୧.୮୮ଲକ୍ଷ ଅଧାଗଢା ଘର ଡିସେମ୍ବର ସୁଦ୍ଧା ଶେଷକର: ସବୁ ଜିଲ୍ଲାପାଳଙ୍କୁ ନିର୍ଦେଶ

Spread the love

ଜେଏମଜେ ବ୍ୟୁରୋ : ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ପ୍ରଦାନ କରାଯାଇଥିବା ଲକ୍ଷାଧିକ ଘର ଏବେ ଅଧାପନ୍ତରିଆ ହୋଇ ପଡ଼ି ରହିଛି। ଫଳରେ ସରକାର ଗରିବ ଓ ଅସହାୟଙ୍କ ପାଇଁ କରିଥିବା ଆବାସ ଲକ୍ଷ୍ୟଧାର୍ଯ୍ୟ ପୂରଣ ହୋଇପାରୁ ନାହିଁ। ଏହାକୁ ନେଇ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସବୁ ଜିଲାପାଳଙ୍କୁ ନଭେମ୍ବର ୨୦ରେ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି।
ପଞ୍ଚାୟତିରାଜ ବିଭାଗ ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସବୁ ଜିଲାପାଳଙ୍କୁ ପ୍ରଦାନ କରିଥିବା ପତ୍ରରେ ଦର୍ଶାଇଛନ୍ତି, ପିଏମ୍‌ଏଓ୍ବାଇଜିରେ ମାତ୍ର ୧ଲକ୍ଷ ୧୪ହଜାର ୩୫୭ ଘର ସମ୍ପୂର୍ଣ୍ଣ ହୋଇଛି। ୩ଲକ୍ଷ ୨୬ହଜାର ୫୮୨ ଘର ଏବେ ଅଧାପନ୍ତରିଆ ରହିଛି। ବଡ଼କଥା ହେଲା ଏହି ଅଧାପନ୍ତରିଆ ଘର ମଧ୍ୟରୁ ୧ଲକ୍ଷ ୩୮ହଜାର ୩୧୯ ଆବାସ ଫିଜିବିଲିଟି ନାହିଁ। ଏହି ପରିପ୍ରେକ୍ଷୀରେ ଯେଉଁ ୧ଲକ୍ଷ ୮୮ହଜାର ୨୬୩ ଅଧାପନ୍ତରିଆ ଘର ରହିଛି ତାକୁ ଡିସେମ୍ବର ସୁଦ୍ଧା ଶେଷ କରିବାକୁ ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ସ୍ବାଇଁ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରକଳ୍ପ ନିର୍ଦ୍ଦେଶକ ସବୁ ଜିଲାପାଳଙ୍କୁ ଦିନିକିଆ ଟାର୍ଗେଟ ପ୍ରଦାନ କରିଛନ୍ତି। ଅନୁଗୋଳ ଜିଲାପାଳଙ୍କୁ ପ୍ରତିଦିନ ୫୫ଟି ଘର ଡିସେମ୍ବର ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦେଇଥିବାବେଳେ ବାଲେଶ୍ୱର ପାଇଁ ୨୦୦, ବରଗଡ଼ ପାଇଁ ୧୨୪ ଆବାସ ଦିଆଯାଇଛି। ସେହିପରି ଭଦ୍ରକ ଜିଲାପାଳଙ୍କୁ ୩୯୯, ବଲାଙ୍ଗୀରକୁ ୧୮୫, ବୌଦ୍ଧ ୧୮୩, କଟକ ୧୮, ଦେବଗଡ଼ ୧, ଢେଙ୍କାନାଳ ୭୦, ଗଜପତି ୧୧୧, ଗଞ୍ଜାମ ୪୪, ଜଗତ୍‌ସିଂହପୁର ୬, ଯାଜପୁର ୧୬, ଝାରସୁଗୁଡ଼ା ୨୦, କଳାହାଣ୍ଡି ୨୦୯, କେନ୍ଦ୍ରାପଡ଼ା ୧୧୯, କେନ୍ଦୁଝର ୧୭୧, ଖୋର୍ଦ୍ଧା ୧୩, କୋରାପୁଟ ୩୩୮, ମାଲକାନଗିରି ୧୫୪, ମୟୂରଭଞ୍ଜ ୯୭୨, ନବରଙ୍ଗପୁର ୨୬୧, ନୟାଗଡ଼ ୫୪, ନୂଆପଡ଼ା ୨୬୫, ପୁରୀ ୫୨, ରାୟଗଡ଼ା ୧୧୭, ସମ୍ବଲପୁର ୨୮, ସୋନପୁର ୨୮ ଏବଂ ସୁନ୍ଦରଗଡ଼ ପାଇଁ ଦୈନିକ ୧୧୫ଟି ଘର କାର୍ଯ୍ୟ ଶେଷ କରିବାକୁ ଟାର୍ଗେଟ ଦିଆଯାଇଛି।
ସୁଦ୍ଧା ମୟୂରଭଞ୍ଜରେ ସର୍ବାଧିକ ୪୦ହଜାର ୮୨୧ ଆବାସ ଟାର୍ଗେଟ ଦିଆଯାଇଥିବାବେଳେ ଭଦ୍ରକକୁ ୧୬ ହଜାର ୭୪୨ ପକ୍କା ଘର, ନୂଆପଡ଼ାକୁ ୧୧ ହଜାର ୧୩୧, ନବରଙ୍ଗପୁରକୁ ୧୦ ହଜାର ୯୪୯, କୋରାପୁଟକୁ ୧୪ ହଜାର ୧୯୩, ବଲାଙ୍ଗୀରକୁ ୭ ହଜାର ୭୫୭, ବାଲେଶ୍ୱରକୁ ୮ ହଜାର ୪୧୦ ପକ୍କା ଘର ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

