ଅବ୍ୟବସ୍ଥା ଘେରରେ ପୁରୁଷୋତ୍ତମପୁର ସହର !

Spread the love

ପୁରୁଷୋତ୍ତମପୁର-(ଜେଏମଜେ ନ୍ୟୁଜ): ପୁରୁଷୋତ୍ତମପୁର ଏନ୍.ଏ.ସି ଦିନକୁ ଦିନ ବହୁ ଅବ୍ୟବସ୍ଥା ଦେଇ ଗତି କରୁଛି । ସୂଚାରୁ ରୁପେ ମୌଳିକ ସୁବିଧା ପାଇବା ପାଇଁ ଓଡିଶା ର ଅଧିକ ଲୋକ ବାସ କରୁଥିବା ଅଞ୍ଚଳ ଗୁଡ଼ିକୁ ସହରୀକରଣ କରିବାକୁ ଲୋକମାନେ ବାରମ୍ବାର ଦାବୀ କରୁଛନ୍ତି କିନ୍ତୁ ପୁରୁଷୋତ୍ତମପୁର ଏନ୍.ଏ.ସି ରେ ମୌଳିକ ସୁବିଧା ଦେବା ବାବଦରେ ମହାନଗର ଠାରୁ ଅଧିକ ହୋଲ୍ଡିଙ୍ଗ ଟିକସ ଆଦାୟ କରା ଯାଉଥିଲେ ମଧ୍ୟ ଜନ ସାଧାରଣ ମୌଳିକ ସୁବିଧା ପାଇବା ରୁ ବଞ୍ଚିତ ହେଉଛନ୍ତି । ଉକ୍ତ ସହରରେ ଟିକସ ଆଦାୟ କାରି ମାନେ ମନଇଚ୍ଛା ପକ୍ଷପାତ ନୀତି ରେ ମ୍ୟୁନିସପାଲିଟି ନିୟମ କୁ ବେଖାତିର କରି କିଛି ଲୋକଙ୍କୁ ଧମକ ଦେଇ ହୋଲ୍ଡିଂ ଟିକସ ଆଦାୟ କରୁଛନ୍ତି । ପାଣି ସଂଯୋଗ ନେଇ ନଥିଲେ ବି ପାଣି କର ଆଦାୟ କରା ଯାଉଛି ଏବଂ ଲାଇଟ୍ କର ବାବଦରେ ପ୍ରବଳ ଟଙ୍କା ଆଦାୟ କରା ଯାଉଛି ।ଏ ନେଇ ଏନ୍ .ଏ.ସି ଏବଂ ଜନଶୁଣାଣି ରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁ ନଥିବା ଚର୍ଚ୍ଚା ର ବିଷୟ ପାଲଟିଛି । ଏହିପରି ଯଦି ହୋଲଡିଂ ଟିକସ ନାମରେ ଲୋକଙ୍କୁ ହଇରାଣ କରାଯାଏ ତେବେ ଓଡ଼ିଶାର ବଡ଼ ପଞ୍ଚାୟତ ଗୁଡ଼ିକୁ ସହର କରିବା ପାଇଁ ଲୋକ ଆଉ ଆନ୍ଦୋଳନ କରିବେ ନାହିଁ ଏବଂ ସହର ଛାଡି ଗାଁ ରେ ରହିବାକୁ ଲୋକ ଅଧିକ ପସନ୍ଦ କରିବେ ।ଏତଦ୍ ବ୍ୟତୀତ ଉକ୍ତ ସହରରେ ଥିବା ଡ୍ରେନେଜ,ପୋଖରୀ, ଶୌଚାଳୟ,ଫେବରରୋଡ, ଷ୍ଟ୍ରୀଟ ଲାଇଟ ଅବ୍ୟବସ୍ଥାରେ ଚାଲିଛି | କୌଣସି ଡ୍ରେନ ରେ କିମ୍ବା ଶୌଚାଳୟ ରେ ଫିନାଇଲ ପଡୁନି କି ଡ୍ରେନ ସଫା ହେଉନି କି ଫେବର ରୋଡ ଗୁଡାକର ୩ ବର୍ଷ ମେଣ୍ଟେନାନ୍ସ ଥିଲେ ମଧ୍ୟ ତାହା ମରାମତି କରାଯାଉନି ଏବଂ ସହର ଉପକଣ୍ଠରେ ଥିବା ଗୋପାଳବନ୍ଧ ଜରାଜୀର୍ଣ୍ଣ ଅବସ୍ଥାରେ ପଡିଛି ଏହାର ମଧ୍ୟ ରକ୍ଷଣା ବେକ୍ଷଣ କରାଯାଉନି କିନ୍ତୁ ଦୁଃଖର ବିଷୟ ଶୁଣିବାକୁ ମିଳୁଛି ଏନଏସି ର ନାଳ ନର୍ଦ୍ଧମା ଏବଂ ଶୌଚାଳୟ ଗୁଡାକ ପରିଷ୍କାର ନ ହୋଇ ମଧ୍ୟ ସାନିଟାଇଜର ଏବଂ ଜେସିବି ନାମ ରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରା ଯାଉଥିବା ସୂଚନା ମିଳୁଛି | ସହରରେ ୧୪ ଗୋଟି ୱାର୍ଡ ରହିଛି ହେଲେ ପ୍ରଥମ ୱାର୍ଡରୁ ଆରମ୍ଭ କରି ଶେଷ ୱାର୍ଡ ପର୍ଯ୍ୟନ୍ତ ସବୁ ଜାଗାରେ ଗୋଟିଏ କଥା ,ସବୁ ୱାର୍ଡରେ ଅବ୍ୟବସ୍ଥା | ସହରର ଜନସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି ଏବଂ ବହୁ ନୂତନ ସାହି ଗଢି ଉଠିଲାଣି କିନ୍ତୁ ସହରର ଡ୍ରେନେଜ ବ୍ୟବସ୍ଥା ସୁଧୁରିନି | କିଛି ଜାଗାରେ ଡ୍ରେନ ରାସ୍ତା ସହିତ ସମତୁଲ ହୋଇ ମିଶି ଗଲାଣି ତ କିଛି ଜାଗାରେ ଡ୍ରେନ ରେ ପ୍ଲାଷ୍ଟିକ ବୋତଲ ଓ ପଲିଥିନ ଜମା ରହିବା ସହିତ ଅଧିକାଂଶ ଡ୍ରେନ ମୁକୁଳା ଅବସ୍ଥାରେ ରହିଛି | ଫଳରେ ମଶା,ମାଛି ଙ୍କର ପ୍ରାଦୁର୍ଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି ଆଗକୁ ମ୍ୟାଲେରିଆ,ଡେଙ୍ଗୁ,ଟାଇଫଏଡ଼ ହେବାର ସମ୍ଭାବନା କୁ ଏଡାଇ ଦେଈହବନି ଏବଂ ସ୍ଥାନୀୟ ଜନ ପ୍ରତିନିଧିମାନେ ମଧ୍ଯ ଗୁରୁତ୍ୱ ନଦେବାରୁ ଜନ ସାଧାରଣଙ୍କ ମନରେ ଅସନ୍ତୋଷ ଦେଖିବାକୁ ମିଳୁଛି ଏବଂ ଗଣ ମାଧ୍ୟମ ରେ ବାରମ୍ବାର ଏହା ଉପରେ ଖବର ପ୍ରସାରିତ ହେଲା ପରେ ମଧ୍ୟ ଏନ.ଏ.ସି ଏହା ଉପରେ ଗୁରୁତ୍ୱ ଦେଉନି | ସରକାରଙ୍କ ଠାରୁ କୋଟି କୋଟି ଟଙ୍କା ସ୍ୱଚ୍ଛତା ଉପରେ ଖର୍ଚ୍ଚ କରିବାକୁ ଏନ.ଏ.ସି କୁ ଆସୁଥିବା ବେଳେ ତାହା କାଗଜ କଲମ ରେ ସୀମିତ ରହିଯାଉଛି |ଏନ.ଏ.ସି ର ରକ୍ଷଣା ବେକ୍ଷଣର ଅଭାବ ଯୋଗୁଁ ଆଜି ସହରର ଡ୍ରେନେଜ ବ୍ୟବସ୍ଥା କୋମାରେ ପଡିଛି | ତୁରନ୍ତ ଏହା ଉପରେ ପ୍ରଶାସନ ତଦନ୍ତ କରି ଏହାର ସମାଧାନ କରନ୍ତୁ ନ ହେଲେ ଆଗାମୀ ଦିନରେ ଜନ ସାଧାରଣ ରାଜରାସ୍ତାକୁ ଓଲ୍ହାଇବେ ବୋଲି ଚେତାବନୀ ଦେଇଛନ୍ତି |

