ହାଇକୋର୍ଟରେ ନିଃସର୍ତ୍ତ କ୍ଷମାପ୍ରାର୍ଥନା କରିଛନ୍ତି ବ୍ରହ୍ମପୁର ଏସପି

Spread the love

ଜେଏମଜେ ବ୍ୟୁରୋ: ବରିଷ୍ଠ ବିଜେପି ନେତା ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ବିବାଦୀୟ ବୟାନ୍ ଦେବା ପ୍ରସଙ୍ଗରେ ଅବଶେଷରେ ହାଇକୋର୍ଟରେ ନିଃସର୍ତ୍ତ କ୍ଷମାପ୍ରାର୍ଥନା କରିଛନ୍ତି ବ୍ରହ୍ମପୁର ଏସପି ଡାକ୍ତର ଶରବଣା ବିବେକ। ଏହାପରେ ତାଙ୍କ ବିରୁଦ୍ଧରେ ଅଦାଲତ ମାମଲା ନ ଚଳାଇବାକୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି।   

ସୂଚନାଯୋଗ୍ୟ, ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ତଥା ବରିଷ୍ଠ ବିଜେପି ନେତା ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ଏସପି ଗଣମାଧ୍ୟମରେ ଦେଇଥିବା ବୟାନରେ ହାଇକୋର୍ଟରେ ବିଚାରାଧୀନ ବ୍ରହ୍ମପୁର ବିଧାନସଭା ଆସନ ସଂପର୍କିତ ନିର୍ବାଚନୀ ମୋକଦ୍ଦମା ସଂକ୍ରାନ୍ତରେ ଦେଇଥିବା ଟିପ୍ପଣୀ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ହାଇକୋର୍ଟ ଏହି ପ୍ରସଂଗକୁୁ ଗୁରୁତ୍ବର ସହିତ ଗ୍ରହଣ କରିବା ସହିତ ବ୍ରହ୍ମପୁର ଏସପିଙ୍କ ନିକଟରୁ ସ୍ପଷ୍ଟୀକରଣ ଲୋଡ଼ିଥିଲେ। କେଉଁ ପରିସ୍ଥିତିିରେ ଓ କେଉଁ କାରଣରୁ ଏସପି ଏପରି ବ୍ୟକ୍ତିବ୍ୟ ଦେଇଥିଲେ ସେ ନେଇ ସ୍ପଷ୍ଟୀକରଣ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ବିଶେଷ କରି ହାଇକୋର୍ଟ ଶୁଣୁଥିବା ନିର୍ବାଚନୀ ମୋକଦ୍ଦମା ପ୍ରସଂଗରେ ଉଲ୍ଲେଖ କରି ଏସପି କେଉଁ ସ୍ଥିତିରେ ଏପରି ବକ୍ତବ୍ୟ ରଖିଥିଲେ ଓ ଏପରି ଆଚରଣକୁ ଅଦାଲତଙ୍କ ଅବମାନନା ଭାବେ କାହିଁକି ଗ୍ରହଣ କରା ନ ଯିବ ସେ ନେଇ ସ୍ପଷ୍ଟୀକରଣ ଦେବାକୁ ହାଇକୋର୍ଟ କହିଥିଲେ। ନଭେମ୍ବର ୭ ସୁଦ୍ଧା ହାଇକୋର୍ଟରେ ଏପରି ସ୍ପଷ୍ଟୀକରଣ ଏସପି ଦାଖଲ କରିବେ। ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ବ୍ରହ୍ମପୁର ଆସନ ସଂପର୍କିତ ନିର୍ବାଚନୀ ମୋକଦ୍ଦମାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଥିଲେ

  • jmjnewso

    Related Posts

    ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଚାରା ରୋପଣ କଲେ ରାଜ୍ୟପାଳ

    Spread the love

    Spread the loveଭୁବନେଶ୍ୱର: ଜେଏମଜେ ନ୍ୟୁଜ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଗୁରୁବାର ଲୋକ ଭବନ ପରିସରସ୍ଥିତ ଅଟଳ ବନରେ ‘ଏକ ପେଡ୍ ମା କେ ନାମ’ ଅଭିଯାନ ଅଧୀନରେ ଚାରା…

    ଲୋକସେବା ଭବନରେ ଜିଲ୍ଲା ଉନ୍ନୟନ ସମୀକ୍ଷା

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ :ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସମୀକ୍ଷା ବୈଠକରେ ସହରାଞ୍ଚଳ ପାନୀୟ ଜଳ…

    Leave a Reply

    Your email address will not be published. Required fields are marked *

    You Missed

    ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ ପରିବେଶୀତ

    • By jmjnewso
    • September 17, 2026
    • 33 views
    ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ ପରିବେଶୀତ

    ଖଜା ଦୋକାନ ଓ ଭାଟିରେ ଚଢ଼ାଉକ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

    • By jmjnewso
    • September 17, 2026
    • 63 views
    ଖଜା ଦୋକାନ ଓ ଭାଟିରେ ଚଢ଼ାଉକ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

    ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଚାରା ରୋପଣ କଲେ ରାଜ୍ୟପାଳ

    • By jmjnewso
    • September 17, 2026
    • 22 views
    ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଚାରା ରୋପଣ କଲେ ରାଜ୍ୟପାଳ

    ଲୋକସେବା ଭବନରେ ଜିଲ୍ଲା ଉନ୍ନୟନ ସମୀକ୍ଷା

    • By jmjnewso
    • September 17, 2026
    • 27 views
    ଲୋକସେବା ଭବନରେ ଜିଲ୍ଲା ଉନ୍ନୟନ ସମୀକ୍ଷା

    ସେବା ସଂକଳ୍ପ ଅଭିଯାନ: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ୩୦ ଜିଲ୍ଲାରେ ଜଳିଲା ଏକ କୋଟି ଦୀପ

    • By jmjnewso
    • September 17, 2026
    • 31 views
    ସେବା ସଂକଳ୍ପ ଅଭିଯାନ: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ୩୦ ଜିଲ୍ଲାରେ ଜଳିଲା ଏକ କୋଟି ଦୀପ

    କବିସୂର୍ଯ୍ୟନଗର ରେ ସେବା ସଂକଳ୍ପ ଅଭିଯାନ

    • By jmjnewso
    • September 17, 2026
    • 76 views
    କବିସୂର୍ଯ୍ୟନଗର ରେ ସେବା ସଂକଳ୍ପ ଅଭିଯାନ