ଜିଲ୍ଲାପାଳଓ SP ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଚେତାବନୀ, ଗାଦି ମଡ଼ାବାବୁଙ୍କୁ ହଟାଅ ନ ହେଲେ ଆକ୍ସନ

Spread the love

ଦୁର୍ନୀତିଖୋର, ଗାଦି ମଡ଼ା ଅଫିସରଙ୍କୁ ଛାଟ…ଜିଲ୍ଲାପାଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଚେତାବନୀ… କହିଲେ, ବାବୁଙ୍କ ଦୁର୍ନୀତି କରାଯିବନି ବରଦାସ୍ତ

ଜେଏମଜେ ବ୍ୟୁରୋ : ଦୁର୍ନୀତିଖୋର, ଗାଦି ମଡ଼ା ଅଫିସରଙ୍କୁ ଛାଟ । ଜିଲ୍ଲାପାଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଚେତାବନୀ । ସିଏମ୍ କହିଲେ, ବାବୁଙ୍କ ଦୁର୍ନୀତି କରାଯିବନି ବରଦାସ୍ତ । ଗାଦି ମଡ଼ା ବାବୁଙ୍କୁ ହଟାଅ ନ ହେଲେ ଆକ୍ସନ୍ ହେବ । ସଚିବ ଓ ଜିଲ୍ଲାପାଳଙ୍କୁ CM ଦେଲେ ୯ ନିର୍ଦ୍ଦେଶ । ଗୁଡ୍ କି ଭେରି ଗୁଡ୍ ନୁହେଁ, ଆଉଟଷ୍ଟାଣ୍ଡିଂ ହେବାକୁ ପରାମର୍ଶ ।

ଆରମ୍ଭ ହୋଇଛି ଦୁଇ ଦିନିଆ ଜିଲ୍ଲାପାଳ ଓ ଏସପି ସମ୍ମିଳନୀ । ପ୍ରଥମ ଦିନରେ ଅଫିସରଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦେଲେ ୯ ନିର୍ଦ୍ଦେଶ । କେଉଁ ପ୍ରକଳ୍ପ କେତେ ଆଗେଇଛି…ଗୋଟି ଗୋଟି କର ମାଗିଲେ ହିସାବ । ବିଭିନ୍ନ ବିଭାଗର ପ୍ରକଳ୍ପ ଅଗ୍ରଗତିକୁ ତଦାରଖ କରିବାକୁ ମୁଖ୍ୟ ଶାସନ ସଚିବ ଓ ଉନ୍ନୟନ କମିଶନରଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ଥରେ ନଜର ପକାନ୍ତୁ ଜିଲ୍ଲାପାଳ ମାନଙ୍କୁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି କେଉଁ ୯ ନିର୍ଦ୍ଦେଶ…

ନିର୍ଦ୍ଦେଶ ନମ୍ବର -୧

ଲୋକଙ୍କ ସୁବିଧା ପାଇଁ ସଚ୍ଚୋଟ ଓ କର୍ତ୍ତବ୍ୟ ନିଷ୍ଠ ହୁଅ । ବାବୁ ଦୁର୍ନୀତିରେ ଧରାପଡି ସରକାର ବଦନାମ ହେଲେ ବରଦାସ୍ତ କରାଯିବନି ।

ନିର୍ଦ୍ଦେଶ ନମ୍ବର-୨

ଅଧିକ ଫିଲଡ ଭିଜିଟ କରି ଲୋକଙ୍କ କଥା ବୁଝ

ନିର୍ଦ୍ଦେଶ ନମ୍ବର- ୩

ଶାସନ, ପ୍ରଶାସନରେ ଟେକ୍ନୋଲୋଜିର ବ୍ୟବହାର କର । ରିୟଲ ଟାଇମ ଡାଟା ବ୍ୟବହାର କରି ସମସ୍ୟାର ସମାଧାନ କର ।

