କନ୍ଧମାଳକୁ ଫେରିଲା ଶୀତ.ଆଗକୁ ଆହୁରି ବଢିବ!

Spread the love

ଜେଏମଜେ ବ୍ୟୁରୋ : ରାଜ୍ୟରେ ରାତି ତାପମାତ୍ରା କମିବା ସହ ଥଣ୍ଡା ବଢ଼ିବ । ଶନିବାର ଯାଏଁ ରାତି ତାପମାତ୍ରା ପ୍ରାୟ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ ବୋଲି ବରିଷ୍ଠ କୃଷି ପାଣିପାଗବିତ୍ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ।

ସେପଟେ କିଛି ଦିନ ପରେ ଶୀତ ପୁଣି ବଢ଼ିଛି । କନ୍ଧମାଳକୁ ଫେରିଲା ଶୀତ, ଘନ କୁହୁଡିରେ ପୁରା କନ୍ଧମାଳ। ଶୀତର ମାତ୍ରା ଟିକେ କମିଥିଲେ ମଧ୍ୟ, ଏତେ ମାତ୍ରାରେ କୁହୁଡି ହୋଇଛି ଯେ ୫୦ ମିଟର ରାସ୍ତା ମଧ୍ୟ ଭଲରେ ଦେଖା ଯାଉନାହିଁ । ଶୀତ ପ୍ରଭାବ ମଧ୍ୟ ଏବେ ଦୁଇ ଦିନ ହେବ ଜୋର୍ ରହିଛି । ଜାଡରେ, ଥରୁଛନ୍ତି କନ୍ଧମାଳବାସୀ । ପୌଷ ମାସର ଥଣ୍ଡା ଅନୁଭୂତ ହେଉଛି । ଜିଲ୍ଲାରେ ପାରଦ ୧୨ ଡିଗ୍ରୀ ତଳେ ରହିଛି । ଜି ଉଦୟଗିରି ରେ ଅତ୍ୟଧିକ ଥଣ୍ଡା ହେଉଛି । ଯାହାକି ରାଜ୍ୟରେ ରେକର୍ଡ କରିଛି।

ମଙ୍ଗଳବାର ରାତିରେ ଜି. ଉଦୟଗିରି, ଦାରିଙ୍ଗବାଡ଼ି, ଚିପିଲିମା, ଫୁଲବାଣୀ, ବୌଦ୍ଧ ଓ ସୋନପୁର ଭଳି ସ୍ଥାନର ରାତି ତାପମାତ୍ରା ଖସିଛି । ଦିନକରେ ଜି. ଉଦୟଗିରିରେ ପାରଦ ପ୍ରାୟ ୫ ଡିଗ୍ରୀ କମିଛି । ଦାରିଙ୍ଗିବାଡ଼ିରେ ପ୍ରାୟ ୨.୫ ଡିଗ୍ରୀ, ଫୁଲବାଣୀରେ ୧.୫ ଡିଗ୍ରୀ, ଭୁବନେଶ୍ୱରରେ ୪ ଡିଗ୍ରୀ, କଟକରେ ୩ ଡିଗ୍ରୀ ଖସିଯାଇଛି । ପ୍ରଫେସର ପଶୁପାଳକ କହିଛନ୍ତି, ଆଗକୁ ଶୀତ ବଢ଼ିବା ସହ କୁହୁଡ଼ି ବି ବଢ଼ିବ ।

ପାଣିପାଗ ବିଭାଗ ପକ୍ଷରୁ ଯାହା ସୂଚନା ମିଳିଛି ଆଗାମୀ ୪ ଦିନରେ ପାରଦ ୪ ଡିଗ୍ରୀ କମିଯିବ । ଆସନ୍ତା ୭ ତାରିଖ ରାତିରେ ମଧ୍ୟ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶା ଓ କେନ୍ଦ୍ରୀୟ ଓଡ଼ିଶାରେ ରାତି ତାପମାତ୍ରା ଆଉ ୧ ଡିଗ୍ରୀ କମିପାରେ । କିନ୍ତୁ ୮ ତାରିଖ ରାତିରେ ବହୁ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧ରୁ ୨ ଡିଗ୍ରୀ ବଢ଼ିବ । ୯ ତାରିଖରୁ ପୁଣି ତାପମାତ୍ରା ଖସିବ ଓ ଶୀତ ଜାରି ରହିବ । ୫ ଓ ୯ ତାରିଖରେ ଘନ କୁହୁଡ଼ି ଦେଖାଦେବ ବୋଲି ସେ ପୂର୍ବାନୁମାନ କରିଛନ୍ତି । ପାଣିପାଗ କେନ୍ଦ୍ରର ଆକଳନ କହୁଛି, ଆସନ୍ତା ଦୁଇ ଦିନରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିପାରେ। ଗୁରୁବାର ଫୁଲବାଣୀ, ବୌଦ୍ଧ, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା, ରାଉରକେଲା, ସୁନ୍ଦରଗଡ଼, ନବରଙ୍ଗପୁର, କୋରାପୁଟ, କେନ୍ଦୁଝରରେ ରାତି ତାପମାତ୍ରା କମ୍ ରହିବ । ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ଝାରସୁଗୁଡ଼ା, ବଲାଙ୍ଗିର ଓ ସୋନପୁରରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ ।

