ଫସଲ ଉଜୁଡ଼ିବା ଆଶଙ୍କା ରେ ଚାଷୀ ମୁଣ୍ଡରେ ଚଡ଼କ

Spread the love

ଜେଏମଜେ ବ୍ୟୁରୋ : ବାତ୍ୟା ମୋନ୍ଥାକୁ ନେଇ ସବୁଆଡେ ଚର୍ଚ୍ଚା, ମୁକାବିଲା ପାଇଁ ସବୁଠି ଚାଲିଛି ପ୍ରସ୍ତୁତି କିନ୍ତୁ  ବାତ୍ୟା କେଉଁଠି ସ୍ଥଳ ଭାଗ ଛୁଇଁବ, ତାର ଗତିପଥ କଣ ରହିବ , କେଉଁ ଅଞ୍ଚଳରେ କେତେ ପ୍ରଭାବ ପକାଇବା ତାହାର କେବଳ ଆକଳନ କରାଯାଉଛି ,  କିନ୍ତୁ କୌଣସି ନିର୍ଦ୍ଧିଷ୍ଟ ସୂଚନା ଏଯାବତ ଆସିନାହିଁ। ବାତ୍ୟା ମୋନ୍ଥା ଆନ୍ଧ୍ରପ୍ରଦେଶ ହେଉ ଅବା ଓଡିଶା ଯେଉଁଠି ବି ସ୍ଥଳ ଭାଗ ଛୁଇଁଲେ ବି ମୋନ୍ଥାର ପ୍ରଭାବରେ ବର୍ଷା ହେବା ସୁନିଶ୍ଚିତ । ଯାହାକୁ ନେଇ ଚିନ୍ତାରେ ଚାଷୀକୁଳ , ସତେ ଯେମିତି ଚାଷୀ ମୁଣ୍ଡରେ ଚଡକ ପଡିଛି । ଚଳିତ ବର୍ଷ ଖରିଫ ଋତୁରେ ଧାନ ଫସଲ ଏବେ କେଉଁଠି ଧାନ ପାଚି ଆସିଲାଣି ତ ଆଉ କେଉଁଠି କେଣ୍ଡା ଧରିବା ଆରମ୍ଭ କରିଛି । ଠିକ ଏହିପରି ସମୟରେ ବାତ୍ୟାର ପ୍ରଭାବରେ ବର୍ଷାର  ଆକଳନ ଅମଳ ପୂର୍ବରୁ ଫସଲ ବହୁ କ୍ଷତି ଘଟାଇବା ଆଶଙ୍କା ଉପୁଜୁଛି ।

ପୁଣି ପାଣିପାଗ ବିଭାଗର ଆକଳନ ଅନୁସାରେ ବର୍ଷା ସାଙ୍ଗକୁ ଯଦି ପବନର ବେଗ ଅଧିକ ରହେ ତାହାହେଲେ ଧାନ ଗଛ ସବୁ ଜମିରେ ଲେଉଟି ପଡି ନଷ୍ଟ ହେବ । ଧାନ ଫସଲ ସାଙ୍ଗକୁ ଜିଲ୍ଲାରେ ହେଉଥିବା ଅର୍ଥକାରୀ ଫସଲ ଓ ପରିବା ଚାଷ ମଧ୍ୟ  କ୍ଷତିଗ୍ରସ୍ତ ହେବ।  ଅତ୍ୟଧିକ ବର୍ଷା ହେଲେ ସମୟ ଅନୁସାରେ ଜଳ ନିଷ୍କାସନ ନହୋଇପାରି ଜମିରେ ଥାଇ ପଚିଯିବ। ତେବେ ଚାଷୀକୁଳ ଏବେ କରିବେ ବା କଣ ? ତାକୁ ନେଇ ଚିନ୍ତାରେ ଭାଗ୍ୟକୁ ଆଦରି ଅପେକ୍ଷା କରି ରହଛନ୍ତି । ମନେ ମନେ ଭଗବାନଙ୍କୁ ସ୍ମରଣ କରୁଛନ୍ତି ବିପଦ ଟଳିବ କିପରି । ଅନେକ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଉଥିବା ବେଳେ ପରବର୍ତୀ ସମୟରେ ଆଉ ଅଣ୍ଟା ସଳଖି ପାରୁନଥିବାର ନଜର ରହିଛି। ପୂର୍ବ ବର୍ଷାଜନିତ କ୍ଷୟକ୍ଷତିର ଏଯାଏଁ ଭରଣା ହୋଇନି। ସରକାରଙ୍କ ସହାୟତା ଯାହାବି ମିଳୁଛି ତାହା ସମୁଦ୍ରକୁ ଶଙ୍ଖେ, ଏବେ ପୁଣି ଥରେ ଡରାଉଛି ବାତ୍ୟା। ଏଭଳି ସ୍ଥିତିରେ ଅନ୍ୟକିଛି ବାଟ ନପାଇ ଭାଗ୍ୟକୁ ଆଦରି ଚୁପ ରହିଛି ଚାଷୀ।