ପୁରୁଷୋତ୍ତମପୁର ରୁ ଶୁଶାନ୍ତ ପାଢ଼ୀ ଙ୍କ ରିପୋର୍ଟ

  • jmjnewso

    Related Posts

    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    Spread the love

    Spread the loveମାଲକାନଗିରି : ଜେଏମଜେ ନ୍ୟୁଜ : ମାଲକାନଗିରି ଜିଲ୍ଲା କାରାଗାରରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ମୃତ କଏଦୀ ହେଲେ ମାଲକାନଗିରି ବ୍ଲକ ଅନ୍ତର୍ଗତ ଗୌଡ଼ଗୁଡ଼ା ପଞ୍ଚାୟତର କଳାଗୁଡ଼ା ଗ୍ରାମର ଲକିନାଥ ବେହେରା।…

    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    Spread the love

    Spread the loveଜେଏମଜେ ବ୍ୟୁରୋ : ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ମିଳିଲା ‘ଡପ୍‌ଲର୍’ ବଳ । ଆଗକୁ ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୩ଟି ଡପ୍‌ଲର୍‌ ରାଡାର୍ । ସମ୍ୱଲପୁର ମଞ୍ଚରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ସ୍କୁଲରେ ବସିବ…

    Leave a Reply

    Your email address will not be published. Required fields are marked *

    You Missed

    ଆଇଏଏସ ସ୍ତରରେ ପୁଣି ଅଦଳବଦଳ

    • By jmjnewso
    • September 18, 2026
    • 55 views
    ଆଇଏଏସ ସ୍ତରରେ ପୁଣି ଅଦଳବଦଳ

    “ନଶାମୁକ୍ତ ଭାରତ ଅଭିଯାନ” ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

    • By jmjnewso
    • September 18, 2026
    • 42 views
    “ନଶାମୁକ୍ତ ଭାରତ ଅଭିଯାନ” ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

    ସୋମବାରେ ସର୍ବଦଳୀୟ ବୈଠକ, ୨୨ ତାରିଖରୁ ମୌସୁମୀ ଅଧିବେଶନ.।

    • By jmjnewso
    • September 18, 2026
    • 47 views
    ସୋମବାରେ ସର୍ବଦଳୀୟ ବୈଠକ, ୨୨ ତାରିଖରୁ ମୌସୁମୀ ଅଧିବେଶନ.।

    ଉତ୍ତର ଆଣ୍ଡାମାନ ସାଗରକୁ ଘୂର୍ଣ୍ଣିବଳୟ, ୧୯ ବେଳକୁ ଲଘୁଚାପ, ବାତ୍ୟା ସମ୍ଭାବନା !

    • By jmjnewso
    • September 18, 2026
    • 40 views
    ଉତ୍ତର ଆଣ୍ଡାମାନ ସାଗରକୁ ଘୂର୍ଣ୍ଣିବଳୟ, ୧୯ ବେଳକୁ ଲଘୁଚାପ, ବାତ୍ୟା ସମ୍ଭାବନା !

    ଜାରି ହେଲା ପୌର ନିର୍ବାଚନ ସଂଶୋଧିତ ସମୟସୂଚୀ

    • By jmjnewso
    • September 18, 2026
    • 77 views
    ଜାରି ହେଲା ପୌର ନିର୍ବାଚନ ସଂଶୋଧିତ ସମୟସୂଚୀ

    ମହଙ୍ଗା ପଡିଲା ମହିଳା ସହକର୍ମୀ ଙ୍କୁ ଅସଦାଚରଣ, ବନ୍ଧା ହେଲେ ଅତିରିକ୍ତ ସଚିବ

    • By jmjnewso
    • September 18, 2026
    • 47 views
    ମହଙ୍ଗା ପଡିଲା ମହିଳା ସହକର୍ମୀ ଙ୍କୁ ଅସଦାଚରଣ, ବନ୍ଧା ହେଲେ ଅତିରିକ୍ତ ସଚିବ