ଲକ୍ଷ୍ମୀ ବସ୍‌କୁ ନେଇ ପୁଣି ତେଜିଲା ବିବାଦ: ଆନ୍ଦୋଳନକୁ ଓହ୍ଲାଇବ ଘରୋଇ ବସ୍‌ ମାଲିକ ସଂଘ

Spread the love

ଜେଏମଜେ ବ୍ୟୁରୋ : ଆସନ୍ତା ଅକ୍ଟୋବର ୭ ତାରିଖ ସଂଧ୍ୟାରୁ ୮ ତାରିଖ ସଂଧ୍ୟା ଯାଏଁ ଦକ୍ଷିଣ ଓ ପଶ୍ଚିମ ଓଡିଶାରେ ବନ୍ଦ ରହିବ ଘରୋଇ ବସ୍ ଚଳାଚଳ । ଜୟପୁର ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ନରେନ୍ଦ୍ର ମହାନ୍ତି ଏନେଇ ସୂଚନା ଦେଇଛନ୍ତି । ପୂର୍ବ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଏସବୁ ଜିଲ୍ଲାରେ ଟାୟାର ୧ ବସ୍ ଚଳାଚଳ ପାଇଁ ନିଷ୍ପତ୍ତି ହୋଇଥିଲା ।
ଘରୋଇ ବସ୍ ମାଲିକ ସଂଘର ବିରୋଧ ପରେ ଟାୟାର ୨ ବସ୍ ଚଳାଚଳ ବନ୍ଦ ରଖିଥିଲେ ସରକାର । ଏବେ କିନ୍ତୁ ପୁଣି ଥରେ ଏସବୁ ବସ୍ ଚଳାଚଳ ପାଇଁ ରାଜ୍ୟ ସରକାର ଟେଣ୍ଡର ଆହ୍ୱାନ କରିଛନ୍ତି । ଏଥିପାଇଁ ରାଜ୍ୟ ବାହାରର ଏକ ଘରୋଇ ସଂସ୍ଥା ଆବେଦନ କରିଛି । ତେଣୁ ଏହାକୁ ବିରୋଧ କରି ୨୪ ଘଣ୍ଟା ପାଇଁ ଘରୋଇ ବସ୍ ଚଳାଚଳ ବନ୍ଦ ପାଇଁ ନିଷ୍ପତ୍ତି ନେଇଛି ସଂଘ । ଯେଉଁସବୁ ସ୍ଥାନକୁ ଘରୋଇ ବସ୍ ଚଳାଚଳ କରୁନି ସେସବୁ ସ୍ଥାନକୁ ଏହି ବସ୍ ଚଳାଚଳ କଲେ ସେମାନଙ୍କର କିଛି ଆପତ୍ତି ନାହିଁ । କିନ୍ତୁ ଯେଉଁ ସ୍ଥାନକୁ ଘରୋଇ ବସ୍ ଚଳାଚଳ କରୁଛି ବିଶେଷ କରି ବ୍ଲକରୁ ଜିଲ୍ଲା ସଦର ମହକୁମାକୁ ଏହି ବସ୍ ଚଳାଚଳକୁ ବିରୋଧ କରୁଛି ସଂଘ । ସଂଘର ଦାବି ଅନୁସାରେ ସରକାର ଏମିତି କଲେ ଘରୋଇ ବସ୍ ମାଲିକ କ୍ଷତି ସହିବେ । ଯଦି ସରକାର ଏସବୁ ବସ୍ ଚଳାଚଳ କରିବାକୁ ଚାହୁଁଛନ୍ତି ତେବେ ଘରୋଇ ବସ୍ ମାଲିକଙ୍କୁ ଲକ୍ଷ୍ମୀ ବସ୍ ପରି ଟିକଟରେ ସବସିଡି ଦିଆଯାଉ ବୋଲି ସଂଘ ଦାବି କରିଛି । ସରକାର ଦାବି ପୂରଣ ନକଲେ ଆଗକୁ ଆନ୍ଦୋଳନ ଆହୁରି ଜୋରଦାର କରାଯିବ ବୋଲି ସଂଘ କହିଛି । ତେବେ ଆଗକୁ ଦୁର୍ଗାପୂଜା ଆସୁଥିବାରୁ ଏପରି ବନ୍ଦ ଡାକରା ଯୋଗୁଁ ସାଧାରଣ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେବେ ।

  • Related Posts

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    Spread the love

    Spread the love ଜେଏମଜେ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତଦନ୍ତ କମିସନ ଫାଇଲ୍ ଗାଏବ ହେବା ଘଟଣାରେ ରାଜ୍ୟ ବିଜେପି ପକ୍ଷରୁ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ସମ୍ବେଦନଶୀଳ ମାମଲାରେ ଯେଉଁମାନେ ଦୋଷୀ ସେମାନେ ଜେଲ୍ ଯିବେ…

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    Spread the love

    Spread the loveଜେଏମଜେ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଗୁରୁତ୍ୱପୂର୍ଣ୍ଣ ତଦନ୍ତ କମିସନ ଫାଇଲ ହଜିବା ମାମଲାରେ ଏବେ ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ସମ୍ବେଦନଶୀଳ ଘଟଣାରେ ଆଜି ଏକ ବଡ଼ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ…

    Leave a Reply

    Your email address will not be published. Required fields are marked *

    You Missed

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    “ଜନତା ମାଗେ ଜବାବ “28 ଜୁଲାଇ 2026