବନର ବେଗ ୧୦୦ରୁ ୧୨୦ ରହିବା ନେଇ ପୂର୍ବାନୁମାନ କରାଯାଉଛି ।

ବାତ୍ୟା ମୋନ୍ଥା, ଆନ୍ଧ୍ର ପ୍ରଦେଶ ଉପକୂଳର ମଚଲିପଟ୍ଟନମ୍ ନିକଟ କାକିନାଡ଼ା ଠାରେ ଉପକୂଳ ଅତିକ୍ରମ କରିବ । ଏ ନେଇ ନୂଆ ଅପଡେଟ୍‌ ଦେଇଛି ପାଣିପାଗ ବିଭାଗ ।ଲ୍ୟାଣ୍ଡଫଲ ବେଳେ ଏହାର ପ୍ରଭାବ ଓଡ଼ିଶା ଉପରେ ମଧ୍ୟ ପଡିବ । ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲା ଉପରେ ଅଧିକ ପ୍ରଭାବ ପଡିବ । ଏ ନେଇ ପାଣିପାଗ ବିଭାଗ ଆକଳନ କରିଛି ।

୨୮,୨୯ ଓ ୩୦ ତାରିଖ ଗୁରୁତ୍ବପୁର୍ଣ। ଏହି ଦିନ ପ୍ରଭାବିତ ହେବାର ସମ୍ଭାବନା ରହିଛି। ବିଶେଷ କରି ଦକ୍ଷିଣ ଓଡ଼ିଶାର ଗଞ୍ଜାମ,ଗଜପତି, କୋରାପୁଟ, ମାଲକାନଗିରି,ରାୟଗଡ଼ା ଓ ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା,କେନ୍ଦ୍ରାପଡ଼ା, ଜଗତସିଂପୁର, ଭଦ୍ରକ ପ୍ରଭାବିତ ହେବ।ବାତ୍ୟା ଦିଗ ପରିବର୍ତ୍ତନ କରୁଥିବାରୁ IMD ଆକଳନ ଅନୁସାରେ ସରକାର ପ୍ରସ୍ତୁତ କରୁଛନ୍ତି। ଯେଉଁ ଜିଲ୍ଲା ଗୁଡ଼ିକ ସମ୍ବେଦନଶୀଳ ନୁହେଁ ଗତି ପଥକୁ ବଦଳୁଥିବାରୁ ସରକାର ନଜର ରଖିଛନ୍ତି। ଆନୁସଙ୍ଗିକ ବିଭାଗ ଗୁଡିକ ସ୍ଵତନ୍ତ୍ର ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ରହିଛି।

ODRAF, NDRF, ଅଗ୍ନିଶମ ବିଭାଗ ଓ ଜିଲ୍ଲା ପ୍ରଶାସନ ସମନ୍ୱୟ ରଖି କାମ କରିବାକୁ ନିର୍ଦ୍ଦେଶ ରହିଛି। ବିପର୍ଯ୍ୟୟ ପ୍ରକୋପ ଯାହା ହେଲେ ବି ସରକାର ସର୍ବୋଚ୍ଚ ପ୍ରସ୍ତୁତି କରୁଛନ୍ତି। ଲ୍ୟାଣ୍ଡ ସ୍ଲାଇଡ୍ ଅଞ୍ଚଳ ଚିହ୍ନଟ କରି ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନ କୁ ନିର୍ଦ୍ଦେଶ।ମତ୍ସ୍ୟଜୀବୀଙ୍କୁ ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି।

ତେବେ ଆସନ୍ତାକାଲି ସ୍ଥିତି ଦେଖି ଅଫିସରଙ୍କ ଛୁଟି ବାତିଲ ନିଷ୍ପତ୍ତି ନିଆଯିବ । ସେହିଭଳି ସ୍ଥିତି ଦେଖି ସ୍କୁଲ କଲେଜ ଛୁଟି ନିଷ୍ପତି ହେବ। ଆଜି ସନ୍ଧ୍ୟାରେ ଜିଲ୍ଲା ପ୍ରଶାସନ ଗୁଡ଼ିକର ବୈଠକ ବସିବ।

  • jmjnewso

    Related Posts

    ଅକ୍ଟୋବରରୁ ବଢ଼ିପାରେ ବାତ୍ୟା ବିପଦ, ୩ ମାସରେ ୩ ବାତ୍ୟା ସମ୍ଭାବନା

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଅକ୍ଟୋବରରୁ ବଢ଼ିପାରେ ବାତ୍ୟା ବିପଦ । ଆସନ୍ତା ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୩ ବାତ୍ୟା ସମ୍ଭାବନା । ଇସ୍ରୋର ସ୍ପେସ୍ ଆପ୍ଲିକେସନ୍ସ ସେଣ୍ଟରର ଆକଳନ ଅନୁସାରେ, ଏହି ତିନି ମାସ ମଧ୍ୟରେ…

    ଇସ୍ରୋର ଭୟଙ୍କର ଚେତାବନୀ, ଓଡ଼ିଶାକୁ ମାଡ଼ିଆସୁଛି ୩ଟି ସୁପର ସାଇକ୍ଲୋନ

    Spread the love

    Spread the loveଜେଏମଜେ ବ୍ୟୁରୋ : ମାଡ଼ି ଆସିବ ମହାବାତ୍ୟା ! ୧୯୯୯ ଠୁ ବି ହେବ ଭୟଙ୍କର। ନିମିଷକେ ସବୁ ହୋଇଯିବ ଛାରଖାର। ମାଡ଼ିଆସିବ ସମୁଦ୍ର ଜୁଆର। କିଛି ଏମିତି ଘଟିପାରେ ଭାରତର ପୂର୍ୱ ଉପକୂଳରେ । କାରଣ ବର୍ଷ…

    Leave a Reply

    Your email address will not be published. Required fields are marked *

    You Missed

    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    • By jmjnewso
    • September 15, 2026
    • 24 views
    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    • By jmjnewso
    • September 15, 2026
    • 20 views
    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    • By jmjnewso
    • September 15, 2026
    • 30 views
    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    • By jmjnewso
    • September 14, 2026
    • 36 views
    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    • By jmjnewso
    • September 14, 2026
    • 41 views
    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ

    • By jmjnewso
    • September 14, 2026
    • 41 views
    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