ବିଜେଡିରେ ସୁଜାତାଙ୍କ ଏଣ୍ଟ୍ରି ପୂର୍ବରୁ ବିଦ୍ରୋହ ଆରମ୍ଭ.

Spread the love

ଜେଏମଜେ ବ୍ୟୁରୋ : ବିଜେଡିରେ ସୁଜାତାଙ୍କ ଏଣ୍ଟ୍ରି ପୂର୍ବରୁ ବିଦ୍ରୋହର ଆଭାସ । ସପକ୍ଷ ଓ ବିପକ୍ଷବାଦୀଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ବାକ୍ ବିତଣ୍ଡା । ପ୍ରଦୀପ ଓ ମନୋହର କହିଲେ, ନବୀନ ଥାଉ ଥାଉ ଆବଶ୍ୟକ ନାହିଁ ଉତ୍ତରାଧିକାରୀ । ସେପଟେ ବିଜେଡି କଳି ନିଆଁରେ ଘିଅ ଢାଳିଲେ ବିଜେପି ସାଂସଦ ପ୍ରଦୀପ ପୁରୋହିତ । କହିଛନ୍ତି , ସ୍ୱାମୀ ପାଣ୍ଡିଆନଙ୍କ ଦାଗ ଧୋଇ ପାରିବେନି ସୁଜାତା।

ତେବେ ସୁଜାତା ସାଜିବେ କି ବିଜେଡିର ଉତ୍ତରାଧିକାରୀ ? ନବୀନଙ୍କ ଉପସ୍ଥିତରେ ବିଜେଡିରେ ଏଣ୍ଟ୍ରି କରିବେ କି ସୁଜାତା କାର୍ତ୍ତିକେୟାନ ? ଡିସେମ୍ବର ୨୬ ବିଜେଡିର ପ୍ରତିଷ୍ଠା ଦିବସ ହେବ କି ସେହି ଦିନ ? ଏଭଳି କିଛି ଚର୍ଚ୍ଚା ଆଲୋଚନା ରାଜ୍ୟ ରାଜନୀତିକୁ କରିଛି ବେଶ ସରଗରମ । ବିଜେଡି ଶିବିରରେ ବି ସୁଜାତାଙ୍କ ଉତ୍ତରାଧିକାରୀ ପ୍ରସଙ୍ଗକୁ ନେଇ ଆରମ୍ଭ ହୋଇଛି ବାକ୍ ବିତଣ୍ଡା । ସୁଜାତାଙ୍କ ଏଣ୍ଟ୍ରି ପୂର୍ବରୁ ଦେଖା ଦେଇଛି ବିଦ୍ରୋହର ଆଭାସ ।

ସେପଟେ ବିଜେଡିର ଉତ୍ତରାଧିକାରୀ କଳିର ନିଆଁରେ ଘିଅ ଢ଼ାଳିଛନ୍ତି ବିଜେପି ସାଂସଦ ପ୍ରଦୀପ ପୁରୋହିତ । ପ୍ରଦୀପ କହିଛନ୍ତି ସ୍ୱାମୀ ପାଣ୍ଡିଆନଙ୍କ ଦେହରେ ଲାଗିଥିବା ଦାଗ ଲିଭେଇ ପାରିବେନି ସୁଜାତା । ବିଜେଡି ବର୍ତ୍ତମାନ ଅସ୍ତଗାମୀ ସୂର୍ଯ୍ୟ । ୮୦ ପ୍ରତିଶତ ନେତା ବିଜେପି ସହ ଯୋଗାଯୋଗରେ ଅଛନ୍ତି, ପଞ୍ଚାୟତ ନିର୍ବାଚନ ପୂର୍ବରୁ କିଛି ଯୋଗ ଦେବେ ଓ ୨୦୨୯ ବେଳକୁ ବିଜେଡି ଇତିହାସ ହୋଇଯିବ ।

୨୦୨୪ ନିର୍ବାଚନରେ ଏକ ନମ୍ବରରୁ ଦୁଇ ନମ୍ବରକୁ ଖସିଥିଲା ବିଜେଡି । ଯେଉଁଥିପାଇଁ ଭୈରବ ପାଣ୍ଡିଆନଙ୍କୁ ଦାୟୀ କରି ବହୁ ନେତା ବିଦ୍ରୋହର ଡାକରା ଦେଇଥିଲେ । ଆଉ ତାପରେ ନୂଆପଡ଼ାର ଲଜ୍ଜା ଜନକ ହାର ପରେ ବରିଷ୍ଠ ଓ କନିଷ୍ଠ, ପରୋକ୍ଷରେ ପାଣ୍ଡିଆନଙ୍କୁ ନିଶାନା କରିଥିଲେ । ତେବେ ଏସବୁକୁ ଖାତିର ନକରି ପାଣ୍ଡିଆନ, ସୁଜାତାଙ୍କୁ ବିଜେଡିରେ ଏଣ୍ଟ୍ରି କରାଇବା ଯୋଜନା ଆଗକୁ କେଉଁ ମୋଡ଼ ନେଉଛି ତାହା ଉପରେ ରାଜ୍ୟବାସୀଙ୍କ ନଜର ।

  • jmjnewso

    Related Posts

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟରେ ଭିତ୍ତିଭୂମି ବିକାଶ କାର୍ଯ୍ୟର ମନ୍ଥର ଗତିକୁ ନେଇ ବ୍ୟାପକ ଅସନ୍ତୋଷ ମଧ୍ୟରେ, ବର୍ତ୍ତମାନ ଖୋଦ ଶାସକ ଦଳର ତିନିଜଣ ପ୍ରଭାବଶାଳୀ ସାଂସଦ ସରକାରଙ୍କ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ବଲାଙ୍ଗୀର…

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    Spread the love

    Spread the loveଜେଏମଜେ ବ୍ୟୁରୋ : ସରକାରୀ କାମରେ ବଡ଼ ଗଡ଼ବଡ଼ର ଅଭିଯୋଗ । ଚିଠି ଲେଖି ଅସନ୍ତୋଷ ଝାଡ଼ିଲେ ତିନି ସାଂସଦ । ସଙ୍ଗୀତା ସିଂଦେଓ, ବଳଭଦ୍ର ମାଝୀ,ଓ ପାଣିଗ୍ରାହୀଙ୍କ ଚିଠି । ତେବେ ଚିଠିରେ କେଉଁ ସାଂସଦ କଣ…

    Leave a Reply

    Your email address will not be published. Required fields are marked *

    You Missed

    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    • By jmjnewso
    • September 16, 2026
    • 23 views
    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    • By jmjnewso
    • September 16, 2026
    • 30 views
    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    • By jmjnewso
    • September 16, 2026
    • 27 views
    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    • By jmjnewso
    • September 16, 2026
    • 40 views
    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 47 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 41 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