ଓଡ଼ିଶାକୁ ପୁଣି ଆସୁଛି ବାତ୍ୟା !ଆକଳନ କଲାଣି ପାଣିପାଗ ବିଭାଗ!

Spread the love

ଜେଏମଜେ ବ୍ୟୁରୋ : ପୁଣି ଓଡ଼ିଶାକୁ ଘନେଇଲା ବାତ୍ୟା ଆଶଙ୍କା । ଆସନ୍ତା ୨୬ରୁ ୨୮ ତାରିଖ ଭିତରେ ବାତ୍ୟା ହୋଇପାରେ ବୋଲି ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି । ତେବେ ବାତ୍ୟା ପ୍ରଭାବରେ ପବନ ସହ ପ୍ରବଳ ବର୍ଷା ହୋଇପାରେ ଆକଳନ କରାଯାଇଛି ।

ପାଣିପାଗ ବିଜ୍ଞାନୀଙ୍କ ସୂଚନା ଅନୁସାରେ, ଆସନ୍ତା ୨୨ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ତେବେ ଏହା ଅଧିକ ଘନୀଭୂତ ହୋଇ ୨୪ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପ ସାଗରର କେନ୍ଦ୍ରୀୟ ଅଞ୍ଚଳରେ ଅବପାତ ରୂପ ନେଇପାରେ । ତେବେ ଏହା ପରବର୍ତ୍ତୀ ୪୮ ଘଣ୍ଟାରେ ଆହୁରି ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ । ତେବେ ଓଡ଼ିଶା ଉପରେ ଏହାର ସିଧା ପ୍ରଭାବ ପଡ଼ିନପାରେ । ଆସନ୍ତା ୨୨ ତାରିଖ ବେଳକୁ ବାତ୍ୟାକୁ ନେଇ ଚିତ୍ର ସ୍ପଷ୍ଟ ହୋଇପାରେ ବୋଲି ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି ।

ସୂଚନା ଅନୁସାରେ, ଗତ ଅକ୍ଟୋବର ମାସରେ ମଧ୍ୟ ବଙ୍ଗୋପସାଗରରେ ଏକ ବାତ୍ୟା ସୃଷ୍ଟି ହୋଇଥିଲା । ଯାହାର ନାଁ ତିଲା ‘ମୋନ୍ଥା’। ଗତ ଅକ୍ଟୋବର ୨୮ ତାରିଖରେ ଆନ୍ଧ୍ରପ୍ରଦେଶର ନର୍ସାପୁରରେ ବାତ୍ୟା ‘ମୋନ୍ଥା’ ଲ୍ୟାଣ୍ଡଫଲ କରିଥିଲା ।ଏହା ପ୍ରଭାବରେ ମଛଲିପଟ୍ଟନମ, କାକିନାଡା, ରାଜମହେନ୍ଦ୍ରୀ, ବାପାଟିଆ, କାଭାଲି, ନୋଲୋର ଆଦି ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ସହ ପବନ ହୋଇଥିଲା ।ବାତ୍ୟା ‘ମୋନ୍ଥା’ ଯୋଗୁଁ ଓଡ଼ିଶାରେ ଗଜପତି ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଥିଲା । ବିଭିନ୍ନ ସ୍ଥାନରେ ଗଛ ଉପୁଡି ପଡିଥିବା ବେଳେ କେତେକ ସ୍ଥାନରେ ଭୂସ୍ଖଳନ ହୋଇଥିବା ସୂଚନା ରହିଥିଲା ।

ଆଉ ଏବେ ବାତ୍ୟା ‘ମୋନ୍ଥା’ର ଗୋଟିଏ ମାସ ମଧ୍ୟରେ ଆଉ ଏକ ବାତ୍ୟା ସମ୍ଭାବନା ଥିବାରୁ ଲୋକଙ୍କ ମନରେ ଛନକା ସୃଷ୍ଟି ହୋଇଛି ।