  • jmjnewso

    Related Posts

    ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଚାରା ରୋପଣ କଲେ ରାଜ୍ୟପାଳ

    Spread the love

    Spread the loveଭୁବନେଶ୍ୱର: ଜେଏମଜେ ନ୍ୟୁଜ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଗୁରୁବାର ଲୋକ ଭବନ ପରିସରସ୍ଥିତ ଅଟଳ ବନରେ ‘ଏକ ପେଡ୍ ମା କେ ନାମ’ ଅଭିଯାନ ଅଧୀନରେ ଚାରା…

    ଲୋକସେବା ଭବନରେ ଜିଲ୍ଲା ଉନ୍ନୟନ ସମୀକ୍ଷା

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ :ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସମୀକ୍ଷା ବୈଠକରେ ସହରାଞ୍ଚଳ ପାନୀୟ ଜଳ…

    Leave a Reply

    Your email address will not be published. Required fields are marked *

    You Missed

    କ୍ରସ ଭୋଟିଂ, ଆଜି ହାଇକୋର୍ଟରେ ଶୁଣାଣି

    • By jmjnewso
    • September 18, 2026
    • 28 views
    କ୍ରସ ଭୋଟିଂ, ଆଜି ହାଇକୋର୍ଟରେ ଶୁଣାଣି

    ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ ପରିବେଶୀତ

    • By jmjnewso
    • September 17, 2026
    • 46 views
    ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ ପରିବେଶୀତ

    ଖଜା ଦୋକାନ ଓ ଭାଟିରେ ଚଢ଼ାଉକ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

    • By jmjnewso
    • September 17, 2026
    • 87 views
    ଖଜା ଦୋକାନ ଓ ଭାଟିରେ ଚଢ଼ାଉକ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

    ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଚାରା ରୋପଣ କଲେ ରାଜ୍ୟପାଳ

    • By jmjnewso
    • September 17, 2026
    • 28 views
    ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଚାରା ରୋପଣ କଲେ ରାଜ୍ୟପାଳ

    ଲୋକସେବା ଭବନରେ ଜିଲ୍ଲା ଉନ୍ନୟନ ସମୀକ୍ଷା

    • By jmjnewso
    • September 17, 2026
    • 31 views
    ଲୋକସେବା ଭବନରେ ଜିଲ୍ଲା ଉନ୍ନୟନ ସମୀକ୍ଷା

    ସେବା ସଂକଳ୍ପ ଅଭିଯାନ: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ୩୦ ଜିଲ୍ଲାରେ ଜଳିଲା ଏକ କୋଟି ଦୀପ

    • By jmjnewso
    • September 17, 2026
    • 33 views
    ସେବା ସଂକଳ୍ପ ଅଭିଯାନ: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ୩୦ ଜିଲ୍ଲାରେ ଜଳିଲା ଏକ କୋଟି ଦୀପ