ଜି. ଉଦୟଗିରିରେ ରାତି ତାପମାତ୍ରା ସବୁଠୁ କମ୍ ବା ୯.୮ ଡିଗ୍ରୀ ରହିଥିଲା । ଦାରିଙ୍ଗବାଡ଼ିରେ ୧୦ ଡିଗ୍ରୀ, ଚିପିଲିମାରେ ୧୧.୭, ଫୁଲବାଣୀରେ ୧୨, ଝାରସୁଗୁଡ଼ାରେ ୧୨.୧, ରାଉରକେଲାରେ ୧୨.୨, କିରେଇ ଓ କେନ୍ଦୁଝରରେ ୧୩.୨, ଢେଙ୍କାନାଳ, ଭଦ୍ରକ ଓ ସୁନ୍ଦରଗଡ଼ରେ ୧୪, ନବରଙ୍ଗପୁରରେ ୧୪.୨, ସିମିଳିଗୁଡ଼ାରେ ୧୪.୫ ଡିଗ୍ରୀ ରେକର୍ଡ ହୋଇଛି । କଟକରେ ୧୪.୮ ଓ ଭୁବନେଶ୍ୱରରେ ୧୬.୪ ଡିଗ୍ରୀ ରେକର୍ଡ ହୋଇଛି । ଝାରସୁଗୁଡ଼ାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୧.୪ ଡିଗ୍ରୀ କମ୍ ଥିଲା । ଦକ୍ଷିଣ ବଙ୍ଗୋପସାଗରରେ ଥିବା ବାତ୍ୟା ‘ଡିଟୱା’ ଦୁର୍ବଳ ହୋଇ ଗଭୀର ଅବପାତ ଓ ଏବେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏହା ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ସାମାନ୍ୟ ମେଘୁଆ ପାଗ ରହୁଥିଲା 

  • jmjnewso

    Related Posts

    ଜାଡ଼ରେ ଥରୁଛି ସାରା ଓଡ଼ିଶା: ଆଗକୁ ଆହୁରି ବଢ଼ିବ ଶୀତ

    Spread the love

    Spread the loveଭୁବନେଶ୍ୱର:(ଜେଏମଜେ ବ୍ୟୁରୋ): ଖସୁଛି ପାରଦ, ଆଗକୁ ଆହୁରି ବଢ଼ିବ ଶୀତ । ଜାଡ଼ରେ ଥରୁଛି ସାରା ଓଡ଼ିଶା । ଉପକୂଳଠୁ ଆରମ୍ଭ କରି ଆଭ୍ୟନ୍ତରୀଣ ଯାଏ ସବୁଠି ଥଣ୍ଡା । ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ଅସମ୍ଭାଳ ଶୀତ…

    ସୃଷ୍ଟି ହେଲା ଲଘୁଚାପ: ପ୍ରବଳ ବର୍ଷିବ

    Spread the love

    Spread the loveଜେଏମଜେ ବ୍ୟୁରୋ : ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ତେବେ ଏହା ୨୪ରେ ଅବପାତରେ ପରିଣତ ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁୁ ସୂଚନା ମିଳିଛି।ମାଲାକ୍କା ସମୁଦ୍ର ସନ୍ଧି ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗରରେ…

    Leave a Reply

    Your email address will not be published. Required fields are marked *

    You Missed

    ମନଇଚ୍ଛା ବଦଳି ନେଇପାରିବେନି ସରକାରୀ ଅଧିକାରୀ

    ମନଇଚ୍ଛା ବଦଳି ନେଇପାରିବେନି ସରକାରୀ ଅଧିକାରୀ

    ଆଜି ଅପରାହ୍ନ ୪ଟାରେ ମମତାଙ୍କ ସାମ୍ବାଦିକ ସମ୍ମିଳନୀ

    ଆଜି ଅପରାହ୍ନ ୪ଟାରେ ମମତାଙ୍କ ସାମ୍ବାଦିକ ସମ୍ମିଳନୀ

    ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ୨୦୨୬: ଟିଏମସିକୁ ପଛରେ ପକାଇ ଆଗରେ ବିଜେପି

    ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ୨୦୨୬: ଟିଏମସିକୁ ପଛରେ ପକାଇ ଆଗରେ ବିଜେପି

    ବାହାଘର ପ୍ରୋଶେସନ ବେଳେ ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ: ପ୍ରବଳ ଉତ୍ତେଜନା. ପୋଲିସ ମୁତୟନ।

    ବାହାଘର ପ୍ରୋଶେସନ ବେଳେ ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ: ପ୍ରବଳ ଉତ୍ତେଜନା. ପୋଲିସ ମୁତୟନ।

    ବାଚସ୍ପତି କମିଟି ସମ୍ମିଳନୀ: ଦଳ ବଦଳ ଆଇନ ଉପରେ ତର୍ଜମା

    ବାଚସ୍ପତି କମିଟି ସମ୍ମିଳନୀ: ଦଳ ବଦଳ ଆଇନ ଉପରେ ତର୍ଜମା

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!