ନୂଆପଡ଼ା ପାଇଁ ନୂଆଦିଲ୍ଲୀରେ ସରିଛି ଡିଲ୍‌: ଜୟଦେବ ଜେନା

Spread the love

ଜେଏମଜେ ବ୍ୟୁରୋ : ନୂଆପଡ଼ା ପାଇଁ ନୂଆଦିଲ୍ଲୀରେ ସରିଛି ଡିଲ୍‌’
ଜେଏମଜେ ବ୍ୟୁରୋ : ନୂଆପଡ଼ା ଉପନିର୍ବାଚନ ପାଇଁ ନୂଆଦିଲ୍ଲୀରେ ଡିଲ୍‌ ହୋଇସାରିଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ରବିବାର କଂଗ୍ରେସ ଭବନରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, ଗୋଟିଏ ପଟେ ଭାଜପା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ବିଜେଡିର ମୁଖ୍ୟ ଭି.କେ. ପାଣ୍ଡିଆନ ଏକତ୍ର ମିଶି କଂଗ୍ରେସ ବିରୋଧରେ ନିର୍ବାଚନ ଲଢ଼ୁଛନ୍ତି। ବୈଷ୍ଣବ ଏବଂ ପାଣ୍ଡିଆନଙ୍କ ବୁଝାମଣା ଅନୁଯାୟୀ,ବିଜେଡିର ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ଭାଜପା ପ୍ରାର୍ଥୀ କରିଛି। ବିଜେଡି ଜାଣିଶୁଣି ସ୍ଥାନୀୟ କର୍ମକର୍ତ୍ତାଙ୍କୁ ପ୍ରାର୍ଥୀ ନ ଦେଇ ବାହାର ଜିଲାର ନେତ୍ରୀଙ୍କୁ ପ୍ରାର୍ଥୀ କରିଛି। ଉଭୟ ଦଳର ଲକ୍ଷ୍ୟ ହେଲା ଭାଜପା ପ୍ରାର୍ଥୀଙ୍କୁ ଜିତାଇବା।
ସେ କହିଛନ୍ତି, ପୂର୍ବରୁ ବିଜେଡି-ଭାଜପାର ମିଳିତ ସରକାର ଥାଇ ମଧ୍ୟ ତଳସରା ଓ ଲକ୍ଷ୍ମୀପୁର ଉପନିର୍ବାଚନ କଂଗ୍ରେସ ଜିତିଥିଲା। ଏଥର ମଧ୍ୟ କଂଗ୍ରେସ ପ୍ରାର୍ଥୀ ନୂଆପଡ଼ାରେ ବିଜୟୀ ହେବେ। ନବୀନ ପଟ୍ଟନାୟକ କେବଳ ଦୋଷ ଘୋଡ଼ାଇବା ପାଇଁ ଭାଜପା ସହିତ ଆମେ ନାହୁଁ ବୋଲି କହୁୁଛନ୍ତି।
ହେଲେ ତାଙ୍କ କଥା ଓ ଆନ୍ତରିକତା ଭିତରେ ଯେଉଁ ବ୍ୟବଧାନ ରହିଛି ତାହାକୁ ରାଜ୍ୟବାସୀ ସମସ୍ତେ ବୁଝି ସାରିଛନ୍ତି ବୋଲି ଜେନା କହିଛନ୍ତି। ଏହି ଅବସରରେ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ କହିଛନ୍ତି, ବିଜେଡି ନିର୍ବାଚନ ଲଢ଼ିବାର ଅଭିନୟ କରୁଛି। କେମିତି କିଛି ସମ୍ମାନଜନକ ଭୋଟ ସଂଖ୍ୟା ହାସଲ ହେବ ସେଥିପାଇଁ ତାଙ୍କର ପ୍ରୟାସ। କିନ୍ତୁ କଂଗ୍ରେସ ସାମାଜିକ ନ୍ୟାୟ ଏବଂ ସାମୂହିକ ବିକାଶକୁ ଗୁରୁତ୍ୱ ଦେଉଛି ବୋଲି ସେ କହିଥିଲେ।

  • jmjnewso

    Related Posts

    ଧର୍ମେନ୍ଦ୍ର ଓଡ଼ିଶା ଆସିବା ପରେ ଭାଜପା ନେତାଙ୍କ ସହ ବଡ଼ ବୈଠକ କଲେ ମୁଖ୍ୟମନ୍ତ୍ରୀ

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ସିଜେପିର ବିକ୍ଷୋଭ ପ୍ରଦର୍ଶନ ପରେ ଚାପଗ୍ରସ୍ତ ହୋଇ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହାପରେ ସେ ପ୍ରଥମଥର ଓଡ଼ିଶା ଗସ୍ତରେ ଆସିଛନ୍ତି। ମଙ୍ଗଳବାର ଦିଲ୍ଲୀରୁ ବାହାରି ସକାଳ…

    କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର କୌଣସି ସମ୍ଭାବନା ନାହିଁ

    Spread the love

    Spread the loveଜେଏମଜେ ବ୍ୟୁରୋ : ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ଶୀର୍ଷ ସରକାରୀ ସୂତ୍ରରୁ ସ୍ପଷ୍ଟ କରାଯାଇଛି ଯେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର କୌଣସି ସମ୍ଭାବନା ନାହିଁ। ସରକାରଙ୍କ ଅନୁଭବ ହେଉଛି ଯେ ଇସ୍ତଫା ଦେବା…

    Leave a Reply

    Your email address will not be published. Required fields are marked *

    You Missed

    ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର: ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ୧.୬୫ ଲକ୍ଷ ଲୋକ

    ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର: ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ୧.୬୫ ଲକ୍ଷ ଲୋକ

    ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ, ଛାଡିଲେ ହେବ କ୍ଷୟକ୍ଷତି ଆକଳନ

    ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ, ଛାଡିଲେ ହେବ କ୍ଷୟକ୍ଷତି ଆକଳନ

    ଲାଇଫ ଜ୍ୟାକେଟ୍‌ ପିନ୍ଧି ୧୫ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ

    ଲାଇଫ ଜ୍ୟାକେଟ୍‌ ପିନ୍ଧି ୧୫ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ

    ସୀମାନ୍ତ ରାଜ୍ୟରେ ଓଡ଼ିଆ ଶିକ୍ଷା ବାଟବଣା, ବିଧାନସଭା ଗୃହ କମିଟି ଅସନ୍ତୁଷ୍ଟ

    ସୀମାନ୍ତ ରାଜ୍ୟରେ ଓଡ଼ିଆ ଶିକ୍ଷା ବାଟବଣା, ବିଧାନସଭା ଗୃହ କମିଟି ଅସନ୍ତୁଷ୍ଟ

    ଏସଆଇ ଆର କୁ ନେଇ ଏବେ ବି ଅଜ୍ଞ କୋରାପୁଟିଆ ଆଦିବାସୀ

    ଏସଆଇ ଆର କୁ ନେଇ ଏବେ ବି ଅଜ୍ଞ କୋରାପୁଟିଆ ଆଦିବାସୀ