ଭୁବନେଶ୍ବର ସମେତ3 ଜିଲ୍ଲାକୁ ଝଡ଼ବର୍ଷା ଆଲର୍ଟ: 7 ଜିଲ୍ଲା କୁ ରେଡ ୱାର୍ଣ୍ଣି ଜାରି।

Spread the love

ଭୁବନେଶ୍ୱର: (ଜେଏମଜେ ବ୍ୟୁରୋ ): ଭୁବନେଶ୍ୱର ସମେତ ତିନୋଟି ଜିଲ୍ଲା ପାଇଁ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ତରଫରୁ ସତର୍କତା ଜାରି କରାଯାଇଛି।

ଖୋର୍ଦ୍ଧା (ଭୁବନେଶ୍ବର) ସମେତ ପୁରୀ ଏବଂ ମାଲକାନଗିରି ଜିଲ୍ଲାର ଅଳ୍ପ କିଛି ସ୍ଥାନରେ ବଜ୍ରପାତ ସହିତ ଝଡ଼ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି। ତେଣୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ରାଜ୍ୟ ସରକାରଙ୍କ ତରଫରୁ ପରାମର୍ଶ ଦିଆଯାଇଛି। ଏହା ପୂର୍ବରୁ ରାୟଗଡା, ସୁନ୍ଦରଗଡ଼, ଯାଜପୁର, କଟକ, ଢେଙ୍କାନାଳ ଏବଂ ଜଗତସିଂହପୁର ଜିଲ୍ଲାରେ ମଧ୍ୟ ବର୍ଷା  ସତର୍କତା ଜାରି କରାଯାଇଥିଲା।

ଏହାବ୍ୟତୀତ ରାଜ୍ୟରେ ୨୭ ଅକ୍ଟୋବରରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଓ ୨୮ ଅକ୍ଟୋବର ସକାଳ ସୁଦ୍ଧା ବାତ୍ୟା ସୃଷ୍ଟି ହୋଇପାରେ ବୋଲି ସୂଚନା ଦିଆଯାଇଛି। ଏଥିସହିତ ରାତିରେ ଆନ୍ଧ୍ର ପ୍ରଦେଶର କାକିନାଡା ନିକଟରେ ଏହି ବାତ୍ୟା ସ୍ଥଳଭାଗ ଛୁଇଁପାରେ। ଯାହାଫଳରେ ପବନର ବେଗ ଘଣ୍ଟା ପ୍ରତି ୯୦ରୁ ୧୦୦ କିମ୍ବା ୧୧୦ କିଲୋମିଟର ରହିପାରେ ବୋଲି କୁହାଯାଇଛି।

ତେବେ ଏହାର ସର୍ବାଧିକ ପ୍ରଭାବ ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାରେ ଦେଖାଯିବା ନେଇ ରିପୋର୍ଟରୁ ଜଣାପଡିଛି। ଏଥିସହିତ ଗଜପତି, ରାୟଗଡ଼ା ଏବଂ ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଦେଖାଦେଇପାରେ। ଯାହାଫଳରେ ସେଠାରେ ଅତ୍ୟଧିକ ବର୍ଷା ହେବା ଯୋଗୁଁ ଭୂସ୍ଖଳନ କିମ୍ବା ହଠାତ୍ ବନ୍ୟା ହେବାର ଆଶଙ୍କା ରହିଥିବା ନେଇ କୁହାଯାଉଛି। ସେହିପରି ଅକ୍ଟୋବର ୨୮ଓ ୨୯ ତାରିଖରେ ମାଲାକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ନବରଙ୍ଗପୁର ଏବଂ କଳାହାଣ୍ଡିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଅର୍ଥାତ୍ ୭ ରୁ ୨୦ ସେମି କିମ୍ବା ଆହୁରି ଅଧିକ  ହେବାର ସମ୍ଭାବନା ରହିଛି। ଯାହାଫଳରେ ଏହି ଜିଲ୍ଲା ପାଇଁ ରେଡ୍ ୱାର୍ନିଂ ଜାରି କରାଯାଇଛି।

  • jmjnewso

    Related Posts

    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ

    Spread the love

    Spread the loveଜେଏମଜେ ବ୍ୟୁରୋ : ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଉତ୍ତର ଭାରତ ମହାସାଗର, ବିଶେଷକରି ବଙ୍ଗୋପସାଗର ଓ ଆରବ ସାଗରରେ ଘୂର୍ଣ୍ଣିିଝଡ଼ କାର୍ଯ୍ୟକଳାପ ବଢ଼ିବାର ସମ୍ଭାବନା ରହେ। ଏହି ସମୟକୁ ଭାରତର ଘୂର୍ଣ୍ଣିିଝଡ଼ ଋତୁର ଏକ ପ୍ରମୁଖ ପର୍ଯ୍ୟାୟ ବୋଲି…

    ଅକ୍ଟୋବରରୁ ବଢ଼ିପାରେ ବାତ୍ୟା ବିପଦ, ୩ ମାସରେ ୩ ବାତ୍ୟା ସମ୍ଭାବନା

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଅକ୍ଟୋବରରୁ ବଢ଼ିପାରେ ବାତ୍ୟା ବିପଦ । ଆସନ୍ତା ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୩ ବାତ୍ୟା ସମ୍ଭାବନା । ଇସ୍ରୋର ସ୍ପେସ୍ ଆପ୍ଲିକେସନ୍ସ ସେଣ୍ଟରର ଆକଳନ ଅନୁସାରେ, ଏହି ତିନି ମାସ ମଧ୍ୟରେ…

    Leave a Reply

    Your email address will not be published. Required fields are marked *

    You Missed

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 43 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 40 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    UPI କାରବାର ନେଇ ଆସିଲା ନୂଆ ନିୟମ

    • By jmjnewso
    • September 15, 2026
    • 43 views
    UPI କାରବାର ନେଇ ଆସିଲା ନୂଆ ନିୟମ

    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    • By jmjnewso
    • September 15, 2026
    • 74 views
    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    • By jmjnewso
    • September 15, 2026
    • 51 views
    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ

    • By jmjnewso
    • September 15, 2026
    • 48 views
    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