ଗୃହରେ ବିରୋଧୀ ଦଳ ନେତାଙ୍କ ଅନୁପସ୍ଥିତ କୁ ନେଇ ଚର୍ଚ୍ଚା

Spread the love

ଗୃହରେ ବିରୋଧୀ ଦଳ ନେତାଙ୍କ ଅନୁପସ୍ଥିତ କୁ ନେଇ ଚର୍ଚ୍ଚା…
ବିଧାନସଭାରେ ମୁଖ୍ୟ ବିରୋଧୀ ଦଳ ବିଜେଡି। ଅଛନ୍ତି ୫୧ ଜଣ ବିଧାୟକ। ସେଥିରେ ଅନୁଭବୀ ବିଧାୟକଙ୍କ ସଂଖ୍ୟା ବି ଢେର୍ ଅଧିକ। କିନ୍ତୁ ଗୃହ ଭିତରେ ପୂରା ବାଟବଣା ହୋଇଯାଇଛି ଦଳ। ବିରୋଧୀ ଦଳ ନେତା କି ଉପନେତା ଆସୁ ନାହାନ୍ତି। ଗୃହରେ ତତ୍‌କ୍ଷଣାତ୍ କିଛି ନିଷ୍ପତ୍ତି ନେଇ ଶାସକ ଦଳକୁ ଅଡ଼ୁଆରେ ପକାଇବାକୁ ପୂରା ଅସମର୍ଥ ହୋଇପଡ଼ିଛି ବିଜେଡି।
ଦଳର ଏମିତି ଦୁର୍ବଳ ପ୍ରଦର୍ଶନ ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲା ସମୟରେ ଗୃହକୁ କମ୍ ଆସୁଥିଲେ। କେବଳ ଯେତେବେଳେ ତାଙ୍କର କିଛି ସାମ୍ବିଧାନିକ ଦାୟିତ୍ବ ତୁଲାଇବାରେ ଥାଏ, ସେତେବେଳେ ହିଁ ଆସନ୍ତି। ଅଧିକାଂଶ ଦିନ ସେ ବିଧାନସଭା ଆସୁ ନଥିଲେ। ୨୪ ବର୍ଷ ମୁଖ୍ୟମନ୍ତ୍ରୀ ରହିଲା ପରେ ଏବେ ସେ ବିରୋଧୀ ଦଳ ନେତା। କିନ୍ତୁ ସେହି ଧାରା ଏବେ ବି ସେ ଜାରି ରଖିଛନ୍ତି। ଚଳିତ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଗତ ୨୦ ତାରିଖରୁ ଆରମ୍ଭ ହେଲା। ଏହା ମଧ୍ୟରେ ୮ଟି କାର୍ଯ୍ୟଦିବସ ସରିଛି। କିନ୍ତୁ ଥରୁଟିଏ ବି ବିରୋଧୀ ଦଳ ନେତା ବିଧାନସଭା ଆସିନାହାନ୍ତି।
ବିରୋଧୀ ଦଳ ନେତାଙ୍କ ଅନୁପସ୍ଥିତିରେ ଉପନେତା ଦାୟିତ୍ବ ସମ୍ଭାଳିବା କଥା। କିନ୍ତୁ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଅସୁସ୍ଥତା ଯୋଗୁ ବିଧାନସଭା ଆସୁନାହାନ୍ତି। ଦୁଇ ଦିନ ହେବ ଆଉ ଏକ ବିଚିତ୍ର ସ୍ଥିତି ଦେଖିବାକୁ ମିଳିଛି। ବିରୋଧୀ ଦଳର ସଚେତକ ପ୍ରମିଳା ମଲ୍ଲିକ ଓ ଉପମୁଖ୍ୟ ସଚେତକ ପ୍ରତାପ ଦେବ ବି ଗୃହରେ ଅନେକ ସମୟରେ ଅନୁପସ୍ଥିତ ରହୁଛନ୍ତି। ଫଳରେ ଗତକାଲି ଜଳସମ୍ପଦ ବିଭାଗର ଖର୍ଚ୍ଚଦାବି ଆଲୋଚନା ଚାଲିଥିଲା ବେଳେ ବିରୋଧୀ ଦଳ ବିଜେଡି ଏକ ଅପ୍ରୀତିକର ସ୍ଥିତିରେ ପଡ଼ିଯାଇଥିଲା। ଶାସକ ଦଳର ବରିଷ୍ଠ ସଭ୍ୟ ଜୟନାରାୟଣ ମିଶ୍ର ଏହି ପ୍ରସଙ୍ଗ ଉଠାଇ ବିରୋଧୀ ଦଳର ଆନ୍ତରିକତାର ଉପରେ ପ୍ରଶ୍ନ କରିଥିଲେ। ଆଜି ମଧ୍ୟ ପୂର୍ବାହ୍ନରେ ବିଭିନ୍ନ ପ୍ରସଙ୍ଗରେ ଘମାଘୋଟ ଆଲୋଚନା ଚାଲିଥିଲା ବେଳେ ବିରୋଧୀ ଦଳ ନେତା, ଉପନେତା, ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକ କେହି ନଥିଲେ।
ବ୍ୟୁରୋ ରିପୋର୍ଟ jmj ନ୍ୟୁଜ

  • Related Posts

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    Spread the love

    Spread the love ଜେଏମଜେ ନ୍ୟୁଜ : ଅବସରପ୍ରାପ୍ତ ଅଣ-ଗେଜେଟେଡ୍ ଏବଂ ଗେଜେଟେଡ୍ ଦିଲ୍ଲୀ ପୁଲିସ ଅଧିକାରୀଙ୍କ ସଂଗଠନ, ଦିଲ୍ଲୀ ପୁଲିସ ମହାସଂଘ, ଜୁଲାଇ ୩୧ ରେ ପୂର୍ବାହ୍ନ ୧୧ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜନ୍ତରମନ୍ତରରେ ଏକ ଶାନ୍ତିପୂର୍ଣ୍ଣ ଦିନିକିଆ ଧାରଣା…

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    Spread the love

    Spread the loveଜେଏମଜେ ବ୍ୟୁରୋ : ରାଜଧାନୀ ଦିଲ୍ଲୀର ଜନ୍ତରମନ୍ତରରେ କକ୍ରୋଚ୍ ଜନତା ପାର୍ଟି(ସିଜେପି) ପକ୍ଷରୁ ବିକ୍ଷୋଭ ସମୟରେ, ପୁଲିସ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଲାଠିଚାର୍ଜ କରିଥିଲା ଏବଂ ଲୁହ ବୁହା ଗ୍ୟାସ୍ ମଧ୍ୟ ପ୍ରୟୋଗ କରିଥିଲା। ଏହି ମାମଲାର…

    Leave a Reply

    Your email address will not be published. Required fields are marked *

    You Missed

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    “ଜନତା ମାଗେ ଜବାବ “28 ଜୁଲାଇ 2026