ପୁଲୱାମାରୁ ଫରିଦାବାଦ. ସହାରନପୁରରୁ ଲକ୍ଷ୍ନୌ ଯାଏଁ ଷଡ଼ଯନ୍ତ୍ରର କନେକ୍ସନ : ଦିଲ୍ଲୀ ବିସ୍ପୋରଣ ଘଟଣା

Spread the love

ଜେଏମଜେ ବ୍ୟୁରୋ : ଦିଲ୍ଲୀ ବିସ୍ଫୋରଣରେ ଡାକ୍ତର ବ୍ରିଗେଡ । ଏମାନେ ସେହି ଡାକ୍ତର ବ୍ରିଗେଡ୍ ଯେଉଁମାନେ ଜୀବନ ବଞ୍ଚାଇବାର ଶପଥ ନିଅନ୍ତି। ଯେଉଁମାନଙ୍କୁ ଭଗବାନ ତୁଲ୍ୟ ବୋଲି କୁହାଯାଏ । କିନ୍ତୁ ଦିଲ୍ଲୀ ବିସ୍ଫୋରଣ ପ୍ରମାଣିତ କଲା, ଡାକ୍ତର ରୂପରେ ଏମାନେ ଭଗବାନ ନୁହନ୍ତି, ସୈତାନ । ଯେଉଁମାନେ ଆତଙ୍କବାଦୀ ଷଡଯନ୍ତ୍ର କରନ୍ତି, ରକ୍ତପାତ କରିବାକୁ ମଡ୍ୟୁଲ ପ୍ରସ୍ତୁତ କରନ୍ତି। ଦିଲ୍ଲୀ ବିସ୍ଫୋରଣରେ ସମ୍ପୃକ୍ତ କାରରେ ବସିଥିବା ଡାକ୍ତର ଉମର ମହମ୍ମଦ, ଆତଙ୍କୀ ଟିମର ଥିଲା ମାଷ୍ଟର ମାଇଣ୍ଡ ।

ଦିଲ୍ଲୀକୁ ଦୋହଲାଇ ଦେବାକୁ କରିଥିଲେ ବଡ଼ ଷଡ଼ଯନ୍ତ୍ର । ପୁଲୱାମାରୁ ଫରିଦାବାଦ । ସହାରନପୁରରୁ ଲକ୍ଷ୍ନୌ ଯାଏଁ ଷଡ଼ଯନ୍ତ୍ରର କନେକ୍ସନ । ଦିଲ୍ଲୀ ବିସ୍ଫୋରଣର ଡାକ୍ତର ମଡ୍ୟୁଲ। ତୁର୍କୀରୁ ମିଳୁଥିଲା ଆଦେଶ । ଷଡ଼ଯନ୍ତ୍ରର ମାଷ୍ଟର ମାଇଣ୍ଡ ଥିଲା ଡାକ୍ତର ଉମର। ଇଏ ସେହି ଉମର ଯିଏ କାଶ୍ମୀରର ପୁଲୱାମାରୁ ବାହାରି ଫରିଦାବାଦରେ ଛିଡ଼ା କଲା ଆତଙ୍କର ଡାକ୍ତର ମଡ୍ୟୁଲ।