  • jmjnewso

    Related Posts

    ଜାଡ଼ରେ ଥରୁଛି ସାରା ଓଡ଼ିଶା: ଆଗକୁ ଆହୁରି ବଢ଼ିବ ଶୀତ

    Spread the love

    Spread the loveଭୁବନେଶ୍ୱର:(ଜେଏମଜେ ବ୍ୟୁରୋ): ଖସୁଛି ପାରଦ, ଆଗକୁ ଆହୁରି ବଢ଼ିବ ଶୀତ । ଜାଡ଼ରେ ଥରୁଛି ସାରା ଓଡ଼ିଶା । ଉପକୂଳଠୁ ଆରମ୍ଭ କରି ଆଭ୍ୟନ୍ତରୀଣ ଯାଏ ସବୁଠି ଥଣ୍ଡା । ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ଅସମ୍ଭାଳ ଶୀତ…

    କନ୍ଧମାଳକୁ ଫେରିଲା ଶୀତ.ଆଗକୁ ଆହୁରି ବଢିବ!

    Spread the love

    Spread the loveଜେଏମଜେ ବ୍ୟୁରୋ : ରାଜ୍ୟରେ ରାତି ତାପମାତ୍ରା କମିବା ସହ ଥଣ୍ଡା ବଢ଼ିବ । ଶନିବାର ଯାଏଁ ରାତି ତାପମାତ୍ରା ପ୍ରାୟ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ ବୋଲି ବରିଷ୍ଠ କୃଷି ପାଣିପାଗବିତ୍ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ…

    Leave a Reply

    Your email address will not be published. Required fields are marked *

    You Missed

    ମୋକିମଙ୍କ ନୂଆ ଦଳ ଲୋକାର୍ପିତ

    ମୋକିମଙ୍କ ନୂଆ ଦଳ ଲୋକାର୍ପିତ

    ରାଜ୍ୟର ସବୁ ସାଂସଦଙ୍କୁ ଚିଠି ଲେଖିଲେ ନବୀନ

    ରାଜ୍ୟର ସବୁ ସାଂସଦଙ୍କୁ ଚିଠି ଲେଖିଲେ ନବୀନ

    ଗଞ୍ଜେଇ ସହ ଆଇ ଟେନ କାର ଜବତ, ଡ୍ରାଇଭର ଫେରାର

    ଗଞ୍ଜେଇ ସହ ଆଇ ଟେନ କାର ଜବତ, ଡ୍ରାଇଭର ଫେରାର

    କଣ୍ଟାମାଳରେ ବାବା ସାହେବ ଡଃ ଆମ୍ୱେଦକର ଜନ୍ମ ଜୟନ୍ତୀ ପାଳିତ

    କଣ୍ଟାମାଳରେ ବାବା ସାହେବ ଡଃ ଆମ୍ୱେଦକର ଜନ୍ମ ଜୟନ୍ତୀ ପାଳିତ

    ଭରତ ରତ୍ନ ଡକ୍ଟର ଭୀମ ରାଓ ଆମ୍ବେଦକର ଙ୍କ ଜୟନ୍ତୀ

    ଭରତ ରତ୍ନ ଡକ୍ଟର ଭୀମ ରାଓ ଆମ୍ବେଦକର ଙ୍କ ଜୟନ୍ତୀ

    ଶ୍ରୀ ହନୁମାନ ସ୍ୱେଚ୍ଛାସେବୀ ଯୁବକ ସଙ୍ଘ ତରଫରୁ ୧୯ ତମ ମହା ବିଷୁବ ପଣା ସଂକ୍ରାନ୍ତି

    ଶ୍ରୀ ହନୁମାନ ସ୍ୱେଚ୍ଛାସେବୀ ଯୁବକ ସଙ୍ଘ ତରଫରୁ ୧୯ ତମ ମହା ବିଷୁବ ପଣା ସଂକ୍ରାନ୍ତି