ନିର୍ଦ୍ଦେଶ ନମ୍ବର- ୪

ଲୋକଙ୍କ ଅଭିଯୋଗ ଶୁଣାଣି ଉପରେ ପ୍ରାଧାନ୍ୟ ଦେଇ ଜିଲ୍ଲା ସ୍ତରରେ ଲୋକଙ୍କ ଅଭିଯୋଗ ଶୁଣ ।

ନିର୍ଦ୍ଦେଶ ନମ୍ବର- ୫

ସୁଫଳ ଓ ସରକାରୀ ଘୋଷୋଣା ଲୋକଙ୍କ ପାଖରେ ପହଞ୍ଚାନ୍ତୁ ।

ନିର୍ଦ୍ଦେଶ ନମ୍ବର ୭

ଆଉଟସୋର୍ସିଙ୍ଗ କମାଇବାକୁ ନିର୍ଦ୍ଦେଶ ।

ନିର୍ଦ୍ଦେଶ ନମ୍ବର ୮

ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ନିର୍ବାଚିତ ପ୍ରତିନିଧିଙ୍କୁ ସମ୍ମାନ ଦିଅନ୍ତୁ ।

ନିର୍ଦ୍ଦେଶ ନମ୍ବର ୯

ଗାଦି ମଡ଼ା ବାବୁଙ୍କୁ ଚିହ୍ନଟ କରି ତୁରନ୍ତ ବଦଳି କରିବାକୁ ନିର୍ଦ୍ଦେଶ ।

ସେହିପରି ୨୦୨୭ ସୁଦ୍ଧା ମିଶନ ପାୱାର ସଂପୂର୍ଣ୍ଣ କରିବାକୁ ସିଏମ ଦେଲେ ଟାର୍ଗେଟ । ୨୦୨୭ ସୁଦ୍ଧା ରାସ୍ତା, ବିଦ୍ୟୁତ ଏବଂ ପାନୀୟ ଜଳ ପ୍ରକଳ୍ପ ଗୁଡ଼ିକୁ ୧୦୦ ପ୍ରତିଶତ କାର୍ଯ୍ୟକାରୀ କରିବାକୁ ଟାର୍ଗେଟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଡାଏରୀରେ ନୋଟ୍‌ କରି ନେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବାଲି ମାଫିଆକୁ ସାବାଡ଼ କର, ଚୋରା ମଦ କାରବାର ରୋକ ଲଗାଇବାକୁ ଦେଇଛନ୍ତି ନିର୍ଦ୍ଦେଶ । ଦରକାର ପଡିଲେ ଡ୍ରୋନ୍‌ ଟେକ୍ନୋଲୋଜିର ସାହାଯ୍ୟ ନିଅ । ଜିଲ୍ଲାପାଳ ସମ୍ମିଳନୀରେ ବାଲି ଚୋରି ଏବଂ ଚୋରା ମଦ କାରବାର ରୋକିବାକୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଲଘୁ ଖଣିଜ ଚୋରା ଚାଲାଣ ହେଉଛି । ମାଫିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ଦରକାର । କୌଣସି ରାଜନୈତିକ ଚାପର ବଶବର୍ତ୍ତୀ ହୁଅନ୍ତୁ ନାହିଁ ।

