ଭୁବନେଶ୍ୱର:(ଜେଏମଜେ ବ୍ୟୁରୋ): ନବ ନିର୍ବାଚିତ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ବିଧାୟକ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ଗୁରୁବାର ମଧ୍ୟାହ୍ନରେ ବାଚସ୍ପତି ସୁରମା ପାଢୀ ତାଙ୍କୁ ଶପଥ ପାଠ କରାଇଛନ୍ତି । ଶପଥ ଗ୍ରହଣ ଉତ୍ସବରେ ଢୋଲକିଆଙ୍କ ମା, ପତ୍ନୀଙ୍କ ସମେତ ବିଜେପିର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ଜୟ ଢୋଲକିଆଙ୍କ ଯୋଗଦାନ ବିଧାନସଭାରେ ବିଜେପିର ଉପସ୍ଥିତିକୁ ସୁଦୃଢ଼ କରିଛି।
ନୂଆପଡା ଉପନିର୍ବାଚନ ରେ ଜୟ ଢୋଲକିଆ ବିପୁଳ ସଂଖ୍ୟାରେ ବିଜୟୀ ହୋଇଥିଲେ । ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ସ୍ନେହାଙ୍ଗିନୀ ଛୁରିଆ ଏବଂ କଂଗ୍ରେସର ଘାସିରାମ ମାଝୀଙ୍କୁ ଜୟ ଢୋଲକିଆ ପରାଜିତ କରିଥିଲେ।