ଆତଙ୍କୀ ମଡ୍ୟୁଲରେ ଡାକ୍ତର ଉମର ପୁଲୱାମାର ଡାକ୍ତର ମୁଜମ୍ମିଲ, ଡାକ୍ତର ସଜ୍ଜାଦ, ନଦିଗାମର ଡାକ୍ତର ହମିଜ ଫୟାଦ, ଚିତ୍ରଗାମର ଡାକ୍ତର ୟୁସୁଫ ଫଲାହି ଓ ଲକ୍ଷ୍ନୌର ଡାକ୍ତର ସାହିନ ସାହିଦଙ୍କୁ ସାମିଲ କଲା। ଏମାନଙ୍କ ସହ ଆଜମଗଡ଼ର ଡାକ୍ତର ପରଭେଜ ଅନସାରୀ, ସାହାରନପୁରର ଡାକ୍ତର ଅଦିଲକୁ ବି ଯୋଡ଼ିଲା। ସ୍ପଷ୍ଟ ଭାବେ କୁହାଯାଇପାରେ ଆତଙ୍କର ସର୍ବଭାରତୀୟ ମଡ୍ୟୁଲ ଗଠନ କରିବାକୁ ଷଡ଼ଯନ୍ତ୍ର କରାଯାଇଥିଲା।ଫରିଦାବାଦରୁ ଗିରଫ ଡାକ୍ତର ସାହିନର କାରରୁ ଆସଲ୍ଟ ରାଇଫଲ୍, ପିସ୍ତଲ ଓ କାରତୁସ ବି ମିଳିଥିଲା। ଏବେ ତାର ଭାଇ ଡାକ୍ତର ପରଭେଜ ଅନସାରୀକୁ ଧରାଗଲା, ଯାହା ପାଖରୁ ୬ଟି ଫୋନ୍ ମିଳିଛି, ଏଥିରେ ଗୋଟିଏ ଇଣ୍ଟରନ୍ୟାସନାଲ୍ କାର୍ଡ ଓ ସିକ୍ରେଟ୍ ଡିସ୍କ ବି ଜବତ ହୋଇଛି । ସେ ତୁର୍କୀ ଯାଇଥିଲା । ସେ ଲଗାତାର ତୁର୍କୀର ହ୍ୟାଣ୍ଡଲର ସହ ଯୋଗାଯୋଗରେ ଥିଲା । ସେ ଟେଲିଗ୍ରାମ ଗ୍ରୁପ୍ ସହ ଯୋଡ଼ି ହୋଇଥିଲା । ପାକିସ୍ତାନ ସହ ତୁର୍କୀରେ ଥିଲେ ତାର ହ୍ୟାଣ୍ଡଲର ।

ପରଭେଜ ସହ ଆତଙ୍କର ଲକ୍ଷ୍ନୌ ମଡେଲକୁ ନେଇ ହୋଇଛି ବହୁ ଖୁଲାସା। ଡାକ୍ତର ପରଭେଜ ଅନସାରୀ ୬ଟି ଫୋନ୍ ମାଧ୍ୟମରେ ବିଦେଶ ସହ ଲିଙ୍କରେ ଥିଲା। ତା ପାଖରେ ଇଣ୍ଟରନ୍ୟାସନାଲ ସିମ୍ ଥିବା କଥା କୁହାଯାଉଛି। ଘରୁ ବାହାରେ ସେ ଥିଲା ଜଣେ ସିରିୟସ ଡାକ୍ତର, ଲୋକଙ୍କ ସହ ଅଧିକ କଥା ହେଉନଥିଲା।
ଆତଙ୍କର ଡାକ୍ତର ବ୍ରିଗେଡ୍‌ର କେନ୍ଦ୍ର ସ୍ଥଳ ପାଲଟିଥିଲା ଦିଲ୍ଲୀ ନିକଟସ୍ଥ ଫରିଦାବାଦର ଅଲଫଲାହ ୟୁନିଭର୍ସିଟି ଯେଉଁଠି ଉମର ପଢାଉଥିଲା, ସାହିନ ଓ ମୁଜାମ୍ମିଲ ବି ସେହିଠାରେ ହିଁ କାମ କରୁଥିଲେ।

