ମାର୍ଚ୍ଚ ୨୦୨୭ ପରେ ଘୋଷଣା ହୋଇପାରେ ନୂଆ ଜିଲ୍ଲା, ବ୍ଲକ୍‌, ତହସିଲ!

Spread the love

ଭୁବନେଶ୍ବର: ୧୬ଟି ଜିଲ୍ଲାକୁ ଭାଙ୍ଗି ୨୮ଟି ନୂଆ ଜିଲ୍ଲା ଗଠନ କରିବାକୁ ବହୁ ବର୍ଷ ହେଲା ଦାବି ହେଉଛି। ବିଜେଡି ସରକାର ଶାସନରେ ଥିବା ବେଳେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବେ ବୋଲି ଘୋଷଣା କରିଥିଲେ। ଏହା ଘୋଷଣାରେ ରହିଗଲା। ବିଜେପି ନିର୍ବାଚନ ପୂର୍ବରୁ ଓ ପରେ କହିଥିଲା, ସରକାରକୁ ଆସିଲେ ଜିଲ୍ଲା ଦାବି ପୂରଣ ହେବ। ହେଲେ ଗତ ଦେଢ଼ ବର୍ଷ ଭିତରେ ହୋଇପାରିଲାନି। ହେଲେ ଏବେ ଆସନ୍ତା ଦେଢ଼ ବର୍ଷ ପର୍ଯ୍ୟନ୍ତ ଅର୍ଥାତ୍ ମାର୍ଚ୍ଚ, ୨୦୨୭ ପର୍ଯ୍ୟନ୍ତ ରାଜ୍ୟ ସରକାର ଚାହିଁଲେ ବି ନୂଆ ଜିଲ୍ଲା ଗଠନ ନିଷ୍ପତ୍ତି କାର୍ଯ୍ୟକାରୀ କରିପାରିବେ ନାହିଁ।ଜନଗଣନା ପରେ ହୋଇପାରେ ବୋଲି ଆଶା କରାଯାଉଛି.।

ଜନଗଣନା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ପରିପ୍ରେକ୍ଷୀରେ ଡିସେମ୍ବର ୩୧ ସୁଦ୍ଧା ସମସ୍ତ ଜିଲ୍ଲା, ତହସିଲ, ସହରାଞ୍ଚଳ, ଗ୍ରାମପଞ୍ଚାୟତ ଆଦିର ପ୍ରଶାସନିକ ସୀମା ଧାର୍ଯ୍ୟ କରିବାକୁ ଦିଆଯାଇଛି। ଏହି ସମୟରେ ରାଜ୍ୟ ସରକାର ଚାହିଁଥିଲେ ନୂଆ ଜିଲ୍ଲା ଗଠନ କରିପାରିଥାନ୍ତେ। କିନ୍ତୁ ଏଯାଏଁ ପ୍ରକ୍ରିୟା ଆରମ୍ଭ ହୋଇ ନ ଥିବାରୁ କେବଳ ଡିସେମ୍ବର ୩୧ ସୁଦ୍ଧା କିଛି ରାଜସ୍ବ ଗ୍ରାମ ଘୋଷଣା ହେବା ସହ ସେ ସଂକ୍ରାନ୍ତ ବିଜ୍ଞପ୍ତିି ପ୍ରକାଶ ପାଇପାରେ। ପୂର୍ବରୁ ରାଜ୍ୟ ସରକାର ୨୮ଟି ଏନ୍ଏସି , ୭ଟି ମ୍ୟୁନିସିପାଲିଟି ଏବଂ ଗୋଟିଏ ମହାନଗର ନିଗମ ଘୋଷଣା କରିଥିଲେ। ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏସବୁର ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ପ୍ରସ୍ତୁତି ଚାଲିଛି। ଜନଗଣନା ନିର୍ଦ୍ଦେଶକ ନିଖିଳ ପବନ କଲ୍ୟାଣ କହିଛନ୍ତି, ରାଜ୍ୟ ସରକାର ଯଦି କିଛି ବି ନୂଆ ରାଜସ୍ବ ଗାଁ, ଏନ୍ଏସି, ମ୍ୟୁନିସିପାଲିଟି, ମହାନଗର ନିଗମ, ବ୍ଲକ୍, ତହସିଲ, ଜିଲ୍ଲା ଆଦି କରିବାକୁ ଚାହୁଁଛନ୍ତି ସମସ୍ତ ପ୍ରକ୍ରିୟା ଡିସେମ୍ବର ୩୧ ସୁଦ୍ଧା ସାରିବାକୁ ହେବ। ଏହି ସମୟ ମଧ୍ୟରେ ଯଦି କୌଣସି ପୌରସଂସ୍ଥାରେ ନୂଆ ଅଞ୍ଚଳ ସାମିଲ୍ କରିବାକୁ ଚାହୁଛନ୍ତି, ନୂଆ ୱାର୍ଡ ଗଠନ କରିବାକୁ ଚାହୁଁଛନ୍ତି ତାକୁ ବି ସାମିଲ କରି ତା’ର ସୀମା ଧାର୍ଯ୍ୟ କରିବାକୁ କୁହାଯାଇଛି। ଏହା ଭିତରେ ଯାହା ସେମାନେ କରିବେ ତା’ର ରିପୋର୍ଟ ଓ ବିଜ୍ଞପ୍ତି ଜନଗଣନା ପ୍ରକ୍ରିୟାରେ ସାମିଲ ହେବ। ଅନ୍ୟଥା ରେକର୍ଡରେ କାର୍ଯ୍ୟକାରୀ କରାଯାଇପାରିବନି।

