ମାଟ୍ରିକ୍ ପରୀକ୍ଷା ଲାଗି ଫର୍ମ ପୂରଣ ଆରମ୍ଭ: ନଭେମ୍ବର ୨୨ ପର୍ଯ୍ୟନ୍ତ ଚାଲିବ

Spread the love

କଟକ: ମାଟ୍ରିକ୍ ପରୀକ୍ଷା ଲାଗି ଫର୍ମ ପୂରଣ ଆରମ୍ଭ ହୋଇଛି । ଆଜିଠାରୁ ଆରମ୍ଭ ହୋଇଥିବା ମାଟ୍ରିକ୍ ପରୀକ୍ଷା ଫର୍ମ ପୂରଣ ନଭେମ୍ବର ୨୨ ପର୍ଯ୍ୟନ୍ତ ଚାଲିବ । ବୋର୍ଡ ୱେବସାଇଟ୍ www.bseodisha.ac.inକୁ ଯାଇ ଅନଲାଇନ୍‌ରେ କରି ହେବ ଫର୍ମ ପୂରଣ ।

ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା (BSE) ଦ୍ଵାରା ପରିଚାଳିତ ବାର୍ଷିକ ହାଇସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା ନିମନ୍ତେ ଫର୍ମ ପୂରଣ ଆରମ୍ଭ ହୋଇଛି । ରାଜ୍ୟର ସମସ୍ତ ହାଇସ୍କୁଲର ପ୍ରଧାନଶିକ୍ଷକମାନେ ଦଶମ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫର୍ମ ପୂରଣ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଆଜିଠୁ ମାଟ୍ରିକ୍ ଫର୍ମ ପୂରଣ ଆରମ୍ଭ ହୋଇଥିବା ବେଳେ ନଭେମ୍ବର ୨୨ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଅନଲାଇନ୍‌ରେ ଫର୍ମ ପୂରଣ କରାଯାଇ ପାରିବ

୨୦୨୬ ମସିହା ବାର୍ଷିକ ହାଇସ୍କୁଲ୍ ସାର୍ଟିଫିକେଟ୍ (ରେଗୁଲାର ଓ ଏକ୍ସ-ରେଗୁଲାର) ପରୀକ୍ଷା ଫର୍ମ ପୂରଣ ଅନଲାଇନ୍ ମାଧ୍ୟମରେ ହେବ । ମାଟ୍ରିକ୍ ରେଗୁଲାର (category A) ଓ ଏକ୍ସରେଗୁଲାର(category B) ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ ଅନଲାଇନ୍ ଜରିଆରେ ହେବ ।

ଏହା ସହିତ କରେସ୍ପଣ୍ତେନ୍ସ କୋର୍ସ ରେଗୁଲାର (category C) ପରୀକ୍ଷାର୍ଥୀ ଏବଂ ଏକ୍ସ-ରେଗୁଲାର (Category D) ପରୀକ୍ଷାର୍ଥୀ ଅଫଲାଇନ୍‌ରେ ଫର୍ମ ପୂରଣ କରିବେ । ସମସ୍ତ ବର୍ଗ ଲାଗି ଫର୍ମ ପୂରଣର ଶେଷ ତାରିଖ ନଭେମ୍ବର ୨୨ ରହିଛି । ଛାତ୍ରଛାତ୍ରୀମାନେ ଫର୍ମରେ ନିଜର ନାମ, ଜନ୍ମ ତାରିଖ, ପିତାମାତାଙ୍କ ନାମ, ଠିକଣା ଏବଂ ବିଷୟଗୁଡ଼ିକୁ ଅତ୍ୟନ୍ତ ସାବଧାନତାର ସହ ପୂରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଥରେ ଫର୍ମ ପୂରଣ ହୋଇ ଦାଖଲ ହେବା ପରେ କୌଣସି ପରିବର୍ତ୍ତନ କରାଯାଇ ପାରିବ ନାହିଁ ।

ଅନଲାଇନ୍ ଆବେଦନ ସମୟରେ ପରୀକ୍ଷାର୍ଥୀଙ୍କର ସ୍କାନ୍ ହୋଇଥିବା ରଙ୍ଗୀନ ଫଟୋଗ୍ରାଫ୍ ଏବଂ ଦସ୍ତଖତ ଅପଲୋଡ୍ କରିବାକୁ ପଡ଼ିବ । ସ୍କୁଲ୍ କର୍ତ୍ତୃପକ୍ଷ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଦ୍ୱାରା ପୂରଣ କରାଯାଇଥିବା ତଥ୍ୟକୁ ଭଲ ଭାବରେ ଯାଞ୍ଚ କରିବା ପରେ ହିଁ ବୋର୍ଡକୁ ପ୍ରଦାନ କରିବେ ।

ସୂଚନା ଅନୁସାରେ, ୨୦୨୬ ବାର୍ଷିକ ମାଟ୍ରିକ୍ ପରୀକ୍ଷା ଆସନ୍ତା ମାର୍ଚ୍ଚ ମାସରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି । www.bseodisha.ac.inରେ ଲଗଇନ୍ କରି ଫର୍ମପୂରଣ କରି ହେବ । ଫର୍ମ ପୂରଣ ଲାଗି ବୋର୍ଡ ୱେବସାଇଟରେ ଗୋଟିଏ ପରେ ଗୋଟିଏ ଷ୍ଟେପ୍ ନେଇ ନିର୍ଦ୍ଦେଶାବଳୀ ଦିଆଯାଇଛି ।

  • jmjnewso

    Related Posts

    ପ୍ରକାଶ ପାଇଲା ଯୁକ୍ତ ୩ ମେରିଟ୍ ଲିଷ୍ଟପ୍ରଥମ ପର୍ଯ୍ୟାୟରେ ଲକ୍ଷେ ୭୮ ହଜାର ୭୮୨ ଛାତ୍ରଛାତ୍ରୀ ମନୋନୀତ

    Spread the love

    Spread the loveଭୁବନେଶ୍ଵର: ଜେଏମଜେ ନ୍ୟୁଜ : ପ୍ରକାଶ ପାଇଲା ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ। କଳା, ବିଜ୍ଞାନ ଓ ବାଣିଜ୍ୟରେ ପ୍ରଥମେ ରହିଛି ରେଭେନ୍ସା ବିଶ୍ଵବିଦ୍ୟାଳୟ। କଳା (ରାଜନୀତି ବିଜ୍ଞାନ)ରେ ୯୪.୫୦%, ବିଜ୍ଞାନ (ପଦାର୍ଥ ବିଜ୍ଞାନ)ରେ ୯୬.୫୦%,…

    ଅର୍ଥନୀତି ବିଭାଗର ଜାତୀୟ ସମ୍ମିଳନୀ ଉଦଯାପିତ

    Spread the love

    Spread the loveଗୋପାଳପୁର: ଜେଏମଜେ ନ୍ୟୁଜ (ବିଭୁତି ଶତପଥୀ ): ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନୂତନ ସମ୍ମିଳନୀ କକ୍ଷରେ ଅର୍ଥନୀତି ବିଭାଗ ଓ ସେଣ୍ଟର ଅଫ ସୋସିଆଲ ଏସକେଲୁସନ ଏଣ୍ଡ ଇଂକ୍ଲୁସିବ ପଲିସି ଏବଂ ଓଡ଼ିଶା ସରକାରଙ୍କ ପି ଏମ -ଉଷା ମିଳିତରେ…

    Leave a Reply

    Your email address will not be published. Required fields are marked *

    You Missed

    ଜନତା ମାଗେ ଜବାବ 30 ଜୁଲାଇ 2026

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…