  • jmjnewso

    Related Posts

    ଜାଡ଼ରେ ଥରୁଛି ସାରା ଓଡ଼ିଶା: ଆଗକୁ ଆହୁରି ବଢ଼ିବ ଶୀତ

    Spread the love

    Spread the loveଭୁବନେଶ୍ୱର:(ଜେଏମଜେ ବ୍ୟୁରୋ): ଖସୁଛି ପାରଦ, ଆଗକୁ ଆହୁରି ବଢ଼ିବ ଶୀତ । ଜାଡ଼ରେ ଥରୁଛି ସାରା ଓଡ଼ିଶା । ଉପକୂଳଠୁ ଆରମ୍ଭ କରି ଆଭ୍ୟନ୍ତରୀଣ ଯାଏ ସବୁଠି ଥଣ୍ଡା । ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ଅସମ୍ଭାଳ ଶୀତ…

    କନ୍ଧମାଳକୁ ଫେରିଲା ଶୀତ.ଆଗକୁ ଆହୁରି ବଢିବ!

    Spread the love

    Spread the loveଜେଏମଜେ ବ୍ୟୁରୋ : ରାଜ୍ୟରେ ରାତି ତାପମାତ୍ରା କମିବା ସହ ଥଣ୍ଡା ବଢ଼ିବ । ଶନିବାର ଯାଏଁ ରାତି ତାପମାତ୍ରା ପ୍ରାୟ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ ବୋଲି ବରିଷ୍ଠ କୃଷି ପାଣିପାଗବିତ୍ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ…

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!

    ରାଜ୍ୟ ଯୋଜନା ବୋର୍ଡ ଗଭର୍ଣ୍ଣିଂ କାଉନ୍‌ସିଲ୍‌ର ଅଧ୍ୟକ୍ଷ ରହିବେ ମୁଖ୍ୟମନ୍ତ୍ରୀ

    ରାଜ୍ୟ ଯୋଜନା ବୋର୍ଡ ଗଭର୍ଣ୍ଣିଂ କାଉନ୍‌ସିଲ୍‌ର ଅଧ୍ୟକ୍ଷ ରହିବେ ମୁଖ୍ୟମନ୍ତ୍ରୀ

    ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ରାଜସ୍ଵ ବିଭାଗ ପକ୍ଷରୁ ଜାରି ହୋଇଛି ନୂଆ ଏସ୍‌ଓପି ।

    ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ରାଜସ୍ଵ ବିଭାଗ ପକ୍ଷରୁ ଜାରି ହୋଇଛି ନୂଆ ଏସ୍‌ଓପି ।

    ମୋକିମଙ୍କ ନୂଆ ଦଳ ଲୋକାର୍ପିତ

    ମୋକିମଙ୍କ ନୂଆ ଦଳ ଲୋକାର୍ପିତ

    ରାଜ୍ୟର ସବୁ ସାଂସଦଙ୍କୁ ଚିଠି ଲେଖିଲେ ନବୀନ

    ରାଜ୍ୟର ସବୁ ସାଂସଦଙ୍କୁ ଚିଠି ଲେଖିଲେ ନବୀନ

    ଗଞ୍ଜେଇ ସହ ଆଇ ଟେନ କାର ଜବତ, ଡ୍ରାଇଭର ଫେରାର

    ଗଞ୍ଜେଇ ସହ ଆଇ ଟେନ କାର ଜବତ, ଡ୍ରାଇଭର ଫେରାର