ଡିସେମ୍ବର ପୂର୍ବରୁ ହଜାରେ ରାଜସ୍ବ ଗାଁ ଘୋଷଣା ଯୋଜନା ନିଷ୍ପତି କରାଯାଇଛି, ପ୍ରଥମ ପର୍ଯ୍ୟାୟ ୨୦୨୬ ଏପ୍ରିଲରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଜନଗଣନା ହେବ। ଏଥିରେ ଘର ଗଣତି ସହ କେଉଁଠି କ’ଣ ଭିତ୍ତିଭୂମି ଅଛି ତା’ର ତଥ୍ୟ ସଂଗ୍ରହ ହେବ। କେଉଁ ଗାଁ, ପଞ୍ଚାୟତ, ବ୍ଲକ୍, ତହସିଲ, ୱାର୍ଡ, ପୌରସଂସ୍ଥା, ଜିଲ୍ଲାରେ କ’ଣ ଅଛି ତା’ର ସୂଚନା ରହିବ। ୨୦୨୭ ଫେବ୍ରୁଆରି ୧ରୁ େଫବ୍ରୁଆରି ୨୮ ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟରେ ଘରକୁ ଘର ବୁଲି ଜନଗଣନା ହେବ। ମାର୍ଚ୍ଚ ୧ ସୁଦ୍ଧା ଏହି ସମସ୍ତ ପ୍ରକ୍ରିୟା ସରିବ। ତେଣୁ ରାଜ୍ୟ ସରକାର ଯାହା କିଛି ନୂଆ ନିଷ୍ପତ୍ତି ନେବେ କି ପୂର୍ବ ଘୋଷଣାକୁ କାର୍ଯ୍ୟକାରୀ କରିବେ ମାର୍ଚ୍ଚ, ୨୦୨୭ ପରେ ହିଁ କରିବେ। ସେ ଆହୁରି କହିଛନ୍ତି, ବର୍ତ୍ତମାନ ସୁଦ୍ଧା ୨୦ଟି ପୌରସଂସ୍ଥା ଓ ସେମାନଙ୍କ ଅଧୀନକୁ କେଉଁ ନୂଆ ଗାଁ ଆସିଛି, ସେହି ରିପୋର୍ଟ ପାଇସାରିଲୁଣି। ଏହାକୁ ଜନଗଣନାରେ ସହରାଞ୍ଚଳ ଭାବେ ସାମିଲ କରାଯିବ। ବାକି ପୌରସଂସ୍ଥାଙ୍କୁ ତୁରନ୍ତ ରିପୋର୍ଟ ଦେବାକୁ କୁହାଯାଇଛି।

ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ଆମର ଏବେ ଆଉ କୌଣସି ନୂଆ ଜିଲ୍ଲା, ତହସିଲ, ବ୍ଲକ୍ ଗଠନ ଯୋଜନା ନାହିଁ। ପ୍ରାୟ ହଜାରେ ରାଜସ୍ବ ଗାଁ ମାନ୍ୟତା ଦେବାକୁ ଯୋଜନା ଅଛି। ଯେଉଁ ଜିଲ୍ଲାରେ ପ୍ରକ୍ରିୟା ଶେଷ ହେଉଛି ସେନେଇ ତୁରନ୍ତ ବିଜ୍ଞପ୍ତି ପ୍ରକାଶ କରିବାକୁ କୁହାଯାଇଛି। ଜନଗଣନା ପ୍ରକ୍ରିୟା ଶେଷ ହେବା ପରେ ସରକାର ନୂଆ ନିଷ୍ପତ୍ତି ନେବେ।

  • jmjnewso

    Related Posts

    ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଚାରା ରୋପଣ କଲେ ରାଜ୍ୟପାଳ

    Spread the love

    Spread the loveଭୁବନେଶ୍ୱର: ଜେଏମଜେ ନ୍ୟୁଜ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଗୁରୁବାର ଲୋକ ଭବନ ପରିସରସ୍ଥିତ ଅଟଳ ବନରେ ‘ଏକ ପେଡ୍ ମା କେ ନାମ’ ଅଭିଯାନ ଅଧୀନରେ ଚାରା…

    ଲୋକସେବା ଭବନରେ ଜିଲ୍ଲା ଉନ୍ନୟନ ସମୀକ୍ଷା

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ :ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସମୀକ୍ଷା ବୈଠକରେ ସହରାଞ୍ଚଳ ପାନୀୟ ଜଳ…

    Leave a Reply

    Your email address will not be published. Required fields are marked *

    You Missed

    ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ ପରିବେଶୀତ

    • By jmjnewso
    • September 17, 2026
    • 29 views
    ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ ପରିବେଶୀତ

    ଖଜା ଦୋକାନ ଓ ଭାଟିରେ ଚଢ଼ାଉକ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

    • By jmjnewso
    • September 17, 2026
    • 56 views
    ଖଜା ଦୋକାନ ଓ ଭାଟିରେ ଚଢ଼ାଉକ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

    ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଚାରା ରୋପଣ କଲେ ରାଜ୍ୟପାଳ

    • By jmjnewso
    • September 17, 2026
    • 21 views
    ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଚାରା ରୋପଣ କଲେ ରାଜ୍ୟପାଳ

    ଲୋକସେବା ଭବନରେ ଜିଲ୍ଲା ଉନ୍ନୟନ ସମୀକ୍ଷା

    • By jmjnewso
    • September 17, 2026
    • 26 views
    ଲୋକସେବା ଭବନରେ ଜିଲ୍ଲା ଉନ୍ନୟନ ସମୀକ୍ଷା

    ସେବା ସଂକଳ୍ପ ଅଭିଯାନ: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ୩୦ ଜିଲ୍ଲାରେ ଜଳିଲା ଏକ କୋଟି ଦୀପ

    • By jmjnewso
    • September 17, 2026
    • 31 views
    ସେବା ସଂକଳ୍ପ ଅଭିଯାନ: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ୩୦ ଜିଲ୍ଲାରେ ଜଳିଲା ଏକ କୋଟି ଦୀପ

    କବିସୂର୍ଯ୍ୟନଗର ରେ ସେବା ସଂକଳ୍ପ ଅଭିଯାନ

    • By jmjnewso
    • September 17, 2026
    • 75 views
    କବିସୂର୍ଯ୍ୟନଗର ରେ ସେବା ସଂକଳ୍ପ ଅଭିଯାନ