ଜେଏମଜେ ବ୍ୟୁରୋ : ଆରମ୍ଭ ହୋଇଗଲା ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ଆନ୍ଧ୍ରପ୍ରଦେଶ କାକିନାଡ଼ାରେ ଅନୁଭୂତ ହେଲାଣି ବାତ୍ୟା ମୋନ୍ଥାର ପ୍ରଭାବ । ୫ ଘଣ୍ଟା ଧରି ଚାଲିବ ଲ୍ୟାଣ୍ଡଫଲ୍ ପକ୍ରିୟା । କନକ ନ୍ୟୁଜ୍କୁ ସୂଚନା ଦେଇଛନ୍ତି ଆଇଏମ୍ଡି ଡିଜି । ଛୋଟ ବାତ୍ୟା ହୋଇଥିବାରୁ ବାତ୍ୟାର ଆଖି ନାହିଁ । ଘଣ୍ଟାପ୍ରତି ୧୫ କିମି ବେଗରେ ସ୍ଥଳଭାଗ ଅତିକ୍ରମ କରୁଛି. ଆନ୍ଧ୍ରପ୍ରଦେଶ କାକିନାଡାର କୋନାସୀମାରେ ସ୍ଥଳଭାଗ ଅତିକ୍ରମ କରୁଛି ବାତ୍ୟା ମୋନ୍ଥା।
ପ୍ରାୟ ୩ରୁ ୪ ଘଣ୍ଟା ଧରି ଚାଲିବ ଲ୍ୟାଣ୍ଡଫଲ ପ୍ରକ୍ରିୟା । ପାଣିପାଗ ବିଭାଗର ଆକଳନ ଅନୁସାରେ ଏହା କାକିନାଡ଼ା ଏବଂ ମଚ୍ଛଲିପଟ୍ଟନମ୍ ମଝିରେ ଏହା ସ୍ଥଳଭାଗ ଛୁଇଁବ। ଏମିତିରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ସେଠାରେ ପ୍ରବଳ ବର୍ଷା ସହ ପବନ ବହିବା ଆରମ୍ଭ ହୋଇଯାଇଛି।ଆକଳନ ଅନୁସାରେ ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ପ୍ରାୟ ୪ ଘଣ୍ଟା ଧରି ଚାଲିବ। ଅବଶ୍ୟ ଲ୍ୟାଣ୍ଡଫଲ ପରେ କ୍ରମଶଃ ଦୁର୍ବଳ ହେବ ବାତ୍ୟା।’ ଲ୍ୟାଣ୍ଡଫଲ ବେଳେ ପବନର ଘଣ୍ଟା ପ୍ରତି ବେଗ ରହିଛି 90 ରୁ 100 କିମି । ଝଟକା ପବନର ଘଣ୍ଟା ପ୍ରତି ବେଗ ରହିଛି 110 କିମି । ଘଣ୍ଟାକୁ ୧୫କିମି ବେଗରେ ଆଗକୁ ବଢୁଛି ବାତ୍ୟା । ତେବେ ବାତ୍ୟା ଯୋଗୁ ଓଡ଼ିଶାକୁ ବିଶେଷ କ୍ଷତି ସମ୍ଭାବନା ନାହିଁ। ତଥାପି ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲା ବିଶେଷ କରି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମରେ ଏହାର କିଛିଟା ପ୍ରଭାବ ପଡ଼ିବା ନେଇ ଆକଳନ କରାଯାଇଛି । ବାତ୍ୟା ପ୍ରଭାବରେ ଏସବୁ ଅଞ୍ଚଳରେ ପ୍ରବଳ ବର୍ଷାର ଅନୁମାନ କରାଯାଇଛି।
ବ୍ୟୁରୋ ରିପୋର୍ଟ jmj ନ୍ୟୁଜ








