ଯୁଗ ବଦଳିବା ସଙ୍ଗେ ନୌବାଣିଜ୍ୟର ଢାଞ୍ଚା ବଦଳିଲା।ଅତୀତର କଳିଙ୍ଗ (ଗଞ୍ଜାମ) ରେ ତଥାପି ବଞ୍ଚିରହିଛି ପରମ୍ପରା

Spread the love

ଜେଏମଜେ ବ୍ୟୁରୋ : କାର୍ତ୍ତିକ ପୂର୍ଣ୍ଣିମା। ଓଡ଼ିଆ ଓ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ବଡ଼ ନିଦର୍ଶନ । କୃଷି, ସମର ଓ ନୌବାଣିଜ୍ୟକୁ ନେଇ ଉତ୍କଳୀୟ ପରମ୍ପରା । ଏହି ପରମ୍ପରା ସହ ବେଶ ଭଲ ଭାବେ ଜଡ଼ିତ ଗଞ୍ଜାମ ଜିଲ୍ଲା। ଆନ୍ଧ୍ରରୁ ଓଡ଼ିଶା ପର୍ଯ୍ୟନ୍ତ ସୁଦୀର୍ଘ ଉପକୂଳରେ ଥିବା ୧୨ଟି ବନ୍ଦରରୁ ବାଣିଜ୍ୟ ପାଇଁ ବାହାରୁଥିଲେ ସାଧବ ପୁଅ।

ଆନ୍ଧ୍ରର ନାଗାବଳୀ ମୁହାଣ, ସୂତାହାଟ, ପୁଣ୍ଡି, ବାରୁୱା, ସୋନପୁର, ଗୋପାଳପୁର, ଗଞ୍ଜା, ହମ୍ମା, ବାଲୁଗାଁ, ପୁରୀ, କୋଣାର୍କ, ଓ ବାଲେଶ୍ଵର ମୁହାଣରୁ ବିଦେଶକୁ ଯାଉଥିଲେ ସାଧବ ପୁଅ। ବୋଇତ ସାହାଯ୍ୟରେ ଗଞ୍ଜାମର ପୁରୁଷୋତ୍ତମପୁରରୁ ହାଣ୍ଡି ଓ ଚିକିଟିରୁ ଧାନ ରପ୍ତାନୀ ହେଉଥିଲା। ଯାହାର ପ୍ରମାଣ ହାଣ୍ଡିଘର ଓ ଧାନ ଘର ନାମକ ଗାଁ।

ପୁରାତନ ଗଞ୍ଜାମରେ ନୌବାଣିଜ୍ୟ ପରମ୍ପରା ଚାଲିଥିବା ନେଇ ସାମୁଦ୍ରିକ ବିଜ୍ଞାନ ଓ ଭୌଗଳିକ ତତ୍ତ୍ଵ ରହିଛି। ଦକ୍ଷିଣରେ ଜାଭା, କଲମ୍ବିଆ, ଶ୍ରୀଲଙ୍କା , ଭଳି ବିଭିନ୍ନ ଅଞ୍ଚଳ କୁ ବାଣିଜ୍ୟ ବ୍ୟବସାୟ ଚାଲିଥିଲା। ବ୍ରହ୍ମପୁରରେ ସାହୁ ବା ସାର୍ଥବାହ ପରିବାରର ଲୋକେ ବାଣିଜ୍ୟ କରୁଥିବାରୁ ସେମାନଙ୍କୁ ସାଧବ ବୋଲି କୁହାଯାଏ। ପୁରାତନ ଗଞ୍ଜାମରେ ଏକାଧିକ ବନ୍ଦର ଥିବାରୁ ସେତେବେଳେ ସମ୍ରାଟ ଅଶୋକ ଆକ୍ରମଣଜାରୀ ରଖିଥିବା ଇତିହାସ କୁହେ ।

