ନୀତୀଶ ହେବେ ପୁଣି ମୁଖ୍ୟମନ୍ତ୍ରୀ: ଆସନ୍ତା କାଲି ଶପଥ ଗ୍ରହଣ.

Spread the love

ଆସନ୍ତାକାଲି ବିହାରରେ ଶପଥ ଗ୍ରହଣ ସମାରୋହ
ନୀତୀଶ କୁମାର ପୁଣି ଥରେ ନେବେ ମୁଖ୍ୟମନ୍ତ୍ରୀ ଦାୟିତ୍ବ
ବିଜେପିର ସମ୍ରାଟ ଚୌଧୁରୀ, ବିଜୟ ସିହ୍ନା ହେବେ ଉପମୁଖ୍ୟମନ୍ତ୍ରୀ

ଜେଏମଜେ ବ୍ୟୁରୋ : ଆସନ୍ତାକାଲି ବିହାରରେ ଶପଥ ଗ୍ରହଣ ସମାରୋହ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ହେବାକୁ ଥିବା ଏହି ଭବ୍ୟ ସମାରୋହରେ ଦୁଇ ଲକ୍ଷରୁ ଅଧିକ ଲୋକ ସାମିଲ ହେବେ । ତା ପୂର୍ବରୁ ଆଜି ଜେଡିୟୁ ବିଧାୟକ ଦଳ ବୈଠକରେ ନୀତୀଶ କୁମାରଙ୍କୁ ଜେଡିୟୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି ବିଜେପି ବିଧାୟକ ଦଳର ନେତା ନିର୍ବାଚିତ ହେଲେ ସମ୍ରାଟ ଚୌଧୁରୀ । ଆଉ ବିଜୟ ସିହ୍ନା ବିଧାୟକ ଦଳର ଉପନେତା ଭାବେ ନିର୍ବାଚିତ ହୋଇଛନ୍ତି । ମନ୍ତ୍ରୀ ମଣ୍ଡଳରେ ଉପ ମୁଖ୍ୟମନ୍ତ୍ରୀ ପଦବୀରେ କୌଣସି ପରିବର୍ତ୍ତନ ହେବ ନାହିଁ ।

ସମ୍ରାଟ ଓ ବିଜୟ ସିହ୍ନା ଉପ ମୁଖ୍ୟମନ୍ତ୍ରୀ ଭାବେ ପୁଣି ଥରେ କାର୍ଯ୍ୟଭାର ସମ୍ଭାଳିବେ । ବିଜେପି ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଆଜି ଅପରାହ୍ନ ୩ଟା ୩୦ରେ ଏନଡିଏ ବିଧାୟକ ଦଳ ବୈଠକ ହେବ । ନୀତିଶ କୁମାର ଓ ଏନଡିଏ ବିଧାୟକ ଦଳ ନେତା ଭାବେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇବେ । ଜେଡିୟୁ ବିଧାୟକ ଦଳ ନେତା ନିର୍ବାଚିତ ହେଲେ ନୀତୀଶ କୁମାର ।

କାଲି ଦିନ ୧୧ଟା ୩୦ରେ ଶପଥ ନେବେ ନୀତୀଶ କୁମାର । ଦଶମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ । ପାଟନା ଗାନ୍ଧି ମୈଦାନରେ ଅନୁଷ୍ଠିତ ହେବ ଶପଥ ଗ୍ରହଣ ସମାରୋହ। ଏଥିରେ ଉପସ୍ଥିତ ରହିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବି ସାମିଲ ହେବେ। ଏମାନଙ୍କ ସହ ବିଜେପି ଓ ଏନଡିଏ ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀମାନେ ବି ସାମିଲ ହୋଇପାରନ୍ତି।

ଅନ୍ୟପକ୍ଷେ ଜେଡିୟୁରୁ ୧୪ ଜଣ ମନ୍ତ୍ରୀ ହୋଇପାରନ୍ତି ବୋଲି ଏକ ବିଶେଷ ସୂଚନା ମିଳିଛି। ନିର୍ବାଚନରେ ଭାଜପା ୮୯ ଆସନ ଜିତିଥିବା ବେଳେ ଜେଡିୟୁ ୮୫ ଆସନରେ ବିଜୟୀ ହୋଇଥିଲା। ୧୯ ଆସନ ହାସଲ କରିଥିବା ଚିରାଗ ପାଶ୍ୱାନଙ୍କ ଲୋକ ଜନଶକ୍ତି (ରାମବିଳାସ)କୁ ୩ ମନ୍ତ୍ରୀ ପଦ ମିଳିପାରେ। ସେହିପରି ଜିତନରାମଙ୍କ ହିନ୍ଦୁସ୍ତାନ ଆଓ୍ବାମ ମୋର୍ଚ୍ଚା ୫ ଆସନ ଏବଂ ଉପେନ୍ଦ୍ର କୁଶଓ୍ବାହାଙ୍କ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା ଯଥାକ୍ରମେ ୫ ଓ ୪ ଆସନ ଜିତିଥିବା ବେଳେ ଉଭୟ ଦଳରୁ ଜଣେ ଲେଖାଏଁ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇପାରନ୍ତି। ପ୍ରତି ୬ ବିଧାୟକରେ ଜଣଙ୍କୁ ମନ୍ତ୍ରୀ କରିବା ପାଇଁ ସୂତ୍ର ସ୍ଥିର ହୋଇଥିବା ସୂଚନା ମିଳିଛି।

  • jmjnewso

    Related Posts

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟରେ ଭିତ୍ତିଭୂମି ବିକାଶ କାର୍ଯ୍ୟର ମନ୍ଥର ଗତିକୁ ନେଇ ବ୍ୟାପକ ଅସନ୍ତୋଷ ମଧ୍ୟରେ, ବର୍ତ୍ତମାନ ଖୋଦ ଶାସକ ଦଳର ତିନିଜଣ ପ୍ରଭାବଶାଳୀ ସାଂସଦ ସରକାରଙ୍କ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ବଲାଙ୍ଗୀର…

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    Spread the love

    Spread the loveଜେଏମଜେ ବ୍ୟୁରୋ : ସରକାରୀ କାମରେ ବଡ଼ ଗଡ଼ବଡ଼ର ଅଭିଯୋଗ । ଚିଠି ଲେଖି ଅସନ୍ତୋଷ ଝାଡ଼ିଲେ ତିନି ସାଂସଦ । ସଙ୍ଗୀତା ସିଂଦେଓ, ବଳଭଦ୍ର ମାଝୀ,ଓ ପାଣିଗ୍ରାହୀଙ୍କ ଚିଠି । ତେବେ ଚିଠିରେ କେଉଁ ସାଂସଦ କଣ…

    Leave a Reply

    Your email address will not be published. Required fields are marked *

    You Missed

    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    • By jmjnewso
    • September 16, 2026
    • 27 views
    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    • By jmjnewso
    • September 16, 2026
    • 31 views
    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    • By jmjnewso
    • September 16, 2026
    • 28 views
    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    • By jmjnewso
    • September 16, 2026
    • 40 views
    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 47 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 41 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