ଡାକ୍ତର ମୁଜାମ୍ମିଲକୁ ସୁରକ୍ଷା ଏଜେନ୍ସି ବିସ୍ଫୋରଣ ପୂର୍ବରୁ ହିଁ ଫରିଦାବାଦର ଅଲଫଲାହ ମେଡିକାଲ କଲେଜରୁ ଗିରଫ କରାଯାଇଥିଲା। ତା କହିବା ଅନୁସାରେ ୨୯୦୦ କିଲୋ ବିସ୍ଫୋରକ ଜବତ ହୋଇଥିଲା। ଉମର ଆତଙ୍କୀ ଟିମର ଡାକ୍ତର ଅଦିଲକୁ ସାହରନପୁରରୁ ଗିରଫ କରାଗଲା। ଯେଉଁଠାରେ ସିନିୟର ରେସିଡେଣ୍ଟ ଥିଲା। ଅଦିଲର କହିବା ଅନୁସାରେ ଶ୍ରୀନଗରରେ ଡାକ୍ତରଙ୍କ ଲକରରୁ AK-47 ମିଳିଲା। ପୁରା ନେଟୱର୍କର ଖୁଲାସା ଏକ ପୋଷ୍ଟରରୁ ହେଲା। ୧୯ ଅକ୍ବୋଟରରୁ ତଦନ୍ତକାରୀ ଏଜେନ୍ସିକୁ କାଶ୍ମୀରରେ ଜୈସର ଏକ ପୋଷ୍ଟର ମିଳିଥିଲା। ପୋଷ୍ଟରର ତଦନ୍ତ କରୁ କରୁ ପୋଲିସ ମୌଲବୀ ଇରଫାନ ନିକଟରେ ପହଞ୍ଚିଥିଲା। ତାର ଗିରଫଦାରୀ ପରେ ଡାକ୍ତର ମଡ୍ୟୁଲର ଖୁଲାସା ହୋଇଥିଲା। ଯାହାକୁ ସୁରକ୍ଷା ବାହିନୀ ହ୍ବାଇଟ୍ କଲର ଟେରର ନାଁ ଦେଇଛନ୍ତି।

  • jmjnewso

    Related Posts

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    Spread the love

    Spread the love ଜେଏମଜେ ବ୍ୟୁରୋ :ମଣିପୁରର ଜିରିବାମ ଜିଲ୍ଲାର ଲେଇସଙ୍ଗ କୁକି ଗାଁରେ ଏକ ପୁଣି ହିଂସାକାଣ୍ଡ ଘଟିଛି । ଦୁଇଜଣ ଆଦିବାସୀ ମହିଳାଙ୍କୁ ଗୁଳି କରି ହତ୍ୟା କରାଯାଇଛି ଏବଂ ଏକାଧିକ ଫାର୍ମହାଉସ୍‌କୁ ନିଆଁ ଲଗାଇ ପୋଡ଼ି ଦିଆଯାଇଛି…

    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    Spread the love

    Spread the loveବ୍ରହ୍ମପୁର : ଜେଏମଜେ ନ୍ୟୁଜ : (ତପେନ୍ଦ୍ର ଡାକୁଆ ):ବ୍ରହ୍ମପୁରର ପୂର୍ବତନ ମେୟର ପିଣ୍ଟୁ ଦାଶଙ୍କ ଭାଇ ପିଙ୍କୁ ଦାଶ ଓ ବୁଡୁ ମହାନ୍ତିଙ୍କ ସମେତ ୪ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ଠାରୁ ଗୋଟିଏ…

    Leave a Reply

    Your email address will not be published. Required fields are marked *

    You Missed

    କବିସୂର୍ଯ୍ୟନଗର ରେ ସେବା ସଂକଳ୍ପ ଅଭିଯାନ

    • By jmjnewso
    • September 17, 2026
    • 51 views
    କବିସୂର୍ଯ୍ୟନଗର ରେ ସେବା ସଂକଳ୍ପ ଅଭିଯାନ

    ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କଲେ କେନ୍ଦ୍ର ସରକାର

    • By jmjnewso
    • September 17, 2026
    • 34 views
    ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କଲେ କେନ୍ଦ୍ର ସରକାର

    ଦାନା ବାନ୍ଧିଲାଣି ଲଘୁଚାପ :ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବା ସମ୍ଭାବନା

    • By jmjnewso
    • September 17, 2026
    • 25 views
    ଦାନା ବାନ୍ଧିଲାଣି ଲଘୁଚାପ :ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବା ସମ୍ଭାବନା

    ପୁଣି 22 କୁ ଘୁଞ୍ଚିଲା DGP ମାମଲାର ସୁପ୍ରିମକୋର୍ଟରେ ଶୁଣାଣି

    • By jmjnewso
    • September 17, 2026
    • 20 views
    ପୁଣି 22 କୁ ଘୁଞ୍ଚିଲା DGP ମାମଲାର ସୁପ୍ରିମକୋର୍ଟରେ ଶୁଣାଣି

    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    • By jmjnewso
    • September 16, 2026
    • 41 views
    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    • By jmjnewso
    • September 16, 2026
    • 34 views
    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