ପୁରାତନ ଅବିଭକ୍ତ ଗଞ୍ଜାମ କହିଲେ ଅତୀତର କଳିଙ୍ଗକୁ ବୁଝାଏ। ଯୁଗ ବଦଳିବା ସଙ୍ଗେ ନୌବାଣିଜ୍ୟର ଢାଞ୍ଚା ବଦଳିଲା। ଗଞ୍ଜାମରେ ସୁଦୀର୍ଘ ଉପକୁଳ ରହିଛି ହେଲେ ବନ୍ଦର ସବୁ ଭଗ୍ନ ଅବସ୍ଥାରେ। ତଥାପି ବଞ୍ଚିରହିଛି ପରମ୍ପରା।

  • jmjnewso

    Related Posts

    ନିର୍ମାଣ କୌଶଳ ବିକାଶ ପ୍ରତିଷ୍ଠାନ ଉଦ୍‌ଘାଟିତ

    Spread the love

    Spread the loveକବିସୂର୍ଯ୍ୟନଗର : ଜେଏମଜେ ବ୍ୟୁରୋ କବିସୂର୍ଯ୍ୟନଗର ବନଦେବୀ ଆଇ.ଟି.ଆଇ ଠାରେ ଏଲ୍ ଏଣ୍ଡ ଟି ପ୍ରାଇଭେଟ୍ ଲିମିଟେତ ସଂସ୍ଥା ତରଫରୁ ଏକ construction skill training institute ର ଶୁଭ ଉଦ୍‌ଘାଟନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ L &…

    SIR କାର୍ଯ୍ୟରେ ଅବହେଳା ପାଇଁ BLO ନିଲମ୍ବିତ

    Spread the love

    Spread the loveSIR କାର୍ଯ୍ୟରେ ଅବହେଳା ପାଇଁ BLO ନିଲମ୍ବିତ କଳାହାଣ୍ଡି: ଜେଏମଜେ ନ୍ୟୁଜ : SIR କାର୍ଯ୍ୟରେ ଅବହେଳା ପାଇଁ ଚାକିରିରୁ ନିଲମ୍ବିତ ହେଲେ BLO ଦାୟିତ୍ବରେ ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୋରିଙ୍ଗପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ…

    Leave a Reply

    Your email address will not be published. Required fields are marked *

    You Missed

    ଭିଜିଲାନ୍ସ ଜାଲରେ ପରିବହନ ବିଭାଗ ଟ୍ରାଫିକ ଇନସ୍ପେକ୍ଟର

    ଭିଜିଲାନ୍ସ ଜାଲରେ ପରିବହନ ବିଭାଗ ଟ୍ରାଫିକ ଇନସ୍ପେକ୍ଟର

    ଗୁପ୍ତେଶ୍ୱର ପୀଠରେ ୧୫ ହଜାର କାଉଡ଼ିଆଙ୍କ ସମାଗମ

    ଗୁପ୍ତେଶ୍ୱର ପୀଠରେ ୧୫ ହଜାର କାଉଡ଼ିଆଙ୍କ ସମାଗମ

    ଆଜୀବନ ସଜା କାଟୁଥିଲେ: ୧୯ କଏଦୀଙ୍କୁ ମିଳିଲା ନୂଆ ଜୀବନ

    ଆଜୀବନ ସଜା କାଟୁଥିଲେ: ୧୯ କଏଦୀଙ୍କୁ ମିଳିଲା ନୂଆ ଜୀବନ

    କବିସୂର୍ଯ୍ୟ ରକ୍ତଦାନ ସେବା ସଂଘ ପକ୍ଷରୁ ମେଗା ରକ୍ତଦାନ ଶିବିର ଓ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

    କବିସୂର୍ଯ୍ୟ ରକ୍ତଦାନ ସେବା ସଂଘ ପକ୍ଷରୁ ମେଗା ରକ୍ତଦାନ ଶିବିର ଓ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

    ଜନତା ମାଗେ ଜବାବ, 03ଅଗଷ୍ଟ 2026

    ଜନତା ମାଗେ ଜବାବ 1 ଅଗଷ୍ଟ 2026