ଦେଢ ବର୍ଷ ଭିତରେ ଦୁର୍ନୀତି ବିରୋଧରେ ଆକ୍ସନ ମୋଡରେ କାମ କରୁଛି ବିଜେପି ସରକାର । ଦେଢ ବର୍ଷରେ ୭୩୯ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ । ୩୦୨ଟି ମାମଲା ରୁଜୁ ହୋଇଥିବା ବେଳେ ୩୦୩ ଦୁର୍ନୀତିଖୋରଙ୍କୁ ବାନ୍ଧିଛି ଭିଜିଲାନ୍ସ । ଦେଢ ବର୍ଷ ଭିତରେ କୁବେର ଅଫିସରଙ୍କ ପାଖରୁ ୨୪ କେଜି ସୁନା, ୮୩୨ଟି ପ୍ଲଟ, ୮୪ ଏକର ଜମି, ୮ଟି ଫାର୍ମ ହାଉସ, ୯ କୋଟି ୨ ଲକ୍ଷ ଟଙ୍କା ନଗଦ ଜବତ କରାଯାଇଛି । ୮୦ଟି ଆୟ ବହିର୍ଭୁତ ଠୁଳ କେସ୍ ସାମ୍ନାକୁ ଆସିଥିବା ବେଳେ ୨୧୨ କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଛି । ଏଥିରୁ ୮୦ ପ୍ରତିଶତ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଧରାପଡିଥିବା ଦୁର୍ନୀତିଖୋର୍ ବାବୁ । ସେହିପରି ଗାଦିମଡା ବାବୁଙ୍କ ସଂଖ୍ୟା ବି ଢେର ଅଧିକ । ବିଧାନସଭାର ତଥ୍ୟ କହୁଛି ବିଭିନ୍ନ ବିଭାଗରେ ୨୫ ଆଇଏସ ଅଧିକାରୀ, ଓ ୧୦୪ ଓଏଏସ ଅଧିକାରୀ ୩ ବର୍ଷରୁ ଅଧିକ ସମୟ ଗୋଟିଏ ସ୍ଥାନରେ ରହିଛନ୍ତି ।

  • jmjnewso

    Related Posts

    ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଚାରା ରୋପଣ କଲେ ରାଜ୍ୟପାଳ

    Spread the love

    Spread the loveଭୁବନେଶ୍ୱର: ଜେଏମଜେ ନ୍ୟୁଜ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଗୁରୁବାର ଲୋକ ଭବନ ପରିସରସ୍ଥିତ ଅଟଳ ବନରେ ‘ଏକ ପେଡ୍ ମା କେ ନାମ’ ଅଭିଯାନ ଅଧୀନରେ ଚାରା…

    ଲୋକସେବା ଭବନରେ ଜିଲ୍ଲା ଉନ୍ନୟନ ସମୀକ୍ଷା

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ :ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସମୀକ୍ଷା ବୈଠକରେ ସହରାଞ୍ଚଳ ପାନୀୟ ଜଳ…

    Leave a Reply

    Your email address will not be published. Required fields are marked *

    You Missed

    ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ ପରିବେଶୀତ

    • By jmjnewso
    • September 17, 2026
    • 34 views
    ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ ପରିବେଶୀତ

    ଖଜା ଦୋକାନ ଓ ଭାଟିରେ ଚଢ଼ାଉକ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

    • By jmjnewso
    • September 17, 2026
    • 70 views
    ଖଜା ଦୋକାନ ଓ ଭାଟିରେ ଚଢ଼ାଉକ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

    ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଚାରା ରୋପଣ କଲେ ରାଜ୍ୟପାଳ

    • By jmjnewso
    • September 17, 2026
    • 24 views
    ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଚାରା ରୋପଣ କଲେ ରାଜ୍ୟପାଳ

    ଲୋକସେବା ଭବନରେ ଜିଲ୍ଲା ଉନ୍ନୟନ ସମୀକ୍ଷା

    • By jmjnewso
    • September 17, 2026
    • 30 views
    ଲୋକସେବା ଭବନରେ ଜିଲ୍ଲା ଉନ୍ନୟନ ସମୀକ୍ଷା

    ସେବା ସଂକଳ୍ପ ଅଭିଯାନ: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ୩୦ ଜିଲ୍ଲାରେ ଜଳିଲା ଏକ କୋଟି ଦୀପ

    • By jmjnewso
    • September 17, 2026
    • 33 views
    ସେବା ସଂକଳ୍ପ ଅଭିଯାନ: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ୩୦ ଜିଲ୍ଲାରେ ଜଳିଲା ଏକ କୋଟି ଦୀପ

    କବିସୂର୍ଯ୍ୟନଗର ରେ ସେବା ସଂକଳ୍ପ ଅଭିଯାନ

    • By jmjnewso
    • September 17, 2026
    • 78 views
    କବିସୂର୍ଯ୍ୟନଗର ରେ ସେବା ସଂକଳ୍ପ ଅଭିଯାନ